ଗଜପତି,୯ା୨(ଗିରିଧାରୀ ପରିଛା): ଗଜପତି ଜିଲା ମୋହନା ଥାନା ଚନ୍ଦ୍ରଗିରି ଫାଣ୍ଡି ଅଞ୍ଚଳରେ ଜଣେ ୭ ବର୍ଷର ତିବ୍ଦତୀୟ ନାବାଳିକାଙ୍କୁ ବଳାତ୍କାର ହୋଇଥିବା ଅଭିଯୋଗ ହୋଇଛି। ପରିବାର ଲୋକେ ଘରେ ଅନୁପସ୍ଥିତ ଥିବା ଦେଖି ନାବାଳିକାଙ୍କୁ ବଳାତ୍କାର କରିଛନ୍ତି ଜଣେ ଓଡ଼ିଆ ନାବାଳକ। ପରିବାର ଲୋକେ ଜାଣିବା ପରେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଅଭିଯୋଗକୁ ଭିତ୍ତିରେ ଏକ ମାମଲା ରୁଜୁ କରିବା ସହ ନାବାଳକଙ୍କୁ ଥାନାକୁ ଆଣି ପଚରାଉଚରା କରୁଛି। ଡାକ୍ତରୀ ପରୀକ୍ଷା ପରେ ଅଭିଯୁକ୍ତଙ୍କୁ ଜୁଭେନାଇଲ କୋର୍ଟରେ ହାଜର କରାଯିବ ବୋଲି ସୂଚନା ଦେଇଛି ପୋଲିସ।

