ପାତ୍ରପୁର,୨୭।୮(ଉମା ଚରଣ ନେପାକ): ଗତ ତିନି ଦିନ ତଳେ ବୁରାତଲ ପଞ୍ଚାୟତ ବାରହା ପଥରକୁ ବଣଭୋଜି କରିବାକୁ ଆସିଥିବା ପୋଲସରା ଥାନା କଲମ୍ବ ଗ୍ରାମର ନିଖୋଜ ୟୁଟ୍ୟୁବରଙ୍କ ମଙ୍ଗଳବାର ରାତିରେ ପତ୍ତା ମିଳିଛି। ସେ ମାରମାରିଆ ଗାଁରେ ପହଞ୍ଚିଥିବା ଜଣାପଡିଛି। କଲମ୍ବ ଗ୍ରାମର ନରେନ୍ଦ୍ର ସାହୁ ଚାରିଜଣ ସାଙ୍ଗ ସହ ମିଶି ବାରାହ ପଥରକୁ ଆସି ଭୋଜି କରୁଥିଲେ। ଏହି ସମୟରେ ନରେନ୍ଦ୍ର ପରିସ୍ରା କରିବାକୁ ନିକଟ ପଥର ତଳକୁ ଯିବାବେଳେ ନିକଟରେ ବ୍ରହ୍ମପୁର ଅଞ୍ଚଳର ବଣଭୋଜି କରିବାକୁ ଆସିଥିବା ତିନିଜଣ ତାଙ୍କୁ କାଠ ଫାଳିଆରେ ମାରିବା ଭଳି ସେ ଅନୁଭବ କରି ଭୟରେ ଜଙ୍ଗଲ ମଧ୍ୟକୁ ଦୌଡ଼ି ପକାଇଥିଲେ। ତିନି ଦିନ ବାଟ ଭୁଲି ଜଙ୍ଗଲରେ ବୁଲିବୁଲି ମାରମାରିଆରେ ପହଞ୍ଚି ରଞ୍ଜନ ଭୁୟାଙ୍କ ଘରେ ଥିବା ଜଣାପଡିଛି।


