ଅବ୍ୟବସ୍ଥାରେ ମିର୍ଜାପୁର ଇଣ୍ଡିଆନ୍‌ ବ୍ୟାଙ୍କ୍‌ ଶାଖା

କାଏମା,୨୬ା୬(ଶିବପ୍ରସାଦ ମହାନ୍ତି): ଧର୍ମଶାଳା ବ୍ଲକ ଅନ୍ତର୍ଗତ ମିର୍ଜାପୁରଠାରେ ଥିବା ଇଣ୍ଡିଆନ୍‌ ବ୍ୟାଙ୍କ୍‌ ଶାଖା ଅବ୍ୟବସ୍ଥା ମଧ୍ୟରେ ଚାଲିଥିବା ଅଭିଯୋଗ ହୋଇଛି। ଏହି ଶାଖାରେ ୪୦ ହଜାରରୁ ଊର୍ଦ୍ଧ୍ୱ ଗ୍ରାହକଙ୍କ ଜମାଖାତା ରହିଛି। ଫଳରେ ଏଠାରେ ସବୁଦିନ ଭିଡ଼ ରହୁଛି। କିନ୍ତୁ ଉକ୍ତ ଶାଖାରେ ଗ୍ରାହକଙ୍କୁ ଉପଯୁକ୍ତ ସୁବିଧା ମିଳୁ ନ ଥିବା ଅନେକ ଗ୍ରାହକ ଅଭିଯୋଗ କରିଛନ୍ତି। ଏହାପ୍ରଥମେ ଆଲାହାବାଦ ବ୍ୟାଙ୍କଥିବାଳ ବେଳେ ପରେ ମିଶ୍ରଣ ହୋଇ ଇଣ୍ଡିଆନ ବ୍ୟାଙ୍କ ଭାବେ ପରିଚିତ ହୋଇଛି। ସେବେଠୁ ଆଜିଯାଏ ଉକ୍ତ ଶାଖାରେ ସୁରକ୍ଷାକର୍ମୀ ନାହାନ୍ତି। ଏଠାରେ ପୂର୍ବରୁ ୩ଜଣ କର୍ମଚାରୀ ଥିବାବେଳେ କିଛିଦିନ ତଳେ ଜଣକର ବଦଳି ହୋଇଛି। ତାଙ୍କ ସ୍ଥାନରେ ଆଉ କାହାରିକୁ ନିଯୁକ୍ତି ଦିଆଯାଇନାହିଁ। ଏବେ କେବଳ ବ୍ୟାଙ୍କ ଶାଖା ପରିଚାଳକ ଓ କ୍ୟାଶିୟରଙ୍କୁ ନେଇ କାର୍ଯ୍ୟ ଚାଲୁଛି। ଜଣେ କର୍ମଚାରୀଙ୍କ ଅଭାବରୁ ପାସ୍‌ ବୁକ୍‌ ପ୍ରିଣ୍ଟ କରିବାକୁ ଗଲେ ତାହା ପ୍ରିଣ୍ଟ୍‌ ହେବାକୁ ୨ ଦିନ ଲାଗୁଛି। ଜମା ଖାତା ବ୍ୟାଙ୍କରେ ଦାଖଲ କରିବାର ୨ ଦିନ ପରେ ପ୍ରିଣ୍ଟ୍‌ କରି ଦିଆଯାଉଛି। କେତେବେଳେ ଯଦି ଜଣେ କର୍ମଚାରୀ ଛୁଟିରେ ରହୁଛନ୍ତି ସେଦିନ ବ୍ୟାଙ୍କ୍‌ ସେବା ଏକ ପ୍ରକାର ଠପ୍‌ ହୋଇଯାଇଛି। ବ୍ୟାଙ୍କରେ ଏସି ନ ଥିବାରୁ ଗ୍ରାହକ ଓ ବ୍ୟାଙ୍କ କର୍ମଚାରୀ ଖରା, ଗରମ ସମୟରେ ଛଟପଟ ହେଉଛନ୍ତି।
ଉକ୍ତ ବ୍ୟାଙ୍କ୍‌ ଶାଖାଟି ଗାଁ ମଝିରେ ଥିବାରୁ କେତେଜଣ ସ୍ଥାନୀୟ ଟ୍ରକ୍‌ ମାଲିକ ଅନେକ ସମୟରେ ବ୍ୟାଙ୍କ ସମ୍ମୁଖରେ ବେଆଇନ ଭାବେ ଗାଡ଼ି ପାର୍କିଂ କରୁଛନ୍ତି। ସେହିପରି ବ୍ୟାଙ୍କ୍‌ ଶାଖାକୁ ଲାଗି ବିଭିନ୍ନ ସମୟରେ ଇଟାଭାଟି ଜଳୁଛି। ଫଳରେ ଇଟାଭାଟି ଧୂଅଁାରେ ଲୋକେ ଅଣନିଃଶ୍ୱାସୀ ହୋଇପଡୁଛନ୍ତି। ଇଟା ତିଆରି ପାଇଁ କୁଢ଼କୁଢ଼ ମାଟିଗଦା ହୋଇଛି। ଏନେଇ ଅଭିଯୋଗ ହେଲେ ମଧ୍ୟ ତହସିଲ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ। କେତେଜଣ ରାଜସ୍ବ କର୍ମଚାରୀ ହାତଗୁଞ୍ଜା ନେଇ ବେଆଇନ ଇଟାଭାଟିକୁ ଅନୁମତି ଦେଉଥିବାରୁ ଅଞ୍ଚଳରେ ବାୟୁ ପ୍ରଦୂଷଣ ବଢ଼ିବାରେ ଲାଗିଛି। ବେଆଇନ ଇଟାଭାଟି ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଥିଲେ ସୁଦ୍ଧା ଧର୍ମଶାଳା ଅଞ୍ଚଳରେ ଏହା କାର୍ଯ୍ୟକାରୀ ହୋଇପାରୁ ନାହିଁ ବୋଲି ଲୋକେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ସାଲେପୁର ଆର୍‌ଆଇ ରାମେଶ୍ୱରୀ ଜେନାଙ୍କୁ ପଚାରିବାରେ ସେ କହିଛନ୍ତି, ବେଆଇନ ଇଟାଭାଟି ସମ୍ପର୍କରେ ତାଙ୍କ ନିକଟରେ କୌଣସି ଖବର ନାହିଁ। ଖବର ମିଳିଲେ ସେ ତହସିଲଦାରଙ୍କୁ ଜଣାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଅନ୍ୟପକ୍ଷରେ ବ୍ୟାଙ୍କର ନାନା ଅବ୍ୟବସ୍ଥା ସମ୍ପର୍କରେ ଶାଖା ପରିଚାଳକ ଜଗଦୀଶ ଚନ୍ଦ୍ର ବେହେରାଙ୍କୁ ପଚାରିଥିଲେ ମଧ୍ୟ ସେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

ଜିଲାପାଳ, ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣି: ସମସ୍ୟା ସମାଧାନ କଲେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପ ଜିଲପାଳଙ୍କ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲାପାଳ ଭି. କିର୍ତ୍ତି ଭାସନ ଓ ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri