ଲୋକାଭିମୁଖୀ ହେବ ‘ମିଶନ୍‌ ଜିରୋ ହଙ୍ଗର’

ଭୁବନେଶ୍ୱର, ୯।୧୦: ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ୍‌ ପାୱାର (ଜେଏସ୍‌ପି)ର ସାମାଜିକ ସଙ୍ଗଠନ ଜେଏସ୍‌ପି ଫାଉଣ୍ଡେଶନର ମହତ୍ତ୍ୱାକାଂକ୍ଷୀ କାର୍ଯ୍ୟକ୍ରମ ‘ମିଶନ୍‌ ଜିରୋ ହଙ୍ଗର’କୁ ବ୍ୟାପକ ଓ ଲୋକାଭିମୁଖୀ କରିବାକୁ ଫାଉଣ୍ଡେଶନ ପକ୍ଷରୁ ଘୋଷଣା କରାଯାଇଛି। ଏପରିକି ଜେଏସ୍‌ପିର ଅଧକ୍ଷ ନବୀନ ଜିନ୍ଦଲଙ୍କ କ୍ଷୁଧାମୁକ୍ତ ଭାରତ ଲକ୍ଷ୍ୟକୁ ହାସଲ କରିବା ପାଇଁ ଫାଉଣ୍ଡେଶନ ତା’ର ମିଶନ୍‌କୁ ବ୍ୟାପକ କରିବାକୁ ଯୋଜନା ପ୍ରସ୍ତୁତ କରିଛି। ଉଲ୍ଲେଖଯୋଗ୍ୟ, କ୍ଷୁଧାମୁକ୍ତ ଦେଶ ଗଠନ ଉଦ୍ଦେଶ୍ୟରେ ଜିନ୍ଦଲ ଲୋକ ସଭାରେ ଏକ ବେସରକାରୀ ବିଧେୟକ ଉପସ୍ଥାପାନା କରିଥିଲେ।

ସେହିଭଳି ଜେଏସପି ଫାଉଣ୍ଡେଶନର ଅଧ୍ୟକ୍ଷା ଶାଲୁ ଜିନ୍ଦଲଙ୍କ ନେତୃତ୍ୱରେ ପ୍ରତିବର୍ଷ ସାରା ଭାରତରେ ୫୦ ଲକ୍ଷରୁ ଅଧିକ ଖାଦ୍ୟ ବଣ୍ଟନ କରାଯାଉଛି। ବର୍ତ୍ତମାନ ଏହାକୁ ୧ କୋଟିରେ ପହଞ୍ଚାଇବାର ମହତ ଲକ୍ଷ୍ୟ ରଖାଯାଇଛି। ଏହି ଯୋଜନା ଗରିବ ଏବଂ ସାମାଜିକ ଭାବେ ଦୁର୍ବଳ ସମୁଦାୟ, ପୁଷ୍ଟିହୀନ ଶିଶୁ, ଗର୍ଭବତୀ ଏବଂ ରକ୍ତହୀନ ମହିଳା, ପ୍ରବାସୀ ଶ୍ରମିକ ଏବଂ ଅନ୍ୟାନ୍ୟ ଅବହେଳିତ ଗୋଷ୍ଠୀଙ୍କ ପାଇଁ ଖାଦ୍ୟ ସୁରକ୍ଷା ଏବଂ ମୌଳିକ ପୋଷଣ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱାରୋପ କରିଥାଏ। ବିଶେଷକରି ସମଗ୍ର ଭାରତରେ ଗରିବ ଲୋକଙ୍କୁ ଗରମ ରନ୍ଧା ଖାଦ୍ୟ ଏବଂ ଶୁଖିଲା ରାଶନ ଯୋଗାଇବାରେ ଏହା ବେଶ୍‌ ସହାୟକ ହୋଇଛି।

ସେହିପରି ଫାଉଣ୍ଡେଶନ ପ୍ରଥମ ପର୍ଯ୍ୟାୟରେ ଓଡ଼ିଶା, ଛତିଶଗଡ଼ ଓ ଝାଡ଼ଖଣ୍ଡ ଭଳି ରାଜ୍ୟ ଏବଂ ଧୀରେ ଧୀରେ ଭାରତର ଅନ୍ୟ ରାଜ୍ୟର କୋଣ ଅନୁକୋଣରେ କ୍ଷୁଧା ଓ କୁପୋଷଣ ଦୂର କରିବା ପାଇଁ ମିଶନ ଜିରୋ ହଙ୍ଗର ଯୋଜନା କାର୍ଯ୍ୟକାରୀ କରିବାକୁ ଶାଲୁ ଆଗ୍ରହ ପ୍ରକାଶ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଏହି ମହତ୍ତ୍ୱାକାଂକ୍ଷୀ ଲକ୍ଷ୍ୟ ହାସଲ କରିବା ପାଇଁ ଜେଏସ୍‌ପି ଫାଉଣ୍ଡେଶନ ସକ୍ରିୟ ଭାବେ ସମଭାବାପନ୍ନ ଏନଜିଓ, ବୃତ୍ତିଗତ ଏଜେନ୍ସି, ନାଗରିକ ସମାଜର ସହଯୋଗ ଓ ସହାୟତା ଚାହୁଁଛି। ଯେଉଁ ଆଶାୟୀ ଏଜେନ୍ସିଗୁଡ଼ିକୁ (rfp@jsplfoundation.com) ଇମେଲ୍‌ ମାଧ୍ୟମରେ ଫାଉଣ୍ଡେଶନ ସହ ଯୋଗାଯୋଗ କରି କିମ୍ବା (www.jspfoundation.co.in) ଫାଉଣ୍ଡେଶନର ୱେବ୍‌ସାଇଟକୁ ଯାଇ ଯୋଗାଯୋଗ କରିବାକୁ ଆମନ୍ତ୍ରଣ କରାଯାଇଛି। ବିଶେଷକରି ଜେଏସ୍‌ପି ଫାଉଣ୍ଡେଶନର ୱେବ୍‌ସାଇଟରେ ଆରଏଫ୍‌ପି (ରିକ୍ୱେଷ୍ଟ ଫର୍‌ ପ୍ରପୋଜାଲ) ଆପ୍ଲିକେଶନର ଫର୍ମାଟ ସହିତ ଅପଲୋଡ୍‌ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri