ଛେନାପୋଡ଼, ଆରିସା ପିଠାକୁ ନେଇ ବିଭ୍ରାନ୍ତ ତଥ୍ୟ

ଭୁବନେଶ୍ୱର,୯।୭(ଶର୍ମିଷ୍ଠା ପାଣିଗ୍ରାହୀ):ଓଡ଼ିଶାର ପରିଚୟ ବହନ କରୁଥିବା ଅନେକ ଜିନିଷକୁ ନେଇ ବହୁ ସମୟରେ ଦ୍ୱନ୍ଦ୍ୱ ସୃଷ୍ଟି ହେଉଛି। ବିଶେଷକରି ଓଡ଼ିଶାର ଅନେକ ଖାଦ୍ୟକୁ ନେଇ ସାମାଜିକ ଗଣମାଧ୍ୟମରେ ତଥ୍ୟ ଘୂରି ବୁଲୁଛି। ରସଗୋଲାକୁ ନେଇ ବହୁ ତର୍କ ବିତର୍କ ପରେ ଶେଷରେ ରସଗୋଲା ଓଡ଼ିଶାର ବୋଲି ପ୍ରମାଣିତ ହୋଇଛି। ରସଗୋଲା ପରେ ଏବେ ଛେନାପୋଡ଼ ଓ ଆରିସା ପିଠାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ଖାଦ୍ୟ ଡେଲିଭରି ଆପ୍‌ ଜମାଟୋରେ ଛେନାପୋଡ଼ ଓ ଆରିସାକୁ ନେଇ ବିଭ୍ରାନ୍ତିକର ତଥ୍ୟ ଦେଖିବାକୁ ମିଳିଛି, ଯାହାକୁ ନେଇ ସାମାଜିକ ଗଣମାଧ୍ୟମରେ ବଏକଟ୍‌ ଜମାଟୋ କମେଣ୍ଟ ସହ ତଥ୍ୟକୁ ତର୍ଜମା ନ କରି ଏଭଳି ପୋଷ୍ଟ କାହିଁକି କରାଯାଇଛି ବୋଲି ପ୍ରଶ୍ନ ହୋଇଛି। ଏପରି କି ଏହାକୁ ତୁରନ୍ତ ଡିଲିଟ କରିବାକୁ ପ୍ରସ୍ତାବ ଦିଆଯାଇଛି।
ଫେସବୁକ୍‌ରେ ପ୍ରଫେସର ଡ. ଭୁବନାନନ୍ଦ ଅଧିକାରୀ ପୋଷ୍ଟ କରି ଲେଖିଛନ୍ତି, ଜମାଟୋରେ ଛେନାପୋଡ଼, ଆରିସା ପାଖରେ ଏହା ଏକ ପାରମ୍ପରିକ ବଙ୍ଗୀୟ ଖାଦ୍ୟ ବୋଲି ଲେଖା ହୋଇଛି। ଆଜିଯାଏଁ ମୋର ଏହି ବିଷୟ ଦୃଷ୍ଟିଗୋଚର ହୋଇ ନ ଥିଲା। କିଛି ବର୍ଷ ତଳେ ରସଗୋଲା ବିବାଦୀୟ ହୋଇଥିଲା। ମହାପ୍ରଭୁଙ୍କ ପାବନ ଇତିହାସକୁ ଭରସା, ବିଶ୍ୱାସ କରି ତାହା ଓଡ଼ିଶାର ବୋଲି ପ୍ରମାଣିତ ହେଲା। ଏପରି କି ଓଡ଼ିଶାର ପ୍ରାତଃସ୍ମରଣୀୟ ପଞ୍ଚସଖା ବଳରାମ ଦାସଙ୍କୁ ବଙ୍ଗୀୟ କହି ବିରୋଧାଭାସର ଶରବ୍ୟ ହେବାପରେ ସର୍ବସାଧାରଣରେ ହିନ୍ଦୀ ସିନେମା ଜଗତର ଖ୍ୟାତନାମା ଗୀତିକାର ମନୋଜ ମୁନ୍ତାଶିର କ୍ଷମା ପ୍ରାର୍ଥନା କରିଥିଲେ। ଏବେ ଛେନାପୋଡ଼ ଆଉ ଆରିସାକୁ ନେଇ ମଧ୍ୟ ବିବାଦୀୟ ପୋଷ୍ଟ କରାଯାଇଛି। ପ୍ରକୃତରେ ଏ ଦୁଇ ମିଠା ଆଉ ପିଠା କାହାର। ଜିଆଇ ମାନ୍ୟତାରେ ଏହି ଦୁଇ ଖାଦ୍ୟର ମୂଳ ଭୂଖଣ୍ଡ କିଏ। ଏସବୁର ପୁଙ୍ଖାନୁପୁଙ୍ଖ ଆଲୋଚନା ଆବଶ୍ୟକ। ଆମେ ଛେନାପୋଡ଼ ଦିବସ ପାଳନ କରୁଛେ। ବିଶ୍ୱ ସ୍ତରରେ ନିଜ ମାଟି ଓଡ଼ିଶାକୁ ଛେନାପୋଡ଼ର ମାଟି ବୋଲି ହୁଙ୍କାର ଦେଉଛେ। ଏହାସତ୍ତ୍ୱେ ଗୋଟିଏ ଫୁଡ ଡେଲିଭରି ଆପ୍‌ର ଏଭଳି ତ୍ରୁଟିରେ ଆମେ ନୀରବ କାହିଁକି ରହିବା ବୋଲି ଅଧିକାରୀ ପ୍ରଶ୍ନ କରିଛନ୍ତି।
ଏନେଇ ଜିଆଇ ଗବେଷିକା ଅନିତା ସାବତ କହିଛନ୍ତି, ସରକାରୀସ୍ତରରେ ପ୍ରୟାସ ନିତାନ୍ତ ଆବଶ୍ୟକ। ଆମେ ଯେତେ ଚେଷ୍ଟା କଲେ ବି ସରକାରୀସ୍ତରରେ ଏହାର ସଂରକ୍ଷଣ, ତଥ୍ୟ, ପ୍ରଚାର ପ୍ରସାର ନେଇ ଉଦ୍ୟମ ହେଉନାହିଁ। ଗ୍ୟାଜେଟ୍‌ରେ ତଥ୍ୟ ପ୍ରକାଶ ପାଉ। ଗବେଷଣା ହୋଇ ପବ୍ଲିକେଶନ କରାଯାଉ। ନୟାଗଡ଼ର ଛେନାପୋଡ଼ ନେଇ ନିକଟରେ ଜିଆଇ ଆବେଦନ କରାଯାଇଛି। ଜିଆଇ ପାଉଥିବା ମିଠା ତଥ୍ୟ ଅନ୍ୟାନ୍ୟ ଦ୍ରବ୍ୟ ଯେଭଳି ଗୋଟିଏ ସ୍ଥାନରେ ମିଳିବ ସେଭଳି ବ୍ୟବସ୍ଥା ହେଉ। ହେରିଟେଜ ମଲ୍‌ ତିଆରି ହେଉ। ନ ହେଲେ ପ୍ରତି ଷ୍ଟେଶନରେ ଜିଆଇ ଉତ୍ପାଦ ଉପରେ ଷ୍ଟଲ୍‌ ହେଉ। ତା’ହେଲେ ଯାଇ ଅଧିକ ପ୍ରଚାର ପ୍ରସାର ହୋଇପାରିବ।
ଛପନଭୋଗର ମୁଖ୍ୟ ସତ୍ୟବ୍ରତ ମହାନ୍ତି କହିଛନ୍ତି, ୬୦ବର୍ଷ ଇତିହାସ ଦେଖିଲେ ଜଣାଯାଏ ଯେ, ଛେନାପୋଡ଼ ନୟାଗଡ଼ର। ଏଭଳି ଭୁଲ ତଥ୍ୟ ଜମାଟୋରେ ପ୍ରକାଶ ପାଇବା ଅତ୍ୟନ୍ତ ଦୁଃଖଦାୟକ। ଏହାର ବିରୋଧ ହେବା ଆବଶ୍ୟକ। ତଥ୍ୟର ତର୍ଜମା କରି ଏହା ଲେଖିବା ଆବଶ୍ୟକ। ଏବେ ସରକାର ପରିବର୍ତ୍ତନ ହୋଇଛନ୍ତି। ଏଭଳି ସମସ୍ୟା କିଭଳି ବାରମ୍ବାର ନ ହେବ ସେନେଇ ସମୂହ ଉଦ୍ୟମ ଆବଶ୍ୟକ। ଜମାଟୋର ଓଡ଼ିଶା ମୁଖ୍ୟଙ୍କ ସହ କଥା ହୋଇ ଏଭଳି ଭୁଲ୍‌ ତଥ୍ୟକୁ କିଭଳି ଶୀଘ୍ର ହଟେଇ ହେବ ସେନେଇ ଚେଷ୍ଟା କରିବି ବୋଲି ମହାନ୍ତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏସିଆନ ଶୁଟିଂରେ ଭରତର ଆଧିପତ୍ୟ ଜାରି: ସୁରୁଚି-ରାଣାଙ୍କୁ ମିଳିଲା ରୌପ୍ୟ

ନୂଆଦିଲ୍ଲୀ,୫ା୨: ଭାରତ ନୂଆଦିଲ୍ଲୀଠାରେ ଚାଲିଥିବା ଏସିଆନ ଶୁଟିଂ ଚାମ୍ପିୟନଶିପ୍‌ରେ ନିଜ ଆଧିପତ୍ୟ ଜାରି ରଖିଛି। ବିଶ୍ୱ ଚାମ୍ପିୟନ ସମ୍ରାଟ ରାଣା ଓ ବିଶ୍ୱ କପ୍‌ ଫାଇନାଲ ବିଜେତା…

ଘରେ କେହି ନଥିବାର ସୁଯୋଗ ନେଇ ଘରେ କଳାକନା ବୁଲାଇଲେ ଚୋର, ନେଇଗଲେ ୧୦ ଭରି ସୁନା ଗହଣା ସହ…

କୋକସରା,୫।୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା ଆମପାଣି ଥାନା ଆମପାଣି ଗ୍ରାମର ବ୍ୟବସାୟୀ ସନ୍ତୋଷ କୁମାର ସାହୁ ତାଙ୍କ ପରିବାର ଲୋକଙ୍କ ସହିତ ବୁଧବାର ଘରେ ନ…

ବିବାହ ଚର୍ଚ୍ଚା ଭିତରେ ବେବି ବମ୍ପ ସହ ନଜର ଆସିଲେ ଅଭିନେତ୍ରୀ, ସାଥିରେ ଥିଲେ ବିବାହିତ ଅଭିନେତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ମୃଣାଲ ଠାକୁର ବର୍ତ୍ତମାନ ଅଭିନେତା ଧନୁଷଙ୍କ ସହ ତାଙ୍କ ସମ୍ପର୍କ ଏବଂ ତାଙ୍କ ବିବାହ ଯୋଜନା ପାଇଁ ଖବରରେ ଅଛନ୍ତି। ଅଭିନେତ୍ରୀ ସମ୍ପ୍ରତି…

ଫେବୃୟାରୀ ୯ ରେ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି 

ଭୁବନେଶ୍ୱର,୫।୨: ଆସନ୍ତା ସୋମବାର ଫେବୃଆରୀ ୯ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ । ମାନ୍ୟବର ମୁଖ୍ୟମନ୍ତ୍ରୀ ପୂର୍ବାହ୍ନ ୧୦ ଘଟିକାରୁ ୟୁନିଟ-୨, ଅଶୋକ…

ମେଘାଳୟରେ ଭୟଙ୍କର ଖଣି ବିସ୍ଫୋରଣ: ୧୬ ଶ୍ରମିକଙ୍କ ମୃତ୍ୟୁ, ଅନେକ ଫସି ରହିଥିବା ଆଶଙ୍କା

ନୂଆଦିଲ୍ଲୀ,୫।୨: ମେଘାଳୟର ଏକ ବେଆଇନ ଖଣିରେ ବିସ୍ଫୋରଣ ଘଟି ୧୬ ଶ୍ରମିକ ମୃତ୍ୟୁବରଣ କରିଛନ୍ତି। ଗୁରୁବାର ସକାଳେ ଥାଙ୍ଗସ୍କୁ ଅଞ୍ଚଳରେ ଘଟିଥିବା ଏହି ଦୁର୍ଘଟଣାରେ ଏବେ ମଧ୍ୟ…

ଭାରତର ଏହି ଧାବିକା ହେଲେ ସସ୍‌ପେଣ୍ଡ

ନୂଆଦିଲ୍ଲୀ,୫ା୨: ଡୋପ୍‌ ଟେଷ୍ଟକୁ ଏଡାଇ ଭାରତର ଲଙ୍ଗ ଡିଷ୍ଟାନ୍ସ ଧାବିକା ପୂଜା ଆତ୍ମାରାମ ଆଥଲେଟିକ୍ସ ଇଣ୍ଡିଗ୍ରିଟି ୟୁନିଟ୍‌ (ଏଆଇୟୁ) ଦ୍ୱାରା ସାମୟିକ ସସ୍‌ପେଣ୍ଡ ହୋଇଛନ୍ତି। ପୂଜା ୫୦୦୦…

IAS ସ୍ତରରେ ବଡ଼ ଧରଣର ଅଦଳବଦଳ: ଅରବିନ୍ଦ ପାଢ଼ୀଙ୍କୁ ରାଜସ୍ୱ ବିଭାଗ

ଭୁବନେଶ୍ୱର,୫।୨: ଓଡିଶା ସରକାର ସଚିବ ସ୍ତରରେ ବଡ଼ ଅଦଳବଦଳ କରିଛନ୍ତି। ଅନେକ ଅଭିଜ୍ଞ IAS ଅଧିକାରୀଙ୍କୁ ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ସହ ଅତିରିକ୍ତ କାର୍ଯ୍ୟଭାର ମଧ୍ୟ ଅର୍ପଣ…

ଆସିଲା ନୂଆ ଆଇନ, ମହିଳାଙ୍କୁ ମିଳିଲା ମୋଟରସାଇକେଲ ଚଳାଇବାକୁ ଅନୁମତି

ତେହେରାନ,୫।୨: ଇରାନ ସରକାର ମହିଳାମାନଙ୍କ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ଇରାନ ମହିଳାମାନଙ୍କୁ ଆଇନଗତ ଭାବରେ ମୋଟରସାଇକେଲ ଚଲାଇବାକୁ ଅନୁମତି ଦିଆଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri