ବାଇକ ଧକ୍କାରେ ନାବାଳିକାଙ୍କ ମୃତ୍ୟୁ: ଚାଳକ ଗିରଫ

ପାଟଣା,୨୦ା୨(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ଦିଗପଶି କେଶଡ଼ିହା ରାସ୍ତା ଶଙ୍ଖାସର ଜାନୁୟାରୀ ୧୯ରେ ବାଇକ ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଥିଲା। ଘଟଣାରେ ଅନ୍ୟଜଣେ ଗୁରୁତର ହୋଇଥିଲେ। ଉକ୍ତ ଘଟଣାରେ ସୋମବାର ସାହାରପଡ଼ା ଫାଣ୍ଡି ପୋଲିସ ବାଇକ ଚାଳକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଯୁବକ ଶଙ୍ଖୁଆ ଗ୍ରାମର ସମରା ମାଝୀ(୩୦)। ଦୁର୍ଘଟଣା ଦିନଠାରୁ ସମରା ଉକ୍ତ ଦିନରୁ ଫେରାର ଥିଲେ। ଦୁର୍ଘଟଣାରେ ଦିଗପଶି ଗ୍ରାମର ମହେଶ୍ବର ମାଝୀଙ୍କ ଝିଅ ଜ୍ୟୋର୍ତି ପ୍ରିୟା ହେମ୍ରମ(୧୫)ଙ୍କ ମୃତ୍ୟୁ ଘଟିଥିଲା। ଏନେଇ ପାଟଣା ଥାନାରେ (ନଂ. ୧୯/୨୩) ମାମଲା ରୁଜୁ ହୋଇଥିବା ସାହାରପଡ଼ା ଫାଣ୍ଡି ଅଧିକାରୀ ଶିବ ଶଙ୍କର ଅଲଦା କହିଛନ୍ତି।