ଠିକାଦାରଙ୍କ ସ୍ବାର୍ଥରେ ଏମ୍‌ଆଇପି ଯୋଜନା

ଯାଜପୁର ଅଫିସ/କୋରେଇ (ଡି.ଏନ.ଏ.),୩ା୩: ସରକାର ରାଜ୍ୟବ୍ୟାପୀ ଶତପ୍ରତିଶତ ଜମିରେ ଜଳସେଚନର ସୁବିଧା ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ସେଚାଞ୍ଚଳ ଉନ୍ନୟନ କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ ଯୋଜନାରେ ପ୍ରକଳ୍ପଗୁଡିକରେ ଅଧିକରୁ ଅଧିକ ସେଚ ସାମର୍ଥ୍ୟ ବୃଦ୍ଧି କରିବା, କେନାଲର ରକ୍ଷଣାବେକ୍ଷଣ, ଫସଲ ଖସଡା ପ୍ରସ୍ତୁତି, ସୁଷମ ଜଳ ଆବଣ୍ଟନ ସକାଶେ ପାଣି ପଞ୍ଚାୟତ ସଂଖ୍ୟା ତଥା ଦକ୍ଷତା ବୃଦ୍ଧି କରାଯାଉଥିବା କୁହାଯାଉଛି । ପ୍ରତିବର୍ଷ ଅଧିକରୁ ଅଧିକ କ୍ଷେତ୍ର ସେଚନାଳୀ ନିର୍ମାଣ, ଓଡ଼ିଶା ଗୋଷ୍ଠୀ ଜଳାଶୟ ମରାମତି, ପରିଚାଳନା ପୁନରୁଦ୍ଧାର ପାଇଁ ବିପୁଳ ଟଙ୍କା ଖର୍ଚ୍ଚ କରାଯାଇଛି । ହେଲେ ଯାଜପୁର ଜିଲାରେ ଏହିସବୁ କାର୍ଯ୍ୟକ୍ରମ ବିଫଳ ହେଉଥିବା ଦୃଷ୍ଟିଗୋଚର ହେଉଛି। କ୍ଷୁଦ୍ର ଜଳସେଚନ ବିଭାଗର ହରିଲୁଟ ମନୋଭାବ ଏବଂ ଠିକାଦାର ପ୍ରୀତି କାରଣରୁ ଜଳସେଚନର ବାସ୍ତବ ଲକ୍ଷ୍ୟପୂରଣ ହୋଇ ପାରୁ ନ ଥିବା ମତପ୍ରକାଶ ପାଇଛି।
ଯାଜପୁର ଜିଲା କୋରେଇ ବ୍ଲକ ଅନ୍ତର୍ଗତ ପଛିକୋଟ ପଞ୍ଚାୟତ ଆଇଚିପୁର ଗ୍ରାମର ଚେକ୍‌ଡ୍ୟାମ ନିର୍ମାଣ କାର୍ଯ୍ୟରେ ଏହାର ଏକ ଦୃଷ୍ଟାନ୍ତ ଉଦାହରଣ ଦେଖିବାକୁ ମିଳିଛି । ଜଳସେଚନର ଲକ୍ଷ୍ୟ ପୂରଣ କରିବା ପରିବର୍ତ୍ତେ ଏହି ପ୍ରକଳ୍ପ ପାଇଁ ଆବଣ୍ଟିତ ଅନୁଦାନର ସିଂହଭାଗ ଅର୍ଥ ମିଳିମିଶି ହଡପ କରିବାକୁ ଯୋଜନା କରୁଥିବା ଅଭିଯୋଗ ହୋଇଛି।
ସୂଚନା ଅନୁଯାୟୀ ୨୦୨୨-୨୩ ବର୍ଷରେ ଆଇଚିପୁର ଗ୍ରାମରେ ପ୍ରାୟ ୩୫ ହେକ୍ଟର ଚାଷ ଜମିକୁ ଜଳସେଚନ ଉଦ୍ଦେଶ୍ୟରେ ୬୬ ଲକ୍ଷ ୯୫ ହଜାର ଟଙ୍କାର ଆର୍ଥିକ ଅନୁଦାନ ବରାଦ କରାଯାଇଛି। ଠିକାଦାର ସତ୍ୟବ୍ରତ ମହାନ୍ତିଙ୍କୁ ଏହାର ନିର୍ମାଣ ଦାୟିତ୍ୱ ଦିଆଯାଇଛି। ଚାଷୀଙ୍କ ସ୍ବାର୍ଥରେ ନିର୍ମାଣ ହେଉଥିବା ଏହି କାର୍ଯ୍ୟକୁ ଠିକାଦାର ଆଗେଇ ନେଉଥିବା ବେଳେ ସ୍ଥାନୀୟ ଚାଷୀଙ୍କ ସହିତ କୌଣସି ଆଲୋଚନା କରି ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏହି ଏମ୍‌ଆଇପି ପ୍ରକଳ୍ପରେ ବ୍ୟବହାର ହେଉଥିବା ରଡ଼ ସିମେଣ୍ଟ ଓ ଚିପ୍ସ ଅତ୍ୟନ୍ତ ନିମ୍ନମାନର ଏବଂ ମୋଟେଇ ଓ ଚଉଡା ଏଷ୍ଟିମେଟ ଅନୁଯାୟୀ ନିର୍ମାଣ ହେଉ ନାହିଁ ବୋଲି ଅଭିଯୋଗ ହୋଇଛି । ଏହାସହ ଅନାମଧ୍ୟେୟ କମ୍ପାନୀର ସିମେଣ୍ଟ ବ୍ୟବହାର କରି କାମ ଚାଲୁଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଫଳରେ ଚାଷୀଙ୍କ କାମରେ ଲାଗିବା ପୂର୍ବରୁ ଏହି ପ୍ରକଳ୍ପ ଭୁଶୁଡ଼ିଯିବା ନେଇ ସନ୍ଦେହ ଘନୀଭୂତ ହୋଇଛି । ନିର୍ମାଣ ସ୍ଥାନରେ କୌଣସି ସୂଚନା ଫଳକ ଲାଗି ନ ଥିବା କାରଣରୁ ସାଧାରଣ ଲୋକ ପ୍ରକଳ୍ପର ସମ୍ପୂର୍ଣ୍ଣ ବିବରଣୀ ପାଇବାରୁ ବଞ୍ଚିତ ରହୁଛନ୍ତି। ସବୁଠାରୁ ବଡ଼ କଥା ହେଉଛି ମାତ୍ର ୪୦ ପ୍ରତିଶତ ଯେନତେନ ପ୍ରକାରେ କାମ କରି ଠିକାଦାର ପ୍ରାୟ ୨୭ ଲକ୍ଷ ଟଙ୍କାର ଅର୍ଦ୍ଧଭାଗ ବିଲ କରିନେଇଥିବା ଆରଟିଆଇରେ ମିଳିଥିବା ତଥ୍ୟରୁ ଜଣାପଡିଛି । ଜିଲାର ଜଣେ ପ୍ରଭାବଶାଳୀ ନେତାଙ୍କୁ ହାତ କରି ଠିକାଦାର ନିଜର ମନମୁଖୀ କାର୍ଯ୍ୟ ଚଳାଇଥିବା କୁହାଯାଉଛି । ମୋଟା ଅଙ୍କର ମୁନାଫା ନେଇ କେତେଜଣ ଦୁର୍ନୀତିଖୋର ବିଭାଗୀୟ ଅଧିକାରୀ ଠିକାଦାରଙ୍କ ସ୍ବାର୍ଥରେ ଆଗୁଆ ବିଲ କରୁଥିବା ଚର୍ଚ୍ଚା ହେଉଛି। ଏହି କାରବାର ବିଭାଗର ତଳୁ ଉପର ଯାଏଁ ଲମ୍ବିଥିବା ଯୋଗୁ ଠିକାଦାରଙ୍କ ପ୍ରଶାସନ ପ୍ରତି ଡ଼ର ଭୟ ରହୁନାହିଁ । ଫଳରେ କାମ ଯେତେ ନିମ୍ନମାନର ହେଉଥିବା ଅଭିଯୋଗ ହେଲେ ମଧ୍ୟ ଠିକାଦାରଙ୍କ ବିଲ ହେବାରେ କୌଣସି ଅସୁବିଧା ହେଉନାହିଁ।
କୋରେଇ ବ୍ଲକ ଅଧୀନରେ ଏକାଧିକ ଚେକ୍‌ଡ୍ୟାମ ପ୍ରକଳ୍ପ ଅଧାପନ୍ତରିଆ ରହିଥିବା ବେଳେ କେତେକ ପ୍ରକଳ୍ପ ଭୁଶୁଡ଼ି ପଡିଛି । ବିଭାଗୀୟ ଅଧିକାରୀ ତଦନ୍ତ ନିର୍ଦ୍ଦେଶ ଦେଇ ଚୁପ ରହୁଛନ୍ତି। କେତେକ ସ୍ଥାନରେ ଜିଲା ପ୍ରଶାସନ ସାମାନ୍ୟ କାର୍ଯ୍ୟାନୁଷ୍ଠାନ ନେଇ ଠିକାଦାରଙ୍କୁ ସୁରକ୍ଷା ଦେଉଥିବା ନଜିର ରହିଛି । କୌଣସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ହେଉ ନ ଥିବାରୁ ଦୁର୍ନୀତିଖୋର ଠିକାଦାରଙ୍କ ଉପରେ କୌଣସି ପ୍ରଭାବ ପଡୁନାହିଁ। ଏ ସଂକ୍ରାନ୍ତରେ କ୍ଷୁଦ୍ର ଜଳସେଚନ ବିଭାଗର କନିଷ୍ଠ ଯନ୍ତ୍ରୀ ରଞ୍ଜନ ଦଳେଇଙ୍କୁ ପଚାରିବାରୁ ନିର୍ମାଣ କାର୍ଯ୍ୟରେ କୌଣସି ଦୁର୍ନୀତି କିମ୍ବା ପ୍ରିୟାପ୍ରୀତି ହେଉନାହିଁ, କାମ ୭୦ ପ୍ରତିଶତ ହୋଇଛି ବୋଲି କହିଛନ୍ତି। ଅନ୍ୟପକ୍ଷେ ଯାଜପୁର ଏମ୍‌ଆଇପି ବିଭାଗରେ ପୂର୍ବରୁ ଓ ଏବେ ଦାୟିତ୍ୱରେ ଥିବା ଯନ୍ତ୍ରୀ ଓ ଅଧିକାରୀମାନଙ୍କ ଆୟବର୍ହିଭୁତ ସମ୍ପତ୍ତି ତାଲିକା ଉପରେ ଭିଜିଲାନ୍ସ ତଦନ୍ତ କରାଗଲେ ବାସ୍ତବ ସତ୍ୟ ପଦାକୁ ଆସିପାରନ୍ତା ବୋଲି ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri