ମୁଖ୍ୟମନ୍ତ୍ରୀଙ୍କ ମୋବାଇଲ ପ୍ରଦାନ ତାଲିକାରୁ ବଞ୍ଚିତ ଧୂଳିପୁଟବାସୀ

ଚିତ୍ରକୋଣ୍ଡା,୨୨ା୧୧(ଡି.ଏନ୍‌.ଏ.): ମାଲକାନଗିରି ଜିଲା ୯ଟି ପଞ୍ଚାୟତ ଯଥା ବଡ଼ପଡା, ପାପରମେଟେଲା, ରାଲେଗାଡା, ଧୂଳିପୁଟ, ଯୋଡ଼ାମ୍ବ, ପଣସପୁଟ, ଅଣ୍ଡିରାପାଲି, ଗାଜୁଲୁମାମୁଡ଼ି ଓ ଯନ୍ତ୍ରୀ ପଞ୍ଚାୟତର ପ୍ରତି ପରିବାରକୁ ସ୍ମାର୍ଟ ଫୋନ୍‌ ଯୋଗାଇ ଦେବାକୁ ଯନ୍ତାପାଇଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫର୍‌ରେନ୍ସିଂ ମାଧ୍ୟମରେ ପ୍ରତିଶ୍ରୁତି ଦେଇଥିଲେ। କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା, ମାଲକାନଗିରି ଜିଲା ପ୍ରଶାସନଙ୍କ ଉପସ୍ଥିତିରେ ଉଦ୍‌ଘାଟନ ସହ ଶୁଭାରମ୍ଭ କରି ସ୍ବାଭିମାନ ଅଞ୍ଚଳ ୭ ଜଣଙ୍କୁ ସ୍ମାର୍ଟ ଫୋନ ପ୍ରଦାନ କରି ଖୁବ୍‌ଶୀଘ୍ର ଦିଆଯିବ ଅନ୍ୟମାନଙ୍କୁ ଦିଆଯିବ ବୋଲି ଘୋଷଣା କରିଥିଲେ।
ଘୋଷଣା ଅନୁଯାୟୀ, ଜିଲା ତଥା ବ୍ଲକ ପ୍ରଶାସନ ଶିକ୍ଷକମାନଙ୍କ ମାଧ୍ୟମରେ ବିଭିନ୍ନ ପଞ୍ଚାୟତରେ ସ୍ମାର୍ଟ ଫୋନ ବଣ୍ଟନ କରାଯିବା ସମୟରେ ଉକ୍ତ ସ୍ବାଭିମାନ ଅଞ୍ଚଳ ଧୂଳିପୁଟ ପଞ୍ଚାୟତର ଖୋଦ୍‌ ପଞ୍ଚାୟତ ହେଡ୍‌ କ୍ୱାର୍ଟର ଧୂଳିପୁଟ ଗ୍ରାମର ୩୫ ପରିବାରର ନାମ ଉକ୍ତ ମୋବାଇଲ ବଣ୍ଟନ ପରିବାର ତାଲିକାରେ ନାହିଁ। ଫଳରେ ଉକ୍ତ ଗ୍ରାମର ୩୫ ପରିବାର ସ୍ମାର୍ଟ ଫୋନ୍‌ ପାଇବାରୁ ବଞ୍ଚିତ ଅଛନ୍ତି ବୋଲି ଉକ୍ତ ଧୂଳିପୁଟ ଗ୍ରାମର ଜଗବନ୍ଧୁ ହନ୍ତାଳ ଅଭିଯୋଗ କରିଛନ୍ତି ଅବିଳମ୍ବେ ଜିଲା ତଥା ବ୍ଲକ ପ୍ରଶାସନ ତୁରନ୍ତ ଉକ୍ତ ଧୂଳିପୁଟ ଗ୍ରାମର ୩୫ ପରିବାରକୁ ତାଲିକାଭୁକ୍ତ କରି ସ୍ମାର୍ଟ ଫୋନ ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।