କାର୍‌ ଭିତରେ ନାବାଳିକାଙ୍କୁ ବଳାତ୍କାର ମାମଲା: ସେହିଦିନର ଘଟଣା ସମ୍ପର୍କରେ ଖୁଲାସା କଲେ ଏସଡିପିଓ

ଦାରିଙ୍ଗବାଡି, ୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଶୁକ୍ରବାର ସନ୍ଧ୍ୟାରେ ଜଣେ ନାବାଳିକା ଗଣେଶ ମୂର୍ତ୍ତି ବିସର୍ଜନ ମେଢ଼ ଦେଖିବାକୁ ଯାଇ ବଳାତ୍କାରର ଶିକାର ହୋଇଥିଲେ । ଉକ୍ତ ମାମଲାରେ ଅଭିଯୁକ୍ତଙ୍କୁ ପୋଲିସ ଦାରିଙ୍ଗବାଡିରୁ ଗିରଫ କରିଛି । ଗିରଫ ଯୁବକ ହେଲେ ଉକ୍ତ ଥାନା ବୁର୍ଜୁବାଡି ଅଞ୍ଚଳର ପ୍ରଶାନ୍ତ ପ୍ରଧାନ (୨୭ )ବୋଲି ବାଲିଗୁଡା ଏସଡିପିଓ ରମେନ୍ଦ୍ର ପ୍ରସାଦ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି । ବଳାତ୍କାର କରାଯାଇଥିବା କାର୍‌କୁ ମଧ୍ୟ ପୋଲିସ ଜବତ କରିଛି । ଜବତ କାର୍‌ ଭିତରୁ ସାଇଣ୍ଟିଫିକ ଟିମ ନମୁନା ସଂଗ୍ରହ କରିଛନ୍ତି । ଘଟଣା ସମ୍ପର୍କରେ ଏସଡିପିଓ କହିଛନ୍ତି ଯେ, ଉକ୍ତ ଥାନା ଅଞ୍ଚଳରେ ୫ ତାରିଖ ଶୁକ୍ରବାର ସନ୍ଧ୍ୟାରେ ନାବାଳିକା ଜଣକ ତାଙ୍କ ବଡ଼ ଭଉଣୀଙ୍କ ଘରୁ ବାହାରି ଗଣେଶ ମୂର୍ତ୍ତି ବିସର୍ଜନ ଶୋଭାଯାତ୍ରା ଦେଖିବାକୁ ଯାଇଥିଲେ । ଭସାଣି ସାରିବା ପରେ ସେ ପ୍ରସାଦ ସେବନ କରି ତାଙ୍କ ଡ୍ରେସ ଜ୍ୟାକେଟଟି ଜଣେ ସମ୍ପର୍କୀୟଙ୍କ ଘରୁ ଧରି ଭଉଣୀ ଘରକୁ ଫେରୁଥିଲେ। ଏହି ସମୟରେ ପ୍ରଶାନ୍ତ ତାଙ୍କୁ ତାଙ୍କ ନିଜ କାର ନଂ (ଓଡି-୦୭ଏକ୍ସ-୦୫୯୩)ରେ ବସିବାକୁ କହିଥିଲେ । ନାବାଳିକା ଜଣଙ୍କ ପୂର୍ବରୁ ପ୍ରଶାନ୍ତଙ୍କୁ ଜାଣିଥିବାରୁ ତାଙ୍କ କାର୍‌ରେ ବିଶ୍ୱାସ କରି ବସିଥିଲେ ଓ ସେ ସହର ବାହାରକୁ ନେଇ କାର୍‌ ଭିତରେ ହିଁ ବଳାତ୍କାର କରିଥିଲେ। ପରେ ପ୍ରଶାନ୍ତ କାର୍‌ର ଡୋର ଖୋଲିବା କ୍ଷଣି ନାବାଳିକା ସେଠାରୁ ଖସିଯିବାକୁ ଉଦ୍ୟମ କରୁଥିଲେ ଏହି ସମୟରେ ନାବାଳିକାଙ୍କ ଚୁଟିକୁ ଘୋଷାଡି ଘୋଷାଡି ପୁଣି କାର୍‌ ନିକଟକୁ ଆଣିବା ସହ ଘଟଣା ସମ୍ପର୍କରେ କାହାରିକୁ କହିଲେ ହତ୍ୟା କରିବାକୁ ଧମକ ଦେଇଥିଲେ। ପରେ ନାବାଳିକାଙ୍କୁ ପୂର୍ବରୁ ଯେଉଁଠୁ ନେଇଥିଲେ ସେଠି ଆଣି ଛାଡି ଦେଇଥିଲେ । ବିଶ୍ୱାସରେ ନେଇ ଏଭଳି ବଳାତ୍କାର କରିଥିବା ଘଟଣା ସମ୍ପର୍କରେ ନାବାଳିକା ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। ପରିବାର ଏନେଇ ଶନିବାର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଏନେଇ ମାମଲା(୧୮୨/୨୫)ରୁଜୁ କରି ତଦନ୍ତ ଚଳାଇଥିଲା। ସେହିଦିନ ଠାରୁ ଅଭିଯୁକ୍ତ ପ୍ରଶାନ୍ତ ଫେରାର ହୋଇଯାଇଥିଲେ। ପୋଲିସ ପ୍ରଶାନ୍ତକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିଲେ। ସେ ରାଇକିଆ ସମେତ ପୁରୀ ଯାଇ ଲୁଚିଥିଲେ ପରେ ସେ ଦାରିଙ୍ଗବାଡି ଅଞ୍ଚଳକୁ ଆସିଥିଲେ ଓ ପୋଲିସ ତାଙ୍କୁ ଗିରଫ କରିଥିଲା। ଉକ୍ତ ଥାନା ଅଞ୍ଚଳରେ ହିଁ ଗିରଫ କରିବାରେ ସଫଳ ହୋଇଥିବା ପୋଲିସ କହିଛି । ଅଭିଯୁକ୍ତଙ୍କୁ ଗିରଫ ପରେ ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ସହ ବିଭିନ୍ନ ନମୁନା ସଂଗ୍ରହ କରାଯାଇଛି। ତାଙ୍କୁ ପକ୍ସୋ କୋର୍ଟରେ ହାଜର କରାଯିବ ବୋଲି କୁହାଯାଇଛି। ତେବେ ଘଟଣା ଘଟିବା ପରେ ଗାଁରେ ଭଦ୍ର ଲୋକଙ୍କୁ ନେଇ ଏହାର ସମାଧାନ କରାଯିବାକୁ ଉଦ୍ୟମ କରାଯାଇଥିଲା। ଯାହାକି ଏଭଳି ଘଟଣାରେ ପୀଡିତାଙ୍କ ପରିବାର ଥାନାରେ ଅଭିଯୋଗ କରନ୍ତୁ , କୌଣସି ଗାଁ କମିଟିରେ ସମାଧାନ ପାଇଁ ବୈଠକ ନକରିବାକୁ ଏସଡିପିଓ ରମେନ୍ଦ୍ର ପ୍ରସାଦ ଲୋକଙ୍କୁ ଅପିଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri