ରାଇସ୍‌ ମିଲ୍‌ ପାଉଁଶଗଦାରେ ନାବାଳକଙ୍କ ମୃତ୍ୟୁ ଘଟଣା: ଏନ୍‌ଏଚ୍‌ଆର୍‌ସିର ରିପୋର୍ଟ ତଲବ, ୨୧ରେ ଶୁଣାଣି

ବରଗଡ଼,୧୨ା୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭେଡ଼େନ ଥାନା ଅନ୍ତର୍ଗତ ମହୁଲେ ଗ୍ରାମରେ ରହିଥିବା କାଳେଶ୍ୱର ରାଇସ୍‌ ମିଲ୍‌ର ପାଉଁଶ ଗଦାରେ ପଡ଼ି ବଇପୁର ଗ୍ରାମର ଜଣେ ନାବାଳକ ପ୍ରତ୍ୟୁଷ ଭଏନାଙ୍କ ମୃତ୍ୟୁ ଘଟଣା ଜାତୀୟ ମାନବାଧିକାର କମିଶନ(ଏନ୍‌ଏଚ୍‌ଆର୍‌ସି) ପାଖରେ ପହଞ୍ଚିଛି। ଭବାନୀପାଟଣା ନାନଡ଼ୋଲର ଜଣେ ସାମାଜିକ କର୍ମୀ ଦିଲ୍ଲୀପ କୁମାର ଦାଶ ପ୍ରତ୍ୟୁଷଙ୍କ ମୃତ୍ୟୁ ଘଟଣା ନେଇ ଏନ୍‌ଏଚ୍‌ଆର୍‌ସିର ଦୃଷ୍ଟି ଆକର୍ଷଣ କରିବା ପରେ ସେ ନେଇ ଏକ ମାମଲା ପଞ୍ଜୀକୃତ କରି ଏନ୍‌ଏଚ୍‌ଆର୍‌ସି ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି। ଏହି କ୍ରମରେ ଗୁରୁବାର ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ସଚିବ, ପୋଲିସ ମହାନିର୍ଦ୍ଦେଶକ ଏବଂ ବରଗଡ଼ ଜିଲାପାଳଙ୍କୁ ନୋଟିସ୍‌ କରି ରିପୋର୍ଟ ତଲବ କରିଛନ୍ତି। ୭ ଦିନ ମଧ୍ୟରେ ପ୍ରତ୍ୟୁଷ ଘଟଣା ନେଇ ସରକାର ତଥା ପ୍ରଶାସନ ପକ୍ଷରୁ ନିଆଯାଇଥିବା କାର୍ଯାନୁଷ୍ଠାନ ନେଇ ରିପୋର୍ଟ ଦାଖଲ କରିବାକୁ ଏନ୍‌ଏଚ୍‌ଆର୍‌ସି ନିର୍ଦ୍ଦେଶ ଦେଇଛି। ଏହା ସହିତ ଆସନ୍ତା ୨୧ ତାରିଖ ଭୁବନେଶ୍ୱରରେ ଉକ୍ତ ମାମଲାର ଶୁଣାଣି ହେବ ଏବଂ ଏଥିରେ ଉପରୋକ୍ତ ଅଧିକାରୀ କିମ୍ବା ସେମାନଙ୍କ ପ୍ରତିନିଧି ଉପସ୍ଥିତ ରହିବାକୁ ଏନ୍‌ଏଚ୍‌ଆର୍‌ସିର ନିର୍ଦ୍ଦେଶ ରହିଛି।

ପ୍ରକାଶ ଥାଉକି, ଗତ ଫେବୃୟାରୀ ୨୬ ତାରିଖ ପୂର୍ବାହ୍ନ ପ୍ରାୟ ୧୧ଟା ୩୦ ମିନିଟ୍‌ରେ ପ୍ରତ୍ୟୁଷ ନିକଟସ୍ଥ ଏକ ନଈ ଝାଇଁଜୋରକୁ ସାଇକେଲ ଯୋଗେ ଗାଧୋଇବାକୁ ଯାଉଥିବାବେଳେ ରାସ୍ତାକଡ଼େ ସ୍ତୁପ ଭଳି ଗଦା ହୋଇଥିବା ରାଇସ୍‌ ମିଲର ପାଉଁଶ ଗଦାରେ ପଡ଼ିଯାଇଥିଲେ। ତେବେ ସେହି ପାଉଁଶ ଗଦାରେ ନିଆଁ ଥିବା ଯୋଗୁ ସେ ଗୁରୁତର ହୋଇଥିଲେ।
ଖବର ପାଇବା ପରେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ପ୍ରଥମେ ଭୀମସାର୍‌, ବୁର୍ଲା ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ। ତେବେ ସେଠାରେ ୪୦ ଦିନ ଚିକିତ୍ସିତ ହେବା ପରେ ଗତ ଏପ୍ରିଲ ୮ ତାରିଖ ଉଚ୍ଚତର ଚିକିତ୍ସା ପାଇଁ କଟକ ଏସ୍‌ସିବି ଡାକ୍ତରଖାନାକୁ ପରିବାର ଲୋକେ ସ୍ଥାନାନ୍ତର କରିଥିଲେ। ଏପ୍ରିଲ ୯ ତାରିଖ ସକାଳ ୭ଟା ୩୦ ମିନିଟ୍‌ରେ ସେଠାରେ ସେ ଭର୍ତ୍ତି ହୋଇଥିଲେ। ପରଦିନ ସନ୍ଧ୍ୟା ୭ଟା ୩୦ ମିନିଟ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିଲା। ତେବେ ମୃତଦେହ ବ୍ୟବଚ୍ଛେଦ ହୋଇ ଗ୍ରାମକୁ ଫେରିବା ବାଟରେ କାଳେଶ୍ୱର ରାଇସ୍‌ ମିଲ୍‌ ସମ୍ମୁଖରେ ମୃତଦେହ ରଖି ଲୋକେ ଆନ୍ଦୋଳନ କରିଥିଲେ। ପରେ ଏ ନେଇ ଏତଲା ହେବା ପରେ ପୋଲିସ ମିଲ୍‌ ମାଲିକଙ୍କୁ ଗିରଫ କରିଥିଲା। ସେହିପରି ଜିଲା ପ୍ରଶାସନ ପକ୍ଷରୁ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇ ଘଟଣାର ତଦନ୍ତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri