ମିସ୍‌ମ୍ୟାଚ୍‌ ସୁଜ୍‌ ଟ୍ରେଣ୍ଡ

ରାସ୍ତାରେ ଗଲାବେଳେ ଯଦି କାହାକୁ ଦୁଇ ପାଦରେ ଭିନ୍ନ ଭିନ୍ନ ପ୍ରକାରର ସୁଜ୍‌ ତଥା ସ୍ୟାଣ୍ଡେଲ ପିନ୍ଧିଥିବା ଦେଖନ୍ତି ତେବେ ତାଙ୍କ କାନରେ ଫୁସ୍‌ ଫୁସ୍‌ ହେଇ କହିବେନି ଯେ, ଆପଣ ଭୁଲ୍‌ରେ ଅଲଗା ଅଲଗା ପ୍ରକାରର ଜୋତା ପିନ୍ଧିଛନ୍ତି ବୋଲି। କାରଣ ଏବେ ଚାଲିଛି ମିସ୍‌ମ୍ୟାଚ୍‌ ସୁଜ୍‌ର ଟ୍ରେଣ୍ଡ। ଟ୍ରେଣ୍ଡି ଲୁକ୍‌ ଦେଉଥିବା ଏହି ଫ୍ୟାଶନ୍‌କୁ ସେଲିବ୍ରିଟିମାନେ ବେଶ୍‌ ଆପଣାଉଛନ୍ତି। ଆଉ ଏବେ ସାଧାରଣରେ ବି ଏହି ଫ୍ୟାଶନ୍‌ ଧୀରେ ଧୀରେ ସାମିଲ ହେବାକୁ ଲାଗିଲାଣି…

ଆରମ୍ଭ କେଉଁଠୁ: ଫ୍ୟାଶନ କେବେ କେଉଁଠୁ ଆରମ୍ଭ ହୁଏ କହି ହୁଏନା। ତେବେ ମିସ୍‌ମ୍ୟାଚ୍‌ ଫ୍ୟାଶନ୍‌ ହଲିଉଡ୍‌ରୁ ଆସିଛି। ଯେତେବେଳେ କିଛି ସୁପର୍‌ମଡେଲ୍‌ ଏଭଳି ମିସ୍‌ମ୍ୟାଚ୍‌ ସୁଜ୍‌ ପିନ୍ଧି ର଼୍ୟାମ୍ପରେ ଚାଲିଲେ ଏହା ଫ୍ୟାଶନ୍‌ ଟ୍ରେଣ୍ଡରେ ପରିଣତ ହୋଇଗଲା। ଏହାପରେ ବଲିଉଡ୍‌ରେ ବି ଏହି ଟ୍ରେଣ୍ଡ ଦେଖିବାକୁ ମିଳିଲା। ଜେନେଲିୟା ଡି’ସୁଜାଙ୍କଠୁ ଆରମ୍ଭ କରି ଅନନ୍ୟା ପାଣ୍ଡେ, ବରୁଣ ଧଓ୍ବନ ଏହି ମିସ୍‌ମ୍ୟାଚ୍‌ ସୁଜ୍‌ ଫ୍ୟାଶନ୍‌କୁ ଆପଣେଇଛନ୍ତି। ଆଉ ପାଇଛନ୍ତି ଟ୍ରେଣ୍ଡି ଲୁକ୍‌।

କେମିତି ପିନ୍ଧିବେ
*ମିସ୍‌ମ୍ୟାଚ୍‌ ସୁଜ୍‌ ସହ ସିମ୍ପଲ ଲୁକ୍‌ ଭଲ ଲାଗେ। ଲୁକ୍‌ ଯେତେ ସିମ୍ପଲ୍‌ ହୁଏ ଆପଣ ସେତିକି ଷ୍ଟାଇଲିଶ୍‌ ଓ ସୁନ୍ଦର ଲାଗିବେ। ତେଣୁ ଅଧିକ ଆସେରିଜ୍‌ କ୍ୟାରି ନ କଲେ ଭଲ।

*ମିସ୍‌ମ୍ୟାଚ୍‌ ସୁଜ୍‌ ସବୁବେଳେ ଅପୋଜିଟ୍‌ କଲର୍‌ ଯେମିତି କି ଗୋଟିଏ ସୁଜ୍‌ ଧଳାରଙ୍ଗର ହେଲେ ଅନ୍ୟଟି ରେଡ୍‌ ଅବା ପିଙ୍କ କଲର୍‌ର ହେବା ଜରୁରୀ।

*ଷ୍ଟାଇଲ୍‌ ସମାନ କିନ୍ତୁ କଲର୍‌ ଭିନ୍ନ ଥିବା ମିସ୍‌ମ୍ୟାଚ୍‌ ସୁଜ୍‌ ଟ୍ରେଣ୍ଡି ଲୁକ୍‌ ଦିଏ। ହେଲେ ଭିନ୍ନ ଷ୍ଟାଇଲ୍‌ ଅର୍ଥାତ୍‌ ହିଲ୍‌ ସହ ସ୍ନିକର୍‌ ପିନ୍ଧିଲେ ହାସ୍ୟାସ୍ପଦ ପରିସ୍ଥିତିର ସମ୍ମୁଖୀନ ହୋଇପାରନ୍ତି। ତେଣୁ କେବେ ବି ଭିନ୍ନ ଷ୍ଟାଇଲ୍‌ର ସୁଜ୍‌ ବାଛନ୍ତୁ ନାହିଁ।

*କେବଳ ସେତିକି ନୁହେଁ ମିସ୍‌ମ୍ୟାଚ୍‌ ସୁଜ୍‌ ଆପଣଙ୍କ ପୋଷାକ ସହ ଏଭଳି ମ୍ୟାଚ୍‌ ହେବା ଜରୁରୀ ଯେ, ତାହା ଫ୍ୟାଶନ୍‌ ବ୍ଲଣ୍ଡର୍‌ ଲାଗିବ ନାହିଁ।

* ଅଧିକ ପ୍ରିଣ୍ଟ୍‌ ଥିବା ପୋଷାକ ସହ ସିମ୍ପଲ ମିସ୍‌ମ୍ୟାଚ୍‌ ଜୋତା ପିନ୍ଧନ୍ତୁ। ଆଉ ଗୋଟିଏ ଦୁଇଟି କଲର୍‌ ଥିବା ପୋଷାକରେ ଡ୍ରେସ୍‌ ରଙ୍ଗ ସହ ମ୍ୟାଚ୍‌ କରୁଥିବା ମିସ୍‌ମ୍ୟାଚ୍‌ ଜୋତା ଅବା ମଲ୍ଟି କଲର୍‌ ମିସ୍‌ମ୍ୟାଚ୍‌ ସୁଜ୍‌ ପିନ୍ଧିପାରିବେ।

* ମଡର୍ନ ଆଉଟ୍‌ ଫିଟ୍‌ ସହ ମିସ୍‌ମ୍ୟାଚ୍‌ ସୁଜ୍‌କୁ ପେୟାର୍‌ କଲେ ଭଲ ଲାଗେ। ଏଥ୍‌ନିକ୍‌ ତଥା ଟ୍ରାଡିଶନାଲ୍‌ ଗେଟ୍‌ଅପ୍‌ରେ ଏହା ଭଲ ଲାଗେ ନାହିଁ।

*ପ୍ରିଣ୍ଟ ଲଭର୍‌ ହୋଇଥିଲେ ଗୋଟିଏ ସୁଜ୍‌ ପୋଲ୍‌କା ଡଟ୍‌ ହେବାବେଳେ ଅନ୍ୟଟି ଷ୍ଟ୍ରାଇପ୍‌ ପ୍ୟାଟର୍ନର ପିନ୍ଧିପାରିବେ।

* ଲାଇଟ୍‌ କଲର୍‌ ପୋଷାକ ସହ ଡିପ୍‌ କଲର୍‌ ମିସ୍‌ମ୍ୟାଚ୍‌ ସୁଜ୍‌ କ୍ୟାରି କରିପାରିବେ।

* ମିସ୍‌ମ୍ୟାଚ୍‌ ଷ୍ଟ୍ରାଇପ୍‌ ସ୍ୟାଣ୍ଡେଲ ସହ ମିନି ଡ୍ରେସ୍‌, ନି’ ଲେନ୍ଥ ଡ୍ରେସ୍‌ ଭଲ ଲାଗେ। ଏହି ଷ୍ଟାଇଲକୁ ବି ଆପଣେଇପାରିବେ।

* ଆଙ୍କେଲ ଲେନ୍ଥର ମିସ୍‌ମ୍ୟାଚ୍‌ ବୁଟ୍‌ ବେଶ୍‌ ଟ୍ରେଣ୍ଡି ଲୁକ୍‌ ଦିଏ। ଏହାକୁ ଜିନ୍ସ, ଟି-ସର୍ଟ, ମିନି ଡ୍ରେସ୍‌ ସହ ପେୟାର କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଏପ୍ରିଲରେ ଏହି ୪ଟି ରାଶିର ବ୍ୟକ୍ତିଙ୍କ ପାଇଁ ଆସୁଛି ଭଲ ସମୟ, ମାଲାମାଲ୍ ହେବେ….

ଏପ୍ରିଲ ମାସ ଚାରୋଟି ନିର୍ଦ୍ଦିଷ୍ଟ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବାକୁ ଯାଉଛି। ଏହି ରାଶିଗୁଡ଼ିକ ପ୍ରତ୍ୟେକ ପ୍ରୟାସରେ ସଫଳତା ହାସଲ କରିବେ। ବିଶେଷକରି,…

ଖରାଦିନେ ଶରୀର ପାଇଁ ଉପକାରୀ ଆଖୁରସ

ଶରୀର ପାଇଁ ବେଶ୍‌ ଉପକାରୀ ହେଉଛି ଆଖୁରସ। ମୁଖ୍ୟତଃ ଖରାଦିନେ ଏହାର ଚାହିଦା ଅଧିକ। ଏଥିରେ ବିଭିନ୍ନ ପ୍ରକାର ଭିଟାମିନ୍‌ ଭରି ରହିଛି। ଆଖୁରସ ପିଇବା ଦ୍ୱାରା…

ଫଳପ୍ରଦ ଆଣ୍ଟିବାୟୋଟିକ୍‌ ପଦାର୍ଥର ବିକାଶ

ବ୍ୟାକ୍ଟେରିଓଫେଜ୍‌ ଭାଇରସ୍‌ ବ୍ୟାକ୍ଟେରିଆର ପ୍ରତିରକ୍ଷା ବ୍ୟବସ୍ଥା ଭେଦ କରେ କିପରି। ବ୍ୟାକ୍ଟେରିଓଫେଜ୍‌ ହେଉଛି ବ୍ୟାକ୍ଟେରିଆକୁ ସଂକ୍ରମିତ କରୁଥିବା ଏକ ଭାଇରସ୍‌। ବଞ୍ଚତ୍ବା ପାଇଁ ସେମାନଙ୍କୁ ଏକ ବ୍ୟାକ୍ଟେରିଆ…

ସୁସ୍ଥ ରହିବେ ବୟସ୍କ ବ୍ୟକ୍ତି

ଦଶ ବର୍ଷ ପୂର୍ବେ ମନୁଷ୍ୟର ହାରାହାରି ଜୀବନକାଳ ପ୍ରାୟ ୬୩ ବର୍ଷ ଥିଲା। ଡାକ୍ତରୀ ବ୍ୟବସ୍ଥାର ସୁବ୍ୟବସ୍ଥା ଏବଂ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗୁଁ ଆମର ହାରାହାରି ବୟସ…

ରାମନବମୀରେ ବିରଳ ସଂଯୋଗ, ଏହି ୩ ରାଶିର ଖୋଲିବ ଭାଗ୍ୟ

୨୭ ମାର୍ଚ୍ଚ ୨୦୨୬, ପ୍ରେମ ଏବଂ ସମ୍ପର୍କ ଦୃଷ୍ଟିରୁ ବିଶେଷ ଦିନ ହେବାକୁ ଯାଉଛି । ଆଜି ସାରା ଦେଶରେ ରାମନବମୀ ପାଳନ ହେଉଥିବା ବେଳେ ଅନେକ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

ଏମଏସ ଧୋନିଙ୍କ ମେରିଲର ଭାପି କ୍ୟାମ୍ପସକୁ ପ୍ରଥମ ଗସ୍ତ, ଏକ ଉତ୍ସର୍ଗୀକୃତ ବରିଷ୍ଠ ନାଗରିକ ସ୍ୱାସ୍ଥ୍ୟ ପଦକ୍ଷେପ ସହିତ 'ଟ୍ରିଟମେଣ୍ଟ ଜରୁରୀ ହୈ' ଆନ୍ଦୋଳନକୁ ସୁଦୃଢ଼ କରେ।

“ପିଲାଦିନ ଅବସର ନ ନେବା ଉଚିତ୍”: ଆନନ୍ଦ, ଗାରିମା ଏବଂ ପ୍ରତିଷେଧକ ଯତ୍ନ ସହିତ ବାର୍ଦ୍ଧକ୍ୟକୁ ପୁନଃସଂଜ୍ଞାୟିତ କରିବା ପାଇଁ ଏକ ଜାତୀୟ ଆହ୍ୱାନ

ଭାପି, ୨୫।୩ : ମେରିଲର ଭାପିସ୍ଥିତ ବିଶ୍ୱ ମୁଖ୍ୟାଳୟକୁ ଭାରତର ପୂର୍ବତନ କ୍ରିକେଟ୍ ଅଧିନାୟକ ମହେନ୍ଦ୍ର ସିଂଧୋନିଙ୍କର ପ୍ରଥମ ଗସ୍ତ ଅବସରରେ ଧୋନି “ପିଲାଦିନ ଅବସର ନ…

ଓଜନ କମାଇବାକୁ ଚାହୁଁଛନ୍ତି କି, ଆପଣାନ୍ତୁ ଏହି ଉପାୟ

ନିୟମିତ ମହୁ ଖାଇଲେ ତାହା ଓଜନ କମାଇବାରେ ସାହାଯ୍ୟ କରିଥାଏ। ଏଭଳି ସମସ୍ୟା ସହ ଜଡିତ କେତେକ ବ୍ୟକ୍ତିଙ୍କୁ ପ୍ରତିଦିନ କିଛି ପରିମାଣରେ ମହୁ ଖାଇବାକୁ ଦିଆଯାଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri