ନାବାଳିକାଙ୍କୁ ଯୌନ ନିର୍ଯାତନା ଅଭିଯୋଗ: ୫ ଦିନି ବିତିଲା, ଗିରଫ ହେଲେନି ଅଭିଯୁକ୍ତ

ଦେବଗଡ଼,୧୬ା୯(ଶଶାଙ୍କ ଶେଖର ଝାଙ୍କର)- ଦେବଗଡ଼ ଆଦର୍ଶ ଥାନା ଅଞ୍ଚଳର ଜନୈକା ନାବାଳିକାଙ୍କୁ ଜଣେ ବ୍ୟବସାୟୀ ଯୌନ ନିର୍ଯାତନା ଦେଇଥିବା ବୁଧବାର ଅଭିଯୋଗ ହୋଇଥିଲା। ଏନେଇ ପୋଲିସ ଏକ ମାମଲା ରୁଜୁ କରିଛି। ହେଲେ ଇତିମଧ୍ୟରେ ୫ ଦିନ ବିତିଯାଇଥିଲେ ମଧ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାରେ ବିଫଳ ହୋଇଛି। ଅପରପକ୍ଷେ ସମ୍ପୃକ୍ତ ବ୍ୟବସାୟୀ ଜଣଙ୍କ ନାବାଳିକାଙ୍କ ପରିବାର ସଦସ୍ୟ ଓ ପୋଲିସକୁ ମୋଟାଅଙ୍କର ଟଙ୍କା ଦେଇ ଘଟଣାକୁ ଚପାଇ ଦେବା ପାଇଁ ଉଦ୍ୟମ କରିଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।
ମିଳିଥିବା ସୂଚନା ଅନୁଯାୟୀ, ଦେବଗଡ଼ ଜିଲା ସଦର ମହକୁମାସ୍ଥିତ ବାଳିକା ଉଚ୍ଚ ବିଦ୍ୟାଳୟ ଛକ ନିକଟ ଅଗ୍ରୱାଲ ସେଲ୍ସ ଲଜିଷ୍ଟିକ୍‌ରେ ସେଲ୍ସ ଗର୍ଲ ଭାବେ ସମ୍ପୃକ୍ତା ନାବାଳିକା କାମ କରୁଥିଲେ। ଦୋକାନ ମାଲିକ ଜିତେନ୍ଦ୍ର ଅଗ୍ରୱାଲ କିଛିଦିନ ହେବ ତାଙ୍କୁ ଯୌନ ନିର୍ଯାତନା ଦେଇଆସୁଥିଲେ। ଏପରି କି ସେ ଧମକ ଦେଇ କହିଥିଲେ, ପୋଲିସ ସହ ମୋର ଭଲ ସମ୍ପର୍କ, ତୁ ଥାନାରେ ଅଭିଯୋଗ କଲେ ମୋର କିଛି ହେବ ନାହିଁ। ହେଲେ ଗତ ୯ ତାରିଖ ସନ୍ଧ୍ୟା ୬ଟାରେ ନାବାଳିକା ଜଣଙ୍କ ଚାଇଲ୍ଡ ହେଲ୍ପଲାଇନ୍‌ ନମ୍ବର ୧୦୯୮ ନମ୍ବରକୁ ଫୋନ୍‌କରି କହିଥିଲେ, ମୁଁ ଅଗ୍ରୱାଲ ସେଲ୍ସ ଲଜିଷ୍ଟିକ୍‌ରେ କାମ କରୁଛି I ମାଲିକ ଜିତେନ୍ଦ୍ର ଅଗ୍ରୱାଲ ମୋତେ କିଛିଦିନ ହେବ ବାରମ୍ବାର ଯୌନ ନିର୍ଯାତନା ଦେଉଛନ୍ତି। ଖବରପାଇ ଜିଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ରଙ୍କ ନିର୍ଦ୍ଦେଶକ୍ରମେ ଚାଇଲ୍ଡ ହେଲ୍ପଲାଇନ୍‌ କର୍ମକର୍ତ୍ତା ସୂର୍ଯ୍ୟକାନ୍ତି ଭମସାଗର, ସୁଜିତ୍‌ ନାୟକ ଓ ପିଙ୍କୁ ମୁଣ୍ଡା ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିବାବେଳକୁ ନାବାଳିକା ଜଣଙ୍କ ଦୋକାନ ସମ୍ମୁଖରେ ବସି କାନ୍ଦିବା ସହ ମାଲିକଙ୍କୁ ଜୋରରେ ପାଟିକରି ଗାଳି ଦେଉଥିବା ଦେଖିବାକୁ ପାଇଥିଲେ। ହେଲେ ମାଲିକ ଅଗ୍ରୱାଲ ସେତେବେଳେ ଦୋକାନ ଛାଡି ଚାଲିଯାଇଥିଲେ। ଚାଇଲ୍ଡ ଲାଇନ୍‌ କର୍ମକର୍ତ୍ତା ସେଠାରୁ ନାବାଳିକାଙ୍କୁ ଉଦ୍ଧାର କରି ନୂଆ ହସ୍ପିଟାଲସ୍ଥିତ ସଖୀ କେନ୍ଦ୍ରକୁ ନେଇଥିଲେ। ଏହା ପରଦିନ ଅର୍ଥାତ୍‌ ୧୦ ତାରିଖ ପୂର୍ବାହ୍ନରେ ନାବାଳିକା ଥାନାରେ ଏତଲା ଦେବାକୁ ଚାହିଁଥିଲେ। ହେଲେ ଘରଲୋକ ଦୋକାନ ମାଲିକଙ୍କ ଦ୍ୱାରା ଚାପଗ୍ରସ୍ତ ହୋଇ ଏତଲା ନ ଦେବାକୁ ନାବାଳିକାଙ୍କୁ ବୁଝାଇଥିଲେ I ମାତ୍ର ନାବାଳିକା ଘର ଲୋକଙ୍କ କଥାରେ ରାଜି ନ ହୋଇ ୧୦ ତାରିଖ ସନ୍ଧ୍ୟାରେ ଅଗ୍ରଓ୍ବାଲଙ୍କ ବିରୋଧରେ ଥାନାରେ ଏତଲା ଦେଇଥିଲେ I ଅଭିଯୋଗ ଆଧାରରେ ଫଳରେ ଭାରତୀୟ ନ୍ୟାୟ ସଂହିତାର ଦଫା ୭୫, ୭୮ ଓ ପୋକ୍‌ସୋ ଧାରା ୮ ଅନୁଯାୟୀ ମାମଲା(ନଂ.୪୨୭/୨୫) ରୁଜୁ କରିଥିଲା। ପରବର୍ତ୍ତୀ ସମୟରେ ସଖୀ କେନ୍ଦ୍ରରୁ ପୋଲିସ ସମ୍ପୃକ୍ତା ନାବାଳିକାଙ୍କୁ ନେଇ ଶିଶୁ ମଙ୍ଗଳ କମିଟି(ସିଡବ୍ଲ୍ୟୁସି)ରେ ହାଜର କରିଥିଲା। ଏ ସମ୍ପର୍କରେ ଦେବଗଡ଼ ଆଦର୍ଶ ଥାନା ଅଧିକାରୀ ସବ୍ୟସାଚୀ ଶତପଥୀ କହିଛନ୍ତି, ଉକ୍ତ ଘଟଣାରେ କୌଣସି ଟଙ୍କା କାରବାର ହୋଇନାହିଁ। ତଦନ୍ତ ଜାରି ରହିଛି। ଅଭିଯୁକ୍ତ ଫେରାର ଅଛନ୍ତି। ଖୁବ୍‌ଶୀଘ୍ର ତାଙ୍କୁ ଗିରଫ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱାସରେ ବିଷ: ୧୮ ଲକ୍ଷ ଟଙ୍କାର ଋଣ ଜାଲିଆତି, ମହିଳାଙ୍କୁ ବାନ୍ଧିଲା ତାରସିଂ ପୋଲିସ

ଭଞ୍ଜନଗର, ୧୯।୩ (ବାବୁଲା ପ୍ରଧାନ): ବିଶ୍ୱାସରେ ଦେଲେ ବିଷ । ସାଙ୍ଗସାଥୀ ଓ ପଡ଼ୋଶୀ ମହିଳାଙ୍କ ନାମରେ ବ୍ୟାଙ୍କରୁ ଚଞ୍ଚକତା କରି ଲକ୍ଷ ଲକ୍ଷ ଟଙ୍କା ଋଣ…

ପୁଣି ୮୮୦୦ ଶସ୍ତା ହେଲା ସୁନା,ରୂପା ବି ୨୫,୫୦୦ ଖସିଲା; ମୁଣ୍ଡରେ ହାତ ଦେଲେଣି ନିବେଶକ,ଆଗକୁ…

ନୂଆଦିଲ୍ଲୀ, ୧୯।୩: ଗୁରୁବାର ସାରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ସୁନା ଓ ରୁପା ଦରରେ ଜୋରଦାର ହ୍ରାସ ପରିଲକ୍ଷିତ ହୋଇଛି। ମଧ୍ୟ-ପ୍ରାଚ୍ୟରେ ଉତ୍ତେଜନା ଲାଗି…

ଦିଗପହଣ୍ଡିରେ ଦୁଇଦିନିଆ ଶିକ୍ଷଣ ସାମଗ୍ରୀ କର୍ମଶାଳା ଉଦଯାପିତ: ପ୍ରଭାବଶାଳୀ ଶିକ୍ଷାଦାନ ପାଇଁ…

ଦିଗପହଣ୍ଡି, ୧୯।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବଡ଼ଖେମୁଣ୍ଡି ହାଇସ୍କୁଲ ପରିସରରେ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଦୁଇଦିନିଆ ଶିକ୍ଷଣ ସାମଗ୍ରୀ…

ଚଷାନିମଖଣ୍ଡି ସରକାରୀ ହାଇସ୍କୁଲର ବାର୍ଷିକୋତ୍ସବ: ମନ ଜିଣିଲା ନାଟକ ‘ଗୁରୁ ସାକ୍ଷାତ ପରଂବ୍ରହ୍ମ’

ଦିଗପହଣ୍ଡି, ୧୯।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଚଷାନିମଖଣ୍ଡି ଗ୍ରାମ ସରକାରୀ ହାଇସ୍କୁଲ ପରିସରରେ ବାର୍ଷିକୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର…

ଥୁଆମୂଳ ରାମପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖ ମରଣଯନ୍ତା: ଗଳା ଫାଶ ସାଜିଛି ‘ଲୁହା ଜାଲି’, ପ୍ରଶାସନ ନିଦାବିଷ୍ଣୁ

ଥୁଆମୂଳ ରାମପୁର, ୧୯।୩ (ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ମୁଖ୍ୟ ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ…

ବଜ୍ରପାତରେ ଜଳିଗଲା ନଡ଼ିଆ ଗଛ

ଢେଙ୍କିକୋଟ,୧୯ା୩(ନୀଳମଣି ମଣ୍ଡଳ): କେନ୍ଦୁଝର ଜିଲା ଢେଙ୍କିକୋଟଠାରେ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସାଙ୍ଗକୁ ବର୍ଷା ହୋଇଥିଲା। ବଜ୍ରପାତରେ ଢେଙ୍କିକୋଟ ବଜାରସ୍ଥିତ ରାମଚନ୍ଦ୍ର ସାହୁଙ୍କ ବାଡ଼ିରେ ଥିବା ନଡ଼ିଆ ଗଛ…

ସୁରେଶ ରେଡ୍ଡି ହେଲେ ଭାଜପା ଯୁବ ମୋର୍ଚ୍ଚାର ରାଜ୍ୟ ସଂଯୋଜକ: ଛତ୍ରପୁର ଅଞ୍ଚଳରେ ଉତ୍ସାହ

ଛତ୍ରପୁର, ୧୯।୩ (ଦିଲ୍ଲୀପ ସାମଲ): ଭାରତୀୟ ଜନତା ପାର୍ଟି (ଭାଜପା) ଯୁବ ମୋର୍ଚ୍ଚାର ସଂଗଠନକୁ ଅଧିକ ସୁଦୃଢ଼ କରିବା ପାଇଁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଛତ୍ରପୁରର…

ଅକାଳରେ ଚାଲିଗଲା ସିଆର୍‌ପିଏଫ୍‌ ଯବାନଙ୍କ ଜୀବନ: ରାୟଗଡ଼ା ଚତୁର୍ଥ ବାଟାଲିୟନରେ ଶୋକର ଛାୟା

ରାୟଗଡ଼ା, ୧୯।୩ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲାରେ ମ୍ୟାଲେରିଆର ପ୍ରାଦୁର୍ଭାବ ଜଣେ କର୍ତ୍ତବ୍ୟରତ ସିଆରପିଏଫ (CRPF) ଯବାନଙ୍କ ଜୀବନ ନେଇଛି। ମୃତ ଯବାନ ଜଣକ ହେଉଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri