ଭୁବନେଶ୍ୱର:୧୬।୯ ରାଜଧାନୀ ଭୁବନେଶ୍ୱରରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ବଡ଼ଗଡ଼ ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଘର ମାଲିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। ନାବାଳିକାଙ୍କୁ ଶିଶୁ ଶ୍ରମିକ ଭାବେ ଘରେ କାମ କରାଉଥିବା ବେଳେ ନିର୍ଯାତନା ଦିଆଯାଉଥିବା ସୂଚନା ମିଳିଛି।
ଖବର ପାଇ ପୋଲିସ ଉପସ୍ଥିତିରେ ଏକ ସମାଜ ମଙ୍ଗଳ ସଂଗଠନର ବିଜେବି ନଗର ଲେନ ନଂ ୬ରେ ଥିବା ଆପାର୍ଟମେଣ୍ଟରେ ଚଢ଼ାଉ କରିଛି। ଏପରିକି ପୋଲିସ ମଧ୍ୟ ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।


