Posted inଜାତୀୟ

ନାବାଳିକାଙ୍କୁ ନିଶା ଦେଇ କଲେ ବଳାତ୍କାର, ତା’ପରେ…

ଜାଲ୍‌ନା,୧୪ା୧୦: ମହାରାଷ୍ଟ୍ରର ଜାଲ୍‌ନା ସହରରେ ଜଣେ ୯ ବର୍ଷର ବାଳିକାଙ୍କୁ ନିଶା ଦେଇ ବଳାତ୍କାର କରିବା ପରେ ଅଭିଯୁକ୍ତ ତାଙ୍କୁ ରାସ୍ତାରେ ଫିଙ୍ଗିଦେଇଛନ୍ତି। ସହରର ଚନ୍ଦନିଝିର ଅଞ୍ଚଳରେ ରବିବାର ରାତି ୧୧ଟାରେ ଏହି ଘଟଣା ଘଟିଛି। ନାବାଳିକଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଜିଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ପରେ ଛତ୍ରପତି ସମ୍ଭାଜୀନଗର ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଅପରାଧରେ ଜଣେ ବ୍ୟକ୍ତି ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଥିବାବେଳ ପୋଲିସ ୫ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଅପରାଧୀଙ୍କୁ ତୁରନ୍ତ ଗିରଫ କରିବା ଏବଂ ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ଦାବିରେ ସ୍ଥାନୀୟ ଲୋକେ ଛତ୍ରପତି ସମ୍ଭାଜୀନଗର ରୋଡ୍‌ରେ ରାସ୍ତାରୋକ କରିଛନ୍ତି। ପୋଲିସ କହିବା ଅନୁଯାୟୀ ନାବାଳିକାଙ୍କ ମାଆ ରାଶନ ସଂଗ୍ରହ ପାଇଁ ବାହାରକୁ ଯାଇଥିବାବେଳେ ସେ ଘରେ ଏକାକୀ ଥିଲେ। ଏହାର ସୁଯୋଗ ନେଇ ଅଭିଯୁକ୍ତ ତାଙ୍କୁ ଉଠାଇ ଆଣିଥିଲେ। ସେ ନାବାଳିକାଙ୍କୁ ନିଶାଦେଇ ବଳାତ୍କାର କରିବା ପରେ ରାସ୍ତାରେ ଫିଙ୍ଗିଦେଇଥିଲେ ବୋଲି ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମଣ୍ଡି ସ୍ଥାନାନ୍ତରଣକୁ ଚାଷୀଙ୍କ ବିରୋଧ: ଧାନ କିଣାବିକା ସମସ୍ୟା ଅସମାହିତ

ବରଗଡ଼,୬।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। ଏହି ପ୍ରକ୍ରିୟାକୁ ୮ଦିନ ବିତି ଯାଇଛି। ହେଲେ ଧାନବିକ୍ରି ସମସ୍ୟା ଏପର୍ଯ୍ୟନ୍ତ ଅସମାହିତ ରହିଛି।...

୧୦୦ ବିଲିୟନ ଡଲାର ବାଣିଜ୍ୟ ଲକ୍ଷ୍ୟ

ନୂଆଦିଲ୍ଲୀ,୬ା୧୨ : ଭାରତ ଓ ରୁଷିଆ ଶୁକ୍ରବାର ଦ୍ୱିପାକ୍ଷିକ ଅର୍ଥନୈତିକ ଓ ବାଣିଜି୍ୟକ କାରବାର ବୃଦ୍ଧି ନିମନ୍ତେ ଆଗାମୀ ୫ ବର୍ଷ ପାଇଁ ଏକ ରୋଡ୍‌ମ୍ୟାପ୍‌...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri