ଚେକ୍ ରିପବ୍ଲିକର କ୍ରିଷ୍ଟାଇନା ପାଇସକୋଭା ଜିତିଲେ ୭୧ ତମ ବିଶ୍ୱ ସୁନ୍ଦରୀ ମୁକୁଟ

ନୂଆଦିଲ୍ଲୀ,୯ା୩: ୭୧ ତମ ବିଶ୍ୱ ସୁନ୍ଦରୀ ମୁକୁଟ ପିନ୍ଧିଛନ୍ତି ଚେକ୍ ରିପବ୍ଲିକର କ୍ରିଷ୍ଟାଇନା ପାଇସକୋଭା। ଶନିବାର ମୁମ୍ବାଇରେ ଥିବା ଜିଓ ୱାର୍ଲ୍ଡ କନଭେନସନ୍ ସେଣ୍ଟରରେ ଏହି ବିଶାଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗତ ବର୍ଷର ବିଜେତା ପୋଲାଣ୍ଡର ମିସ୍ ୱାର୍ଲ୍ଡ ୨୦୨୨ କରୋଲିନା ବିଏଲାଭସ୍କା ଚଳିତ ବର୍ଷର ବିଜେଡ କ୍ରିଷ୍ଟାଇନାଙ୍କୁ ମୁକୁଟ ପିନ୍ଧାଇଥିଲେ।

ଲେବାନନ୍ ର ୟସ୍ମିନା ଜାଇଟଉନ୍ ପ୍ରଥମ ରନର୍ ଅପ୍ ହୋଇଥିଲେ। ଭାରତରେ ଅନୁଷ୍ଠିତ ହେଉଥିବା ୭୧ ତମ ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତାରେ ପୃଥିବୀର ମହିଳାମାନଙ୍କ ଅନୁଗ୍ରହ, ସୌନ୍ଦର୍ଯ୍ୟ ଏବଂ ଦକ୍ଷତାକୁ ଆଲୋକିତ କରିଥିଲା। ବିଜେତା ଘୋଷଣା ହେବା ପୂର୍ବରୁ ଫାଇନାଲିଷ୍ଟମାନେ ପ୍ରଶ୍ନ ଏବଂ ଉତ୍ତର ରାଉଣ୍ଡ ସହିତ ବିଭିନ୍ନ ବର୍ଗରେ ପ୍ରତିଯୋଗିତା କରିଥିଲେ।

 

View this post on Instagram

 

A post shared by Miss World (@missworld)


ତେବେ ଭାରତର ୭୧ ତମ ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତା ଦେଶର ଉତ୍କୃଷ୍ଟ ସୌନ୍ଦର୍ଯ୍ୟକୁ ପ୍ରଦର୍ଶନ କରିଛି। ଏହି ପ୍ରତିଯୋଗିତାରେ ଭାରତୀୟ ଡିଜାଇନର୍ ଆର୍ଚାନା କୋଚର ସ୍ୱତନ୍ତ୍ର ରେଶମ କପଡା ବ୍ୟବହାର କରି ବିଶ୍ୱ ସୁନ୍ଦରୀ ୨୦୨୪ ପ୍ରତିଯୋଗୀମାନଙ୍କ ପାଇଁ ସମସ୍ତ ପୋଷାକର ଷ୍ଟାଇଲ୍ ଏବଂ ଡିଜାଇନ୍ କରିଥିଲେ।

୭୧ ତମ ମିସ୍ ୱାର୍ଲ୍ଡ ପ୍ରତିଯୋଗିତା ପାଇଁ ୧୨ ଜଣିଆ ବିଚାରପତିଙ୍କ ମଧ୍ୟରେ ବଲିଉଡ ଅଭିନେତା କ୍ରିତି ସାନନ୍ ଏବଂ ପୂଜା ହେଗଡେ ଥିଲେ। ଅନ୍ୟ ବିଚାରପତିମାନେ ହେଲେ ମିସ୍ ୱାର୍ଲ୍ଡ ଅର୍ଗାନାଇଜେସନ୍ ର ସିଇଓ ଜୁଲିଆ ଏଭଲିନ୍ ମୋର୍ଲି ସିବିଏ, ଅମୃତା ଫଡନାଭିସ୍, ସାଜିଦ ନାଦିଆଡୱାଲା, ପୂର୍ବତନ ଭାରତୀୟ କ୍ରିକେଟର ହରଭଜନ ସିଂ, ରଜତ ଶର୍ମା, ଇଣ୍ଡିଆ ଟିଭିର ଚେୟାରମ୍ୟାନ୍ ତଥା ସମ୍ପାଦକ ଜାମିଲ ସଇଦ ଏବଂ ଭିନେଟ ଜେନା। ମିସ୍ ୱାର୍ଲ୍ଡ ୨୦୧୭ ମନୁଶି ଛିଲରଙ୍କ ସମେତ ପ୍ୟାନେଲରେ ପୂର୍ବତନ ମିସ୍ ୱାର୍ଲ୍ଡ ପ୍ରତିଯୋଗୀମାନେ ମଧ୍ୟ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭୟରେ ଏମିତି କାମ କରିଦେଲେ ଅକ୍ଷୟ କୁମାର

ବହୁପ୍ରତୀକ୍ଷିତ ହରର କମେଡି ‘ଭୂତ ବଙ୍ଗଳା’ ଖୁବ୍‌ଶୀଘ୍ର ପରଦାକୁ ଆସିବ। ଦର୍ଶକ ମଧ୍ୟ ଫିଲ୍ମକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି। ‘ଭୂତ ବଙ୍ଗଳା’ର ଟିଜର ସାଉଁଟିଛି ଚର୍ଚ୍ଚା।…

SIR ଡ୍ୟୁଟିରେ ଥିବା ବିଚାରପତିଙ୍କୁ ସୁରକ୍ଷା ଦେବା ପାଇଁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ

ନୂଆଦିଲ୍ଲୀ/କୋଲକାତା,୨ା୪: ପଶ୍ଚିମବଙ୍ଗରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (SIR) ପାଇଁ ନିଯୁକ୍ତ ନ୍ୟାୟିକ ବିଚାରପତିମାନଙ୍କ ପ୍ରତି ସୃଷ୍ଟି ହୋଇଥିବା ବିପଦକୁ ସୁପ୍ରିମକୋର୍ଟ ଗୁରୁବାର ଗମ୍ଭୀର ଭାବରେ…

SIR ଅଧିକାରୀଙ୍କୁ ବନ୍ଧକ ରଖିବା ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ କଠୋର ଆଭିମୁଖ୍ୟ: ମମତା ବାନାର୍ଜୀ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ

ନୂଆଦିଲ୍ଲୀ,୨।୪: ପଶ୍ଚିମବଙ୍ଗରେ ଏକ ସ୍ବତନ୍ତ୍ର ସଘନ ସମୀକ୍ଷା (SIR) କରିବାକୁ ଯାଇଥିବା ଅଧିକାରୀମାନଙ୍କୁ ବନ୍ଧକ ରଖିବା ମାମଲାରେ ସୁପ୍ରିମକୋର୍ଟ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏହି ମାମଲାରେ…

ବୋର୍ଡ ସଭାପତିଙ୍କ ବଡ଼ ଘୋଷଣା; ଆଜି ସରିବ ମାଟ୍ରିକ ପରୀକ୍ଷା ଖାତା ଦେଖା, କେବେ ରେଜଲ୍ଚ ବାହାରିବ ଜାଣନ୍ତୁ

ଭୁବନେଶ୍ବର,୨।୪: ମେ’ ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ ବାହାରିବ ମାଟ୍ରିକ ରେଜଲ୍ଟ । ଏନେଇ ସୂଚନା ଦେଲେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ।  ଆଜି ମାଟ୍ରିକ…

କ୍ରିକେଟର୍‌ଙ୍କ ଅଭିଯୋଗରେ ଏହି ଅଭିନେତ୍ରୀଙ୍କୁ ବାନ୍ଧିଲା ପୋଲିସ: ପଛରେ ରହିଛି ଏମିତି କାରଣ

କଲମ୍ବୋ,୨।୪: ଶ୍ରୀଲଙ୍କାର କ୍ରିକେଟର ଭାନୁକା ରାଜପକ୍ଷେ ଅଭିନେତ୍ରୀ ହର୍ଷି ରସାଙ୍ଗାଙ୍କୁ ଏକ ଆଇନଗତ ନୋଟିସ ପଠାଇଛନ୍ତି। ଏହା ପରେ ପୋଲିସ ତାଙ୍କୁ ଗିରଫ କରିଛି। ଏହି ମାମଲା…

ଗ୍ୟାସ, ତେଲ ପରେ କଣ୍ଡୋମ ଅଭାବ: ୫୦% ପର୍ଯ୍ୟନ୍ତ ଦର ବୃଦ୍ଧି ସମ୍ଭାବନା, ଜାଣନ୍ତୁ କାହିଁକି

ଓ୍ବାଶିଂଟନ,୨।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ଯୋଗୁ ଯୋଗାଣ ବାଧାପ୍ରାପ୍ତ ହୋଇଥିବାରୁ ଦେଶରେ କଣ୍ଡୋମ ମୂଲ୍ୟ ୫୦% ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ। ତେଲ ଏବଂ…

ଇରାନ ଉପରେ ବଡ଼ ଆକ୍ରମଣ କରିବ ଆମେରିକା: ସମୟ କହିଦେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ଜାତି ଉଦ୍ଦେଶ୍ୟରେ ଏକ ଭାଷଣ ଦେଇଛନ୍ତି। ଟ୍ରମ୍ପ ସ୍ପଷ୍ଟ ଭାବରେ କହିଛନ୍ତି,ଯୁଦ୍ଧ ଏପର୍ଯ୍ୟନ୍ତ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri