ଥାନାରେ ନାବାଳିକା ବିଷାକ୍ତ ଜିନିଷ ଖାଇବା ଘଟଣା: ବନ୍ଧାହେଲେ ପୁରୁଷ ବନ୍ଧୁ, ଲଜ୍‌ ମାଲିକ

ବ୍ରହ୍ମପୁର,୩।୯(ସୁବାସ ଚନ୍ଦ୍ର ପାଢ଼ୀ):ଗଞ୍ଜାମ ଜିଲା ଗୋପାଳପୁର ଥାନା ପରିସରରେ ସୋମବାର ଅପରାହ୍ନରେ ଜଣେ ନାବାଳିକା କିଛି ବିଷାକ୍ତ ଜିନିଷ ଖାଇ ଆତ୍ମହତ୍ୟା ଉଦ୍ୟମ କରିବା ଘଟଣାରେ ପୋଲିସ ୨ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ନାବାଳିକାଙ୍କ ପୁରୁଷ ବନ୍ଧୁ ନିମଖଣ୍ଡି ଥାନା ଅନ୍ତର୍ଗତ ଯୋଗିଆପଲ୍ଲୀର କେଦାର ଦାସ(୨୮) ଓ ଲଜ୍‌ ମାଲିକ ଗୋପାଳପୁରର ଯୋଗେନ୍ଦ୍ର କୁମାର ସିଂ(୩୯)। କେଦାର ନାବାଳିକା ଛାତ୍ରୀଙ୍କୁ ଅପହରଣ କରି ଲଜ୍‌ରେ ରଖିବା ଓ ସେଠାରେ ତାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି। ଯୋଗେନ୍ଦ୍ର ଉଭୟଙ୍କୁ ନିଜ ଲଜ୍‌ରେ ରହିବାକୁ ଅନୁମତି ଦେଇଥିବାରୁ ଗିରଫ ହୋଇଥିବା ବ୍ରହ୍ମପୁର ମୁଖ୍ୟାଳୟରେ ଖବରଦାତା ସମ୍ମିଳନୀରେ ଏସ୍‌ପି ଡା. ସର୍ବଣା ବିବେକ ଏମ୍‌. ସୂଚନା ଦେଇଛନ୍ତି। ୨ ଅଭିଯୁକ୍ତଙ୍କ ମୋବାଇଲ ଫୋନ୍‌ ଜବତ କରାଯାଇଛି। ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇ ଘଟଣାର ତଦନ୍ତ ଜାରି ରହିଛି। ସେହିପରି ପୀଡ଼ିତା ଛାତ୍ରୀଙ୍କ ନିକଟରୁ ଜବତ ହୋଇଥିବା ବୋତଲ ପରୀକ୍ଷା ପାଇଁ ଏସ୍‌ଏଫ୍‌ଏସ୍‌ଏଲ୍‌ ପଠାଯିବ ବୋଲି ଏସ୍‌ପି ସୂଚନା ଦେଇଛନ୍ତି। ଏଥିସହ ଗୋପାଳପୁର ବେଳାଭୂମି ବୁଲିବାକୁ ଆସୁଥିବା ନାବାଳିକାଙ୍କୁ କେହି ଲଜ୍‌ରେ ରହିବାକୁ ଅନୁମତି ନ ଦେବାକୁ ପରାମର୍ଶ ଦେଇଛନ୍ତି। ଏଭଳି ବେଆଇନ କାମ କରୁଥିବା ଲଜ୍‌ ମାଲିକମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସ୍‌ପି କହିଛନ୍ତି।
ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଅଭିଯୁକ୍ତ କେଦାର ସୋମବାର ମଧ୍ୟାହ୍ନରେ ତାଙ୍କ ୧୭ ବର୍ଷିୟା ବାନ୍ଧବୀଙ୍କୁ ଫୋନ କରି ଖଲ୍ଲିକୋଟ କଲେଜ ଡାକିଥିଲେ। ସେଠାରୁ ତାଙ୍କୁ ନିଜ ବାଇକ୍‌ରେ ବସାଇ ଗୋପାଳପୁର ଆଣିଥିଲେ। ବାଇକ୍‌ ପାର୍କିଂ କରି ସେଠାରେ ଛିଡ଼ା ହୋଇଥିବା ଲଜ୍‌ ମାଲିକ ଯୋଗେନ୍ଦ୍ରଙ୍କୁ ଫୋନ ପେ’ରେ ୭୦୦ ଟଙ୍କା ଦେଇ ଏକ ରୁମ୍‌ ବୁକ୍‌ କରିଥିଲେ। ଛାତ୍ରୀଙ୍କ ସହ ରୁମ୍‌ରେ ପ୍ରାୟ ୨ ଘଣ୍ଟା ରହିବା ପରେ ସେମାନଙ୍କ ମଧ୍ୟରେ କୌଣସି କଥାକୁ କେନ୍ଦ୍ର କରି ଝଗଡ଼ା ହୋଇଥିଲା। ପାଟିତୁଣ୍ଡ ଶୁଣି ଲଜ୍‌ ମାଲିକ ରୁମ୍‌ ଛାଡ଼ିବାକୁ ବାଧ୍ୟ କରିବାରୁ ଉଭୟେ ବାହାରି ଆସିଥିଲେ। ସେଠାରୁ ଛାତ୍ରୀଜଣଙ୍କ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ଥାନାକୁ ଆସିଥିଲେ। ଛାତ୍ରୀ ଜଣକ ନାବାଳିକା ଜଣାପଡ଼ିବା ପରେ ପୋଲିସ ତାଙ୍କ ପରିବାର ଲୋକଙ୍କୁ ଥାନାକୁ ଡକାଇଥିଲା। ଘଟଣା ସମ୍ପର୍କରେ ଯୁବକଙ୍କୁ ପଚରାଉଚରାବେଳେ ଛାତ୍ରୀ ଜଣକ ନିଜ ବ୍ୟାଗରେ ରଖିଥିବା କୌଣସି ତରଳ ଜିନିଷ ପିଇଦେବାରୁ ବାନ୍ତି ଆରମ୍ଭ ହୋଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ପରିବାର ଲୋକଙ୍କ ସହାୟତାରେ ଏମ୍‌କେସିଜି ମେଡିକାଲ ଅଣାଯାଇଥିଲା। ଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଅଛି। ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ତାଙ୍କୁ ଶିଶୁ ମଙ୍ଗଳ ଅଧିକାରୀଙ୍କ ନିକଟରେ ହାଜର କରାଯିବ ବୋଲି ଏସ୍‌ପି କହିଛନ୍ତି। ପୀଡ଼ିତାଙ୍କ ମା’ଙ୍କ ଅଭିଯୋଗ ଆଧାରରେ ପୋଲିସ ନଂ.୩୧୬/୨୫ରେ ଏକ ମାମଲା ରୁଜୁ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

୧୫୩ ବର୍ଷରେ ଯୋରନ୍ଦା ମେଳା: ଜୀବଜଗତର ମଙ୍ଗଳ ପାଇଁ ଆଜି ଘୃତାହୁତି କରିବେ…

ଢେଙ୍କାନାଳ,୩୧ା୧(ରତନ ନାୟାର): ବିଶ୍ୱପ୍ରସିଦ୍ଧ ମହିମା ଧର୍ମପୀଠ ମହିମାଗାଦି ଯୋରନ୍ଦାରେ ପ୍ରସିଦ୍ଧ ମାଘମେଳା ଶନିବାର ଆରମ୍ଭ ହୋଇଛି। ଚଳିତ ବର୍ଷ ମେଳା ୧୫୩ ବର୍ଷରେ ପହଞ୍ଚିଛି। ସେହିପରି ଚଳିତ…

ପଥରରେ ପିଟି ହୋଇ ଖାଲକୁ ଖସିପଡ଼ିଲା ପୋଲିସ ଗାଡ଼ି, ମହିଳା ଏସ୍‌ଆଇଙ୍କ ସମେତ…

ଖଲ୍ଲିକୋଟ,୩୧ା୧(ପ୍ରଶାନ୍ତ କୁମାର ମିଶ୍ର): ଘନକୁହୁଡ଼ି ଯୋଗୁ ୧୬ ନମ୍ବର ଜାତୀୟ ରାଜପଥରେ ଶନିବାର ଏକ ଦୁର୍ଘଟଣା ଘଟିଛି। ରାସ୍ତା ଉପରେ ପଡ଼ିଥିବା ଗୋଟିଏ ପଥରରେ ପିଟି ହୋଇ…

ବିଶିଷ୍ଟ କବିଙ୍କ ପରଲୋକ: ଇଂରାଜୀ-ଓଡିଆ ସାହିତ୍ୟ ଜଗତରେ ଅପୂରଣୀୟ କ୍ଷତି

ପଦ୍ମପୁର,୩୧।୧(ପ୍ରଦୀପ୍ତ ଦାଶ):ଇଂରାଜୀ ସାହିତ୍ୟ ଜଗତର ଉଜ୍ଜ୍ୱଳ ତାରକା, ବିଶିଷ୍ଟ ଶିକ୍ଷାବିତ୍‌ ତଥା କବି ପ୍ରଫେସର ରାଜେନ୍ଦ୍ର କୁମାର ପାଢ଼ୀଙ୍କ ପଦ୍ମପୁରସ୍ଥିତ ବାସଭବନରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ…

ବାଲ୍ୟ ବିବାହ ପାଇଁ ଚାଲିଥିଲା ପ୍ରସ୍ତୁତି, ପହଞ୍ଚିଗଲା ପ୍ରଶାସନ: ଆଉ ତା’ପରେ…

ଲୋଇସିଂହା,୩୧।୧(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଆଗଲପୁର ବ୍ଳକ ନଅଗାଁ(କ) ଗ୍ରାମରେ ଫେବୃଆରୀ ୨ରେ ହେବାକୁ ଥିବା ଏକ ବାଲ୍ୟ ବିବାହକୁ ଶନିବାର ରୋକିଛି ଜିଲା ପ୍ରଶାସନ। ଜିଲା…

ସୁନେତ୍ରା ଉପମୁଖ୍ୟମନ୍ତ୍ରୀ ହେବା ନେଇ ଏମିତି କହିଦେଲେ ଶରଦ ପାଓ୍ବାର: ତେଜିଲା ବିବାଦ

ପୁଣେ,୩୧।୧: ମହାରାଷ୍ଟ୍ରର ରାଜନୀତିର ଚକ ପୁଣି ଥରେ ଘୂର୍ଣ୍ଣନ ଆରମ୍ଭ କରିଛି। ଉପ-ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ ପରେ ପରିବର୍ତ୍ତିତ ପରିସ୍ଥିତି ରାଜନୈତିକ କାର୍ଯ୍ୟକଳାପକୁ…

ଆକ୍ସନ୍‌ ମୋଡ୍‌ରେ ଉଚ୍ଚଶିକ୍ଷା ବିଭାଗ: କ୍ଲାସ ନ କରି ଖଟି କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୩୧।୧: ଆକ୍ସନ୍‌ ମୋଡ୍‌ରେ ଉଚ୍ଚଶିକ୍ଷା ବିଭାଗ। ଏଣିକି କଲେଜରେ କ୍ଲାସ ନ କରି ଖଟି କରୁଥିବା ଅଧ୍ୟାପକ ଅଧ୍ୟାପିକାଙ୍କ ଉପରେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ। କଲେଜରେ ଅବହେଳା…

ଫୁଲ ତୋଳିବା ପାଇଁ ଯାଇଥିଲେ ବୃଦ୍ଧା, ବାଟରେ ଘଟିଲା ବଡ଼ ଅଘଟଣ

ଦିଗପହଣ୍ଡି,୩୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ନିକଟରେ ଶନିବାର ଭୋର୍‌ ସମୟରେ ବାଇକ ଧକ୍କାରେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଛି। ବୃଦ୍ଧା ଜଣଙ୍କ…

ବ୍ରିଜ୍‌ ତଳ ନାଳରୁ ମିଳିଲା ୨ ବର୍ଷ ଶିଶୁପୁତ୍ରର ମୃତଦେହ: କୁକୁର ସହିତ ଖେଳୁଖେଳୁ…

ପରଜଙ୍ଗ,୩୧।୧(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କାମାକ୍ଷାନଗର ଥାନା ସିଆରିମାଳିଆ ଗାଁ ଓଭରବ୍ରିଜ୍‌ ତଳ ନାଳରୁ ଜଣେ ୨ ବର୍ଷ ଶିଶୁ ପୁତ୍ରର ମୃତଦେହ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri