ମିନୁ ଜେଏସ୍‌ଏଲ୍‌ର ପ୍ରଥମ ଓସିଓ

ଭୁବନେଶ୍ୱର, ୯।୯: ଜିନ୍ଦଲ ଷ୍ଟେନଲେସ ଲିମିଟେଡ (ଜେଏସ୍‌ଏଲ୍‌)ର ଓଡ଼ିଶା ୟୁନିଟ (ଜେଏସ୍‌ଏଲ୍‌, ଯାଜପୁର) ଷ୍ଟିଲ ମେଲଟିଂ ସ୍କ୍ରାପରେ କାର୍ଯ୍ୟରତ ମିନୁ ମହନ୍ତ ପ୍ରଥମ ଓଭରହେଡ କ୍ରେନ ଅପରେଟର (ଓସିଓ) ଭାବେ ମାନ୍ୟତା ଲାଭ କରିଛନ୍ତି। ଉଲ୍ଲେଖଯୋଗ୍ୟ, ବହୁ ଘାତ ପ୍ରତିଘାତ ମଧ୍ୟରେ ମିନୁ ମହନ୍ତ ମନରେ ସାହସ ଓ ଆଗ୍ରହ ଏବଂ ପ୍ରଚେଷ୍ଟା ଜାରି ରଖି ଏହି ସଫଳତା ପାଇଛନ୍ତି। ଏପରି କି ସେ ପ୍ରଥମେ ଏକ ଘରୋଇ ପଥର ଭଙ୍ଗା କ୍ରଶରରେ କାର୍ଯ୍ୟ ଆରମ୍ଭ କରି ଶେଷରେ କାରଖାନାର ଏକମାତ୍ର ମହିଳା ଓସିଓ (ଓଭର ହେଡ୍‌ କ୍ରେନ ଅପରେଟର) ହୋଇପାରିଥିଲେ। ବିଶେଷ କରି ମିନୁଙ୍କ ଜୀବନର ଏହି କାହାଣୀ ପଛରେ ଅସୀମ ପ୍ରେରଣା ଓ ସାହସ ରହିଥିଲା। ଯାହାଫଳରେ ସେ କଠିନ ପରିଶ୍ରମ ଓ ପରିସ୍ଥିତି ସତ୍ତ୍ୱେ ନିଜର କର୍ତ୍ତବ୍ୟକୁ ଠିକ ଭାବେ ପାଳନ କରି ବେଶ୍‌ ସଫଳ ହୋଇପାରିଛନ୍ତି। ମିନୁଙ୍କ ଜୀବନ କାହାଣୀ ଅନେକ ମହିଳାଙ୍କୁ ପ୍ରଭାବିତ କରିଛି, ଏପରି କି ସୁନିତା ହେମ୍ବ୍ରମ ଓ ବବିତା ଦଳାଇ ମିନୁଙ୍କ ପଥ ଅନୁସରଣ କରି କ୍ରେନ ଅପରେଟର ଭାବେ କାର୍ଯ୍ୟ କରୁଛନ୍ତି। ସେ ସମସ୍ତଙ୍କୁ ନିଷ୍ଠାର ସହ କାର୍ଯ୍ୟ କରିବା ଓ ଅନ୍ୟମାନଙ୍କ ନୈରାଶ୍ୟରେ ସାନ୍ତ୍ୱନା ମଧ୍ୟ ଦେଇଥାନ୍ତି। ଅପରପକ୍ଷରେ ମିନୁ ମହନ୍ତ ଯାଜପୁର ଜିଲାର ଟମକା ଗ୍ରାମର କିଆ ଝରରେ ଜନ୍ମ ଗ୍ରହଣ କରିଥିଲାବେଳେ କମ୍‌ ବୟସ ଏବଂ ଗୋଷ୍ଠୀର ନିୟମ ଅନୁସାରେ ତାଙ୍କୁ ୧୪ ବର୍ଷ ବୟସରେ ବିବାହ କରି ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନର ସ୍ଥିତି ସାଂଘାତିକ, LPG-ଡିଜେଲ-ପେଟ୍ରୋଲ ପରେ ଏବେ ବଢ଼ିଲା ଔଷଧ ଦାମ୍

ଇସଲାମାବାଦ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ପ୍ରଭାବ ପଡ଼ୋଶୀ ପାକିସ୍ତାନ ଉପରେ ପଡୁଛି । ଏଲପିଜି, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପରେ, ଔଷଧର ମୂଲ୍ୟରେ ମଧ୍ୟ ଏବେ…

ଦିଗପହଣ୍ଡିରେ ଜାଳେଣି ଗ୍ୟାସ ସିଲିଣ୍ଡର କଳାବଜାର, ହନ୍ତସନ୍ତ ହେଉଛନ୍ତି ଲୋକେ

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳମାନଙ୍କରେ ଜାଳେଣି ଗ୍ୟାସ ସିଲିଣ୍ଡରର ବ୍ୟାପକ କଳାବଜାର ହେଉଥିବା ଜାଣିବାକୁ ମିଳିଛି । ମଧ୍ୟପ୍ରାଚ୍ୟ…

ଦଳାଚକଟା ପୀଡ଼ିତାଙ୍କୁ ପ୍ରଥମ ବିଜୟ ଉତ୍ସର୍ଗ କଲେ ଆର୍‌ସିବି ଅଧିନାୟକ

ବେଙ୍ଗାଲୁରୁ,୨୯ା୩: ସନ୍‌ରାଇଜର୍ସ ବିପକ୍ଷ ମ୍ୟାଚ୍‌ରେ ଏକ ଜବରଦସ୍ତ ବିଜୟ ସହ ଡିଫେଣ୍ଡିଂ ଚାମ୍ପିୟନ ରୟାଲ ଚ୍ୟାଲେଞ୍ଜ ବେଙ୍ଗାଲୁରୁ (ଆର୍‌ସିବି) ତା’ର ଅଭିଯାନ ଆରମ୍ଭ କରିଛି। ଦଳର ଏହି…

ରେଳ ଯାତ୍ରୀଙ୍କ ପାଇଁ ବଡ଼ ଖବର: ଏପ୍ରିଲ ୧ରୁ ବଦଳୁଛି ଏହି ନିୟମ, ଜାଣନ୍ତୁ ନୂଆ…

ନୂଆଦିଲ୍ଲୀ,୨୯।୩: ଟ୍ରେନ ଯାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର। ଯଦି ଆପଣ ପ୍ରାୟତଃ ଟ୍ରେନରେ ଯାତ୍ରା କରନ୍ତି ଏବଂ ଟିକେଟ କ୍ୟାନସଲ କରିବାକୁ ପଡ଼େ, ତେବେ ଭାରତୀୟ ରେଳବାଇର…

ବିପଦ ସୃଷ୍ଟି କରୁଛି ବେଆଇନ ହୋର୍ଡିଂ

କେନ୍ଦୁଝର,୨୯।୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହରରେ ଅସୁରକ୍ଷିତ ଏବଂ ବେଆଇନ ହୋର୍ଡିଂ ବିପଦ ସୃଷ୍ଟି କରୁଛି। କାଳବୈଶାଖୀ ଯୋଗୁ ସହରର ଗାନ୍ଧୀ ଛକ ନିକଟ ଅନିତା ଲୁଗା…

ଇରାନର ବଡ଼ ଦାବି, ମିଶାଇଲ୍ ଆଟାକରେ ଦୁଇଖଣ୍ଡ ହେଲା ଆମେରିକାର AWACS

ନୂଆଦିଲ୍ଲୀ,୨୯।୩: ଇରାନ ରବିବାର ଦିନ ସାଉଦି ଆରବରେ ଥିବା ଏକ ଆମେରିକୀୟ ଏୟାରବେସ୍ ଉପରେ ମିଶାଇଲ୍ ଏବଂ ଡ୍ରୋନ ଆଟାକ୍ କରିଛି । ଏହି ଆକ୍ରମଣରେ ଆମେରିକୀୟ…

ଜେଲ୍‌ ଶୌଚାଳୟରୁ ମିଳିଲା ବିଚାରାଧୀନ କଏଦୀଙ୍କ ମୃତଦେହ, ପରିବାର ଲୋକେ ଅଭିଯୋଗ ଆଣି କହିଲେ…

ପୁରୀ,୨୯ା୩(ଅଜିତ କୁମାର ମହାନ୍ତି): ରାମଚଣ୍ଡୀ ଥାନା ଅର୍ନ୍ତଗତ ବାରଙ୍ଗସ୍ଥିତ ପୁରୀ ଜେଲରେ ରବିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପୁରୀ ଜେଲ୍‌ରେ ଥିବା ଜଣେ ବିଚାରାଧୀନ…

LPG କନେକ୍ସନ ଛାଡିଲେଣି ୬ ହଜାର ଲୋକ, ଏହି ଦିଗ ପ୍ରତି ବଢୁଛି ଆଗ୍ରହ, ଗ୍ୟାସ ସଙ୍କଟ ମଧ୍ୟରେ ସରକାର ଦେଲେ ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୯।୩: ସାରା ଦେଶରେ, ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG)ର 6,000 ଉପଭୋକ୍ତା ସ୍ବେଚ୍ଛାକୃତ ଭାବରେ ସେମାନଙ୍କର ତରଳ ପେଟ୍ରୋଲିୟମ ଗ୍ୟାସ (LPG) ସଂଯୋଗ ଛାଡି ଦେଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri