Posted inଖେଳ

ମିରାଣ୍ଡା ମୁଖ୍ୟ କୋଚ୍‌ ନିଯୁକ୍ତ

ମିରାଣ୍ଡା, ୪ା୮(ପି.ଟି.):ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌) ଗୁରୁବାର କ୍ଲିଫର୍ଡ ମିରାଣ୍ଡାଙ୍କୁ ଭାରତୀୟ ୨୩ ବର୍ଷରୁ କମ୍‌ ପୁରୁଷ ଫୁଟ୍‌ବଲ ଦଳର ମୁଖ୍ୟ କୋଚ୍‌ ଭାବେ ନିଯୁକ୍ତି ଦେଇଛି। ଏଆଇଏଫ୍‌ଏଫ୍‌ର ଟେକ୍‌ନିକାଲ କମିଟି ଅନ୍ୟ କେତୋଟି ଗୁରୁତ୍ୱପୂର୍ଣ୍ଣ ପଦବୀରେ ମଧ୍ୟ ନିଯୁକ୍ତି ପ୍ରଦାନ କରିଛି। ନାଲାପ୍ପାନ ମୋହନରାଜଙ୍କୁ ସହକାରୀ କୋଚ୍‌, ରଘୁବୀର ଖାନଓ୍ବାଲକରଙ୍କୁ ଗୋଲ୍‌ କିପିଙ୍ଗ କୋଚ୍‌ ଏବଂ ଗାଭିନ ଏଲିଆସ ଅରାଉଜୋଙ୍କୁ ଦଳର ଫିଟ୍‌ନେସ୍‌ କୋଚ୍‌ ଭାବେ ନିଯୁକ୍ତି ପ୍ରଦାନ କରିଛି। ଏଆଇଏଫ୍‌ଏଫ୍‌ ଆହୁରି ମଧ୍ୟ ୨୩ବର୍ଷରୁ କମ୍‌ ଏଏଫ୍‌ସି ଏସିଆନ କପ୍‌ କ୍ୱାଲିଫାୟର୍ସ କାତାର ପାଇଁ ୨୮ଜଣିଆ ସମ୍ଭାବ୍ୟ ଖେଳାଳି ତାଲିକା ପ୍ରକାଶ କରିଛି। ଆଇଏମ୍‌ ବିଜୟନଙ୍କ ଅଧ୍ୟକ୍ଷତାରେ ଭିଡିଓ କନ୍‌ଫରେନ୍ସ ଜରିଆରେ ଅନୁଷ୍ଠିତ ଟେକ୍‌ନିକାଲ କମିଟି ବୈଠକରେ ପିଙ୍କି ବୋମ୍ପାଲ ମଗର, ହରଜିନ୍ଦର ସିଂ, ଅରୁଣ ମାଲହୋତ୍ରା, କ୍ଲାଇମାକ୍ସ ଲରେନ୍ସ, ଇଜନେଶନ ଲିଙ୍ଗ୍‌ଦୋ ଏବଂ ଏଆଇଏଫ୍‌ଏଫ୍‌ ଟେକ୍‌ନିକାଲ ଡାଇରେକ୍ଟର ସୟଦ ଶବିର ପାଶା ପ୍ରମୁଖ ଯୋଗ ଦେଇଥିଲେ। ମିରାଣ୍ଡା ୨୦୦୫ରୁ ୨୦୧୪ ଯାଏ ଜଣେ ମିଡ୍‌ଫିଲ୍ଡର ଭାବେ ଭାରତ ତରଫରୁ ୯ବର୍ଷ ପ୍ରତିନିଧିତ୍ୱ କରିଛନ୍ତି। ସେ ତାଙ୍କ କ୍ୟାରିୟରରେ ଦୁଇ ସାଫ୍‌ ଚାମ୍ପିୟନଶିପ୍‌, ଦୁଇ ନେହେରୁ କପ୍‌ ଟାଇଟଲ ଏବଂ ବ୍ଲ୍ୟୁ ଟାଇଗର୍ସ ସହ ଏକ ଏଏଫ୍‌ସି ଚ୍ୟାଲେଞ୍ଜ କପ୍‌ ଜିତିଛନ୍ତି। କ୍ଲବ ଲେଭଲରେ ସେ ଡେମ୍ପୋ ଏସ୍‌ସି ସହିତ ୫ଥର ଏନ୍‌ଏଫ୍‌ଏଲ/ଆଇ-ଲିଗ୍‌ ଚାମ୍ପିୟନ ହୋଇଛନ୍ତି। ଏକ ଆଇଏସ୍‌ଏଲ୍‌ ଟିମ୍‌ ସହ ପ୍ରମୁଖ ଟାଇଟଲ ଜିତିବାରେ ମିରାଣ୍ଡା ହେଉଛନ୍ତି ପ୍ରଥମ ଭାରତୀୟ କୋଚ୍‌। ତାଙ୍କ ତତ୍ତ୍ୱାବଧାନରେ ଓଡ଼ିଶା ଏଫ୍‌ସି କେରଳରେ ସୁପର କପ୍‌ ଜିତିଥିଲା। ଭାରତୀୟ ୨୩ ବର୍ଷରୁ କମ୍‌ ଜାତୀୟ ଦଳର ମୁଖ୍ୟ କୋଚ୍‌ ଭାବେ ମନୋନୀତ ହେବା ପରେ ଏଆଇଏଫ୍‌ଏଫ୍‌ ଶାଜି ପ୍ରଭାକରନ ତାଙ୍କୁ ବଧେଇ ଜଣାଇଛନ୍ତି। କ୍ଲିଫର୍ଡଙ୍କ ନେତୃତ୍ୱରେ ଓଡ଼ିଶା ଏଫ୍‌ସି ସୁପର କପ୍‌ ଜିତିଛି। ଭାରତୀୟ ଦଳ ସହ ତାଙ୍କ ପ୍ରଦର୍ଶନ ଭଲ ରହିବ ବୋଲି ସେ ଆଶା ପ୍ରକାଶ କରି କହିଛନ୍ତି। ଚାଇନାର ଦାଲିଆନଠାରେ ସେପ୍ଟେମ୍ବର ୬ରୁ ୧୨ ପର୍ଯ୍ୟନ୍ତ ହେବାକୁଥିବା ୨୩ ବର୍ଷରୁ କମ୍‌ ଏଏଫ୍‌ସି ଏସିଆନ କପ୍‌ କାତାର କ୍ୱାଲିଫାୟର୍ସକୁ ଆସନ୍ତାବର୍ଷ ପ୍ୟାରିସରେ ହେବାକୁଥିବା ପୁରୁଷ ଅଲିମ୍ପିକ୍ସ ପାଇଁ ଏକ କ୍ୱାଲିଫାୟର୍ସ ଭାବେ ବିବେଚନା କରାଯାଉଛି। ଭାରତୀୟ ଦଳର ପ୍ରସ୍ତୁତି କ୍ୟାମ୍ପ ଅଗଷ୍ଟ ୧୨ରୁ ଭୁବନେଶ୍ୱରରେ ଆରମ୍ଭ ହେବ। ଚାଇନା, ମାଳଦ୍ୱୀପ ଓ ୟୁଏଇ ସହ ଭାରତ ପ୍ରତିଯୋଗିତାର ଗ୍ରୁପ୍‌ ‘ଜି’ରେ ସ୍ଥାନ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହେଉଥିଲା ବଡ଼ ଡିଲ୍‌: ମାଡ଼ି ବସିଲା ପୋଲିସ

ସୋନପୁର/ଡୁଙ୍ଗୁରିପାଲି, ୭।୨(ମୃତ୍ୟୁଞ୍ଜୟ ଶତପଥୀ/ଦୀନବନ୍ଧୁ ସୁନା)-ସୁବର୍ଣ୍ଣପୁର ଜିଲା ରାମପୁର ପୋଲିସ ଶନିବାର ଚଢ଼ାଉକରି ବିପୁଳ ପରିମାଣର କଫ୍‌ ସିରପ୍‌ ଜବତ୍‌ କରିଛି। ଏହି ଘଟଣାରେ ପରିବହନକାରୀ ତଥା ବରଗଡ଼…

T20 World Cup : ପ୍ରଥମ ମ୍ୟାଚ୍‌ରେ ଜବରଦସ୍ତ ଟକ୍କର: ବାଜି ମାରିଲା ଟିମ୍‌ ଇଣ୍ଡିଆ, ୨୯ ରନ୍‌ରେ ହାରିଲା ଆମେରିକା

ମୁମ୍ବାଇ,୭।୨: ଚଳିତ ଟି୨୦ ବିଶ୍ୱକପ୍‌ରେ ଭାରତ ପ୍ରଥମ ମ୍ୟାଚ୍‌ରେ ଆମେରିକାକୁ ଭେଟିଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା।…

ଶେଫର୍ଡଙ୍କ ହ୍ୟାଟ୍ରିକ୍‌ : କୋଲ୍‌କାତାରେ ମ୍ୟାଚ୍‌ ଜିତିଲା ଓ୍ବେଷ୍ଟଇଣ୍ଡିଜ୍‌

କୋଲ୍‌କାତା, ୭ା୨: ରୋମାରିଓ ଶେଫର୍ଡଙ୍କ ହ୍ୟାଟ୍ରିକ୍‌ ସହ ୫ ଉଇକେଟ ସଫଳତା ବଳରେ ସ୍ଥାନୀୟ ଇଡେନ ଗାର୍ଡେନ୍ସରେ ଶନିବାର ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜ୍‌ ୩୫…

ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ କାହିଁକି ଖେଳିଲେନି ଜସପ୍ରିତ ବୁମ୍‌ରାହ? ନିରାଶ ହେଲେ ପ୍ରଶଂସକ  

ମୁମ୍ବାଇ,୭।୨: ଭାରତ ମୁମ୍ବାଇର ୱାଙ୍ଖଡେ କ୍ରିକେଟ ଷ୍ଟାଡିୟମରେ ଆମେରିକା ବିପକ୍ଷରେ T୨୦ ବିଶ୍ୱକପ ଅଭିଯାନ ଆରମ୍ଭ କରିଛି।ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ ହାରିଥିଲେ।…

ଜଳିଗଲା କାର୍‌

ଝାରସୁଗୁଡ଼ା, ୭ା୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହର କିଷାନ ଛକ ନିକଟ ଏକ ହୋଟେଲ ସମ୍ମୁଖରେ ଶନିବାର ଏକ କାର୍‌ ଜଳିଯାଇଛି। କାର୍‌(ନଂ.ଏମ୍‌ଏଚ୍‌୧୫ସିଡ଼ି-୫୦୯୨)ଟି ସମ୍ବଲପୁର ଅଞ୍ଚଳରୁ ଆସି…

ଏକା ଲଢ଼ିଲେ ସୂର୍ଯ୍ୟକୁମାର…USA ବିପକ୍ଷରେ ରଚିଲେ ଇତିହାସ 

ମୁମ୍ବାଇ,୭।୨: ଟି୨୦ ବିଶ୍ୱକପ୍‌ରେ ଐତିହାସିକ ଓ୍ବାଙ୍ଖଡ଼େ ଷ୍ଟାଡିୟମରେ ଆମେରିକା ବିପକ୍ଷରେ ପ୍ରଥମ ମ୍ୟାଚ୍‌ ସହ ଅଭିଯାନ ଆରମ୍ଭ କରିଛି ଟିମ୍‌ ଇଣ୍ଡିଆ। ମ୍ୟାଚ୍‌ରେ ଟସ୍‌ ହାରିବା ପରେ…

ଆର୍‌ଏସ୍‌ସିସି କପ୍‌ କ୍ରିକେଟ: ଦେଶୀ ବୟେଜ ସେମିରେ

ନୂଆପଡ଼ା,୭ା୨ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ତରବୋଡ ସମ୍ଭବ ଖେଳପଡିଆରେ ଶନିବାର ରାଇଜିଂ ଷ୍ଟାର ୟୁଥ୍‌ କ୍ଲବ ଦ୍ୱାରା ଆୟୋଜିତ ୧୯ତମ ଆର୍‌ଏସ୍‌ସିସି କପ…

ରୋଷେଇ କରୁଥିଲେ, ଗ୍ୟାସ ସିଲିଣ୍ଡରରୁ ଲାଗିଗଲା ନିଆଁ; ପରିବାରର ୫ ଗୁରୁତର…

ଆନନ୍ଦପୁର,୭।୨(ସୁଶାନ୍ତ କୁମାର ସାହୁ): ରୋଷେଇ କରୁଥିବା ବେଳେ ଅଘଟଣ। ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗି ପରିବାରର ୫ଜଣ ଗୁରୁତର। ଏଭଳି ଏକ ଅଘଟଣ ଘଟିଛି କେନ୍ଦୁଝର ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri