ମିଳୁନି ହଷ୍ଟେଲ, ପାଠପଢ଼ାରୁ ବଞ୍ଚିତ ଛାତ୍ରୀଛାତ୍ର

ବିଷମକଟକ,୨୬।୪ (ଡି.ଏନ୍‌.ଏ.) ଆଦିବାସୀ ପିଲାମାନେ ଶିକ୍ଷାରୁ ଯେଭଳିି ବଞ୍ଚିତ ନ ହେବେ ସେ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ରାୟଗଡା, କଳାହାଣ୍ଡି, କନ୍ଧମାଳ ଓ ବଲାଙ୍ଗୀର ଜିଲାର ବିକାଶ ପାଇଁ ସରକାର ଅଧିକ ଗୁରୁତ୍ୱ ଦେଉଥିବା ବେଳେ ଅଧିକ ପରିମାଣର ଅର୍ଥ ମଧ୍ୟ ମଞ୍ଜୁର କରୁଛନ୍ତି । ଅନ୍ୟ ଜିଲା ଅପେକ୍ଷା ପଛୁଆ ଜିଲା ଗୁଡିକରେ ସ୍ବତନ୍ତ୍ର ଭାବେ ବିଭିନ୍ନ ଯୋଜନା ମଧ୍ୟ ପ୍ରଣୟନ କରାଯାଇଛି। ଆଦିବାସୀ ଅଧ୍ୟୁସିତ ଜିଲାଗୁଡିକରେ ପିଲାମାନେ ଶିକ୍ଷାରୁ ବଞ୍ଚିତ ନ ହେବାକୁ ସେମାନଙ୍କ ଲାଗି ବିଭିନ୍ନ ସୁବିଧା କରାଯାଉଛି। ସରକାର ୧୦୦ ଶଯ୍ୟ ବିଶିଷ୍ଟ ହଷ୍ଟେଲ ମଧ୍ୟ ମଞ୍ଜୁର କରୁଛନ୍ତି । କିନ୍ତୁ ରାୟଗଡ଼ା ଜିଲା ବିଷମକଟକ ବ୍ଲକର ଅନେକ ସ୍ଥାନରେ ହଷ୍ଟେଲ ନିର୍ମାଣ ବିଳମ୍ବ ହେଉଛି। ତେଣୁ ଆଗ୍ରହ ଥିଲେ ସୁଦ୍ଧା ପିଲା ରହିବା ଅସୁବିଧା କାରଣରୁ ପାଠପଢ଼ି ପାରୁନାହାନ୍ତି।
ବିଷମକଟକ ବ୍ଲକର ହାଟମୁନିଗୁଡା, ବିଷମକଟକ, ନିରୁଗୁଣ୍ଡି, କୁଟ୍ରାଗଡ, ମୋଟକବାଡ଼ି, ଗଜବାହାଲ ଇ,ଟି,ଇ, ଆଦି ସ୍କୁଲରେ ନୂତନ ୧୦୦ ଶଯ୍ୟା ବିଶିଷ୍ଟ ହଷ୍ଟେଲ ପାଇଁ ଟଙ୍କା ମଞ୍ଜୁର ହୋଇଛି। ଏହାର ନିର୍ମାଣ କାର୍ଯ୍ୟ ପାଇଁ ବିଭିନ୍ନ ସଂସ୍ଥାକୁ ଦାୟିତ୍ୱ ମଧ୍ୟ ଦିଆଯାଇଛି। ବିଭିନ୍ନ ଘରୋଇ ସଂସ୍ଥାକୁ ଟେଣ୍ଡର ମାଧ୍ୟମରେ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି। ହେଲେ ଦାୟିତ୍ୱରେ ଥିବା କର୍ମଚାରୀମାନଙ୍କୁ ହାତଗୁଞ୍ଜା ଦେଇ ଅନେକ ସ୍ଥାନରେ ଠିକାଦାର ଅଧାପନ୍ତରିଆ କାର୍ଯ୍ୟ କରି ଛାଡି ଚାଲିଯାଇ ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ଅନୁସୂଚିତ ଜାତି ଓ ଜନଜାତି ପଛୁଆ ବର୍ଗ ପିଲାଙ୍କ ପାଇଁ ନାମ ଲେଖିବା ପାଇଁ ସୁଯୋଗ ମିଳୁନାହିଁ। କାରଣ ପ୍ରତିବର୍ଷ ବିଦ୍ୟାଳୟ ଗୁଡିକରେ ଥିବା ସିଟ୍‌ ପୂରଣ ହୋଇଯିବା ପରେ ଅନେକ ପାଠପଢ଼ାରେ ଆଗ୍ରହ ରଖୁଥିବା ଅନେକ ପିଲା ନାମ ଲେଖାରୁ ବଞ୍ଚିତ ହେଉଛନ୍ତି। ଅନ୍ୟପଟେ ଉଚ୍ଚପଦସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଅଧିକ ପିଲାଙ୍କୁ ହଷ୍ଟେଲରେ ରଖିବା ପାଇଁ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ବାଧ୍ୟ ହେଉଛନ୍ତି । ଏହି ବିଦ୍ୟାଳୟଗୁଡିକରେ ସିଟ ସଂଖ୍ୟା ବୃଦ୍ଧି କରାଯାଉଥିବା ବେଳେ ଅଧାପନ୍ତରିଆ କୋଠାକୁ ସମ୍ପୂର୍ଣ୍ଣ କରିବା ପାଇଁ ପଦକ୍ଷେପ ନିଆଯାଉ ନାହିଁ । ନିଜ ବ୍ଲକର ବିଦ୍ୟାଳୟରେ ନାମ ଲେଖିବା ପାଇଁ ସୁଯୋଗ ନ ପାଇ ପିଲାମାନେ ବାଧ୍ୟ ହୋଇ ଅନ୍ୟ ବ୍ଲକରେ ଥିବା ହଷ୍ଟେଲ ଯାଉଛନ୍ତି । ଯେଉଁ ପିଲାମାନେ ହଷ୍ଟେଲରୁ ବଞ୍ଚିତ ହେଉଛନ୍ତି ସେମାନେ ପାଠଛାଡ଼ି ଘର ଚାପରେ ଗାଈ ଗୋରୁ, ଛେଳି ମେଣ୍ଢା ଚରେଇବା ପାଇଁ ବାଧ୍ୟ ହେଉଛନ୍ତି। ପିଲାମାନେ ଗୋଟିଏ ବର୍ଷ ପାଠ ଛାଡିବା ପରେ ପୁଣି ନୂତନ ବର୍ଷ ସ୍କୁଲରେ ନାମ ନ ଲେଖାଇ ଅନ୍ୟ କାମରେ ଲିପ୍ତ ରହୁଛନ୍ତି। ଏଥିପ୍ରତି ପ୍ରଶାସନ ଓ ସରକାର ଦୃଷ୍ଟି ଦେବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା

ଥୁଆମୂଳ ରାମପୁର, ୨୮ା୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ତାଲବନ୍ଦ ପଡ଼ାରେ ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା ବା ଘଣ୍ଟ ଯାତ୍ରାର…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

ଖଳିଆପାଲି ଛକ ବୁଲାଣିରେ କେମିକାଲ ବୋଝେଇ ଟ୍ୟାଙ୍କର ଲିକେଜ, ଲୋକେ ଭୟଭୀତ…

ଜୁନାଗଡ଼,୨୮।୩(ସୁନୀଲ କୁମାର ସିଂହ)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଖଳିଆପାଲି ଛକ ବୁଲାଣି ଠାରେ ଶନିବାର ସନ୍ଧ୍ୟାରେ ଏକ କେମିକାଲ ବୋଝେଇ ଟ୍ୟାଙ୍କରରୁ ହଟାତ ଗ୍ୟାସ ଲିକେଜ ହୋଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri