ସ୍କୁଲ ଭିତରେ ଛାତ୍ରୀଙ୍କୁ ଅସଦାଚରଣ: ବନ୍ଧା ହେଲେ ୨ ଶିକ୍ଷକ

ଜଳେଶ୍ୱର,୨୧ା୭(ନବୀନ ସାହୁ): ସ୍କୁଲରେ ନବମ ଶ୍ରେଣୀର ଛାତ୍ରୀଙ୍କୁ ଅସଦାଚରଣ ମାମଲାରେ ଦୁଇ ଶିକ୍ଷକ ଗିରଫ ହୋଇଛନ୍ତି। ଚମାରଗାଁ ପୃଥୁନାଥ ସରକାରୀ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ କୈଳାସ ଚନ୍ଦ୍ର ବେଜ ଓ ପ୍ରଧାନଶିକ୍ଷକ ଭବାନୀ ଶଙ୍କର ପାଳଙ୍କୁ ଗିରଫ କରିଛି ରାଇବଣିଆ ପୋଲିସ। ସହକାରୀ ଶିକ୍ଷକ କୈଳାସ ଚନ୍ଦ୍ର ବେଜ ଦୀର୍ଘ ଦିନ ଧରି ଛାତ୍ରୀଙ୍କୁ ଶ୍ରେଣୀରେ ଅସଦାଚରଣ କରିବା, ତାଙ୍କ ପ୍ରାଇଭେଟ ରୁମ୍‌କୁ ଡାକିବା ଓ ବିଭିନ୍ନ ଧମକ ଚମକ ଦେଉଥିଲେ। ଛାତ୍ରୀଙ୍କ ମାଆଙ୍କ ଅଭିଯୋଗ ମୂଳେ ରାଇବଣିଆ ପୋଲିସ ଗତ କାଲି ବିଳମ୍ବିତ ରାତିରେ ଗିରଫ କରିଛି। ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲା ରାଇବଣିଆ ଥାନା ଅଞ୍ଚଳରେ, ଚମାର ଗାଁସ୍ଥିତ ପୃଥୁନାଥ ସରକାରୀ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ କୈଳାସ ଚନ୍ଦ୍ର ବେଜ୍‌ ଏକ ନବମ ଶ୍ରେଣୀ ଛାତ୍ରୀକୁ କ୍ଲାସ୍‌ରେ ପାଠ ପାଇବା ସମୟରେ ଛାତ୍ରୀଙ୍କ ଶରୀରରେ ବିଭିନ୍ନ ସ୍ଥାନରେ ହାତ ମାରିବା ଓ ଅଶାଳୀନ ଇଙ୍ଗିତ କରିବା ସହିତ ନିଜର ବ୍ୟକ୍ତିଗତ କୋଠରିକୁ ଡାକିଥିଲେ। ଏନେଇ ଛାତ୍ରୀ ଜଣକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଭବାନୀ ଶଙ୍କର ପାଳଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ସେ କୌଣସି ପଦକ୍ଷେପ ନେଇ ନ ଥିଲେ। ଗତ ଦୁଇ ଦିନ ତଳେ ଛାତ୍ରୀ ଜଣକ ନିଜ ମା’କୁ ଏ ସମ୍ପର୍କରେ ଜଣାଇ ଥିଲେ। ଗତ ରବିବାର ସନ୍ଧ୍ୟାରେ ଛାତ୍ରୀଙ୍କ ମା’ ରାଇବଣିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହି ଅଭିଯୋଗ ମୂଳେ ରାଇବଣିଆ ପୋଲିସ ସହକାରୀ ଶିକ୍ଷକ କୈଳାସ ଚନ୍ଦ୍ର ବେଜ ଓ ପ୍ରଧାନଶିକ୍ଷକ ଭବାନୀ ଶଙ୍କର ପାଳଙ୍କ ଗିରଫ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣପୁର ରେଳ ଷ୍ଟେଶନରେ ଯୁବକଙ୍କୁ ଧକ୍କା ଦେଲା ଟ୍ରେନ, ମୃତଦେହ ଉପରେ ପୁଣି ମାଡ଼ିଗଲା ଇଞ୍ଜିନ

ଗୁଣପୁର,୨୧ା୧(ସଂକେତ ପାତ୍ର): ଗୁଣପୁର ରେଳ ଷ୍ଟେଶନରେ ଦୁର୍ଘଟଣା । ଟ୍ରନ ଧକ୍କାରେ ଯୁବକଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତେବେ ଯୁବକଙ୍କ ଅସାବଧାନତା ପାଇଁ ଦୁର୍ଘଟଣା...

ଆଜି ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟି୨୦: ସୂର୍ଯ୍ୟକୁମାରଙ୍କ ଉପରେ ସମସ୍ତଙ୍କ ନଜର

ନାଗପୁର,୨୧ା୧: ସ୍ଥାନୀୟ ବିଦର୍ଭ କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ବୁଧବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ।...

ଗଛରେ ଚଢ଼ି କାଠ କାଟୁଥିଲେ ଶ୍ରମିକ, ହଠାତ୍‌ ଘଟିଲା ଏମିତି…

କେନ୍ଦ୍ରାପଡ଼ା,୨୧ା୧(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ନିକିରାଇ ଥାନା ଅନ୍ତର୍ଗତ ପାଳକଣା ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଜଣେ ଶ୍ରମିକ ଚାକୁଣ୍ଡା ଗଛରେ ଚଢ଼ି କାଠ...

ଲକ୍ଷ୍ମୀସାଗର ବୁଦ୍ଧନଗର ଅଞ୍ଚଳରେ ଯୁବତୀଙ୍କୁ ବଳାତ୍କାର, ଭଡ଼ାଘରେ ରହି…

ଭୁବନେଶ୍ୱର,୨୧ା୧ : ରାଜଧାନୀ ଭୁବନେଶ୍ବରରେ ଯୁବତୀଙ୍କୁ ବଳାତ୍କାର ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି । ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରି ଜଣେ ଯୁବକଙ୍କୁ...

ଅଧିକାରୀଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ, ସମୟସୀମା ମଧ୍ୟରେ…

ଭୁବନେଶ୍ୱର,୨୧ା୧: ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ। କେନ୍ଦ୍ର ସରକାରଙ୍କ ଚିଠିକୁ ଗୁରୁତ୍ୱ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।...

ଜେଡି ଭାନ୍ସ ଆମେରିକାକୁ ଏମିତି ଖବର ଦେଲେ ଯେ ଖୁସି ହୋଇଗଲା ହ୍ବାଇଟ ହାଉସ, ଜାଣନ୍ତୁ କ’ଣ…

ଓ୍ବାଶିଂଟନ,୨୧।୧: ଆମେରିକାର ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ଏବଂ ତାଙ୍କ ପତ୍ନୀ ଉଷା ଭାନ୍ସ ଜୁଲାଇ ଶେଷ ଭାଗରେ ସେମାନଙ୍କର ଚତୁର୍ଥ ସନ୍ତାନ ଆଶା କରୁଛନ୍ତି। ଭାନ୍ସ...

କାର୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ପିକ୍‌ଅପ୍‌: ୩ ଗୁରୁତର

ବାରିପଦା,୨୧ା୧: ଏନ୍‌ଏଚ୍‌ ୧୬ ଦରକୋଳି ଛକରେ ସିରିଜ ଦୁର୍ଘଟଣା ଘଟିଛି। ଏକ କାର୍‌କୁ ଗୋଟିଏ ପିକ୍‌ଅପ୍‌ ଧକ୍କା ଦେଇଥିବାବେଳେ ପରେ ଟ୍ରକ୍‌କୁ ଧକ୍କା ଦେଇଥିଲା ପିକ୍‌ଅପ୍‌।...

ଶ୍ରୀ ରାମ ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସ ଅସୁସ୍ଥ, ୩୬ ଘଣ୍ଟା ଉପବାସରେ

ଲକ୍ଷ୍ନୌ,୨୧।୧: ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ ଖରାପ ହୋଇଯାଇଛି। ଗତ ୩୬ଘଣ୍ଟା ଧରି ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri