ଜଳପ୍ରପାତରେ ନିଖୋଜ: ୩ ଦିନ ପରେ ମିଳିଲା ଆଉ ଜଣେ ଛାତ୍ରଙ୍କ ମୃତଦେହ

ଗୋବିନ୍ଦପାଲି,୨୧।୧୧(କାର୍ତ୍ତିକ ରଥ): ମାଲକାନଗିରି ଜିଲା ଗୋବିନ୍ଦପାଲି ନିକଟ ଗୁମ୍ମାଝରଣ ଜଳପ୍ରପାତରେ ବୁଡି ୨ ଛାତ୍ର ନିଖୋଜ ଘଟଣାରେ ବୁଧବାର ଜଣେ ଛାତ୍ରଙ୍କ ମୃତଦେହ ମିଳିଥିବା ବେଳେ ଶୁକ୍ରବାର ଅପରାହ୍ନରେ ଅନ୍ୟ ଜଣେ ଛାତ୍ର ଲିଙ୍ଗରାଜ ମହାପାତ୍ରଙ୍କ ମୃତଦେହ ମିଳିଛି। ୩ ଦିନ ପରେ ପଥର ଭିତରେ ଚାପିହୋଇ ରହିଥିବା ଲିଙ୍ଗରାଜଙ୍କ ମୃତଦେହକୁ ମାଥିଲି ଅଗ୍ନିଶମ ବାହିନୀ ଏବଂ କୋରାପୁଟ ଓଡ୍ରାଫ ଟିମ୍‌ ଠାବକରି ବାହାର କରିଥିଲେ। ଝରଣାର ସ୍ରୋତ ଏବଂ ଅଧିକ ଗଭୀର ପାଣି ଯୋଗୁ ମୃତଦେହ ଖୋଜିବା ସମ୍ଭବ ହୋଇପାରୁ ନ ଥିଲା । ତେବେ ଶୁକ୍ରବାର ଖୋଜାଖୋଜି କରିବାବେଳେ ନିଖୋଜ ଛାତ୍ର ଲିଙ୍ଗରାଜଙ୍କ ମୃତଦେହ ମିଳିଥିବା ଓଡ୍ରାଫ୍‌ ଟିମ୍‌ କହିଛନ୍ତି। ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ମାଥିଲି ଥାନା ଆଇଆଇସି ଦୀପାଞ୍ଜଳୀ ପ୍ରଧାନ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ଗତ ୧୮ ତାରିଖରେ ଜୟପୁର ବିକ୍ରମ ବିଶ୍ବବିଦ୍ୟାଳୟର ୫ ଛାତ୍ର ଗୁମ୍ମାଝରଣ ଜଳପ୍ରପାତକୁ ଭୋଜି କରିବାକୁ ଆସିଥିଲେ । ସେମାନେ ହାତ ଧରାଧରି ହୋଇ ଗାଧୋଇବାବେଳେ ନାରାୟଣପାଟନାର ୨ ଛାତ୍ର ଏସ୍‌. ଶିଖର ଏବଂ ଜୟପୁର ନୂଆସାହିର ଲିଙ୍ଗରାଜ ମହାପାତ୍ରଙ୍କ ଗୋଡ଼ ଖସିଯିବାରୁ ସେମାନେ ପାଣିରେ ବୁଡି ନିଖୋଜ ହୋଇଯାଇଥିଲେ । ବୁଧବାର ଓଡ୍ରାଫ ଟିମ୍‌ ଏବଂ ଦମକଳ ବାହିନୀ ଶିଖରଙ୍କ ମୃତଦେହ ଠାବ କରିଥିଲେ।

Dharitri – Odisha’s No.1 Odia Daily


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ବୈତରଣୀରେ ନିର୍ମାଣ ହେବ ବ୍ୟାରେଜ୍‌

ପାଟଣା,୫ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ପାଇଁ ମୁଖ୍ୟମନ୍ତ୍ରୀ ଏକ ବଡ଼ ଘୋଷଣା କରିଛନ୍ତି। ତହସିଲ ରାଜନଗର ବୈତରଣୀ ନଦୀରେ ଭୀମକୁଣ୍ଡ ବ୍ୟାରେଜ ନିର୍ମାଣ ହେବାର...

ଗଞ୍ଜେଇ ହେରଫେର: ଫୁଲବାଣୀ ସଦର ଥାନା ଅଧିକାରୀ ନିଲମ୍ବିତ

ଫୁଲବାଣୀ,୫ା୧୨(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଫୁଲବାଣୀ ସଦର ଥାନା ଅଧିକାରୀ ସତୀଶ ଚନ୍ଦ୍ର ନାୟକଙ୍କୁ ରାଜ୍ୟ ଗୃହ ବିଭାଗ ନିଲମ୍ବନ କରିଛି। ତାଙ୍କ ନାମରେ...

ଏହି ଭୟଙ୍କର ଜୀବର ଚମଡ଼ାରୁ ତିଆରି ଘଣ୍ଟା ପିନ୍ଧନ୍ତି ପୁଟିନ୍‌, ଦାମ୍‌ ଜାଣିଲେ…

ମସ୍କୋ,୫ା୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଦୁଇ ଦିନିଆ ଗସ୍ତରେ ଭାରତ ଆସିଛନ୍ତି। ଏହି ଗସ୍ତ ଉଭୟ ଦେଶ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି।...

୧.୫ ବର୍ଷର ନିଜ ଝିଅକୁ ଗଛରେ ଝୁଲାଇ ହତ୍ୟା କଲା ପିଶାଚୀ ମା’

ପୁରୀ,୫।୧୨: ପାରିବାରିକ କଳହର ଏକ ଅତ୍ୟନ୍ତ ଦୁଃଖଦ ପରିଣାମରେ, ପୁରୀ ଜିଲା ଡେଲାଙ୍ଗ ଅଞ୍ଚଳରେ ଜଣେ ମା’ ନିଜର ଦେଢ଼ ବର୍ଷର ଶିଶୁ କନ୍ୟାକୁ ହତ୍ୟା...

ପୁଟିନଙ୍କ ଭାରତ ଗସ୍ତକୁ ଦେଖି ଚିଡି ଗଲାଣି ପାକିସ୍ତାନ, କହିଲା ଆମର ବି ଏଠିକୁ ଆସୁଛନ୍ତି ରାଜା…

ଇସଲାମାବାଦ,୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତ ପାକିସ୍ତାନବାସୀଙ୍କୁ ଚିନ୍ତାରେ ପକାଇବା ସହ ବିଚଳିତ କରିଛି ଯେ ପୁଟିନ କାହିଁକି କେବେ ସେମାନଙ୍କ ଦେଶକୁ...

ଜଲଓ୍ବା ଦେଖାଇଲେ ନୀଳନୟନା: ମୋହିତ ପ୍ରଶଂସକ

ବଲିଉଡର ନୀଳନୟନା ଐଶ୍ୱର୍ଯ୍ୟା ରାୟ। ବଲିଉଡ୍‌ର ହଲିଉଡ ଯାଏ, ସବୁଠି ତାଙ୍କ ଜଲଓ୍ବା। ଇଏ ଏମିତି ଜଣେ ନାୟିକା, ଯିଏ ତାଙ୍କ ପର୍ସନାଲ ଏବଂ ପ୍ରଫେସନାଲ...

ଖେଳୁଖେଳୁ ପୋଖରୀରେ ପଡ଼ିଗଲା ଶିଶୁପୁତ୍ର, ଖୋଜାଖୋଜି କରିବାରୁ…

ତିହିଡ଼ି,୫ା୧୨(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ଥାନା କାଁପଡ଼ା ପଞ୍ଚାୟତ ଅଧୀନ ଚିଲପଦା ଗ୍ରାମରେ ଶୁକ୍ରବାର ଏକ ଦୁଃଖଦ ଘଟଣା ଘଟିଛି। ଏକ ପୋଖରୀରୁ ଆଜି...

‘ନା ନଇଁବ ଭାରତ, ନା ଭାଙ୍ଗିବ ରୁଷିଆ’, ପୁଟିନଙ୍କ ଭାରତ ଗସ୍ତକୁ ନେଇ ଚାଇନା ଦେଲା ପ୍ରଥମ ପ୍ରତିକ୍ରିୟା

ବେଜିଂ/ନୂଆଦିଲ୍ଲୀ,୫।୧୨: ବିଶ୍ୱ ବର୍ତ୍ତମାନ ଦୁଇଟି ଅକ୍ଷରେ ବିଭକ୍ତ ହୋଇଥିବା ପରି ମନେ ହେଉଛି। ଗୋଟିଏ ପଟେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଅନ୍ୟ ପଟେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri