ଅପ୍ରାକୃତ ଯୌନ ସମ୍ପର୍କ ପରେ ତଣ୍ଟି ଚିପି ନାବାଳକ ଛାତ୍ରଙ୍କୁ ହତ୍ୟା: ଧରାପଡ଼ିଲେ ହତ୍ୟାକାରୀ ଛାତ୍ର

ନୟାଗଡ଼,୭।୯(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ରଣପୁର ଥାନା ସୁନାଖଳା ଫାଣ୍ଡି କୁଳାସର ପଞ୍ଚାୟତ ନୀଳପଲ୍ଲୀ ଗଁାରେ ଥିବା ମଦ୍ରାସାର ପାଇଖାନା ଟାଙ୍କିରୁ ନାବାଳକ ଛାତ୍ର (୧୨)ଙ୍କ ମୃତଦେହ ଜବତ ଘଟଣାର ପୋଲିସ ପର୍ଦ୍ଦାଫାଶ କରିଛି। ଏହି ଛାତ୍ର ଜଣକ ସେହି ମଦ୍ରାସାର ହୋଇଥିବା ବେଳେ ସେ ନିଖୋଜ ଥିଲେ। ତାଙ୍କ ସହ ଉକ୍ତ ମଦ୍ରାସାର ୨ ନାବାଳକ ଛାତ୍ର ଜବରଦସ୍ତି କରି ଅପ୍ରାକୃତ ଯୌନ ସମ୍ପର୍କ ରଖିଥିଲେ। ପରେ ପୀଡ଼ିତଙ୍କୁ ଉକ୍ତ ୨ ନାବାଳକଙ୍କ ସମେତ ୫ଜଣ ଛାତ୍ର ମିଶି ତଣ୍ଟିଚିପି ହତ୍ୟା କରିଥିବା ଜଣାପଡ଼ିଛି।

ଏପରି କି ପ୍ରମାଣ ନଷ୍ଟ ପାଇଁ ଛାତ୍ରଙ୍କ ମୃତଦେହଙ୍କୁ ପାଇଖାନା ଟାଙ୍କିରେ ଫୋପଡ଼ାଯାଇଥିଲା। ପରେ ସେ ନିଖୋଜ ବୋଲିି ହତ୍ୟା କରିଥିବା ଛାତ୍ରମାନେ ପ୍ରଧାନ ଶିକ୍ଷକଙ୍କୁ ସଫେଇ ଦେଇ ଚୁପଚାପ୍‌ ରହିଥିଲେ। ହତ୍ୟାର ପ୍ରମାଣ ମିଳିବା ପରେ ପୋଲିସ ହତ୍ୟା ଅଭିଯୋଗରେ ୫ ଛାତ୍ରଙ୍କୁ ନୟାଗଡ଼ ବାଳ ଅପରାଧ କୋର୍ଟରେ ଶନିବାର ହାଜର କରିଥିଲା। କୋର୍ଟ ନିର୍ଦ୍ଦେଶ ମୁତାବକ ପୋଲିସ ୧୩ ଦିନ ପାଇଁ ୫ ଛାତ୍ରଙ୍କୁ ଅନୁଗୋଳ ବାଳ ସୁଧାର ଗୃହକୁ ପଠାଇଛି।

ଅନ୍ୟପକ୍ଷେ ସୁଧାର ଗୃହକୁ ପଠାଯାଇଥିବା ୫ ଛାତ୍ରଙ୍କ ପରିବାର ଲୋକେ ଏହାକୁ ବିରୋଧ କରି ରବିବାର ଥାନା ଆଗରେ ଧାରଣା ଦେଇଥିଲେ। ପରିସ୍ଥିତିକୁ ଦୃଷ୍ଟିରେ ରଖି ପୋଲିସ ଧାରଣାରତ ପରିବାର ଲୋକଙ୍କୁ ଘଟଣାର ସିସି ଟିଭି ଫୁଟେଜ ଦେଖାଇଥିଲା। ପରେ ପରିବାରେ ଲୋକେ ଧାରଣାସ୍ଥଳରୁ ଚାଲିଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦେଖା ହୋଇପାରିଲାନି, ଯୁବତୀଙ୍କ ଘର ଆଗରେ ଦେହକୁ କାଟି ପକାଇଲେ

ଢେଙ୍କିକୋଟ,୨୧ା୧(ନୀଳମଣି ମଣ୍ଡଳ):  କେନ୍ଦୁଝର ଜିଲା ଢେଙ୍କିକୋଟ ପୋଲିସ ବିଟ୍‌ ହାଉସ ଅନ୍ତର୍ଗତ ବଡ଼ମସିଣାବିଲା ପଞ୍ଚାୟତ ସାନମସିଣାବିଲା ଗ୍ରାମରେ ବୁଧବାର ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଯୁବତୀଙ୍କୁ...

କ୍ରିକେଟ ମ୍ୟାଚ ଦେଖିବାକୁ ଯାଇ ନିଖୋଜ ଥିବା ୪ ନାବାଳକ ସୁରକ୍ଷିତ ଉଦ୍ଧାର

ଦେବଗଡ଼,୨୨।୧(ଶଶାଙ୍କ ଶେଖର ଝାଙ୍କର):ଦେବଗଡ ଜିଲାର ନିଖୋଜ ୪ ନାବାଳକ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି। ରିଆମାଳ ଥାନା ଟିଙ୍କବୀର ଗ୍ରାମର ୪ ଜଣ ପଞ୍ଚମ ଶ୍ରେଣୀ...

ହାତୀ ମୃତଦେହ ଠାବ, ୭ଫୁଟ ତଳୁ ଉଦ୍ଧାର କଲା ବନ ବିଭାଗ 

କେସିଙ୍ଗା ,୨୨।୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବନ ଖଣ୍ଡ ଅଧିନସ୍ଥ ତହସିର ଗ୍ରାମ ସ୍ଥିତ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଅଞ୍ଚଳରେରେ ମୃତ ହାତୀର ଖଣ୍ଡ...

ମୁଜାଗଡ ପୋଷ୍ଟମାଷ୍ଟରଙ୍କ ଦୁର୍ଘଟଣାରେ ମୃତ୍ୟୁ, ସନ୍ଦେହରେ ପରିବାର ଲୋକେ

ଭଞ୍ଜନଗର,୨୨।୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ ପୋଷ୍ଟମାଷ୍ଟର ନାରାୟଣ ପାତ୍ର (୫୫)ଙ୍କର ବୁଧବାର ରାତିରେ ଏକ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ଦୁର୍ଘଟଣା କେଉଁଭଳି...

ଆରାବଳୀର ଅପୂରଣୀୟ କ୍ଷତି କରିପାରେ ବେଆଇନ ଖନନ

ନୂଆଦିଲ୍ଲୀ,୨୨ା୧: ଆରାବଳୀ ପର୍ବତମାଳାରେ ବେଆଇନ ଖନନ ଯୋଗୁ ଏହାର ପରିବେଶ ପାଇଁ ଅପୂରଣୀୟ କ୍ଷତି ହୋଇପାରେ ବୋଲି ବୁଧବାର ସୁପ୍ରିମକୋର୍ଟ କହିଛନ୍ତି। ବିଭିନ୍ନ କ୍ଷେତ୍ରରେ ଅଭିଜ୍ଞତାସମ୍ପନ୍ନ...

ଦିଲ୍ଲୀ ପ୍ରଦୂଷଣ: କେନ୍ଦ୍ରକୁ କାର୍ଯ୍ୟ ଯୋଜନା ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୨ା୧: ଦିଲ୍ଲୀ-ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍‌ସିଆର୍‌)ରେ ବାୟୁ ପ୍ରଦୂଷଣ ବଢ଼ିବାରେ ଲାଗିଛି। ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ଖରାପ ହେବାରେ ଲାଗିଥିବାବେଳେ ଏଥିରେ ସୁଧାର ଆଣିବା...

ବାଙ୍କୀରେ ଧାନମଣ୍ଡି ଅବ୍ୟବସ୍ଥା, ତେଜୁଛି ଚାଷୀ ଅସନ୍ତୋଷ

ବାଙ୍କୀ,୨୨ା୧(ଶୁଭେନ୍ଦୁ ମହାପାତ୍ର): କଟକ ଜିଲା ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ଉପଖଣ୍ଡରେ ଚଳିତବର୍ଷ ୪୯ ପ୍ରାଥମିକ କୃଷି ସେବା ସମବାୟ ସମିତି (ପାକ୍ସ)ରେ ମଣ୍ଡି ଖୋଲିବାକୁ...

ଆକାଶରେ ପରିବର୍ତ୍ତନ

ମଣିଷ ଆଭ୍ୟନ୍ତରୀଣ ଉପତ୍ୟକାରୁ ଉପକୂଳ, ଜଙ୍ଗଲରୁ ପର୍ବତ ଅଞ୍ଚଳକୁ ସ୍ଥାନାନ୍ତର ହୋଇଥିବାରୁ ତାହା ବିଭିନ୍ନ କାହାଣୀ ଓ ସଙ୍କେତ ବହନ କରିଥିଲା। ସେମାନଙ୍କ ସହ ଆକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri