ମିଶନ ଶକ୍ତି ମିଲେଟ୍‌ ଆଉଟଲେଟ୍‌ ଉଦ୍‌ଘାଟିତ

ଛତ୍ରପୁର,୨।୫( ଡିଏନଏ ): ଗଞ୍ଜାମ ଜ଼ିଲା ହେଡକ୍ୱାର୍ଟର ଛତ୍ରପୁର ଠାରେ ପ୍ରଥମ କରି ମିଶନ ଶକ୍ତି ମିଲେଟ୍‌ ଆଉଟଲେଟ୍‌ ଓ ମିଶନ ଶକ୍ତି କାଫେ ମଙ୍ଗଳବାର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ ଗଞ୍ଜାମ ଜ଼ିଲାପାଳ ଦିବ୍ୟଜ୍ୟୋତି ପରିଡା ଉଦ୍‌ଘାଟନ କରିଛନ୍ତି। ମିଲେଟ୍‌ ଆଉଟଲେଟ୍‌ରେ ମାଣ୍ଡିଆରେ ପ୍ରସ୍ତୁତ କେକ୍‌, ଲଡୁ, ବିସ୍କୁଟ, ଜିଲାପି, ମାଲପୁଆ, ମାଣ୍ଡିଆ ଚୁନା ଆଦି ବିକ୍ରି ଆରମ୍ଭ ହୋଇଛି। ଏଥିସହ ଉଦ୍‌ଘାଟିତ ମିଶନ କାଫେରେ ମହିଳା ସଙ୍ଘର ସଦସ୍ୟମାନଙ୍କ ଦ୍ୱାରା ପ୍ରସ୍ତୁତ ଜଳଖିଆ ଠାରୁ ଆରମ୍ଭ କରି ମଧ୍ୟାହ୍ନ ଭୋଜନ ବିକ୍ରି କରାଯାଉଛି। ମିଶନଶକ୍ତି ଛତ୍ରପୁର ବ୍ଲକସ୍ତରୀୟ ମହାସଙ୍ଘକୁ ପରିଚାଳନା ଦାୟିତ୍ୱ ଦିଆଯାଇଛି। ଆଗାମୀ ଦିନରେ ଜ଼ିଲାର ବିଭିନ୍ନ ସ୍ଥାନରେ ଏଭଳି ମିଶନ ଶକ୍ତି ମିଲେଟ୍‌ ଆଉଟଲେଟ୍‌ ଖୋଲିବ ବୋଲି ଜ଼ିଲାପାଳ କହିଛନ୍ତି।