ଦୁର୍ବଳ ଭିତ୍ତିଭୂମି ଯୋଗୁ ଦୟନୀୟ

ଆଠମଲ୍ଲିକ,୨୦ା୮(ଉଦୀପ୍ତ ପୁରୋହିତ)ଆଠମଲ୍ଲିକ କଲେଜ ପ୍ରତିଷ୍ଠାତା ସଭ୍ୟ ତଥା କଲେଜର ପ୍ରଥମ ଅଧ୍ୟକ୍ଷ ରାମକୃଷ୍ଣ ମିଶ୍ରଙ୍କ କହିବା ଅନୁଯାୟୀ, ରାଜା ପ୍ରଦୀପ ଚନ୍ଦ୍ର ଦେଓ, ଡ. ବ୍ରଜମୋହନ ପାଣିଗ୍ରାହୀ, ତତ୍କାଳୀନ ବିଧାୟକ ବାଳକୃଷ୍ଣ ପଟ୍ଟନାୟକଙ୍କ ସମେତ ଅଞ୍ଚଳର କେତେଜଣ ସୁଯୋଗ୍ୟ ସନ୍ତାନ ଏକତ୍ର ହୋଇ ଆଠମଲ୍ଲିକ କଲେଜ ପ୍ରତିଷ୍ଠାର ପରିକଳ୍ପନା କରିଥିଲେ। କଲେଜ ଗଠନ ନେଇ ହୋଇଥିବା କମିଟିର ସଭାପତି ଭାବେ ତତ୍କାଳୀନ ଉପଜିଲାପାଳ ପର୍ଶୁରାମ କର ଓ ସମ୍ପାଦକ ଭାବେ ରାଜା ଦେଓଙ୍କୁ ଚୟନ କରାଯାଇଥିଲା। ଅବିଭକ୍ତ ଢେଙ୍କାନାଳ ଜିଲାର ତତ୍କାଳୀନ ଜିଲାପାଳ ସରିତା ଜୟନ୍ତ ଦାସଙ୍କ ସହଯୋଗରେ ଉକ୍ତ ପରିକଳ୍ପନା ବାସ୍ତବ ରୂପ ନେଇପାରିଥିଲା। ୧୯୭୮ ମସିହାରେ ମହେନ୍ଦ୍ର ଉଚ୍ଚ ବିଦ୍ୟାଳୟରେ କଲେଜର ପ୍ରଥମ ବର୍ଷ ପାଠପଢା ଆରମ୍ଭ ହୋଇଥିଲା। ତେବେ କଲେଜର ନିଜସ୍ବ ଗୃହ ନ ଥିବାରୁ ସହରର ହରିବନ୍ଧୁ ହୋତା ଏ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ନିଜସ୍ବ କୋଠା ନିର୍ମାଣ ପାଇଁ ସେ ୭୦ ହଜାରରୁ ଅଧିକ ଟଙ୍କା ଦାନ କରିଥିଲେ। ଏଥିସହ ଦାନ ସୂତ୍ରରେ ମିଳିଥିବା ଆଉ କିଛି ଅର୍ଥକୁ ମିଶାଇ ୧୯୭୯ରେ ହରିବନ୍ଧୁ ଛାତ୍ରାବାସ ନିର୍ମାଣ କରାଯାଇଥିଲା। ସେହି ଛାତ୍ରାବାସରେ ହିଁ ଯୁକ୍ତ ୨ ଓ ଯୁକ୍ତ ୩ ପାଠପଢ଼ା ଆରମ୍ଭ ହୋଇଥିଲା। ହେଲେ ଧୀରେ ଧୀରେ ହରିବନ୍ଧୁ ଛାତ୍ରାବାସ ଭିତ୍ତିଭୂମି ଦୁର୍ବଳ ହୋଇପଡ଼ିବାରୁ ୧୯୯୪ରେ ନୂତନ ଛାତ୍ରାବାସକୁ +୩ କଳା ଅନର୍ସର ଛାତ୍ରୀଛାତ୍ରଙ୍କୁ ପଠାଯାଇ ସେଠାରେ ଶିକ୍ଷାଦାନ କରାଯାଇଥିଲା। ପରବର୍ତ୍ତୀ ସମୟରେ ଯୁକ୍ତ ୩ ବିଜ୍ଞାନ ପିଲାଙ୍କୁ ମଧ୍ୟ ସେଠାରେ ଶିକ୍ଷାଦାନ କରାଯାଉଛି। ତେଣୁ ଦୀର୍ଘ ୫୦ ବର୍ଷ ପୂରଣ ହେବାକୁ ବସିଥିବା ଏହି କଲେଜରେ ଯୁକ୍ତ ୩ କଳା ଅନର୍ସ ଓ ବିଜ୍ଞାନ ପିଲାଙ୍କ ପାଇଁ ଆବଶ୍ୟକ କୋଠା ନିର୍ମାଣ କରାଯାଇ ନାହିଁ। କେବଳ ଏହି ଗୋଟିଏ ସମସ୍ୟା ନୁହେଁ, କଲେଜରେ ବିଶୁଦ୍ଧ ପାଇପ୍‌ ପାଣିର ସୁବିଧା କରାଯାଇ ନାହିଁ। ଅଫିସ କାର୍ଯ୍ୟ ତୁଲାଇବା ପାଇଁ ୪ ଜଣ ଅଣଶିକ୍ଷକ କର୍ମଚାରୀଙ୍କ ଆବଶ୍ୟକତା ଥିଲାବେଳେ ମାତ୍ର ଜଣେ କର୍ମଚାରୀ ଦାୟିତ୍ୱ ତୁଲାଉଛନ୍ତି। ୬ ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ସ୍ଥାନରେ ୨ ଜଣ ଅଛନ୍ତି। ଇତିହାସ, ଅର୍ଥନୀତି, ଉଦ୍ଭିଦ ବିଜ୍ଞାନ, ତର୍କ ଶାସ୍ତ୍ର, ରାଜନୀତି ବିଜ୍ଞାନ ଓ ଓଡ଼ିଆ ବିଭାଗରେ ଗୋଟିଏ ଲେଖାଏ ଅଧ୍ୟାପକ ପଦବୀ ଖାଲି ରହିଛି। ଗ୍ରନ୍ଥାଗାରିକ ଓ ସହାୟକ ପଦବୀ ଫାଙ୍କା ପଡ଼ିଛି। କଲେଜ ପ୍ରବେଶ ଦ୍ୱାର ନିକଟରେ ଥିବା ବିଶ୍ରାମାଗାର ବିପଦସଙ୍କୁଳ ଅବସ୍ଥାରେ ଥିବା ସତ୍ତ୍ୱେ ସେଥିପ୍ରତି ଦୃଷ୍ଟି ଦିଆଯାଉ ନାହିଁ। ବାରମ୍ବାର ଦାବି ହେଉଥିଲେ ମଧ୍ୟ ରାଜ୍ୟ ସରକାର ଆଠମଲ୍ଲିକ କଲେଜର ଭିତ୍ତିଭୂମି ସୁଦୃଢ଼ ଦିଗରେ ଦୃଷ୍ଟି ଦେଉ ନ ଥିବାରୁ ଶିକ୍ଷାବିତ୍‌ଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଶ୍ରମ ବିଦ୍ୟାଳୟରେ ରକ୍ତ ଛିଟା: ଯୁକ୍ତ ୨ ଦ୍ୱିତୀୟ ବର୍ଷର ଛାତ୍ରଙ୍କୁ ପିଟିପିଟି ହତ୍ୟା

ସୁବର୍ଣ୍ଣପୁର,୧୬।୧୨: ସୁବର୍ଣ୍ଣପୁରରେ ଚାଞ୍ଚଲ୍ୟ। ଛାତ୍ରଙ୍କୁ ପିଟିପିଟି ହତ୍ୟା। ଯୁକ୍ତ ୨ ଦ୍ୱିତୀୟ ବର୍ଷର ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି। ସୁବର୍ଣ୍ଣପୁର ଜିଲା ତରଭା ଆଶ୍ରମ...

ମେସି ଇଭେଣ୍ଟ୍ ବିବାଦ: ପଶ୍ଚିମବଙ୍ଗ କ୍ରୀଡ଼ା ମନ୍ତ୍ରୀଙ୍କ ଇସ୍ତଫା, ଡିସିପି ନିଲମ୍ବିତ

କୋଲକାତା,୧୬।୧୨: ଆର୍ଜେଣ୍ଟିନାର ଫୁଟବଲ୍ ତାରକା ଲିଓନେଲ୍ ମେସିଙ୍କ କାର୍ଯ୍ୟକ୍ରମ ସମୟରେ କୋଲକାତାର ସଲ୍ଟ ଲେକ୍ ଷ୍ଟାଡିୟମ୍‌ରେ ସୃଷ୍ଟି ହୋଇଥିବା ଅରାଜକତା ଓ ଭଙ୍ଗାରୁଜା ଘଟଣାକୁ ନେଇ...

ଓଡିଶାବାସୀଙ୍କ ପାଇଁ ଖୁସିଖବର: ନିଯୁକ୍ତିକୁ ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୬।୧୨: ଓଡ଼ିଶା ହେବ ଫାର୍ମା ହବ୍‌। ମୁଖ୍ୟମନ୍ତ୍ରୀ ମୋହନ ମାଝି ଫାର୍ମା ସମ୍ମିଳନୀରେ ଓଡ଼ିଶାରେ ଫାର୍ମା ସେକ୍ଟରରେ ନିବେଶ ପାଇଁ ନିବେଶକଙ୍କୁ ଅନୁରୋଧ କରିଛନ୍ତି। ଏ...

IPL 2026 ନିଲାମ: ଜାଣନ୍ତୁ କିଏ ରହିଲେ ଅନ୍‌ ସୋଲ୍ଡ

ଆବୁଧାବି,୧୬।୧୨: IPL 2026 ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଅଷ୍ଟ୍ରେଲିଆ ଅଲ୍‌ରାଉଣ୍ଡର କ୍ୟାମେରନ ଗ୍ରୀନଙ୍କୁ KKR ସର୍ୱାଧିକ ୨୫ କୋଟି ୨୦ ଲକ୍ଷରେ କିଣିଛି। ଫଳରେ...

ଶାଶୁ ପରେ ଜ୍ୱାଇଁ ଘରେ ବୁଲିଲା ବୁଲଡୋଜର: ଏକାବେଳକେ ଛାନିଆ…

ପୁରୀ,୧୬।୧୨(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସ ଅପରେଶନ ଚକ୍ର ଜରିଆରେ ନିଶା ବେପାରୀଙ୍କ ଘର ଉପରେ ବୁଲଡୋଜର ଚଳାଇଛି । ପୂର୍ବରୁ ଗତ ୪ ତାରିଖରେ...

ମାତ୍ର ଏତିକି କୋଟିରେ ଭେଙ୍କଟେଶଙ୍କୁ କିଣିଲା ଏହି ଦଳ, ଗତ ବର୍ଷ ତୁଳନାରେ ପ୍ରାୟ 70 ପ୍ରତିଶତ କମ୍‌

ନୂଆଦିଲ୍ଲୀ,୧୬।୧୨: ଭେଙ୍କଟେଶ ଆୟର ପ୍ରଥମ ଥର ପାଇଁ କୋଲକାତା ନାଇଟ ରାଇଡର୍ସ ବ୍ୟତୀତ ଅନ୍ୟ କୌଣସି IPL ଦଳ ପାଇଁ ଖେଳିବେ। ଯଦିଓ KKR ମଧ୍ୟ...

IPL ଇତିହାସର ସବୁଠୁ ମହଙ୍ଗା ବିଦେଶୀ ଖେଳାଳି ହେଲେ କ୍ୟାମେରନ ଗ୍ରୀନ: ଏତିକି କୋଟି ଟଙ୍କାରେ କିଣିଲା KKR

ଆବୁଧାବି,୧୬।୧୨: IPL 2026 ନିଲାମ ଆରମ୍ଭ ହୋଇଯାଇଛି। ଅଷ୍ଟ୍ରେଲିୟ ଅଲରାଉଣ୍ଡର କ୍ୟାମେରନ ଗ୍ରୀନଙ୍କୁ KKR ୨୫ କୋଟି ୨୦ ଲକ୍ଷରେ କିଣିଛି। ଫଳରେ ମିନି ଅକ୍ସନରେ...

ଗୋଆ ଅଗ୍ନିକାଣ୍ଡ ଘଟଣା: ଭାରତ ଆସିଲେ ଲୁଥ୍ରା ବ୍ରଦର୍ସ

ନୂଆଦିଲ୍ଲୀ,୧୬।୧୨: ଗୋଆ ଅଗ୍ନିକାଣ୍ଡ ଘଟଣା ପରେ ପଲାତକ ଲୁଥ୍ରା ବ୍ରଦର୍ସ ସୌରଭ ଏବଂ ଗୌରବଙ୍କୁ ମଙ୍ଗଳବାର ଭାରତ ଫେରାଇ ଅଣାଯାଇଛି। ଦିଲ୍ଲୀରେ ଲୁଥ୍ରା ବ୍ରଦର୍ସଙ୍କ ବିମାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri