Posted inଖେଳ

ଇତିହାସ ରଚିଲେ ମିତାଲି

ଖ୍ରୀଷ୍ଟଚର୍ଚ୍ଚ,୨୭।୩: ଆଇସିସି ମହିଳା ବିଶ୍ୱକପରେ ଭାରତ ଦକ୍ଷିଣ ଆଫ୍ରିକାଠାରୁ ପରାସ୍ତ ହୋଇ ବିଶ୍ୱକପ୍‌ ସେମିଫାଇନାଲ୍‌ରୁ ବାଦ୍‌ ପଡିଛି। ଶେଷ ଲିଗ୍‌ ମ୍ୟାଚରେ ଟିମ ଇଣ୍ଡିଆର ଅଧିନାୟକ ମିତାଲି ରାଜ ତାଙ୍କ ପାଇଁ ଆଉ ଏକ ସଫଳତା ହାସଲ କରିଛନ୍ତି। ଖ୍ରୀଷ୍ଟଚର୍ଚର ହାଗଲି ଓଭାଲରେ ଖେଳାଯାଉଥିବା ଏହି କର ବା ମର ମ୍ୟାଚରେ ସେ ଚମତ୍କାର ବ୍ୟାଟିଂ କରି ଅର୍ଦ୍ଧଶତକ ହାସଲ କରିଥିଲେ। ଏହାସହ ମହିଳା ବିଶ୍ୱକପରେ ସର୍ବକନିଷ୍ଠ ଏବଂ ବରିଷ୍ଠ ଖେଳାଳି ଭାବେ ଅର୍ଦ୍ଧଶତକ ହାସଲ କରିଛନ୍ତି ମିତାଲି। ୨୨ ବର୍ଷ ପୂର୍ବେ ୨୦୦୦ ନଭେମ୍ବର ୩୦ରେ ମିତାଲି ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖ୍ରୀଷ୍ଟଚର୍ଚ୍ଚରେ ସମାନ ଗ୍ରାଉଣ୍ଡରେ ଖେଳାଯାଇଥିବା ମହିଳା ବିଶ୍ୱକପ ମ୍ୟାଚରେ ୬୯ରନର ଅପରାଜିତ ଇନିଂସ ଖେଳିଥିଲେ। ମିତାଲିଙ୍କୁ ସେତେବେଳେ ୧୭ ବର୍ଷ ବୟସ ହୋଇଥିଲା। ଅଜବ ସଂଯୋଗବଶତଃ ସେ ଚଳିତ ମହିଳା ବିଶ୍ୱକପ୍‌ରେ ସମାନ ଗ୍ରାଉଣ୍ଡରେ ସବୁଠୁ ବରିଷ୍ଠ ଖେଳାଳି ଭାବେ ଅର୍ଦ୍ଧଶତକ ହାସଲ କରି ଇତିହାସ ସୃଷ୍ଟି କରିଛନ୍ତି। ମିତାଲିଙ୍କ ଏବେ ୩୯ ବର୍ଷ।
ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଇନିଂସ ଓପନ୍‌ କରିଥିବା ଶେଫାଳୀ ବର୍ମା ଆକ୍ରମଣାତ୍ମକ ଆରମ୍ଭ କରିଥିଲେ। ଦ୍ରୁତ ବ୍ୟାଟିଂ କରି ସେ ୪୬ ବଲରେ ୫୩ରନ ସଂଗ୍ରହ କରିଥିଲେ। ଶେଫାଳୀ ତାଙ୍କ ଇନିଂସରେ ୪ଟି ଚୌକା ମାରିଥିଲେ। ସେ ପ୍ରଥମ ଉଇକେଟ ପାଇଁ ସ୍ମୃତି ମନ୍ଧାନାଙ୍କ ସହ ୯୧ ରନ ଭାଗିଦାରୀ ବାଣ୍ଟିଥିଲେ। ୮୪ ବଲରୁ ୭୧ ରନରେ ମନ୍ଧାନା ଆଉଟ୍‌ ହୋଇଥିଲେ। ଏହି ସମୟ ମଧ୍ୟରେ ଟିମ ଇଣ୍ଡିଆର ଅଧିନାୟକ ମିତାଲି ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳି ୮୪ ବଲରେ ୬୮ ରନ ସଂଗ୍ରହ କରିଥିଲେ। ହରମାନପ୍ରୀତ କୌର ରନ କରିଥିଲେ। ଏହି ସମସ୍ତ ବ୍ୟାଟ୍ସମ୍ୟାନଙ୍କ ଦୃଢ ବ୍ୟାଟିଂ ହେତୁ ଭାରତ ୭ ଉଇକେଟ ହରାଇ ୨୭୪ ରନ ସ୍କୋର କରିବାରେ ସଫଳ ହୋଇଥିଲା।
ଦକ୍ଷିଣ ଆଫ୍ରିକା ବିପକ୍ଷ ଭାରତୀୟ ଇନିଂସରେ ମିତାଲି ରାଜ ତାଙ୍କ ନାମରେ ଏକ ନିଆରା ସଫଳତା ହାସଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୬ରେ ଅବସର ନେବେ ଏହି ୫ କ୍ରିକେଟର ! ଲିଷ୍ଟରେ ଅଛି ଚକିତ କଲା ଭଳି ନାଁ

ନୂଆଦିଲ୍ଲୀ,୧।୧: ସମଗ୍ର ବିଶ୍ୱ ଏକ ନୂତନ ବର୍ଷରେ ପ୍ରବେଶ କରିବାକୁ ଯାଉଛି। ୨୦୨ ମସିହାରେ କ୍ରିକେଟ ଜଗତରେ ପ୍ରମୁଖ ଟୁର୍ନାମେଣ୍ଟ ଦେଖିବାକୁ ମିଳିଥିଲା, ଯେପରିକି ଚାମ୍ପିଅନ୍ସ...

ରବି-ଶୁଭ ଏବଂ ଶୁକ୍ଳ ଯୋଗ ନୂତନ ବର୍ଷ ଆରମ୍ଭ: ଏହି ୩ ରାଶି ଲୋକଙ୍କର ବଲ୍ଲେ-ବଲ୍ଲେ

ନୂତନ ବର୍ଷ ୨୦୨୬ ଆଜିଠାରୁ ଆରମ୍ଭ ହୋଇଛି। ଜ୍ୟୋତିଷ ଦୃଷ୍ଟିକୋଣରୁ, ଏହି ବର୍ଷର ପ୍ରଥମ ଦିନଟି ଗୁରୁତ୍ୱପୂର୍ଣ୍ଣ କାରଣ ଚନ୍ଦ୍ର ସକାଳୁ ସକାଳୁ ଗମନ କରିଥିବାବେଳେ,...

ଆଜିଠାରୁ ୮ମ ବେତନ କମିଶନ ଲାଗୁ: ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀଙ୍କୁ ବଡ଼ ଫାଇଦା, ଏତିକି ବଢିଯିବ…

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ସମସ୍ତଙ୍କ ପାଇଁ ଖୁସିର ଦିନ ହେବାକୁ ଯାଉଥିବା ବେଳେ, ନୂତନ ବର୍ଷର ଆରମ୍ଭ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବିଶେଷ ହେବାକୁ...

ଜିଲା ପାଇଁ ଗୌରବ ଆଣିଲେ ଆକାଶ: ଜିତିଲେ…

ଭବାନୀପାଟଣା,୧ା୧(ଉତ୍ତମ କୁମାର ଦାଶ):ଭୁବନେଶ୍ୱର ଓଲ୍‌ଡ଼ ଡିଏସ୍‌ୱାଇଏସ୍‌ ଇଣ୍ଡୋର ଷ୍ଟାଡିୟମରେ ଗତ ୩ ଦିନ ଧରି ଚାଲିଥିବା ରାଜ୍ୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ ମଙ୍ଗଳବାର ଉଦ୍‌ଯାପିତ ହୋଇଛି।...

ବଢିଲା ଯୁଦ୍ଧ ଭୟ! ନୂଆବର୍ଷରେ ପାକିସ୍ତାନ ଭାରତ ସୀମାରେ କଲା ଏମିତି କାମ…

ଇସଲାମବାଦ,୧।୧: ସମଗ୍ର ବିଶ୍ୱ ନୂତନ ବର୍ଷ ପାଳନ କରୁଥିବା ବେଳେ, ପାକିସ୍ତାନ ତାର ଘୃଣ୍ୟ କାର୍ଯ୍ୟକଳାପ ଜାରି ରଖିଛି। ନୂତନ ବର୍ଷ ସକାଳୁ ସକାଳୁ ଜମ୍ମୁ...

ନୂଆବର୍ଷରେ ଚିଲିକାରେ ବଡ଼ ଅଘଟଣ: ମଝି ଚିଲିକାରେ ଫସିଲା ଭସାପୋଲ

କୃଷ୍ଣପ୍ରସାଦ,୧।୧: ନୂଆବର୍ଷରେ ଚିଲିକାରେ ଏକ ଅଘଟଣ ଘଟିଯାଇଛି। ଏଠାରେ ଏକ ଯାତ୍ରୀବାହୀ ଭସାପୋଲ ଫସିଯାଇଛି। ମଝି ଚିଲିକାରେ ୫୦ ଯାତ୍ରୀ, ଗୋଟିଏ ବସ ଓ ୨ଟି...

ଆଜି ପରମାଣୁ ସ୍ଥାନର ଠିକଣା ଦେବେ ଭାରତ-ପାକିସ୍ତାନ, ଯୁଦ୍ଧ ନେଇ ସଙ୍କେତ!

ନୂଆଦିଲ୍ଲୀ,୧।୧: ଆମର ପଡ଼ୋଶୀ ଏବଂ ଶତ୍ରୁ ପାକିସ୍ତାନର କାର୍ଯ୍ୟକଳାପ ସମସ୍ତଙ୍କୁ ଜଣା। ତେବେ ଆଜି ଉଭୟ ଦେଶ ପରସ୍ପର ସହିତ ଏକ ତାଲିକା ବାଣ୍ଟିବେ, ଯେଉଁଥିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri