ମା’-ବାପା ସ୍କୁଲ ଯିବାକୁ କହିବାରୁ: ନାବାଳକ ପୁଅ ନେଲେ ଚରମ ନିଷ୍ପତ୍ତି

ଥୁଆମୂଳ ରାମପୁର,୧୯ା୧୦(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ସେମେଲପଦର ଗ୍ରାମରୁ ଏକ ଦୁଃଖଦ ଘଟଣା ସାମ୍‌ନାକୁ ଆସିଛି। ନିଖୋଜ ହେବାର ୪ଦିନ ପରେ ଜଣେ ନାବାଳକଙ୍କ ଝୁଲନ୍ତା ମୃତଦେହ ପୋଲିସ ଜବତ କରିଛି।

ମିଳିଥିବା ସୂଚନା ମୁତାବକ ଗ୍ରାମର ସୋରିଷ ମାଝୀଙ୍କ ୧୪ ବର୍ଷୀୟ ପୁଅ ଶୁଭେନ୍ଦ୍ର ମାଝୀ ଗତ ୧୪ ତାରିଖରେ ଘରୁ ଗାଧୋଇ ଯିବାପାଇଁ କହି ଆଉ ଘରକୁ ଫେରି ନ ଥିଲେ। ପରିବାର ଲୋକେ ଖୋଜାଖୋଜି କରିଥିଲେ ମଧ୍ୟ ସନ୍ଧାନ ନ ପାଇବାରୁ ୧୭ ତାରିଖରେ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ନିଖୋଜ ମାମଲା (ନଂ.୫/୨୫) ରୁଜୁକରି ତଦନ୍ତ ଜାରି ରଖିଥିଲା।

ଏପରିସ୍ଥଳେ ଶନିବାର ଗ୍ରାମ ନିକଟ ଡ଼ିମଡିସିଲ ଜଙ୍ଗଲର ଏକ ଗଛରେ ଶୁଭେନ୍ଦ୍ରଙ୍କ ଝୁଲନ୍ତା ମୃତଦେହ ପରିବାର ଲୋକେ ଦେଖି କର୍ଲାପାଟ ପୋଲିସକୁ ସୂଚନା ଦେଇଥିଲେ। ଖବର ପାଇ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀକାନ୍ତ କୋଲକା ଘଟଣାସ୍ଥଳରେ ପହଞ୍ଚି ଗଛରୁ ମୃତଦେହ ଉଦ୍ଧାର କରିବା ପରେ ବ୍ୟବଚ୍ଛେଦ ପାଇଁ ଥୁଆମୂଳ ରାମପୁର ଡାକ୍ତରଖାନାକୁ ପଠାଇଥିଲା। ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି।

ଶୁଭେନ୍ଦ୍ର ସାଇସୁରୁଣୀସ୍ଥିତ ଏକଲବ୍ୟ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ପାଠ ପଢୁଥିଲେ। ସ୍କୁଲ ଯିବା ପାଇଁ କହିବାରୁ ସେ ଆତ୍ମହତ୍ୟା ନିଷ୍ପତ୍ତି ନେଇଥିବା ଗ୍ରାମବାସୀଙ୍କଠାରୁ ଶୁଣାଯାଉଛି। ପୋଲିସ ମଧ୍ୟ ଏଭଳି ହୋଇଥାଇପାରେ ବୋଲି ସନ୍ଦେହ କରି ତଦନ୍ତ କରୁଥିବା ଥାନା ଏଏସ୍‌ଆଇ ହେମନ୍ତ ହରିଜନ ସୂଚନା ଦେଇଛନ୍ତି l


Enter your email to get our daily news in your inbox.

All Right Reserved By Dharitri.Com

ଚାଲିଛି କୃଷ୍ଣସାର ମୃଗ ଗଣନା: ଗଣନା କାର୍ଯ୍ୟକୁ ତଦାରଖ କରୁଛନ୍ତି ଡିଏଫ୍‌ଓ

ଭଞ୍ଜନଗର,୨୯।୧(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ବ୍ରହ୍ମପୁର ବନଖଣ୍ଡ, ଭଞ୍ଜନଗରସ୍ଥିତ ଘୁମୁସର ଦକ୍ଷିଣ ବନଖଣ୍ଡ ଓ ଘୁମୁସର ଉତ୍ତର ବନଖଣ୍ଡର ବିଭିନ୍ନ ରେଞ୍ଜରେ ଗୁରୁବାର କୃଷ୍ଣସାର ମୃଗ ଗଣନା ଚାଲିଛି…

ଚର୍ଚ୍ଚ ଅଫ ଇଂଲଣ୍ଡରେ ଭାଙ୍ଗିଲା ୧୪୦୦ ବର୍ଷର ପରମ୍ପରା, Dame Sarah Mullally ହେଲେ ପ୍ରଥମ Archbishop of Canterbury

ଲଣ୍ଡନ,୨୯।୧: ଦୀର୍ଘକାଳୀନ ଏବଂ ମର୍ଯ୍ୟାଦାପୂର୍ଣ୍ଣ ପରମ୍ପରାକୁ ପାଳନ କରି, ଡେମ ସାରା ମୁଲ୍ଲାଲିଙ୍କୁ ଜାନୁଆରୀ ୨୮, ୨୦୨୬ରେ ଲଣ୍ଡନର ଐତିହାସିକ ସେଣ୍ଟ ପଲ୍ସ କ୍ୟାଥେଡ୍ରାଲରେ ଚର୍ଚ୍ଚ ଅଫ…

ଶୋଇଥିବାବେଳେ ଟେକିନେଇ ୭ ବର୍ଷର ନାବାଳିକାଙ୍କୁ ବଳାତ୍କାର କଲେ ନାବାଳକ, ଚିତ୍କାର କରିବାରୁ…

ଭୋପାଳ,୨୯।୧: ମଧ୍ୟପ୍ରଦେଶର ବାରୱାନି ଜିଲାରେ ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି। ଜଣେ ସମ୍ପର୍କୀୟ ୭ ବର୍ଷର ଝିଅକୁ ବଳାତ୍କାର କରି ହତ୍ୟା କରିଛନ୍ତି। ପୋଲିସ ଅଧିକାରୀ…

ଅଜିତ ପାଓ୍ବାରଙ୍କ ମୃତ୍ୟୁକୁ ନେଇ ତେଜିଲା ରାଜନୀତି: ତଦନ୍ତ ଦାବି

ମୁମ୍ବାଇ/ନୂଆଦିଲ୍ଲୀ,୨୯ା୧:ମହାରାଷ୍ଟ୍ରରେ ସର୍ବାଧିକ ୬ ଥର ଉପମୁଖ୍ୟମନ୍ତ୍ରୀ ହୋଇଥିଲେ ଏନ୍‌ସିପି ମୁଖ୍ୟ ଅଜିତ ପାଓ୍ବାର। ଯେଉଁ ଦଳ କ୍ଷମତାକୁ ଆସୁନା କାହିଁକି ଅଜିତଙ୍କ ସମର୍ଥନ ସବୁବେଳେ ଲୋଡ଼ା ପଡ଼ୁଥିଲା।…

ପୁଣିଥରେ ଏକ ତରଫା ବାଜି ମାରିଲା ଭାଜପା

ଚଣ୍ଡିଗଡ଼,୨୯।୧: ଚଣ୍ଡିଗଡ଼ ମେୟର ନିର୍ବାଚନରେ ଭାଜପା ବିପୁଳ ବିଜୟ ହାସଲ କରିଛି। ଭାଜପା ୧୮ଟି ଭୋଟ ପାଇଥିଲା ଏବଂ ସୌରଭ ଯୋଶୀ ଚଣ୍ଡିଗଡ଼ର ନୂତନ ମେୟର ହୋଇଛନ୍ତି।…

ଯୁବତୀଙ୍କୁ ଗଣବଳାତ୍କାର, ଲିଫ୍ଟ ଦେବା କହି ଚଳନ୍ତା କାର୍‌ ଭିତରେ…

ନୂଆଦିଲ୍ଲୀ,୨୯।୧: ଉତ୍ତରାଖଣ୍ଡର ଉଧମ ସିଂ ନଗର ଜିଲା ମୁଖ୍ୟାଳୟ ରୁଦ୍ରପୁରରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଜଣେ ଯୁବତୀଙ୍କୁ ଚଳନ୍ତା କାରରେ ଲିଫ୍ଟ ଦେବା ଏବଂ…

ଧ୍ୱଂସ ହେବାକୁ ଯାଉଛି ବିଶ୍ୱ, ପରମାଣୁ ଘଣ୍ଟାରେ ପରିବର୍ତ୍ତନ ହେଲା ସମୟ, ବୈଜ୍ଞାନିକ ଭୟଭୀତ

ବିଶ୍ୱବ୍ୟାପୀ ଚାଲିଥିବା ସଂଘର୍ଷ ଏବଂ ଚିନ୍ତା ମଧ୍ୟରେ ବୈଜ୍ଞାନିକମାନେ ଡୁମ୍ସଡେ ଘଣ୍ଟା(ପରମାଣୁ ଘଣ୍ଟା)ର ସମୟ ପରିବର୍ତ୍ତନ କରିଛନ୍ତି। ସେମାନେ ଘଣ୍ଟାକୁ ମଧ୍ୟରାତ୍ରି ପାଖକୁ ଆହୁରି ନିକଟତର କରିଛନ୍ତି।…

EU ସହ ଡିଲ ଶେଷ, ଏବେ ଟାର୍ଗେଟରେ ଆମେରିକା, ଆସନ୍ତା ସପ୍ତାହରେ ଆମେରିକା ଗସ୍ତ କରିବେ ଜୟଶଙ୍କର

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୯।୧: ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଆସନ୍ତା ସପ୍ତାହରେ କ୍ରିଟିକାଲ ମିନେରାଲ୍ସ ମନ୍ତ୍ରୀସ୍ତରୀୟ ବୈଠକରେ ଯୋଗଦେବା ପାଇଁ ଆମେରିକା ଗସ୍ତ କରିବେ ବୋଲି ଆଶା କରାଯାଉଛି। ଗୁରୁତ୍ୱପୂର୍ଣ୍ଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri