Posted inଫୁରସତ

ମିସ୍‌ ୟୁନିଭର୍ସ ଆର୍‌’ ବୋନି ଗାବ୍ରିଏଲ

ଓ୍ବାଶିଂଟନ୍‌: ୨୦୨୨ ମିସ୍‌ ୟୁନିଭର୍ସ ଟାଇଟଲ ହାତେଇଛନ୍ତି ଆମେରିକାର ଆର୍‌’ ବୋନି ଗାବ୍ରିଏଲ। ୟୁଏସ୍‌ ନ୍ୟୁଓର୍ଲିନ୍ସରେ ଜାନୁୟାରୀ ୧୫ରେ ଆୟୋଜିତ ମିସ୍‌ ୟୁନିଭର୍ସ ଫାଇନାଲ କାର୍ଯ୍ୟକ୍ରମରେ ପୂର୍ବତନ ମିସ୍‌ ୟୁନିଭର୍ସ ହରନାଜ ସନ୍ଧୁ ଗାବ୍ରିଏଲଙ୍କୁ ବିଜୟ ମୁକୁଟ ପିନ୍ଧାଇଥିଲେ। ଗାବ୍ରିଏଲ (୨୮) ପ୍ରଥମ ଫିଲିପିନୋ ଆମେରିକାନ୍‌, ଯେ ପ୍ରତିଯୋଗିତାର ଓ୍ବିନର ହୋଇଛନ୍ତି। ମିସ୍‌ ୟୁନିଭର୍ସ ଟାଇଟଲ ଜିତିବା ନେଇ ସେ ବେଶ୍‌ ଖୁସିଥିବା ପ୍ରକାଶ କରିଛନ୍ତି। ଏ ନେଇ ଆୟୋଜିତ ଖବରଦାତା ସମ୍ମିଳନୀରେ ଗାବ୍ରିଏଲ କହିଛନ୍ତି, ବିଫଳତା ହିଁ ମଣିଷକୁ ଦୃଢ଼ତାର ସହ ଛିଡ଼ା ହେବା ଲାଗି ସୁଯୋଗ ଦେଇଥାଏ। ଭେନେଜୁଏଲା ଏବଂ ଡୋମିନିକାନ ରିପବ୍ଲିକ୍‌ ଯଥାକ୍ରମେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି। ସେହିପରି ପ୍ରତିଯୋଗିତାରେ ଭାରତ ପକ୍ଷରୁ ସାମିଲ ହୋଇଥିବା ଦିବିତା ରାୟଙ୍କ ଯାତ୍ରା ଟପ୍‌ ୧୬ ପର୍ଯ୍ୟନ୍ତ ଥିଲା।
ଫାଇନାଲ୍‌ ରାଉଣ୍ଡରେ ଜଜ୍‌ମାନେ ଗାବ୍ରିଏଲଙ୍କୁ ପଚାରିଥିଲେ, ତୁମେ ଯଦି ମିସ୍‌ ୟୁନିଭର୍ସ ଟାଇଟଲ ଜିତିଯାଅ, ତେବେ ଏ କ୍ଷେତ୍ରରେ ତୁମେ ଆଗକୁ କିପରି କାର୍ଯ୍ୟ କରିବ? ଏହାର ଉତ୍ତରରେ ସେ କହିଥିଲେ, ଫ୍ୟାଶନ୍‌ ଡିଜାଇନ୍‌ ସାଙ୍ଗକୁ କପଡ଼ା ସିଲେଇ କ୍ଷେତ୍ରରେ ମୋର ୧୩ ବର୍ଷର ଅଭିଜ୍ଞତା ଅଛି। ଫ୍ୟାଶନ୍‌କୁ ମୁଁ ମହତ୍‌ ଉଦ୍ଦେଶ୍ୟରେ ବ୍ୟବହାର କରିବି। ବାୟୁମଣ୍ଡଳରୁ ପ୍ରଦୂଷଣ ଦୂର କରିବା ଲାଗି ଡ୍ରେସ୍‌ କପଡ଼ା ବଦଳରେ ରିସାଇକେଲ୍ଡ ମ୍ୟାଟେରିଆଲରେ ପ୍ରସ୍ତୁତ କରିବି। ଘରୋଇ ହିଂସାର ଶିକାର ହେଉଥିବା ମହିଳା କିପରି କାର୍ଯ୍ୟକ୍ଷମ ହେବେ ସେ ଦିଗରେ କାମ କରିବେ ବୋଲି ସେ ପ୍ରତିକ୍ରିୟା ଦେଇଥିଲେ।
ଡିଜାଇନର ଭାବେ କାର୍ଯ୍ୟ କରୁଥିବା ଗାବ୍ରିଏଲ ମିସ୍‌ ୟୁନିଭର୍ସ ପ୍ରତିଯୋଗିତାରେ ନିଜେ ତିଆରି କରିଥିବା ଡିଜାଇନ୍ଡ ଡ୍ରେସ୍‌ ପିନ୍ଧିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri