ଭୁଲ୍‌ ବୁଝାମଣା

କେତେକ କ୍ଷେତ୍ରରେ କୌଣସି ନା କୌଣସି କାରଣରୁ ତ କେତେକ କ୍ଷେତ୍ରରେ କୌଣସି କାରଣ ନ ଥାଇ ଭୁଲ୍‌ ବୁଝାମଣା ସୃଷ୍ଟି ହୁଏ। ତେବେ ଭୁଲ୍‌ ବୁଝାମଣା ସୃଷ୍ଟି ଓ ବଢିବା ହେବା ମୂଳରେ ରହୁଛି ଜଣେ ଅନ୍ୟଜଣଙ୍କୁ କିମ୍ବା ପରସ୍ପରକୁ ବୁଝି ନ ପାରିବାର ଅଦୂରଦର୍ଶୀ ମାନସିକତା। ଘୃଣା, ବିଦ୍ବେଷ, ସନ୍ଦେହ, ଅସୂୟା, ଗର୍ବ, ଅହଂକାର, ଔଦ୍ଧତ୍ୟ ଭଳି ତତ୍ତ୍ୱ ଭୁଲ୍‌ ବୁଝାମଣା ଉତ୍ପତ୍ତିର ପ୍ରମୁଖ କାରଣ।
ଭଲ କଥାବାର୍ତ୍ତା କରୁଥିବା, ଭଲ ବ୍ୟବହାର ପ୍ରଦର୍ଶନ କରୁଥିବା ବ୍ୟକ୍ତିଟି ଅନ୍ୟର ପ୍ରରୋଚନାରେ ହେଉ କିମ୍ବା ନିଜର ଅହଂକାର ଯୋଗୁ ହେଉ, ହଠାତ୍‌ ଯଦି ଆପଣଙ୍କୁ ଭୁଲ୍‌ ବୁଝିବେ, ଆପଣଙ୍କ ସହ ଅବାନ୍ତର ଯୁକ୍ତିତର୍କ କରିବସିବେ, ଅସମ୍ମାନ ପ୍ରଦର୍ଶନ କରିବେ ତ ତାଙ୍କର ସେଭଳି ଅମାର୍ଜିତ ଆଚରଣରେ ଆପଣ ସ୍ତବ୍ଧ, ଚକିତ ହେବେ ହିଁ ହେବେ। କଥା ଆଉ ଆଗକୁ ନ ବଢ଼େଇ ସୃଷ୍ଟ ପରିସ୍ଥିତିକୁ ନିଜ ନିୟନ୍ତ୍ରଣରେ ରଖିବାକୁ ଆପଣ ନାନା ଚେଷ୍ଟାକରି ହୁଏତ ବିଫଳ ହେବେ। ସେଇଠୁ ଅନନ୍ୟୋପାୟ ହୋଇ ଅଗତ୍ୟା ନୀରବରେ ହେଜିବା ସାର ହେବ, ‘ଓଃ ଥରେ ନୁହେଁ, ଦୁଇଥର ନୁହେଁ,ବାରମ୍ବାର ଜୀବନରେ ଏମିତି ମଣିଷ ଚିହ୍ନିବାରେ କେଉଁଠି ନା କେଉଁଠି ଭୁଲ ହୋଇଯାଉଛି, ସତରେ!’
ସବୁ ସମୟରେ, ସବୁକ୍ଷେତ୍ରରେ ଭୁଲ ବୁଝାମଣା ବିଗାଡିଦିଏ ସମ୍ପର୍କକୁ, ଉଜାଡିଦିଏ ସଂସାରକୁ! ପ୍ରେମରେ, ଭକ୍ତିରେ, କର୍ମରେ, ଧର୍ମରେ, ଭାବ ବିନିମୟରେ, ନୀତିନିୟମ ବ୍ୟବସ୍ଥାରେ, କଳା, ସାହିତ୍ୟ, ସଂସ୍କୃତି, ଶିକ୍ଷା, କ୍ରୀଡା, ରାଜନୀତି ଇତ୍ୟାଦି ପ୍ରାୟ ସବୁକ୍ଷେତ୍ରକୁ ଭୁଲ ବୁଝାମଣା ଏମିତି ଆବୋରି ବସିଛି ଯେ ଯାହାର ପ୍ରଭାବରେ ବଢିଚାଲିଛି ସଂଘର୍ଷ, ସଂଘାତ, ସନ୍ତ୍ରାସ, ତିକ୍ତତା, ଶତ୍ରୁତା, ହିଂସ୍ରତା, ବିଶୃଙ୍ଖଳା, ବ୍ୟଭିଚାର, ଅରାଜକତା।
ବାଲ୍ୟାବସ୍ଥାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଆମେ ବିଭିନ୍ନ ପର୍ଯ୍ୟାୟ ଦେଇ ଆସିବା ଭିତରେ ବିଭିନ୍ନ ସମୟରେ କାହାର ନା କାହାର ଭୁଲ୍‌ ବୁଝାମଣାର ଶିକାର ହୋଇଆସୁଛୁ। ଘରେ, ବାହାରେ, ସାହିବସ୍ତିରେ, ରାସ୍ତାଘାଟରେ, ହାଟବଜାରରେ, ସଭାସମିତିରେ, ବୃତ୍ତିକ୍ଷେତ୍ରରେ, ପ୍ରବୃତ୍ତିକ୍ଷେତ୍ରରେ, ସାଙ୍ଗସାଥୀ, ବନ୍ଧୁମହଲରେ କେତେବେଳେ ନା କେତେବେଳେ ଭୁଲ ବୁଝାମଣା ସୃଷ୍ଟି ହେଉଛି। କେଉଁଠି ଏହାର ପ୍ରଭାବ ଓ ଭୋଗକାଳ କିଛିକ୍ଷଣ, କିଛିଦିନ, କିଛିବର୍ଷ। ତା’ପରେ ଭୁଲ୍‌ ବୁଝାମଣାର କୁଝଟିକା ଅପସରି ଯାଇ ସମ୍ପର୍କ ପୁଣି ସହଜ, ସ୍ବଚ୍ଛନ୍ଦ ହୁଏ। କେଉଁଠି ପୁଣି ଏହାର ପ୍ରଭାବ ଭୟଙ୍କର ହୋଇ ଜୀବନଧାରାକୁ ଏମିତି ଆଚ୍ଛନ୍ନ, ଆକ୍ରାନ୍ତ କରିରଖେ ଯେ ସେଥିରୁ ମୁକ୍ତି ମିଳିବା ଅସମ୍ଭବ ସାବ୍ୟସ୍ତ ହୁଏ।
ଜୀବନରେ ଦୈବାତ୍‌ ପ୍ରେମରେ ପଡିବା ବିଚିତ୍ର କଥା ନୁହେଁ। ହେଲେ ପ୍ରେମ ବ୍ୟାପାରରେ ଦୁଇ ଅଂଶୀଦାର ଅର୍ଥାତ୍‌ ପ୍ରେମିକ ଓ ପ୍ରେମିକା ମଧ୍ୟରେ ଉତ୍ତମ ବୁଝାମଣା ଯଦି ରହିଲା, ତେବେ ପ୍ରେମରେ ସଫଳତା ମିଳିବ। ଆଉ ଯଦି ଭୁଲ୍‌ ବୁଝାମଣା ମୁଣ୍ଡଟେକିଲା, ତେବେ ଅବସ୍ଥା ହେବ ଅସମ୍ଭାଳ, ପରିସ୍ଥିତି ଅଣାୟତ୍ତ ହେବା ଥୟ। ପ୍ରେମ ପରି ବନ୍ଧୁତା ମଧ୍ୟ ପବିତ୍ର ସମ୍ପର୍କର ନମୁନା। ବନ୍ଧୁତା ଭିତରେ ଯଦି ଭୁଲ୍‌ ବୁଝାମଣା ପଶିବ, ତେବେ ତାହା ଶତ୍ରୁତାର ରୂପ ନେବ ନିଶ୍ଚୟ।
ନିଜର କର୍ତ୍ତବ୍ୟନଷ୍ଠା, ପରିଶ୍ରମ, ଅଧ୍ୟବସାୟ, ସାଧନା, ପରାକାଷ୍ଠା ଥିବା ସତ୍ତ୍ୱେ କର୍ମକ୍ଷେତ୍ରରେ ହେଉ ଅବା ସାଧନା କ୍ଷେତ୍ରରେ,ଯେଉଁମାନଙ୍କୁ ମୁଁ ଗ୍ରହଣ କରିଆସିଛି,ଯେଉଁମାନେ ମୋ ଦୈନନ୍ଦିନ କାର୍ଯ୍ୟଶୈଳୀ ଓ ଜୀବନଚର୍ଯ୍ୟାକୁ ଭୂୟସୀ ପ୍ରଶଂସା କରିଆସିଛନ୍ତି, ସେମାନେ କୌଣସି ନା କୌଣସି ଭିତ୍ତିହୀନ, ଅବାସ୍ତବ କାରଣ ପାଇଁ ମୋତେ ଭୁଲ୍‌ ବୁଝିଛନ୍ତି। ସେଇ ଦାୟରେ, ମୋ ଦୀର୍ଘ ଛତିଶବର୍ଷର କର୍ମମୟ ଜୀବନରେ ମୁଁ ସହକର୍ମୀଙ୍କର ଚୁଗୁଲି,ଷଡଯନ୍ତ୍ରର ଶିକାର ହୋଇଛି। କର୍ତ୍ତୃପକ୍ଷଙ୍କ ଆକ୍ରୋଶର ଶିକାର ହୋଇ ଅନ୍ୟତ୍ର ବଦଳିହେବାର ମାନସିକ ଚାପ ଓ ଉତ୍ପୀଡ଼ନକୁ ନୀରବରେ ସହିଛି। ଜଣେ କର୍ତ୍ତୃପକ୍ଷ ନିଜ କ୍ଷମତାର ଅପପ୍ରୟୋଗ କରି ମୋର ପ୍ରାପ୍ୟ ଟଙ୍କାରୁ ମୋତେ ବଞ୍ଚିତ କରିଛନ୍ତି। ଅନୁରୂପ ଭାବେ ହାଇସ୍କୁଲ ପଢିବା ସମୟର ସାଙ୍ଗ ପ୍ରଦୀପ ମାତ୍ରାଧିକ ବାହାଦୁରିର ପ୍ରଭାବରେ ଏବେ ଏ ପରିଣତ ବୟସରେ ମୋତେ ହୃଦୟହୀନ କହିବା, ଯୁକ୍ତ୩ ପଢ଼ୁଥିବା ସମୟର ସାଙ୍ଗ ଅନିଲ ନିଜକୁ ମାନ୍ୟଗଣ୍ୟ ମନେକରି ମୋତେ ବଦରାଗୀ, ବେସରମ କହିବା, ସମବୟସ୍କ ସାହିତି୍ୟକ ବନ୍ଧୁ ମକରନ୍ଦ ବାବୁ ଏକ ସମ୍ଭାନ୍ତ ସାହିତ୍ୟାନୁଷ୍ଠାନରେ ଶୀର୍ଷ ପଦବୀରେ ରହିବା ପରେ ଆମ ଦୀର୍ଘବର୍ଷର ବନ୍ଧୁତାକୁ ଭୁଲିଯାଇ ମୋତେ ଅବଜ୍ଞା, ଅବହେଳା କରିବା, ନିଜ କଲୋନୀରେ ଦୁର୍ନୀତି, ଭ୍ରଷ୍ଟାଚାର ବିରୋଧରେ ସ୍ବରୋତ୍ତୋଳନ କରି ନ୍ୟସ୍ତସ୍ବାର୍ଥଗୋଷ୍ଠୀର ଆହ୍ବାନ, ଅଦଉତିକୁ ସାମ୍ନା କରିବା ଇତ୍ୟାଦି ବାସ୍ତବରେ ମୋ ଜୀବନରେ ଅତ୍ୟନ୍ତ ଦୁଃଖଦାୟକ ଓ ଦୁର୍ଭାଗ୍ୟଜନକ ଅନୁଭୂତି !
ମନରେ ସ୍ବତଃ ପ୍ରଶ୍ନ ଆସିବା ସ୍ବାଭାବିକ, ଭୁଲ ବୁଝାମଣା କ’ଣ ଏମିତି ଦୟନୀୟତା ଓ ଦୁର୍ଗତିପ୍ରାପ୍ତ ହୁଏ ସବୁବେଳେ ? ଏଇ ଯେମିତି ନୀତିଭ୍ରଷ୍ଟ,ଦୁର୍ନୀତିଗ୍ରସ୍ତଙ୍କୁ ସଦାଚାରୀ, ନୀତିନିଷ୍ଠ, ସତ୍ୟନିଷ୍ଠ; ଅନାଡି, ଅକାଳକୁଷ୍ମାଣ୍ଡମାନଙ୍କୁ ମହାଜ୍ଞାନୀ; ଅସାହିତି୍ୟକଙ୍କୁ ବିଶିଷ୍ଟ ସାହିତି୍ୟକ; କର୍ମକୋଢ଼ି ବାହାଦୁରିଆଙ୍କୁ କର୍ମଯୋଗୀ; ଭ୍ରଷ୍ଟାଚାରୀ, ଟାଉଟରଙ୍କୁ ସୁଧାରକ, ସଂସ୍କାରକ ଉପାଧିରେ ଭୂଷିତ କରିବା।
ଆଉ ସବୁ ତ୍ରୁଟିବିଚ୍ୟୁତି, ବିଲକ୍ଷଣ,ବ୍ୟତିକ୍ରମ, ବିରୋଧାଭାସକୁ ବରଦାସ୍ତ କରୁଥିବା, ମୁଣ୍ଡପାତି ସହୁଥିବା ସହୃଦୟ ମଣିଷଙ୍କୁ ଇତର,ନଗଣ୍ୟ ମନେକରି ସେମାନଙ୍କ ସହ ଅନୁଚିତ ଆଚରଣ ଓ ବେପରୁଆ ବ୍ୟବହାର ପ୍ରଦର୍ଶନ କରିବା?
ନିଜ ସପକ୍ଷରେ ନିଜର ଯୁକ୍ତି,‘ମୋର ଆଜ୍ଞା,କିଛି ଭୁଲ ନାହିଁ। ଦୟାକରି ମୋତେ ଭୁଲ ବୁଝନ୍ତୁନାହିଁ ’ର ଭାବାର୍ଥ କି ଶବ୍ଦାର୍ଥ କିଏ ବୁଝୁଛି, ଆଜିର ସଙ୍କଟପୂର୍ଣ୍ଣ ସମୟରେ। ଭୁଲ ବୁଝାମଣା ଏକ ନକାରାତ୍ମକ ଅନୁଚିନ୍ତା। ଏହାର ପାର୍ଶ୍ୱପ୍ରତିକ୍ରିୟା ପ୍ରବଳ। ଏହାକୁ ପ୍ରତିହତ କରିବା ସାଧ୍ୟାତୀତ ନିଶ୍ଚୟ। ଆମେ ସେଇ ଭୁଲ୍‌ ବୁଝାମଣାର ପାପଚକ୍ର ଭିତରେ ଅହରହ ଧନ୍ଦିହେଉଛୁ।

ରାଧାଶ୍ୟାମ ରାଉଳ
ବୀମାବିହାର,ମର୍କତନଗର,
ସେକ୍ଟର-୬, କଟକ
ମୋ:୯୪୩୭୦୯୦୯୮୫


Enter your email to get our daily news in your inbox.

All Right Reserved By Dharitri.Com

ମେଡିକାଲ ସିସିଟିଭି ଫୁଟେଜ୍‌ରେ ପୂରା ଘଟଣା : ଦିବ୍ୟାଙ୍ଗଙ୍କୁ ମାଡ ମାରିଥିବା ଡାକ୍ତରଙ୍କ ବିରୋଧରେ ମାମଲା: ରୁଜୁ 

ଭଞ୍ଜନଗର,୧୪।୩(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ମେଡିକାଲକୁ ସାସ୍ଥ୍ୟ ପରୀକ୍ଷା କରିବାକୁ ଶୁକ୍ରବାର ଯାଇଥିବା ଜଣେ ଦିବ୍ୟାଙ୍ଗ ମହିଳାଙ୍କୁ ଜଣେ ମହିଳା ଡାକ୍ତର ଆକ୍ରମଣ କରିଥିଲେ। ଏନେଇ…

ବରିଷ୍ଠ IPS ସୌମେନ୍ଦ୍ର ପ୍ରିୟଦର୍ଶୀ ରଥଯାତ୍ରା ଦାୟିତ୍ୱ

ଭୁବନେଶ୍ୱର,୧୪।୩: ବରିଷ୍ଠ IPS ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଆସନ୍ତା ରଥଯାତ୍ରା ଦାୟିତ୍ୱ ଦିଆଯାଇଛି। ଶୃଙ୍ଖଳିତ ରଥଯାତ୍ରା ପାଇଁ ପୋଲିସ ମୁଖ୍ୟାଳୟ ସୂତ୍ରରୁ ଦାୟିତ୍ୱ ପ୍ରଦାନ କରାଯାଇଛି। ଆଇନଶୃଙ୍ଖଳା, ଟ୍ରାଫିକ,…

ଜେଲ୍‌ ଭିତରେ କଏଦୀ ମୃତ୍ୟୁ ଘଟଣା: ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମୃତଦେହ ରଖି…

ବଲାଙ୍ଗୀର,୧୪ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କାରାଗାର ଭିତରେ ଶନିବାର ସକାଳେ ଜଣେ କଏଦୀ ଆତ୍ମହତ୍ୟା କରିଥିଲେ। ତେବେ ପରିବାର ଲୋକେ ଏହାକୁ ହତ୍ୟା ଘଟଣା ବୋଲି…

୨୯ରେ ମା’ ମଝିଘରିଆଣୀଙ୍କ ଚୈତ୍ର ଯାତ୍ରା

ରାୟଗଡ଼ା ,୧୪।୩(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ଚୈତ୍ର ପର୍ବ ମାର୍ଚ୍ଚ ୨୯ରୁ ଏପ୍ରିଲ ୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି…

କାର ଧକ୍କାରେ ଜଣେ ମୃତ, ୭ ଗୁରୁତର : କ୍ଷତିପୂରଣ ଦାବିରେ

କୁଚିଣ୍ଡା,୧୪।୩(ବିରଞ୍ଚି ଦର୍କା):ସମ୍ବଲପୁର ଜିଲା ମହୁଲପାଲି ଥାନା ଅନ୍ତର୍ଗତ ଟାଇଁସର କଦୋପଡାଠାରେଶୁକ୍ରବାର ରାତିରେ ଯାତ୍ରା ଦେଖି ଘରକୁ ଫେରୁଥିବା ୮ଜଣଙ୍କୁ ଏକ ଦ୍ରୁତଗାମୀ କାର ଧକ୍କା ଦେଇଥିଲା। ସ୍ଥାନୀୟ…

ସିଲିଣ୍ଡରର ବିକଳ୍ପ ହେବ କିରୋସିନ, ଓଡ଼ିଶାରେ ଆଜି ରେଟ୍‌ ଅଛି ଏତିକି, ଲିଟରେ କିଣିଲେ…

ଭୁବନେଶ୍ୱର,୧୪।୩: ବର୍ତ୍ତମାନ ସାରା ଦେଶରେ ଗ୍ୟାସ ସିଲିଣ୍ଡରକୁ ନେଇ ହଇଚଇ ସୃଷ୍ଟି ହୋଇଛିି। ଆମେରିକା, ଇସ୍ରାଏଲ ଏବଂ ଇରାନ ସହିତ ସଂଘର୍ଷ ଭାରତୀୟ ରୋଷେଇ ଘରର ବଜେଟକୁ…

ନବ ନିର୍ମାଣ କୃଷକ ସଂଗଠନ ସଦସ୍ୟଙ୍କ ଭିତରେ ବିରାଟ ଫାଟ, ବୈଠକ ଆରମ୍ଭରୁ ସାମ୍ନାକୁ ଆସିଲା…

ଧର୍ମଶାଳା,୧୪ା୩(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଏକ ବୈଠକ ଗୋକର୍ଣ୍ଣେଶ୍ୱର ପୀଠରେ ଅନୁଷ୍ଠିତ ହେଉଥିବା ବେଳେ ସଂଗଠନ ମଧ୍ୟରେ ବିରାଟ…

ନବୀନଙ୍କ ପୋଲ୍‌ ଖୋଲିଲେ ପ୍ରତାପ ଷଡ଼ଙ୍ଗୀ, ଅତୀତରେ ମୋତେ ଅଫର ଦେଇଥିବା କହି…

ଭୁବନେଶ୍ୱର,୧୪ା୩: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ପୋଲ୍‌ ଖୋଲି ଦେଇଛନ୍ତି ଏମ୍‌ପି ପ୍ରତାପ ଷଡ଼ଙ୍ଗୀ(ନନା)। ସେ କହିଛନ୍ତି, ନବୀନ ଘୋଡ଼ା ବେପାରରେ ମାହିର। ଅତୀତରେ ମୋତେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri