ଭଦ୍ରକ,୫।୩(କାଳୀପଦ ରାୟ): ନାବାଳିକାଙ୍କୁ ଗର୍ଭବତୀ ଅଭିଯୋଗରେ ନାବାଳକ ଗିରଫ ହୋଇଛନ୍ତି। ସୂଚନାଯୋଗ୍ୟ, ନୟାକଣୀଡ଼ିହି ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଭଲପାଇ ଶାରୀରିକ ସମ୍ପର୍କ ରଖିଥିଲେ ସେହି ଗ୍ରାମରେ ଜଣେ ନାବାଳକ। ନାବାଳିକା ଜଣଙ୍କ ଆଠ ମାସର ଗର୍ଭବତୀ ଥିବାର ଜଣାପଡିଛି। ଏନେଇ ନାବାଳିକାଙ୍କ ଅଭିଯୋଗ ପରେ ନୟାକଣୀଡ଼ିହି ପୋଲିସ ଅଭିଯୁକ୍ତ ନାବାଳକଙ୍କୁ ପୋସ୍କୋ ଆଇନ ଅନୁଯାୟୀ, ନିଜ ହେପାଜତକୁ ନେଇ ପଚରାଉଚରା କରୁଛି।


