Posted inଫୁରସତ

ସ୍ମୃତିର ଆଇନା

କଥାରେ ଅଛି ‘ଏ ଫଟୋଗ୍ରାଫ୍‌ ସ୍ପିକ୍ସ ଏ ଥାଉଜାଣ୍ଡ ଓ୍ବାର୍ଡସ୍‌’। ଅର୍ଥାତ ଗୋଟିଏ ଫଟୋ କହିପାରେ ହଜାରେ ଶବ୍ଦ। ଫଟୋଗ୍ରାଫି ଏଭଳି ଏକ କଳା ଯାହାଲାଗି ଆବଶ୍ୟକ ହୋଇଥାଏ ଆବେଗ, ଉତ୍କଣ୍ଠା, କୌତୁହଳ ଏବଂ ସୃଜନଶୀଳତା। ସାଧାରଣ ମୂହୁର୍ତ୍ତଟିଏ କ୍ୟାମେରା ଲେନ୍ସରେ କଏଦ ହେବା ପରେ ହୋଇଯାଏ ଅମୂଲ୍ୟ। ସାରାଜୀବନ ସାଇତି ରଖିବା ଲାଗି ଏହା ଆମକୁ ଅନେକ ସ୍ମୃତି ମଧ୍ୟ ଦେଇଯାଏ। ଏହା କାହାପାଇଁ ନିଶା ତ କାହାପାଇଁ ପେସା। ଆଜିକାଲି ଡିଜିଟାଲ ଏବଂ ସ୍ମାର୍ଟଫୋନ ଯୁଗରେ ସମସ୍ତେ ଜଣେ ଜଣେ ଫଟୋଗ୍ରାଫର କହିଲେ ଅତ୍ୟୁକ୍ତି ହେବ ନାହିଁ। ଅତ୍ୟାଧୁନିକ ଟେକ୍ନୋଲୋଜି ଦିନକୁ ଦିନ ଫଟୋ ଏବଂ ଫଟୋଗ୍ରାଫିକୁ ନୂଆ ଦିଶା ଦେଉଛି। ସେଲ୍ଫି ନେବାଠାରୁ ଆରମ୍ଭ କରି ଯୁଦ୍ଧ ତଥା ମାନବିକ ଅଧିକାରର ଉଲ୍ଲଂଘନ ପର୍ଯ୍ୟନ୍ତ ବିଭିନ୍ନ ଘଟଣାବଳୀର ଫଟୋ ଲୋକେ ଉଠାଉଛନ୍ତି। ଫଟୋଗ୍ରାଫିର ଗୁରୁତ୍ୱକୁ ମନେ ପକାଇଦେବା ଲାଗି ତଥା ବିଶେଷ ମୁହୂର୍ତ୍ତକୁ ତୋଳି ଧରୁଥିବା ସେହି ବ୍ୟକ୍ତିଙ୍କ ପାଇଁ ଅଗଷ୍ଟ ୧୯କୁ ବିଶ୍ୱ ଫଟୋଗ୍ରାଫି ଦିବସ ଭାବେ ପାଳନ କରାଯାଏ। ଏହି ଦିନ ଫଟୋଗ୍ରାଫରମାନଙ୍କ ପାଇଁ ଆସିଥାଏ ପ୍ରୋତ୍ସାହନର ବାର୍ତ୍ତା। ସେହିଭଳି ଚିତ୍ର ଉତ୍ତୋଳନ କରିବାର କଳା ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥାଏ।
୧୮୩୭ ମସିହାରୁ ବିଶ୍ୱ ଫଟୋଗ୍ରାଫି ଦିବସ ଆରମ୍ଭ ହୋଇଥିଲା। ଫ୍ରାନ୍ସରେ ଜୋସେଫ ନିକେଫୋର ନିପ୍ସେ ଏବଂ ଲୁଇ ଡାଗୁରେ ପ୍ରଥମ ଫଟୋଗ୍ରାଫିକ ପ୍ରକ୍ରିୟା ଡାଗୁରେରୋଟାଇପ୍‌ ଉଦ୍ଭାବନ କରିଥିଲେ। ୧୮୬୧ ମସିହାରେ ପ୍ରଥମ ସ୍ଥାୟୀ ରଙ୍ଗିନ ଫଟୋଗ୍ରାଫ ଉତ୍ତୋଳିତ ହୋଇଥିଲା। ସେବେଠାରୁ ଫଟୋଗ୍ରାଫିର ମାଧ୍ୟମ ବିକଶିତ ହେଲା। ପ୍ରଥମ ଡିଜିଟାଲ ଫଟୋଗ୍ରାଫ ୧୯୫୭ ମସିହାରେ, ଡିଜିଟାଲ କ୍ୟାମେରା ଉଦ୍ଭାବନ ହେବାର ଦୁଇ ଦଶନ୍ଧି ପୂର୍ବରୁ ସୃଷ୍ଟି କରାଯାଇଥିଲା। ଫ୍ରେଞ୍ଚ ଏକାଡେମୀ ଅଫ ସାଇନ୍ସ ଆନୁଷ୍ଠାନିକ ଭାବରେ ୧୮୩୯ ମସିହାରେ ଡାଗୁରେରୋଟାଇପ ଉଦ୍ଭାବନକୁ ଜନସାଧାରଣଙ୍କ ନିକଟରେ ଘୋଷଣା କଲା। ୧୯ ଅଗଷ୍ଟ ୧୮୩୯ରେ ଫ୍ରାନ୍ସ ସରକାର ଏହି ଉପକରଣ ପାଇଁ ପେଟେଣ୍ଟ କରିଥିଲେ। ପରେ ଏହି ଦିନଟି ବିଶ୍ୱ ଫଟୋଗ୍ରାଫି ଦିବସ ଭାବରେ ପାଳନ କରାଯିବାକୁ ନିଷ୍ପତ୍ତିି ଗ୍ରହଣ ହୋଇଥିଲା। ୨୦୧୦ ଅଗଷ୍ଟ ୧୯ରେ ସର୍ବପ୍ରଥମେ ଏକ ଗ୍ଲୋବାଲ ଅନଲାଇନ ଗ୍ୟାଲେରି ସୃଷ୍ଟି କରାଯାଇଥିଲା। ଏହା ଥିଲା ଐତିହାସିକ ଦିନ କାରଣ ବିଶ୍ୱର ୨୭୦ ଫଟୋଗ୍ରାଫର ଫଟୋଗ୍ରାଫ ମାଧ୍ୟମରେ ସେମାନଙ୍କ ଧାରଣାକୁ ଶେୟାର କରିଥିଲେ। ୧୦୦ରୁ ଊର୍ଦ୍ଧ୍ୱ ଦେଶର ଲୋକେ ଉକ୍ତ ଓ୍ବେବସାଇଟ ପରିଦର୍ଶନ କରିଥିଲେ। ଭାରତରେ ବିଶ୍ୱ ଫଟୋଗ୍ରାଫି ଦିବସ ଖୁବ ଉତ୍ସାହ ଓ ଉଦ୍ଦୀପନାର ସହିତ ପାଳନ କରାଯାଏ। ରାଜଧାନୀ ଦିଲ୍ଲୀ ସମେତ ବିଭିନ୍ନ ରାଜ୍ୟର ରାଜଧାନୀରେ ବିଭିନ୍ନ କାର୍ଯ୍ୟକ୍ରମ ସହିତ ଏହା ପାଳିତ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ମଧ୍ୟରେ କାହିଁକି ଭାଇରାଲ ହେଲା ଟ୍ରମ୍ପଙ୍କ ପୁରୁଣା ବୟାନ? ଜାଣନ୍ତୁ କ’ଣ କହିଛନ୍ତି ସବୁଠାରୁ ଶକ୍ତିଶାଳୀ ଦେଶର ରାଷ୍ଟ୍ରପତି

ଓ୍ବାଶିଂଟନ,୩୧।୩: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ୧୯୮୭ ମସିହାର ଏକ ପୁରୁଣା ସାକ୍ଷାତକାର ଶେୟାର କରିଛନ୍ତି, ଯେଉଁଥିରେ ସେ ଇରାନ ସମ୍ପର୍କରେ ଅତ୍ୟନ୍ତ ଆକ୍ରମଣାତ୍ମକ…

୪ ବର୍ଷ ହେଲା ସରୁନାହିଁ ପାନୀୟଜଳ ପ୍ରକଳ୍ପ କାମ: ପାଣି ପାଇଁ ଡହଳବିକଳ ଗ୍ରାମବାସୀ

ଲୋଇସିଂହା,୩୧।୩(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ଭରସୁଜା ପଞ୍ଚାୟତ ପିପିଲିପାଲିରେ ପୋଖରୀ, ନାଲା ଶୁଖିଲା ପଡିଛି। ଏପରି ଗ୍ରାମର ନଳକୂପରୁ ପାଣି ବାହାରୁ ନାହିଁ। ଏଭଳି ପରିସ୍ଥିତିରେ…

ସରକାରୀ ବସ୍‌ଷ୍ଟାଣ୍ଡ୍‌, ମିଳୁନି ମୌଳିକ ସେବା: ଯାତ୍ରୀ ହଟହଟା

ବରଗଡ଼,୩୧।୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହର ବିକଶିତ ହେଉଛି। ରାସ୍ତାଘାଟ ପ୍ରଶସ୍ତୀକରଣ ସହିତ ରାସ୍ତାପାର୍ଶ୍ୱରେ ନୂତନ ଡ୍ରେନ୍‌ ନିର୍ମାଣ କରାଯାଉଛି। ଏଥିପାଇଁ ଅନେକ ଗରିବ ଖଟିଖିଆ ଲୋକଙ୍କୁ ସେମାନଙ୍କ ଉଠା…

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri