ମିନୁ ମହାନ୍ତଙ୍କୁ ‘ୱିଙ୍ଗସ ଅଫ୍‌ ଷ୍ଟିଲ୍‌’ ଆଓ୍ବାର୍ଡ

ଭୁବନେଶ୍ୱର,୮।୧୧(ଅଭୟ ଦାଶ): ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌)ର ପ୍ରଥମ ମହିଳା ଓଭରହେଡ୍‌ କ୍ରେନ୍‌ ପରିଚାଳିକା ମିନୁ ମହାନ୍ତଙ୍କୁ ନିକଟରେ ଇଣ୍ଡିଆନ ଷ୍ଟିଲ୍‌ ଆସୋସିଏସନ (ଆଇଏସ୍‌ଏ) ପକ୍ଷରୁ ‘ୱିଙ୍ଗସ୍‌ ଅଫ୍‌ ଷ୍ଟିଲ୍‌’ ଆୱାର୍ଡ଼ ପ୍ରଦାନ କରାଯାଇଛି। ବିଶେଷକରି ‘ଲିଙ୍ଗ ଏବଂ ବିବିଧତା’ ବର୍ଗରେ ସେ ଉପରୋକ୍ତ ଆଓ୍ବାର୍ଡ (ପୁରସ୍କାର) ପାଇଛନ୍ତି। ଏପରିକି ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରି ଆଗକୁ ଆସୁଥିବା ଯାଜପୁରର ୪୩ ବର୍ଷୀୟ ମିନୁଙ୍କ ଅଧ୍ୟବସାୟ ଓ ଦୃଢ଼ ସଂକଳ୍ପକୁ ଆଇଏସ୍‌ଏ ଢେର ପ୍ରଶଂସା କରିଛି। ସେହିଭଳି ନୂଆଦିଲ୍ଲୀଠାରେ ଆୟୋଜିତ ଆଇଏସ୍‌ଏ ଷ୍ଟିଲ କନ୍‌କ୍ଲେଭର ୪ର୍ଥ ସଂସ୍କରଣରେ କଠିନ ପରିସ୍ଥିତିକୁ ସାମ୍ନା କରି ହାର ମାନି ନଥିବା ମିନୁଙ୍କୁ ଜ୍ୟୁରି ସ୍ପେଶାଲ ଆୱାର୍ଡ ଦିଆଯାଇଛି।
ଉଲ୍ଲେଖଯୋଗ୍ୟ, ଜିନ୍ଦଲ ଷ୍ଟେନ୍‌ଲେସ୍‌ରେ ଯୋଗଦେବା ପୂର୍ବରୁ ମିନୁ ପଥର ଭାଙ୍ଗି ଗୁଡ଼ି ତିଆରି କରିବା କାମ କରୁଥିଲେ। ୨୦୧୧ରେ ସେ ଜିନ୍ଦଲ ଷ୍ଟେନ୍‌ଲେସ୍‌ର ଷ୍ଟିଲ୍‌ ମେଲ୍ଟିଂ ଶପ୍‌ର ହାଉସ କିପିଂ ଦଳରେ ଯୋଗଦେଲେ। ଏପରିକି ମେଶିନ ପରିଚାଳନା କରିବା କାମ ଶିଖିବା ପାଇଁ ତାଙ୍କର ପ୍ରବଳ ଇଚ୍ଛା ଶକ୍ତି ଥିଲା। ଫଳରେ ସେ ଖୁବ୍‌ଶୀଘ୍ର ଇଞ୍ଜିନ ଚାଳିତ କ୍ଲିନିଂ ଯାନ ଚଳାଇବା ଶିଖିପାରିଲେ।
ଏ ସମ୍ପର୍କରେ ଜିନ୍ଦଲ ଷ୍ଟେନ୍‌ଲେସ୍‌ର ପରିଚାଳନା ନିର୍ଦ୍ଦେଶକ ଅଭ୍ୟୁଦୟ ଜିନ୍ଦଲ କହିଛନ୍ତି, ମିନୁଙ୍କ ସାହସ ଓ ପରିଶ୍ରମକୁ ଆଇଏସ୍‌ଏ ପକ୍ଷରୁ ମାନ୍ୟତା ମିଳିଥିବାରୁ ମୁଁ ଗର୍ବ ଅନୁଭବ କରୁଛି। ଏହା ହେଉଛି କାମ ପ୍ରତି ତାଙ୍କର ଅଦମ୍ୟ ନିଷ୍ଠା ଓ ପ୍ରତିବଦ୍ଧତାର କାହାଣୀ। ଜିନ୍ଦଲ ଷ୍ଟେନ୍‌ଲେସ୍‌ରେ ଆମେ ସବୁବେଳେ ମହିଳାମାନଙ୍କୁ ଆହ୍ବାନମୂଳକ କାମ କରି ଅନ୍ୟମାନଙ୍କ ପ୍ରେରଣା ସାଜିବା ପାଇଁ ପ୍ରୋତ୍ସାହନ କରିଆସୁଛୁ। ମିନୁ କାରଖାନା (ପ୍ଲାଣ୍ଟ)ରେ କାର୍ଯ୍ୟରତ ମହିଳାମାନଙ୍କୁ ତାଲିମ ଦେବା ସହ ପୁରୁଷ ପ୍ରଧାନ କାମଗୁଡ଼ିକ କରିବା ପାଇଁ ଉତ୍ସାହିତ କରନ୍ତି। ଆଇଏସ୍‌ଏ ଏଭଳି ଏକ ପ୍ଲାଟ୍‌ଫର୍ମ ରୂପେ ଉଭା ହୋଇଛି,ଯାହା ଭାରତୀୟ ଆଇରନ ଓ ଷ୍ଟିଲ୍‌ ଶିଳ୍ପରେ ଥିବା ବିଭିନ୍ନ ସମସ୍ୟା, ଆହ୍ବାନଗୁଡ଼ିକୁ ସରକାର ତଥା ଭାରତ ଓ ଦେଶ ବାହାରର ଅନ୍ୟ ଅଂଶୀଦାରମାନଙ୍କ ସହ ଆଲୋଚନା କରିଥାଏ। ମିନୁ କହିଛନ୍ତି, ଏହା ମୋ ପାଇଁ ଏକ ବଡ ଦିନ, ମୋ ମତରେ ସାହସୀ ହେବା ଛଡ଼ା ମହିଳାଙ୍କ ପାଇଁ ଅନ୍ୟ କୌଣସି ବିକଳ୍ପ ନାହିଁ। ଜିନ୍ଦଲ ଷ୍ଟେନ୍‌ଲେସ୍‌ରେ ମୋତେ ସୁଯୋଗ ମିଳିଥିବାରୁ ମୁଁ କୃତଜ୍ଞ ଏବଂ ଏକ ସାହସୀ ଓ ନିର୍ଭୀକ ମହିଳା ଦଳ ଗଠନ କରିବା ପାଇଁ ମୁଁ ପ୍ରତିବଦ୍ଧ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଗମ ଅଞ୍ଚଳରେ ସ୍ବାସ୍ଥ୍ୟସେବା ଅପହଞ୍ଚ: ଆମ୍ବୁଲାନ୍ସ ବିଳମ୍ବରେ ପହଞ୍ଚିବାରୁ ଗର୍ଭବତୀଙ୍କ ଅକାଳ ମୃତ୍ୟୁ ଅଭିଯୋଗ

ଦାରିଙ୍ଗବାଡି, ୩।୪ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଜଣେ ଗର୍ଭବତୀଙ୍କ ଗୁରୁବାର ଅପରାହ୍ନରେ ଅକାଳରେ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ରାସ୍ତା…

ଯୁଦ୍ଧ ମଧ୍ୟରେ ହଠାତ୍‌ ୟୁ-ଟର୍ନ ନେଲେ ଟ୍ରମ୍ପ, କହିଲେ ଇରାନୀ ଲୋକମାନେ ବହୁତ ଶକ୍ତିଶାଳୀ, ମୁଁ ସେମାନଙ୍କୁ…

ଓ୍ବାଶିଂଟନ୍‌,୩।୪: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ କାର୍ଯ୍ୟ ଅପେକ୍ଷା ତାଙ୍କ ଅଜବ ବୟାନ ପାଇଁ ଅଧିକ ପ୍ରସିଦ୍ଧ। ଇରାନ ସହିତ ଆମେରିକା-ଇସ୍ରାଏଲ ଯୁଦ୍ଧ ମଧ୍ୟରେ ଟ୍ରମ୍ପ…

‘ଏବେ ଆରମ୍ଭ ତ ହୋଇ ନାହିଁ…’, ଇରାନର ସର୍ବବୃହତ ପୋଲ ଉପରେ ଆକ୍ରମଣ ପରେ ତେହରାନକୁ ପୁଣି କଡ଼ା ଚେତାବନୀ ଦେଲେ ଟ୍ରମ୍ପ

ଓ୍ବାଶିଂଟନ,୩।୪: ବର୍ତ୍ତମାନ ଆମେରିକା ଏବଂ ଇରାନ ମଧ୍ୟରେ ଏକ ସଂଘର୍ଷ ଚାଲିଛି। ଆମେରିକା ଇରାନ ବିରୁଦ୍ଧରେ ନିରନ୍ତର ଆକ୍ରମଣ ଆରମ୍ଭ କରୁଛି। ଗତକାଲି ରାତିରେ, ଆମେରିକା ଇରାନର…

ଯୁଦ୍ଧ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ଟ୍ରମ୍ପ: ସାଧାରଣ ଲୋକଙ୍କ ଉପରେ ପଡିବ ବଡ଼ ପ୍ରଭାବ, ଲାଗୁ କଲେ…

ଓ୍ବାଶିଂଟନ୍‌,୩।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଟ୍ରମ୍ପ ଔଷଧ ଉପରେ ୧୦୦% ଟାରିଫ୍‌ ଲାଗୁ କରିଛନ୍ତି। ଏହି ଔଷଧଗୁଡ଼ିକରେ…

ଯୁଦ୍ଧ ଭିତରେ ମୋଦିଙ୍କୁ ବଡ଼ ପ୍ରତିଶ୍ରୁତି ଦେଲେ ପୁଟିନ୍‌, ଦେଖିକି ଟ୍ରମ୍ପ କାବା, ଜୟଶଙ୍କର ଗୋଟିଏ ସାକ୍ଷାତରେ…

ଓ୍ବାଶିଂଟନ୍‌,୩।୪: ଆମେରିକା ଏବଂ ଇସ୍ରାଏଲ ବିରୁଦ୍ଧରେ ଇରାନର ଯୁଦ୍ଧ ଏବଂ ହର୍ମୁଜ ପ୍ରଣାଳୀ ଅବରୋଧ ଯୋଗୁ ସୃଷ୍ଟି ହୋଇଥିବା ଶକ୍ତି ସଙ୍କଟ ମଧ୍ୟରେ, ଭାରତକୁ ରୁଷିଆଠାରୁ ଗୁରୁତ୍ୱପୂର୍ଣ୍ଣ…

ବୃଦ୍ଧି ନା ହ୍ରାସ? ଆଜି ଦେଶରେ ପେଟ୍ରୋଲ-ଡିଜେଲର ମୂଲ୍ୟ କେତେ? ଆସିଲା ଅପଡେଟ୍‌

ନୂଆଦିଲ୍ଲୀ,୩।୪: ପଶ୍ଚିମ ଏସିଆରେ ଭୂରାଜନୈତିକ ଉତ୍ତେଜନା ମଧ୍ୟରେ ବିଶ୍ୱ ତୈଳ ବଜାରରେ ଉଲ୍ଲେଖନୀୟ ପରିବର୍ତ୍ତନ ଜାରି ରହିଥିଲେ ମଧ୍ୟ ଭାରତରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ୩…

ଏକମାତ୍ର ଦେଶ ଭାବେ ଭାରତ ହରାଇଛି…ଯୁଦ୍ଧ ମଧ୍ୟରେ ୬୦ ଦେଶକୁ ନେଇ ଚାଲିଥିବା ବୈଠକରେ ହୃଦୟର କଥା କହିଲା ଭାରତ

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଇରାନ ନିୟନ୍ତ୍ରଣରେ ଥିବା ହର୍ମୁଜ ପ୍ରଣାଳୀକୁ ପୁନର୍ବାର ଖୋଲିବା ପାଇଁ ଭାରତ ଦାବି କରିଛି। ଭାରତ ଏହା ମଧ୍ୟ…

ପାଳନ ହେବ ଐତିହାସିକ ଜମ୍ବୁ ମହୋତ୍ସବ: ଅଗ୍ନିଶମ, ବିଦ୍ୟୁତ୍‌, ସ୍ବାସ୍ଥ୍ୟ, ପାନୀୟଜଳକୁ ଗୁରୁତ୍ୱ ଦେଇ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀଙ୍କ ଝାମୁଯାତ୍ରାରେ ଐତିହାସିକ ଜମ୍ବୁ ମହୋତ୍ସବ ପାଳନ କରିବାକୁ ପ୍ରଶାସନିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri