ଅବ୍ୟବସ୍ଥାରେ ମିର୍ଜାପୁର ଇଣ୍ଡିଆନ୍‌ ବ୍ୟାଙ୍କ୍‌ ଶାଖା

କାଏମା,୨୬ା୬(ଶିବପ୍ରସାଦ ମହାନ୍ତି): ଧର୍ମଶାଳା ବ୍ଲକ ଅନ୍ତର୍ଗତ ମିର୍ଜାପୁରଠାରେ ଥିବା ଇଣ୍ଡିଆନ୍‌ ବ୍ୟାଙ୍କ୍‌ ଶାଖା ଅବ୍ୟବସ୍ଥା ମଧ୍ୟରେ ଚାଲିଥିବା ଅଭିଯୋଗ ହୋଇଛି। ଏହି ଶାଖାରେ ୪୦ ହଜାରରୁ ଊର୍ଦ୍ଧ୍ୱ ଗ୍ରାହକଙ୍କ ଜମାଖାତା ରହିଛି। ଫଳରେ ଏଠାରେ ସବୁଦିନ ଭିଡ଼ ରହୁଛି। କିନ୍ତୁ ଉକ୍ତ ଶାଖାରେ ଗ୍ରାହକଙ୍କୁ ଉପଯୁକ୍ତ ସୁବିଧା ମିଳୁ ନ ଥିବା ଅନେକ ଗ୍ରାହକ ଅଭିଯୋଗ କରିଛନ୍ତି। ଏହାପ୍ରଥମେ ଆଲାହାବାଦ ବ୍ୟାଙ୍କଥିବାଳ ବେଳେ ପରେ ମିଶ୍ରଣ ହୋଇ ଇଣ୍ଡିଆନ ବ୍ୟାଙ୍କ ଭାବେ ପରିଚିତ ହୋଇଛି। ସେବେଠୁ ଆଜିଯାଏ ଉକ୍ତ ଶାଖାରେ ସୁରକ୍ଷାକର୍ମୀ ନାହାନ୍ତି। ଏଠାରେ ପୂର୍ବରୁ ୩ଜଣ କର୍ମଚାରୀ ଥିବାବେଳେ କିଛିଦିନ ତଳେ ଜଣକର ବଦଳି ହୋଇଛି। ତାଙ୍କ ସ୍ଥାନରେ ଆଉ କାହାରିକୁ ନିଯୁକ୍ତି ଦିଆଯାଇନାହିଁ। ଏବେ କେବଳ ବ୍ୟାଙ୍କ ଶାଖା ପରିଚାଳକ ଓ କ୍ୟାଶିୟରଙ୍କୁ ନେଇ କାର୍ଯ୍ୟ ଚାଲୁଛି। ଜଣେ କର୍ମଚାରୀଙ୍କ ଅଭାବରୁ ପାସ୍‌ ବୁକ୍‌ ପ୍ରିଣ୍ଟ କରିବାକୁ ଗଲେ ତାହା ପ୍ରିଣ୍ଟ୍‌ ହେବାକୁ ୨ ଦିନ ଲାଗୁଛି। ଜମା ଖାତା ବ୍ୟାଙ୍କରେ ଦାଖଲ କରିବାର ୨ ଦିନ ପରେ ପ୍ରିଣ୍ଟ୍‌ କରି ଦିଆଯାଉଛି। କେତେବେଳେ ଯଦି ଜଣେ କର୍ମଚାରୀ ଛୁଟିରେ ରହୁଛନ୍ତି ସେଦିନ ବ୍ୟାଙ୍କ୍‌ ସେବା ଏକ ପ୍ରକାର ଠପ୍‌ ହୋଇଯାଇଛି। ବ୍ୟାଙ୍କରେ ଏସି ନ ଥିବାରୁ ଗ୍ରାହକ ଓ ବ୍ୟାଙ୍କ କର୍ମଚାରୀ ଖରା, ଗରମ ସମୟରେ ଛଟପଟ ହେଉଛନ୍ତି।
ଉକ୍ତ ବ୍ୟାଙ୍କ୍‌ ଶାଖାଟି ଗାଁ ମଝିରେ ଥିବାରୁ କେତେଜଣ ସ୍ଥାନୀୟ ଟ୍ରକ୍‌ ମାଲିକ ଅନେକ ସମୟରେ ବ୍ୟାଙ୍କ ସମ୍ମୁଖରେ ବେଆଇନ ଭାବେ ଗାଡ଼ି ପାର୍କିଂ କରୁଛନ୍ତି। ସେହିପରି ବ୍ୟାଙ୍କ୍‌ ଶାଖାକୁ ଲାଗି ବିଭିନ୍ନ ସମୟରେ ଇଟାଭାଟି ଜଳୁଛି। ଫଳରେ ଇଟାଭାଟି ଧୂଅଁାରେ ଲୋକେ ଅଣନିଃଶ୍ୱାସୀ ହୋଇପଡୁଛନ୍ତି। ଇଟା ତିଆରି ପାଇଁ କୁଢ଼କୁଢ଼ ମାଟିଗଦା ହୋଇଛି। ଏନେଇ ଅଭିଯୋଗ ହେଲେ ମଧ୍ୟ ତହସିଲ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ। କେତେଜଣ ରାଜସ୍ବ କର୍ମଚାରୀ ହାତଗୁଞ୍ଜା ନେଇ ବେଆଇନ ଇଟାଭାଟିକୁ ଅନୁମତି ଦେଉଥିବାରୁ ଅଞ୍ଚଳରେ ବାୟୁ ପ୍ରଦୂଷଣ ବଢ଼ିବାରେ ଲାଗିଛି। ବେଆଇନ ଇଟାଭାଟି ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଥିଲେ ସୁଦ୍ଧା ଧର୍ମଶାଳା ଅଞ୍ଚଳରେ ଏହା କାର୍ଯ୍ୟକାରୀ ହୋଇପାରୁ ନାହିଁ ବୋଲି ଲୋକେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ସାଲେପୁର ଆର୍‌ଆଇ ରାମେଶ୍ୱରୀ ଜେନାଙ୍କୁ ପଚାରିବାରେ ସେ କହିଛନ୍ତି, ବେଆଇନ ଇଟାଭାଟି ସମ୍ପର୍କରେ ତାଙ୍କ ନିକଟରେ କୌଣସି ଖବର ନାହିଁ। ଖବର ମିଳିଲେ ସେ ତହସିଲଦାରଙ୍କୁ ଜଣାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଅନ୍ୟପକ୍ଷରେ ବ୍ୟାଙ୍କର ନାନା ଅବ୍ୟବସ୍ଥା ସମ୍ପର୍କରେ ଶାଖା ପରିଚାଳକ ଜଗଦୀଶ ଚନ୍ଦ୍ର ବେହେରାଙ୍କୁ ପଚାରିଥିଲେ ମଧ୍ୟ ସେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri