କୋଳି ଖାଇବାକୁ ଡାକି ନେଇ ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା: ପ୍ରତିବାଦରେ ରାସ୍ତାରେ ବସିଲେ ବିଭିନ୍ନ ରାଜନୈତିକ ଦଳ

ଭଦ୍ରକ/ଚାନ୍ଦବାଲି,୨୫ା୧୨(ସନାତନ ରାଉତ/ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ଏନ୍‌ଏସି ଅନ୍ତର୍ଗତ ବାଲିଗାଁଠାରେ ୨ ଦିନ ତଳେ ଘଟିଥିବା ନାବାଳିକା ବଳାତ୍କାର ଓ ହତ୍ୟା ଘଟଣା ଚାନ୍ଦବାଲି ସହର ଅଶାନ୍ତ କରିଛି। ଚାନ୍ଦବାଲି ବଜାର ମଧୁବାବୁ ଛକ, ପୁରୁଣା ବସ୍‌ଷ୍ଟାଣ୍ଟ, ତାରିଣୀ ଛକ ଆଦି ଜାଗାରେ ୨ ଦିନ ଧରି ଟାୟାର ଜାଳି ରାସ୍ତାରୋକୋ କରାଯାଇଥିଲା। ଗୁରୁବାର ଏହାର ପ୍ରତିବାଦରେ ବିଜେଡି ପକ୍ଷରୁ ୬ ଘଣ୍ଟିଆ ଚାନ୍ଦବାଲି ବଜାର ବନ୍ଦ କରାଯାଇଛି।  ବିଧାୟକ ବ୍ୟୋମକେଶ ରାୟଙ୍କ ନେତୃତ୍ୱରେ ବିଜେଡି ପକ୍ଷରୁ ବନ୍ଦ କରାଯାଇଛି। ଚାନ୍ଦବାଲି ଏନ୍ଏସି ଅଧ୍ୟକ୍ଷା ଶାନ୍ତିଲତା ସେଠୀ, ଦ୍ବିଜବର ରାଉତଙ୍କ ସହ ବିଜେଡି କର୍ମୀ ଟାୟାର ଜାଳି ରାସ୍ତାରେ ବସିବା ସହ ପିକେଟିଂ କରିଛନ୍ତି।

ସେହିପରି କଂଗ୍ରେସ ପକ୍ଷରୁ ଦିଗମ୍ବର ଦାସଙ୍କ ନେତୃତ୍ୱରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି। ଦୋକାନ ବଜାର ବନ୍ଦ ରହିଥିବାବେଳେ ଗାଡ଼ି ଚଳାଚଳ ବନ୍ଦ ରହିଛି। ଏହି ଲଜ୍ଜାଜନକ ଘଟଣାକୁ ଉଭୟ କଂଗ୍ରେସ ଓ ବିଜେଡି ନିନ୍ଦା କରିବା ସହ ସରକାରଙ୍କ ଶାସନ ବ୍ୟବସ୍ଥାରେ ବିଫଳତାକୁ ସମାଲୋଚନା କରିଛନ୍ତି।

ପ୍ରକାଶ ଥାଉକି, ଉକ୍ତ ଅଞ୍ଚଳର ଜଣେ ନାବାଳିକା ଦିବ୍ୟାଙ୍ଗ ହୋଇଥିବା ବେଳେ ଅଭିଯୁକ୍ତ ରାମପଲ୍ଲୀ ଗାଁର ଗଣେଶ ଦାସ ପୁଅ ବବୁଲୁ ଦାସ ତାକୁ କୋଳି ପାରି ଖାଇବାକୁ ଦେବା ବାହାନାରେ ନେଇ ବଳାତ୍କାର କରିବା ପରେ ହତ୍ୟା କରିଥିଲେ। ମଙ୍ଗଳବାର ରାତିରେ ଅଭିଯୁକ୍ତ ବବୁଲୁଙ୍କୁ ଜଗତସିଂହପୁରରୁ ପୋଲିସ ଗିରଫ କରିଛି। ପରିସ୍ଥିତିକୁ ଲକ୍ଷ୍ୟ ରଖି ଚାନ୍ଦବାଲି ବଜାରରେ ୧୦ ପ୍ଲାଟୁନ ଫୋର୍ସ ମୁତୟନ ରହିଛନ୍ତି। ପୂର୍ବାଞ୍ଚଳ ଡିଆଇଜି ପିନାକ ମିଶ୍ର ଓ ଏସ୍‌ପି ମନୋଜ ରାଉତ ସ୍ଥିତି ଉପରେ ନଜର ରଖିଛନ୍ତି। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ସହାୟତା ଘୋଷଣା କରିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲରେ ବିଜ୍ଞାନ ଶିକ୍ଷକଙ୍କ ‘ପ୍ରେମ ପାଠ’: ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ଥାନାରେ ମାମଲା ରୁଜୁ

ଦେବଗଡ,୧୨।୨(ଶଶାଙ୍କ ଶେଖର ଝାଙ୍କର): ବିଦ୍ୟାଳୟରେ ଶିକ୍ଷକଙ୍କ ଅଭଦ୍ରାମି। ବିଜ୍ଞାନ ପାଠ ବଦଳରେ ଛାତ୍ରୀଙ୍କୁ ପଚାରୁଛନ୍ତି ‘ହଗ୍‌-ଡେ’ ଓ ‘ପ୍ରପୋଜ୍‌-ଡେ’। ଦେବଗଡ଼ ଜିଲା ରିଆମାଳ ବ୍ଲକରୁ ଆସିଛି ଏଭଳି…

ଦିଗପହଣ୍ଡିରେ ଭାରତ ବନ୍ଦ ପ୍ରଭାବ: ବନ୍ଦ ରହିଲା ଦୋକାନ ବଜାର, ଗାଡ଼ି ଚଳାଚଳ; ରାଜ୍ୟ ରାଜପଥକୁ…

ଦିଗପହଣ୍ଡି,୧୨|୨(ଅଶେଷ ନାଥ ମିଶ୍ର) ବିଭିନ୍ନ କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ପକ୍ଷରୁ  ଗୁରୁବାର ସର୍ବଭାରତୀୟ ସ୍ତରରେ ଡ଼ାକରା ଦିଆଯାଇଥିବା ଭାରତ ବନ୍ଦ ଦିଗପହଣ୍ଡିରେ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରାଯାଇଛି।…

ମୁନିଗୁଡ଼ା ଅଞ୍ଚଳରେ ବାଘ ଆତଙ୍କ: ବାଛୁରୀକୁ ମାରି ଖାଇଲା, ପାଦଚିହ୍ନ ଦେଖି ଲୋକେ ଛାନିଆ…

ମୁନିଗୁଡା,୧୨।୨ (ନନ୍ଦ କିଶୋର ପଟ୍ଟନାୟକ): ରାୟଗଡା ଜିଲା ମୁନିଗୁଡା ରେଞ୍ଜ ଅନ୍ତର୍ଗତ ଜଗଦଳପୁର ନିକଟସ୍ଥ ଡ଼ିମିରିଗୁଡାର ପଞ୍ଜାବାଲି ଛକ ନିକଟରେ ବାଘ ଆତଙ୍କ ଦେଖାଯାଇଛି। ବୁଧବାର ରାତିରେ…

ବାଂଲାଦେଶ ନିର୍ବାଚନ ପରେ ହାସିନାଙ୍କ କଡ଼ା ଆକ୍ରମଣ, କହିଲେ ଫଳାଫଳ ‘ହାସ୍ୟାସ୍ପଦ’

ଢାକା,୧୨।୨: ବୁଧବାର, ଫେବୃଆରୀ ୧୨ ରେ ବାଂଲାଦେଶରେ ୨୯୯ ସଂସଦୀୟ ଆସନ ପାଇଁ ସାଧାରଣ ନିର୍ବାଚନ ଶେଷ ହୋଇଛି। ଏହି ନିର୍ବାଚନକୁ ବିଶେଷ ଭାବରେ ବିବେଚନା କରାଯାଇଥିଲା…

ପିଏମଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକୋତ୍ସବ: କଠିନ ପରିଶ୍ରମ କରି…

ଦିଗପହଣ୍ଡି,୧୨ା୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସ୍ଥିତ ପିଏମଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଛି। ଶିକ୍ଷକ ଜଗଦୀଶ ସାହୁ ବେଦମନ୍ତ୍ର ପାଠ କରିବା ପରେ…

ନୂଆ ରୂପ ନେଉଛି ବରଗଡ଼, ବିସ୍ଥାପିତଙ୍କ ପାଇଁ ନୂତନ ସୁପର ମାର୍କେଟ୍‌ କମ୍ପ୍ଲେକ୍ସ, ବିଧାୟକ କଲେ …

ବରଗଡ଼,୧୨।୨(ପ୍ରେମାନନ୍ଦ ଖମାରୀ)- ନୂଆ ସରକାର ଆସିବା ପରେ ବରଗଡ଼ ସହରର ନବକଳେବର ହେଉଛି। ଧନୁଯାତ୍ରା ମହୋତ୍ସବରେ ନୂତନତ୍ତ୍ୱ ଆସିଥିବାବେଳେ ସହରର ପ୍ରମୁଖ ସମସ୍ୟା ଯାତାୟାତ, ନର୍ଦ୍ଦମା ଜଳ…

ପୁଣି ଥରେ ଅଜିତ ହେଲେ କଳାହାଣ୍ଡି ଜିଲା ଛାତ୍ର ବିଜେଡି ସଭାପତି, ଛୁଟୁଛି ଶୁଭେଚ୍ଛାର ସୁଅ

କର୍ଲାମୁଣ୍ଡା, ୧୨ା୨(ପ୍ରଦୀପ କୁମାର ସାହୁ): ରାଜ୍ୟ ବିଜେଡି ସଭାପତି ନବୀନ ପଟ୍ଟନାୟକ ଗୁରୁବାର ରାଜ୍ୟର ବିଭିନ୍ନ ଜିଲାର ଯୁବ ସଭାପତିଙ୍କ ନାମ ଘୋଷଣା କରିଛନ୍ତି। ଏହି କ୍ରମରେ…

୩ ଜଣଙ୍କୁ ବଞ୍ଚାଇ ଜୀବନ ଯୁଦ୍ଧରେ ହାରିଗଲେ ଆଶିଷ, ପୁରୀ ସ୍ବର୍ଗଦ୍ୱାରରେ ଦିଆଗଲା ଗାର୍ଡ ଅଫ୍‌ ଅନର୍‌

ଭଞ୍ଜନଗର,୧୨ା୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବଡ଼କୋଦଣ୍ଡାର ଆଶିଷ ସାହୁ ଭୁବନେଶ୍ୱରରେ ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଡିଏମ୍‌ଏଲ୍‌ଟି ପଢ଼ୁଥିଲେ । ବାପା ତ୍ରିପତି ସାହୁ ଶ୍ରମିକ କାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri