Posted inଖେଳ

୬ ମାସ ପରେ ପ୍ରତିଯୋଗିତାକୁ ଫେରିବେ ମୀରାବାଈ

ଫୁକେଟ(ଥାଇଲାଣ୍ଡ),୩୧ା୩: ଛଅ ମାସ ହେଲା ଆଘାତଜନିତ ସମସ୍ୟାରେ ରହିବା ପରେ ପ୍ରତିଯୋଗିତାକୁ ଫେରିବେ ଟୋକିଓ ଅଲିମ୍ପିକ୍ସ ରୌପ୍ୟ ବିଜୟିନୀ ଭାରୋତ୍ତୋଳିକା ମୀରାବାଈ ଚାନୁ। ସୋମବାର ଆଇଡବ୍ଲ୍ୟୁଏଫ୍‌ ବିଶ୍ୱକପ୍‌ରେ ଅଂଶଗ୍ରହଣ କରିବା ଦ୍ୱାରା ତାଙ୍କର ପ୍ୟାରିସ ଗେମ୍ସରେ ଅଂଶଗ୍ରହଣ ସ୍ପଷ୍ଟ ହୋଇଯିବ।

ବିଶ୍ୱକପ୍‌ କେବଳ ଫାଇନାଲ ଅଲିମ୍ପିକ କ୍ୱାଲିଫାଇଂ ଇଭେଣ୍ଟ ନୁହେଁ, ପ୍ୟାରିସ ଅଲିମ୍ପିକ୍ସ ପାଇଁ ଏକ ବାଧ୍ୟତାମୂଳକ କ୍ୱାଲିଫାୟର। ଗତବର୍ଷ ସେପ୍ଟେମ୍ବରରେ ଏସିଆନ ଗେମ୍ସ ବେଳେ ଚାନୁଙ୍କ ପିଚାରେ ସମସ୍ୟା ଦେଖା ଦେଇଥିଲା। କିନ୍ତୁ ସେ ପ୍ୟାରିସ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି।

ସୋମବାର ବିଶ୍ୱକପ୍‌ରେ ଅଂଶଗ୍ରହଣ ଦ୍ୱାରା ପ୍ୟାରିସକୁ ତାଙ୍କ ପଥ ପରିଷ୍କାର ହୋଇଯିବ, କାରଣ ପୂର୍ବତନ ବିଶ୍ୱ ଚାମ୍ପିୟନ ବର୍ତ୍ତମାନ ମହିଳା ୪୯କେଜି ଅଲିମ୍ପିକ କ୍ୱାଲିଫିକେଶନ ର଼୍ୟାଙ୍କିଙ୍ଗରେ ଚାଇନାର ଜିଆନ ହୁଇହୁଆଙ୍କ ପଛକୁ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ୨୦୨୪ ଅଲିମ୍ପିକ୍ସ କ୍ୱାଲିଫିକେଶନ ନିୟମାନୁସାରେ ୨୦୨୩ ବିଶ୍ୱ ଚାମ୍ପିୟନଶିପ୍‌ ଏବଂ ୨୦୨୪ ବିଶ୍ୱକପ୍‌ ହେଉଛି ବାଧ୍ୟତାମୂଳକ ଇଭେଣ୍ଟ। ଏହି ଦୁଇଟି ଟୁର୍ନାମେଣ୍ଟ ବ୍ୟତୀତ ଅତିକମ୍‌ରେ ନିମ୍ନଲିଖିତ ୩ଟି ଇଭେଣ୍ଟରେ ଅଂଶଗ୍ରହଣ କରିବାକୁ ପଡ଼ିବ। ସେଗୁଡ଼ିକ ହେଲା ଯଥା ୨୦୨୨ ବିଶ୍ୱ ଚାମ୍ପିୟନଶିପ୍‌, ୨୦୨୩ କଣ୍ଟିନେଣ୍ଟାଲ ଚାମ୍ପିୟନଶିପ୍‌, ୨୦୨୩ ଗ୍ରାଁ ପ୍ରି-୧, ୨୦୨୩ ଗ୍ରାଁ ପ୍ରି-୨ ଏବଂ ୨୦୨୪ କଣ୍ଟିନେଣ୍ଟାଲ ଚାମ୍ପିୟନଶିପ୍‌। ଚାନୁ ଏହି ମାନଦଣ୍ଡ ପୂରଣ କରିଛନ୍ତି। ସେ ୨୦୨୨ ବିଶ୍ୱ ଚାମ୍ପିୟନଶିପ୍‌ ଓ ୨୦୨୩ ଏସିଆନ ଚାମ୍ପିୟନଶିପ୍‌ରେ ଯଥାକ୍ରମେ ଦ୍ୱିତୀୟ ଓ ୬ଷ୍ଠ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri