Posted inଜାତୀୟ

ମିଶନ ଦକ୍ଷିଣ ଭାରତ : ନେତାଙ୍କୁ ଭାଜପାର ୪୫ ଦିନିଆ କାର୍ଯ୍ୟ ଦାୟିତ୍ୱ…

ନୂଆଦିଲ୍ଲୀ,୨୯।୧୧ : ଗୁଜରାଟ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଏପର୍ଯ୍ୟନ୍ତ ହୋଇନାହିଁ ମାତ୍ର ଦକ୍ଷିଣ ଭାରତରେ ନିଜର ଉପସ୍ଥିତିକୁ ମଜବୁତ କରିବା ପାଇଁ ଭାଜପା ମିଶନ ଦକ୍ଷିଣ ଭାରତ ଆରମ୍ଭ କରିଛି। ଦଳୀୟ ନେତାମାନଙ୍କୁ ଭାଜପା ନୂତନ କାର୍ଯ୍ୟ ଦେଇଛି। ଦକ୍ଷିଣ ଭାରତରେ ହେବାକୁ ଥିବା ବିଧାନସଭା ନିର୍ବାଚନ ସହିତ ଲୋକସଭା ନିର୍ବାଚନରେ ସଫଳତା ଲାଗି ଯୋଜନା ପ୍ରସ୍ତତ କରିଛି। ଭାଜପା କର୍ମୀମାନଙ୍କୁ ମିଶନ ଦକ୍ଷିଣ ଭାରତ ଅନ୍ତର୍ଗତ ୪୫ ଦିନର ଟାସ୍କ ଦେଇଛି। ଧାର୍ଯ୍ୟ ସମୟ ମଧ୍ୟରେ ଏହାର ରିପୋର୍ଟ ଦାଖଲ କରିବାକୁ ଭାଜପା କହିଛି। ଭାଜପା ସୂତ୍ରରୁ ପ୍ରକାଶ ଯେ ଗୁଜରାଟ ନିର୍ବାଚନ ଫଳାଫଳ ପରେ ହିଁ ଦକ୍ଷିଣ ଭାରତର ରାଜ୍ୟଗୁଡିକରେ ନେତାଙ୍କ ଗସ୍ତ ବୃଦ୍ଧି ପାଇବ।

ଏଥିରେ ଜାତୀୟ ଅଧ୍ୟକ୍ଷଙ୍କ ଠାରୁ ଜାତୀୟ ମହାସଚିବ ଏବଂ ଅନ୍ୟ ସମସ୍ତ ସଂଗଠନ ସହ ଜଡିତ ନେତାମାନଙ୍କୁ ପଠାଯିବ। ଏହା ବ୍ୟତୀତ ଯୋଜନା ଅନୁଯାୟୀ କେନ୍ଦ୍ର କ୍ୟାବିନେଟର ବରିଷ୍ଠ ନେତାଙ୍କ ଯାତ୍ରା ମଧ୍ୟ ଦକ୍ଷିଣ ରାଜ୍ୟକୁ ବିସ୍ତାର କରାଯିବ। ରାଜନୈତିକ ବିଶେଷଜ୍ଞମାନେ କହିଛନ୍ତି ଯେ ଗତ କିଛି ମାସ ମଧ୍ୟରେ ଭାଜପା ନିଜରା ନେତାଙ୍କୁ ଦକ୍ଷିଣ ଭାରତ ଆଡକୁ ମୁହାଁଇଛି। ଏହା ଦକ୍ଷିଣରେ ଥିବା ଗଡ଼କୁ ମଜବୁତ କରିବା ପାଇଁ ଏକ ପ୍ରସ୍ତୁତି। ରାଜନୈତିକ ବିଶ୍ଳେଷକ ପିଏନ ଶିବକୁମାର କହିଛନ୍ତି ଯେ ଦକ୍ଷିଣ ଭାରତର ଯେକୌଣସି ପଦକ୍ଷେପକୁ ରାଜନୈତିକ ସ୍ଥିତି ସହିତ ଯୋଡା ଯାଉଛି।

ସେ କହିଛନ୍ତି ଯେ ପ୍ରଥମ ଥର ପାଇଁ ଭାରତୀୟ ଅଲିମ୍ପିକ ଆସୋସିଏଶନର ସଭାପତି ଭାବରେ ଦକ୍ଷିଣ ଭାରତୀୟ ପିଟି ଉଷାଙ୍କୁ ନିର୍ବିରୋଧ ଭାବେ ନିର୍ବାଚିତ କରାଯାଇଛି। ଶିବକୁମାର କହିଛନ୍ତି ଯେ ରାଜନୈତିକ ଦୃଷ୍ଟିରୁ ଭାଜପା କେବଳ ଦକ୍ଷିଣ ଭାରତର ନେତାମାନଙ୍କୁ ସେଠାକାର ଲୋକଙ୍କ ସହ ରଣନୀତି କରିବା ପାଇଁ ଦାୟିତ୍ୱ ଦେଇଛି। ଏହା ସହିତ କର୍ନାଟକ ଏବଂ ତେଲେଙ୍ଗାନାରେ ମଧ୍ୟ ରଣନୀତି ଅନ୍ତର୍ଗତ ବଡ ନେତାଙ୍କୁ ପଠାଯାଇଛି।
ଆସନ୍ତା ବର୍ଷ କର୍ନାଟକ ନିର୍ବାଚନ ପାଇଁ ଭାଜପା ଏକ ଜନସମ୍ପର୍କ ଅଭିଯାନ ଆରମ୍ଭ କରିଛି। ମୁଖ୍ୟମନ୍ତ୍ରୀ ବାସଭାରାଜ ବୋମ୍ମାଇଙ୍କ କହିବାନୁସାରେ, ତୃଣମୂଳ ସ୍ତରରେ ପାର୍ଟିର ଶକ୍ତି ବୃଦ୍ଧି ପାଇଁ ଏହି ଯାତ୍ରା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଭାରତ ରୁଷରୁ ତେଲ କିଣିବ ନାହିଁ’, ଆମେରିକା ଦାବିର କଡ଼ା ଜବାବ ଦେଲେ ଏସ ଜୟଶଙ୍କର

କଲମ୍ବୋ,୧୫।୨: ରୁଷିଆରୁ ତେଲ ଆମଦାନୀକୁ ନେଇ ଆମେରିକା ଏବଂ ଭାରତ ମଧ୍ୟରେ ପୁଣି ଥରେ କୂଟନୈତିକ ବାକ୍‌ଯୁଦ୍ଧ ଦେଖିବାକୁ ମିଳିଛି। ଜର୍ମାନୀରେ ଅନୁଷ୍ଠିତ ମ୍ୟୁନିକ୍ ସୁରକ୍ଷା ସମ୍ମିଳନୀରେ…

ଟି-୨୦ ବିଶ୍ୱକପ୍: କଲମ୍ବୋରେ ପାକିସ୍ତାନକୁ ଧ୍ୱଂସ କରିଦେଲା ସୂର୍ଯ୍ୟକୁମାରଙ୍କ ସେନା, ଗର୍ଜିଲେ ଇଶାନ କିଷାନ

କଲମ୍ବୋ,୧୫।୨: ଶ୍ରୀଲଙ୍କାର ଆର୍. ପ୍ରେମଦାସା ଷ୍ଟାଡିୟମରେ ଅନୁଷ୍ଠିତ ହାଇଭୋଲ୍ଟେଜ୍ ଟି-୨୦ ବିଶ୍ୱକପ୍ ମୁକାବିଲାରେ ଭାରତୀୟ ଦଳ ପାକିସ୍ତାନକୁ ୬୧ ରନ୍‌ରେ ପରାସ୍ତ କରିଛି। ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ…

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଧୋନିଙ୍କ ପାଇଁ ପାକିସ୍ତାନ ଦଳରେ ସୁଯୋଗ ପାଇଛନ୍ତି ଉସମାନ ତାରିକ! ହୋଇଗଲା ଖୁଲାସା

କଲମ୍ବୋ,୧୫।୨: ଚଳିତ ଟି-୨୦ ବିଶ୍ୱକପ୍‌ରେ ପାକିସ୍ତାନର ରହସ୍ୟମୟ ସ୍ପିନର ଉସ୍ମାନ ତାରିକ୍ ନିଜର ଅଜବ ବୋଲିଂ ଆକ୍ସନ ପାଇଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି। ତେବେ ତାଙ୍କ କ୍ରିକେଟ୍…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ଟି-୨୦ ବିଶ୍ୱକପ୍: ପାକିସ୍ତାନ ଆଗରେ ୧୭୬ ରନ୍‌ର ବିଜୟ ଲକ୍ଷ୍ୟ; ଇଶାନ କିଷାନଙ୍କ ଧୂଆଁଧାର ବ୍ୟାଟିଂ

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍ ୨୦୨୬ର ହାଇଭୋଲ୍ଟେଜ୍ ମ୍ୟାଚରେ ଭାରତ, ପାକିସ୍ତାନ ସମ୍ମୁଖରେ ୧୭୬ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ୍ ରଖିଛି। ଓପନର୍ ଇଶାନ କିଷାନଙ୍କ ବିସ୍ଫୋରକ ବ୍ୟାଟିଂ ଏବଂ…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri