Posted inଫୁରସତ

ଭ୍ରମାତ୍ମକ ଖବର ଓ ଗଣମାଧ୍ୟମର ବିଶ୍ୱସନୀୟତା

ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବେ ଗଣମାଧ୍ୟମ ସଦା ଦେଶ ଓ ସମାଜ ନିର୍ମାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଆସୁଛି। ସତ୍ୟର ସନ୍ଧାନ, ନିରପେକ୍ଷ ଖବର ପ୍ରସାରଣ ଓ ଜନମତ ଗଠନ ହେଉଛି ଏହାର ମୂଳ ଲକ୍ଷ୍ୟ। ଆଜିର ଯୁଗ ହେଉଛି ତଥ୍ୟ ବିସ୍ଫୋରଣର ଯୁଗ। କିନ୍ତୁ ତଥ୍ୟ ଓ ପ୍ରଯୁକ୍ତି ଯୁଗରେ ଆଜିର ଗଣମାଧ୍ୟମ ଯେଉଁ ଗୁରୁତର ଆହ୍ବାନର ସମ୍ମୁଖୀନ ହେଉଛି, ତାହା ହେଲା ଭ୍ରମାତ୍ମକ ଖବର ବା ଫେକ୍‌ ନ୍ୟୁଜ୍‌ର ବିପଜ୍ଜନକ ପ୍ରସାର। ସାମାଜିକ ଗଣମାଧ୍ୟମ ଆସିବା ପରେ ଏହା ଆହୁରି ବିସ୍ତାରିତ ହୋଇଛି ସତ, କିନ୍ତୁ ତା’ ସହିତ ବଢ଼ିଛି ତଥ୍ୟ ବିକୃତି ଓ ଚାଲାକିପୂର୍ଣ୍ଣ ଖବରର ହାର। ଏବେ ତୁରନ୍ତ ଖବର ଦେବା ଓ ପ୍ରଥମେ ପ୍ରସାରଣ କରିବାର ଦୌଡ଼ ସତ୍ୟତାର ଯାଞ୍ଚ ଅନେକ ସମୟ ଉପେକ୍ଷିତ ହୋଇପଡ଼ୁଛି।
ସୋସିଆଲ ମିଡିଆ ଓ ଡିଜିଟାଲ୍‌ ମାଧ୍ୟମର ପ୍ରଭାବରେ ସତ୍ୟ ଓ ମିଥ୍ୟାକୁ ପରଖିବା କେତେ ଅସୁବିଧାଜନକ ତାହା ଆମେ ସମସ୍ତେ ଉପଲବ୍ଧି କରିଛନ୍ତି। ସତ୍ୟ ଓ ଭ୍ରମ ମିଶିଗଲା ପରେ ସାଧାରଣ ଜନତା ଏବେ ଅନେକ ଖବର ପ୍ରତି ସନ୍ଦେହୀ। ସତ ବୋଲି ଆମେ ଯାହାକୁ ପୂର୍ବରୁ ଭାବୁଥିଲୁ, ଏବେ ତାହା ମିଛ ବୋଲି ଜାଣିବାକୁ ପାଉଛୁ। ଏହି ପରିପ୍ରେକ୍ଷୀରେ ଭ୍ରମାତ୍ମକ ଖବର ହେଉଛି ଏକ ଚିନ୍ତାର ବିଷୟ। ପ୍ରତିଦିନ ବିଭିନ୍ନ ମୁଦ୍ରିତ ଓ ବୈଦ୍ୟୁତିକ ଗଣମାଧ୍ୟମରେ ଗୋଟିଏ ଖବର ଉପରେ ଭିନ୍ନ ଭିନ୍ନ ତଥ୍ୟ ବା ସୂଚନା ମିଳିଥାଏ। ତା’ ମଧ୍ୟରୁ କେଉଁଟା ଠିକ୍‌ ଆଉ କେଉଁଟି ଭୁଲ୍‌ ତାହା ପାଠକ ବା ଦର୍ଶକଙ୍କୁ ଦ୍ବନ୍ଦ୍ୱରେ ପକାଏ। ବ୍ରେକିଂ ନ୍ୟୁଜ୍‌ ଆଜି ସଞ୍ଚାର ଜଗତର ନୂଆ ମନ୍ତ୍ର ହୋଇ ଯାଇଛି। ତ୍ୱରିତ ଖବର ଦେବାର ମୋହ ଏତେ ବଢ଼ିଛି ଯେ, ତଥ୍ୟର ସତ୍ୟତା ଯାଞ୍ଚ ଅନେକ ସମୟେ ଅବହେଳିତ ହେଉଛି। ଫଳରେ ଭ୍ରମାତ୍ମକ ଖବର ଲୋକମାନଙ୍କ ମନୋଭାବ ଓ ବିଶ୍ୱାସକୁ ହାନି ପହଞ୍ଚାଉଛି। ଭ୍ରମାତ୍ମକ ଖବର ମାତ୍ର ଏକ ତ୍ରୁଟିଯୁକ୍ତ ତଥ୍ୟ ନୁହେଁ ବରଂ ଏହା ଏକ ଅସତ୍ୟ ପ୍ରଚାର, ଯାହା ସମାଜକୁ ବିଭକ୍ତ କରୁଛି, ଘୃଣା ସୃଷ୍ଟି କରୁଛି ଓ ଜନମତକୁ ବିପର୍ଯ୍ୟସ୍ତ କରୁଛି। ଫଳରେ ଗଣମାଧ୍ୟମ ପ୍ରତି ଲୋକଙ୍କ ଆସ୍ଥା ହ୍ରାସ ପାଉଛି ଓ ଚତୁର୍ଥ ସ୍ତମ୍ଭ ପରିଭାଷା ଦୁର୍ବଳ ହେଲା ପରି ଲାଗୁଛି।
ଆଜି ଭ୍ରମାତ୍ମକ ଶବ୍ଦ ନିଜେ ଅସ୍ତ୍ର ପାଲଟି ଯାଇଛି। ଆଜି ଆମକୁ ବ୍ରେକିଂ ନ୍ୟୁଜ୍‌ର ଶବ୍ଦ ଅତିରଞ୍ଜିତ ଲାଗୁଛି। ଯେଉଁ ଖବର ରାଜନୀତିଜ୍ଞ ବା ଅଧିକାରୀଙ୍କ ପାଇଁ ଅସୁବିଧାଜନକ, ତାହାକୁ ଫେକ୍‌ ବା ଅସତ୍ୟ ବୋଲି ଅଭିହିତ କରାଯାଉଛି। ଏହା ଗଣମାଧ୍ୟମର ନିରପେକ୍ଷତାକୁ ଆହୁରି ଆଘାତ ଦେଉଛି। ଭ୍ରମାତ୍ମକ ଖବର ଲୋକତନ୍ତ୍ରର ମୂଳ ଧାରାକୁ ବିକୃତ କରୁଛି। ନିର୍ବାଚନ ସମୟରେ ମନଗଢ଼ା ତଥ୍ୟ ଜନମତକୁ ପ୍ରଭାବିତ କରୁଛି। ସ୍ବାସ୍ଥ୍ୟ କ୍ଷେତ୍ରରେ ଭ୍ରମାତ୍ମକ ସୂଚନା ଲୋକମାନଙ୍କୁ ଭୁଲ୍‌ ଚିକିତ୍ସା ଅନୁସରଣ କରିବାକୁ ପ୍ରେରିତ କରୁଛି। ବ୍ୟବସାୟ ଓ ଆର୍ଥିକ କ୍ଷେତ୍ରରେ ଏହି ଭ୍ରମାତ୍ମକ ଖବର ଅର୍ଥ ଓ ପ୍ରତିଷ୍ଠାନ ଉଭୟର କ୍ଷତି କରୁଛି। କେତେକ ସ୍ଥଳେ ଭୁଲ୍‌ ଖବର ବା ଗୁଜବ ମାନବୀୟ ହିଂସା ଓ ଦଙ୍ଗା ସୃଷ୍ଟି କରି ଜନମାନସରେ କ୍ଷତି ପହଞ୍ଚାଉଛି। ଫଳସ୍ବରୂପ, ଲୋକମାନଙ୍କ ମନରେ ଗଣମାଧ୍ୟମ ପ୍ରତି ଆସ୍ଥା ହ୍ରାସ ପାଉଛି।
ଏଥିପାଇଁ ଆଜିର ସମୟରେ ପ୍ରଧାନ ଦାୟିତ୍ୱ ହେଉଛି ଗଣମାଧ୍ୟମର ବିଶ୍ୱସନୀୟତାକୁ ସଂରକ୍ଷିତ କରିବା। ପ୍ରତ୍ୟେକ ସମାଚାର ପ୍ରସ୍ତୁତି ପୂର୍ବରୁ ଏହାର ଉତ୍ସ ଠିକ୍‌ କି ନୁହେଁ ତାହାର ତଥ୍ୟ ଯାଞ୍ଚ ନିହାତି ଆବଶ୍ୟକ। ତଥ୍ୟ ଯାଞ୍ଚ ମାନେ ହେଉଛି ଖବର ପ୍ରକାଶନ ଅବା ପ୍ରସାରଣ ପୂର୍ବରୁ ସତ୍ୟ କି ମିଥ୍ୟା ତାହା ପରଖିବା ପ୍ରକ୍ରିୟା। ଯେଉଁଥିରେ ଗଣମାଧ୍ୟମ କିମ୍ବା ସମ୍ପାଦନା ମଣ୍ଡଳୀ ତଥ୍ୟଗୁଡ଼ିକୁ କେଉଁ ନିଶ୍ଚିତ ଉତ୍ସରୁ ଆସିଛି ତାହା ସମୀକ୍ଷା କରନ୍ତି। ବ୍ରେକିଂ ନ୍ୟୁଜ୍‌ ପରିବର୍ତ୍ତେ ଆମର ଆବଶ୍ୟକ ରହିଛି ଭେରିଫାଏଡ୍‌ ନ୍ୟୁଜ୍‌ର ପୁନଃ ସ୍ଥାପନ। ସେଥିପାଇଁ ପ୍ରତ୍ୟେକ ଗଣମାଧ୍ୟମ ପ୍ରତିନିଧିଙ୍କର କିଛି କର୍ତ୍ତବ୍ୟ ରହିଛି ଯାହା ଠିକ୍‌ ଭାବେ ଅନୁପାଳନ ହେବା ଦରକାର। ଏଠାରେ ଡିଜିଟାଲ ମିଡିଆ ସାକ୍ଷରତା କଥା ନିଶ୍ଚୟ କହିବା ଉଚିତ ମନେହେବ। ଜନସାଧାରଣ କିପରି ଭ୍ରମାତ୍ମକ ଖବରକୁ ଚିହ୍ନିପାରିବେ ତାହା ସେମାନଙ୍କୁ ଶିଖାଇବା ଆବଶ୍ୟକ। ଏହା ଏକ ସାମାଜିକ ଦାୟିତ୍ୱ। ଭ୍ରମାତ୍ମକ ତଥ୍ୟର ଶୃଙ୍ଖଳା ସେତେବେଳେ ଭାଙ୍ଗିବ ଯେତେବେଳେ ସାଧାରଣ ପାଠକ ଅବା ଦର୍ଶକଟିଏ ସତ୍ୟ ଓ ଅସତ୍ୟର ଭେଦ ଜାଣି ପାରିବ। ସାମ୍ବାଦିକତା ମାନେ କେବଳ ଖବର ଦେବା ନୁହେଁ, ଏହା ଏକ ଦାୟିତ୍ୱ, ଏକ ଆହ୍ବାନ, ଏକ ଜନସେବା। ସତ୍ୟ କେବେ ଲୁଚିଯାଏ ନାହିଁ, ଯଦି ଗଣମାଧ୍ୟମ ତାହାକୁ ନିଷ୍ଠାରେ ପାଳନ କରେ ତେବେ ଜନତାର ଆସ୍ଥା ପୁନଃ ସ୍ଥାପନ ହୋଇପାରିବ।
– ସରୋଜ କୁମାର ଶତପଥୀ
ମୋ:୯୩୪୮୧୨୭୪୪୭

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସରୁ ୩ କ୍ରସ ଭୋଟିଂ: AICCକୁ ଜଣାଇ ଦିଆଯାଇଛି କହିଲେ ଭକ୍ତ

ଭୁବନେଶ୍ୱର,୧୬।୩: କଂଗ୍ରେସରୁ ୩ କ୍ରସ ଭୋଟିଂ ହୋଇଛି ଏ ନେଇ କହିଲେ ପିସିସି ସଭାପତି ଭକ୍ତ ଦାସ। ସେ କହିଛନ୍ତି, ରମେଶ, ସୋଫିଆ, ଦାଶରଥି କ୍ରସ ଭୋଟିଂ…

ଜଲଓ୍ବା ଦେଖାଇଲେ ପ୍ରିୟଙ୍କା ଚୋପ୍ରା: ପ୍ରଥମ ଭାରତୀୟ ଅଭିନେତ୍ରୀ ଭାବେ…

୯୮ତମ ଓସ୍କାର ପୁରସ୍କାର ଉତ୍ସବରେ ବଲିଉଡର ଜଲଓ୍ବା ଦେଖାଇଛନ୍ତି ‘ଦେଶୀ ଗାର୍ଲ’ ପ୍ରିୟଙ୍କା ଚୋପ୍ରା। ଯଦିଓ ତାଙ୍କର କୌଣସି ଚଳଚ୍ଚିତ୍ର ପୁରସ୍କାର ଜିତି ନ ଥିଲା କିନ୍ତୁ…

୨୦୦୮ ରୁ ୨୦୨୬ ପର୍ଯ୍ୟନ୍ତ…, IPL ରୁ ମୋଟ କେତେ ରୋଜଗାର କରିଛନ୍ତି ବିରାଟ କୋହଲି? ଜାଣିଲେ ଆଶ୍ଚର୍ଯ୍ୟହେବେ

ନୂଆଦିଲ୍ଲୀ,୧୬।୩: IPL 2026 ଆରମ୍ଭ ହେବାକୁ ଆଉ ମାତ୍ର ୧୨ ଦିନ ବାକି ଥିବା ବେଳେ, ଏହି ଟୁର୍ଣ୍ଣାମେଣ୍ଟ କ୍ରିକେଟ ମହଲରେ ଆଲୋଚନାର ଏକମାତ୍ର ବିଷୟ ପାଲଟିଛି।…

ରାସ୍ତାରେ ଅଚଳ ୧୦୮ ଆମ୍ବୁଲାନ୍ସ, ପ୍ରସବ ବେଦନାରେ ଛଟପଟ ଆସନ୍ନ ପ୍ରସବା

ନନ୍ଦପୁର/ପାଡୁଆ୧୬।୩(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ବ୍ଲକ ପାନ୍ଥଲୁଙ୍ଗ ପଞ୍ଚାୟତର ଆନ୍ଧ୍ର ସୀମାକୁ ଲାଗି ରହିଥିବା ସାରିଆପାଲି ଗାଁରେ ଜନନୀ ଯନ୍ତ୍ରଣା ଦେଖିବାକୁ ମିଳିଛି।…

ଯୁଦ୍ଧ ମଧ୍ୟରେ ଭାରତକୁ ମିଳିଗଲା ବଡ଼ ରାସ୍ତା: ମାରିନେଲା ବାଜି

ନୂଆଦିଲ୍ଲୀ,୧୬।୩: ପଶ୍ଚିମ ଏସିଆରେ ବଢ଼ୁଥିବା ଉତ୍ତେଜନା ଏବଂ ଘରୋଇ ଗ୍ୟାସ ଅଭାବ ମଧ୍ୟରେ ନୂଆଦିଲ୍ଲୀ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ନିରନ୍ତର ପଦକ୍ଷେପ ନେଉଛି। ଏକ ଆର୍ଥିକ…

ଭିଜିଲାନ୍ସ ଜାଲରେ ଶିକ୍ଷା ବିଭାଗର ଆକାଉଣ୍ଟାଣ୍ଟ, ୬ହଜାର ଟଙ୍କା ଲାଞ୍ଚ ଦାବି….

ବରଗଡ଼,୧୬।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବରପାଲି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ କନିଷ୍ଠ କିରାଣୀ ତଥା ଆକାଉଣ୍ଟାଣ୍ଟ ରଜନୀକାନ୍ତ କର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ…

ପ୍ରଯୁକ୍ତିବିଦ୍ୟାର ଚମତ୍କାର! ChatGPT ବ୍ୟବହାର କରି ତିଆରି କଲେ କ୍ୟାନ୍ସର ଟିକା, ନୂଆ ଜୀବନ ପାଇଲା କୁକୁର

ନୂଆଦିଲ୍ଲୀ,୧୬ା୩: କୃତ୍ରିମ ବୁଦ୍ଧିମତ୍ତା ଆଉ କେବଳ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସୀମିତ ନୁହେଁ; ଏହା ବର୍ତ୍ତମାନ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ମଧ୍ୟ ନୂତନ ଚମତ୍କାର ପ୍ରଦର୍ଶନ କରୁଛି ।…

ଭାଗବଣ୍ଟା ସମୟରେ ଚଢ଼ାଉ କଲା ବନ ବିଭାଗ, ବାର୍‌ହା ମାଂସ ଜବତ ସହ ଶିକାରୀଙ୍କୁ…

ପାଟଣା,୧୬ା୩(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ପୋଇପାଣି ବିଟ୍‌ କୁମୁଳାବାହାଳୀ ଗାଁ ନିକଟ ପୋଇପାଣି ଜଙ୍ଗଲରେ ରବିବାର ରାତିରେ ବନ ବିଭାଗ ଚଢାଉ କରି ବାର୍‌ହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri