ଏହି ୩ ବିଷୟରେ ଭୁଲ: ପକାଏ ସବୁଠୁ ବଡ଼ ଅସୁବିଧାରେ

ଆଚାର୍ଯ୍ୟ ଚାଣକ୍ୟ ଜୀବନ ସହ ଜଡିତ ଅନେକ ବିଷୟରେ ବିସ୍ତୃତ ଭାବରେ ଅଧ୍ୟୟନ କରିଥିଲେ। ଯାହାକୁ ସେ ତାଙ୍କ ନୀତିଶାସ୍ତ୍ରରେ ବର୍ଣ୍ଣନା କରିଛନ୍ତି। ଚାଣକ୍ୟ ତାଙ୍କର ଏକ ଶ୍ଳୋକରେ ମହିଳା, ଖାଦ୍ୟ ଏବଂ ଅର୍ଥ ବିଷୟରେ କହିଛନ୍ତି ଯେ, ଏହି ବିଷୟଗୁଡ଼ିକରେ ହୋଇଥିବା ଭୁଲ ସବୁଠୁ ବଡ଼ ଅସୁବିଧା ସୃଷ୍ଟିକରେ।

ସେ କହିଛନ୍ତି ଯେ , ଏହା କେବଳ ପରିବାର ଏବଂ ବ୍ୟକ୍ତିଗତ ଜୀବନକୁ ଖରାପ କରି ନ ଥାଏ, ବରଂ ଏହି କ୍ଷେତ୍ରରେ ହୋଇଥିବା ଭୁଲ ହେତୁ ଏହା ସ୍ବାସ୍ଥ୍ୟ ମଧ୍ୟ ଖରାପ କରିଥାଏ। ଏହି ଘଟଣାରେ ଭୁଲ ହେତୁ ଜଣେ ମଣିଷ ଆରାମରେ ଜୀବନ ବିତାଇ ପାରିବ ନାହିଁ।

ମହିଳାଙ୍କ କ୍ଷେତ୍ରରେ ଜଣେ ପୁରୁଷ କିପରି ହେବା ଉଚିତ୍‌ ସେ ଏହା କହିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ, ଖାଦ୍ୟ ରେ ଜଣେ ମଣିଷ ସନ୍ତୁଷ୍ଟ ହେବା ଉଚିତ୍‌। ଆଉ ଟଙ୍କା ପ୍ରସଙ୍ଗରେ ସାବଧାନ ହେବା।