ନାବାଳିକାଙ୍କୁ ଯୌନ ନିର୍ଯାତନା ଅଭିଯୋଗ: ୫ ଦିନି ବିତିଲା, ଗିରଫ ହେଲେନି ଅଭିଯୁକ୍ତ

ଦେବଗଡ଼,୧୬ା୯(ଶଶାଙ୍କ ଶେଖର ଝାଙ୍କର)- ଦେବଗଡ଼ ଆଦର୍ଶ ଥାନା ଅଞ୍ଚଳର ଜନୈକା ନାବାଳିକାଙ୍କୁ ଜଣେ ବ୍ୟବସାୟୀ ଯୌନ ନିର୍ଯାତନା ଦେଇଥିବା ବୁଧବାର ଅଭିଯୋଗ ହୋଇଥିଲା। ଏନେଇ ପୋଲିସ ଏକ ମାମଲା ରୁଜୁ କରିଛି। ହେଲେ ଇତିମଧ୍ୟରେ ୫ ଦିନ ବିତିଯାଇଥିଲେ ମଧ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାରେ ବିଫଳ ହୋଇଛି। ଅପରପକ୍ଷେ ସମ୍ପୃକ୍ତ ବ୍ୟବସାୟୀ ଜଣଙ୍କ ନାବାଳିକାଙ୍କ ପରିବାର ସଦସ୍ୟ ଓ ପୋଲିସକୁ ମୋଟାଅଙ୍କର ଟଙ୍କା ଦେଇ ଘଟଣାକୁ ଚପାଇ ଦେବା ପାଇଁ ଉଦ୍ୟମ କରିଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।
ମିଳିଥିବା ସୂଚନା ଅନୁଯାୟୀ, ଦେବଗଡ଼ ଜିଲା ସଦର ମହକୁମାସ୍ଥିତ ବାଳିକା ଉଚ୍ଚ ବିଦ୍ୟାଳୟ ଛକ ନିକଟ ଅଗ୍ରୱାଲ ସେଲ୍ସ ଲଜିଷ୍ଟିକ୍‌ରେ ସେଲ୍ସ ଗର୍ଲ ଭାବେ ସମ୍ପୃକ୍ତା ନାବାଳିକା କାମ କରୁଥିଲେ। ଦୋକାନ ମାଲିକ ଜିତେନ୍ଦ୍ର ଅଗ୍ରୱାଲ କିଛିଦିନ ହେବ ତାଙ୍କୁ ଯୌନ ନିର୍ଯାତନା ଦେଇଆସୁଥିଲେ। ଏପରି କି ସେ ଧମକ ଦେଇ କହିଥିଲେ, ପୋଲିସ ସହ ମୋର ଭଲ ସମ୍ପର୍କ, ତୁ ଥାନାରେ ଅଭିଯୋଗ କଲେ ମୋର କିଛି ହେବ ନାହିଁ। ହେଲେ ଗତ ୯ ତାରିଖ ସନ୍ଧ୍ୟା ୬ଟାରେ ନାବାଳିକା ଜଣଙ୍କ ଚାଇଲ୍ଡ ହେଲ୍ପଲାଇନ୍‌ ନମ୍ବର ୧୦୯୮ ନମ୍ବରକୁ ଫୋନ୍‌କରି କହିଥିଲେ, ମୁଁ ଅଗ୍ରୱାଲ ସେଲ୍ସ ଲଜିଷ୍ଟିକ୍‌ରେ କାମ କରୁଛି I ମାଲିକ ଜିତେନ୍ଦ୍ର ଅଗ୍ରୱାଲ ମୋତେ କିଛିଦିନ ହେବ ବାରମ୍ବାର ଯୌନ ନିର୍ଯାତନା ଦେଉଛନ୍ତି। ଖବରପାଇ ଜିଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ରଙ୍କ ନିର୍ଦ୍ଦେଶକ୍ରମେ ଚାଇଲ୍ଡ ହେଲ୍ପଲାଇନ୍‌ କର୍ମକର୍ତ୍ତା ସୂର୍ଯ୍ୟକାନ୍ତି ଭମସାଗର, ସୁଜିତ୍‌ ନାୟକ ଓ ପିଙ୍କୁ ମୁଣ୍ଡା ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିବାବେଳକୁ ନାବାଳିକା ଜଣଙ୍କ ଦୋକାନ ସମ୍ମୁଖରେ ବସି କାନ୍ଦିବା ସହ ମାଲିକଙ୍କୁ ଜୋରରେ ପାଟିକରି ଗାଳି ଦେଉଥିବା ଦେଖିବାକୁ ପାଇଥିଲେ। ହେଲେ ମାଲିକ ଅଗ୍ରୱାଲ ସେତେବେଳେ ଦୋକାନ ଛାଡି ଚାଲିଯାଇଥିଲେ। ଚାଇଲ୍ଡ ଲାଇନ୍‌ କର୍ମକର୍ତ୍ତା ସେଠାରୁ ନାବାଳିକାଙ୍କୁ ଉଦ୍ଧାର କରି ନୂଆ ହସ୍ପିଟାଲସ୍ଥିତ ସଖୀ କେନ୍ଦ୍ରକୁ ନେଇଥିଲେ। ଏହା ପରଦିନ ଅର୍ଥାତ୍‌ ୧୦ ତାରିଖ ପୂର୍ବାହ୍ନରେ ନାବାଳିକା ଥାନାରେ ଏତଲା ଦେବାକୁ ଚାହିଁଥିଲେ। ହେଲେ ଘରଲୋକ ଦୋକାନ ମାଲିକଙ୍କ ଦ୍ୱାରା ଚାପଗ୍ରସ୍ତ ହୋଇ ଏତଲା ନ ଦେବାକୁ ନାବାଳିକାଙ୍କୁ ବୁଝାଇଥିଲେ I ମାତ୍ର ନାବାଳିକା ଘର ଲୋକଙ୍କ କଥାରେ ରାଜି ନ ହୋଇ ୧୦ ତାରିଖ ସନ୍ଧ୍ୟାରେ ଅଗ୍ରଓ୍ବାଲଙ୍କ ବିରୋଧରେ ଥାନାରେ ଏତଲା ଦେଇଥିଲେ I ଅଭିଯୋଗ ଆଧାରରେ ଫଳରେ ଭାରତୀୟ ନ୍ୟାୟ ସଂହିତାର ଦଫା ୭୫, ୭୮ ଓ ପୋକ୍‌ସୋ ଧାରା ୮ ଅନୁଯାୟୀ ମାମଲା(ନଂ.୪୨୭/୨୫) ରୁଜୁ କରିଥିଲା। ପରବର୍ତ୍ତୀ ସମୟରେ ସଖୀ କେନ୍ଦ୍ରରୁ ପୋଲିସ ସମ୍ପୃକ୍ତା ନାବାଳିକାଙ୍କୁ ନେଇ ଶିଶୁ ମଙ୍ଗଳ କମିଟି(ସିଡବ୍ଲ୍ୟୁସି)ରେ ହାଜର କରିଥିଲା। ଏ ସମ୍ପର୍କରେ ଦେବଗଡ଼ ଆଦର୍ଶ ଥାନା ଅଧିକାରୀ ସବ୍ୟସାଚୀ ଶତପଥୀ କହିଛନ୍ତି, ଉକ୍ତ ଘଟଣାରେ କୌଣସି ଟଙ୍କା କାରବାର ହୋଇନାହିଁ। ତଦନ୍ତ ଜାରି ରହିଛି। ଅଭିଯୁକ୍ତ ଫେରାର ଅଛନ୍ତି। ଖୁବ୍‌ଶୀଘ୍ର ତାଙ୍କୁ ଗିରଫ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଶସ୍ତା ହୋଇଗଲା ସୁନା-ରୂପା, ବଜେଟ ପରେ ଏତେ ଖସିଗଲା ଦର ଖୁସିରେ ନାଚି ଉଠିବେ ଆପଣ!

ନୂଆଦିଲ୍ଲୀ,୧।୨: ବଜେଟ ଦିନ ଦେଶର ଧ୍ୟାନ ସଂସଦ ଉପରେ କେନ୍ଦ୍ରିତ ଥିବା ବେଳେ, ସାମଗ୍ରୀ ବଜାର ଅସ୍ଥିରତା ମଧ୍ୟରେ ଥିଲା। ଲଗାତାର ଦ୍ୱିତୀୟ ଦିନ ପାଇଁ ସୁନା…

Budget 2026: ବିଦେଶରେ ପଢ଼ୁଥିବା ଛାତ୍ରୀଛାତ୍ରଙ୍କ ପାଇଁ ବଡ଼ ଉପହାର, ଟ୍ୟାକ୍ସ ହ୍ରାସ…

ନୂଆଦିଲ୍ଲୀ,୧।୨: ବଜେଟ୍ ଉପସ୍ଥାପନ କରିବା ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଏକ ବଡ଼ ଘୋଷଣା କରିଛନ୍ତି । ସେ ବିଦେଶୀ ଶିକ୍ଷା ଉପରେ ଟିକସରେ ଗୁରୁତ୍ୱପୂର୍ଣ୍ଣ ରିହାତି…

ଦେଶ ଉପରେ କେତେ ଋଣ, କେଉଁଠି ଖର୍ଚ୍ଚ ହେବ ଆପଣଙ୍କ ଟଙ୍କା? ଜାଣନ୍ତୁ ଚଳିତବର୍ଷର ବଜେଟ୍‌ ସାଇଜ

ନୂଆଦିଲ୍ଲୀ,୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଦେଶର ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ କେନ୍ଦ୍ରୀୟ ବଜେଟ ଉପସ୍ଥାପନ କରିଛନ୍ତି। ଏହି ବର୍ଷ, ସରକାର ଅଭିବୃଦ୍ଧିର ଗତି ବଜାୟ…

‘କେରଳକୁ ନେଇ କିଛି କହିଲେ ନାହିଁ ଅର୍ଥମନ୍ତ୍ରୀ’, କାହିଁକି ନିର୍ମଳାଙ୍କୁ ଏମିତି କହିଲେ ଶଶି ଥରୁର? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୧।୨: ଶଶି ଥରୁର, ବଜେଟ 2026 ଉପରେ ତାଙ୍କର ପ୍ରଥମ ପ୍ରତିକ୍ରିୟାରେ କହିଥିଲେ ଯେ ବହୁତ କମ ବିବରଣୀ ଉପଲବ୍ଧ ଥିଲା। ସେ କହିଥିଲେ ଯେ ୩-୪ଟି…

ଦୁର୍ଘଟଣା ହୋଇଛି ପାଣି ଦିଅ କହି ଘରେ ପଶିଲେ, ବନ୍ଧୁକ ଭୁଜାଲି ବେକରେ ଲଗାଇ ଲୁଟିନେଲେ ସର୍ବସ୍ବ

ପାଟଣା,୧ା୨(ବୀର କିଶୋର ଦାଶ): ଦୁର୍ଘଟଣା ହୋଇଛି ପାଣି ଦିଅ କହି ପ୍ରଥମେ ଘରର ରୋଷେୟାକୁ ମାଡ଼ ମାରିବା ସହ ବାନ୍ଧି ପକାଇବା ପରେ ଉପର ମହଲାକୁ ଯାଇ…

ମହିଳାଙ୍କ ପାଇଁ ପେଡ଼ି ଖୋଲିଦେଲେ ନିର୍ମଳା, ଗର୍ଲସ ହଷ୍ଟେଲଠାରୁ ଲକ୍ଷପତି ଦିଦି ସମସ୍ତେ ହେବେ ଖୁସି

ନୂଆଦିଲ୍ଲୀ,୧।୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରବିବାର ସଂସଦରେ 2026-27 ପାଇଁ ବଜେଟ ଉପସ୍ଥାପନ କରିଛନ୍ତି। ସବୁଥର ପରି, ଅର୍ଥମନ୍ତ୍ରୀଙ୍କ ବଜେଟରେ ମହିଳାମାନଙ୍କ ପାଇଁ କିଛି ସ୍ବତନ୍ତ୍ର…

Budget 2026: ଲଗାତାର ୯ମ ଥର ବଜେଟ୍ ଆଗତ କରି ରେକର୍ଡ କଲେ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ,୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରି ଏକ ନୂତନ ଇତିହାସ ରଚିଛନ୍ତି। ସେ ଭାରତର ପ୍ରଥମ ଅର୍ଥମନ୍ତ୍ରୀ…

ଏକାଗ୍ର ମନ, ତୀକ୍ଷ୍ଣ ଦୃଷ୍ଟି: ବଜେଟ ଭାଷଣ ସମୟରେ ଏମିତି ଟେବୁଲ ବାଡେଇଲେ ମୋଦି, ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧।୨: ସଂସଦୀୟ କାର୍ଯ୍ୟକାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତି ସର୍ବଦା ପ୍ରଭାବଶାଳୀ, କିନ୍ତୁ ବଜେଟ ଦିବସରେ ତାଙ୍କର ଗମ୍ଭୀରତା ଏକ ଭିନ୍ନ ସ୍ତରକୁ ପହଞ୍ଚେ। ଅର୍ଥମନ୍ତ୍ରୀ ନିର୍ମଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri