Posted inଜାତୀୟ

ପୋଷ୍ୟ ଗ୍ରହଣର ନଗଣ୍ୟ ସ୍ଥିତି

ନୂଆଦିଲ୍ଲୀ,୧୬।୪: ଭାରତରେ ୩ କୋଟିରୁ ଊର୍ଦ୍ଧ୍ୱ ଅନାଥ ଥିଲେ ହେଁ ବର୍ଷକୁ ୪,୦୦୦ରୁ କମ୍‌ ଶିଶୁଙ୍କୁ ପୋଷ୍ୟ ଭାବେ ଗ୍ରହଣ କରାଯାଉଛି। ପୋଷ୍ୟ ଗ୍ରହଣ ପ୍ରକ୍ରିୟା ଆଡପ୍‌ଶନରେ ବାଧା ସୃଷ୍ଟି କରୁଥିବାରୁ ଏହାର ସରଳୀକରଣ ପାଇଁ ସୁପ୍ରିମକୋର୍ଟରେ ଏକ ଆବେଦନ ଦାଖଲ କରାଯାଇଛି। ସର୍ବୋଚ୍ଚ ଅଦାଲତ ଏହା ଉପରେ କେନ୍ଦ୍ର ସରକାରଙ୍କୁ ନୋଟିସ କରିଛନ୍ତି।
ସରକାରୀ ତଥ୍ୟ ଅନୁସାରେ ୨୦୨୦ ଏପ୍ରିଲରୁ ୨୦୨୧ ମାର୍ଚ୍ଚ ମଧ୍ୟରେ ଭାରତର ୩,୫୫୯ ଶିଶୁଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରାଯାଇଛି। ସେମାନଙ୍କ ମଧ୍ୟରୁ ୩,୧୪୨ ଶିଶୁଙ୍କୁ ଦେଶ ଭିତରେ ଓ ୪୧୭ ଜଣଙ୍କୁ ବିଦେଶରେ ଗ୍ରହଣ କରାଯାଇଛି। ପୂର୍ବବର୍ଷ ଏହି ସଂଖ୍ୟା ୩,୭୪୫ ଥିଲା। ଅନେକ ନିଃସନ୍ତାନ ଦମ୍ପତି ପୋଷ୍ୟ ଭାବେ ପିଲାଙ୍କୁ ଗ୍ରହଣ କରିବା ପାଇଁ ଆଗ୍ରହୀ ଥିବାବେଳେ ଆଇନଗତ ଜଟିଳତା ଏଥିରେ ବାଧା ସୃଷ୍ଟି କରୁଥିବା ଏନ୍‌ଜିଓ ‘ଦି ଟେମ୍ପୁଲ ଅଫ୍‌ ହିଲିଂ’ ପକ୍ଷରୁ ପୀୟୂଷ ସକ୍ସେନା ନିଜ ପିଟିଶନରେ ଉଲ୍ଲେଖ କରିଛନ୍ତି। ପୋଷ୍ୟ ଗ୍ରହଣର ଏହି ନଗଣ୍ୟ ହାରକୁ ଦେଖି ସୁପ୍ରିମକୋର୍ଟ ଏପ୍ରିଲ ୧୨ରେ ଭାରତରେ ଶିଶୁଙ୍କ ଆଡପଶନ୍‌ ପାଇଁ ରହିଥିବା ଆଇନଗତ ପ୍ରକ୍ରିୟାକୁ ସରଳ କରିବା ସକାଶେ ଦାଖଲ ଆବେଦନକୁ ଗ୍ରହଣ କରିଥିଲେ।
କ’ଣ କହୁଛି ତଥ୍ୟ
ୟୁନାଇଟେଡ୍‌ ନେସନ୍ସ ଚିଲ୍‌ଡ୍ରେନ୍‌ ଫଣ୍ଡ (ୟୁନିସେଫ୍‌) ଇଣ୍ଡିଆ ତଥ୍ୟ ଅନୁସାରେ ଭାରତରେ ୨.୯୬ ଲକ୍ଷ ଅନାଥ କିମ୍ବା ପରିତ୍ୟକ୍ତ ଶିଶୁ ରହିଛନ୍ତି। ସେମାନଙ୍କ ମଧ୍ୟରୁ ୭,୧୬୪ଟି ଚାଇଲ୍ଡ କେୟାର ଇନ୍‌ଷ୍ଟିଚ୍ୟୁଶନ୍ସ(ସିସିଆଇ)ରେ ୨.୫୬ ଲକ୍ଷ ଶିଶୁ ରହୁଥିବା ନେଇ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ୨୦୨୦-୨୧ ବାର୍ଷିକ ରିପୋର୍ଟରେ ଦର୍ଶାଇଥିଲା। ରାଜ୍ୟଗୁଡ଼ିକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ପରେ ମହାମାରୀ ସମୟରେ ସିସିଆଇଗୁଡ଼ିକରେ ଥିବା ୧.୪୫ ଶିଶୁ ସେମାନଙ୍କ ମୂଳ ପରିବାରକୁ ଫେରିଥିଲେ। ତେବେ ଏକ ସୁରକ୍ଷିତ ଘର ଓ ଉଜ୍ଜ୍ୱଳ ଭବିଷ୍ୟତ ଆଶାରେ ଏବେ ମଧ୍ୟ ଅନେକ ଶିଶୁ ଅପେକ୍ଷା କରି ରହିଛନ୍ତି।
୨୦୨୦ରୁ ୨୦୨୧ ମଧ୍ୟରେ ମୋଟ ୩,୫୫୯ ଶିଶୁଙ୍କୁ ପୋଷ୍ୟ ଭାବେ ଗ୍ରହଣ କରାଯାଇଥିଲା, ଯାହାକି ୨୦୧୩ ପରେ ସର୍ବନିମ୍ନ ବୋଲି ସେଣ୍ଟ୍ରାଲ ଆଡପ୍‌ଶନ ରିସୋର୍ସ ଅଥରିଟି (ସିଏଆର୍‌ଏ) ତଥ୍ୟରୁ ଜଣାପଡ଼ିଛି। ୨୦୧୯ରୁ ୨୦୨୧ ମଧ୍ୟରେ ପୋଷ୍ୟ ସନ୍ତାନ ଗ୍ରହଣସଂଖ୍ୟା ହ୍ରାସ ପାଇଁ କରୋନା ମହାମାରୀକୁ ଦାୟୀ କରାଯାଉଛି।
୧୯ ଲକ୍ଷ ଶିଶୁଙ୍କୁ ଅନାଥ କରିଛି ମହାମାରୀ
‘ଲାନ୍‌ସେଟ୍‌ ଚାଇଲ୍ଡ ଆଣ୍ଡ ଆଡୋଲେସେଣ୍ଟ ହେଲ୍‌ଥ’ରେ ଗତ ଫେବୃୟାରୀରେ ପ୍ରକାଶିତ ଏକ ଅଧ୍ୟୟନ ଅନୁସାରେ କୋଭିଡ୍‌ ମହାମାରୀ ଯୋଗୁ ୨୦୨୦ ମାର୍ଚ୍ଚରୁ ୨୦୨୧ ଅକ୍ଟୋବର ମଧ୍ୟରେ ଭାରତର ପ୍ରାୟ ୧୯ ଲକ୍ଷ ଶିଶୁ ଅନାଥ ହୋଇଯାଇଛନ୍ତି। କିନ୍ତୁ କେନ୍ଦ୍ର ସରକାର ଏହାକୁ ଖଣ୍ଡନ କରି ୧.୫୩ ଲକ୍ଷ ଶିଶୁ ସେମାନଙ୍କ ମା’ କିମ୍ବା ବାପା ଅଥବା ଉଭୟଙ୍କୁ ହରାଇଥିବା ନେଇ ଜାତୀୟ ଶିଶୁ ଅଧିକାର ସୁରକ୍ଷା (ଏନ୍‌ସିପିସି)ର ବାଲ ସ୍ବରାଜ ପୋର୍ଟାଲରୁ ସଂଗୃହୀତ ତଥ୍ୟ ଆଧାରରେ ଯୁକ୍ତି ବାଢ଼ିଥିଲେ।
ସିଏଆର୍‌ଏ କ’ଣ
ସେଣ୍ଟ୍ରାଲ ଆଡପ୍‌ଶନ ରିସୋର୍ସ ଅଥରିଟି (ସିଏଆର୍‌ଏ) ହେଉଛି ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଅଧୀନରେ ପରିଚାଳିତ ଏକ ବୈଧାନିକ ସଂସ୍ଥା, ଯାହାକି ଅନାଥ, ପରିତ୍ୟକ୍ତ ଓ ସମର୍ପିତ ଶିଶୁଙ୍କ କଥା ବୁଝିଥାଏ। ୧୯୯୦ରେ ଗଠିତ ସିଏଆର୍‌ଏ ଏହାର ସ୍ବୀକୃତିପ୍ରାପ୍ତ ଆଡପ୍‌ଶନ ଏଜେନ୍ସିଗୁଡ଼ିକ ଜରିଆରେ ପୋଷ୍ୟ ସନ୍ତାନ ଗ୍ରହଣ ପାଇଁ ଅନୁମତି ପ୍ରଦାନ କରିଥାଏ। ଆନ୍ତଃ ଦେଶୀୟ ପୋଷ୍ୟ ଗ୍ରହଣ କ୍ଷେତ୍ରରେ ଏହା ହେଗ୍‌ ଚୁକ୍ତିର ନିୟମ ଅନୁଯାୟୀ ନୋଡାଲ ଏଜେନ୍ସି ଭାବେ କାର୍ଯ୍ୟ କରେ। ଭାରତ ୨୦୦୩ରେ ଏହି ଚୁକ୍ତିରେ ସ୍ବାକ୍ଷର କରିଥିଲା।
ଭାରତରେ ପୋଷ୍ୟ ଆଇନ
ପୋଷ୍ୟ ସନ୍ତାନ ଗ୍ରହଣ ହେଉଛି ଏକ ଆନୁଷ୍ଠାନିକ ପ୍ରକ୍ରିୟା, ଯାହା ଜରିଆରେ ଜଣେ ଶିଶୁକୁ ସ୍ଥାୟୀ ଭାବେ ନିଜ ଜୈବିକ ମାତାପିତାଙ୍କଠାରୁ ଅଲଗା କରି ପୋଷ୍ୟ ମାତାପିତାଙ୍କୁ ଆଇନତଃ ହସ୍ତାନ୍ତର କରାଯାଇଥାଏ। ଏହା ହିନ୍ଦୁ ଆଡପ୍‌ଶନ ଆଣ୍ଡ ମେଣ୍ଟେନାନ୍ସ ଆକ୍ଟ, ୧୯୫୬ ଏବଂ ଜୁଭେନାଇଲ୍‌ ଜଷ୍ଟିସ୍‌ ଆକ୍ଟ, ୨୦୧୫ ଅନୁସାରେ କରାଯାଏ। ଚାଇଲ୍ଡ ଓ୍ବେଲ୍‌ଫେୟାର କମିଟି (ସିଡବ୍ଲ୍ୟୁସି) ଆଡପ୍‌ଶନ ପାଇଁ ଆଇନତଃ ମୁକ୍ତ ବୋଲି ଘୋଷଣା କରିଥିବା ଜଣେ ଅନାଥ, ପରିତ୍ୟକ୍ତ କିମ୍ବା ସମର୍ପିତ ଶିଶୁକୁ ପୋଷ୍ୟ ଭାବେ ଗ୍ରହଣ କରାଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧବିରତିର ସତ କହିଦେଲା ରୁଷିଆ, ଟ୍ରମ୍ପ କରିଥିଲେ…

ନୂଆଦିଲ୍ଲୀ,୮।୪: ମଧ୍ୟପ୍ରାଚ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ପାଇଁ ଆମେରିକା ଏବଂ ଇରାନ ରାଜି ହୋଇଛନ୍ତି, ଯାହା ଉଭୟ ପକ୍ଷ ଦ୍ୱାରା ଘୋଷଣା କରାଯାଇଛି। ଡୋନାଲ୍ଡ ଟ୍ରମ୍ପଙ୍କ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ଯୁଦ୍ଧବିରତି ଭିତରେ ଇରାନ କଲା ବଡ଼ ଘୋଷଣା, ହର୍ମୁଜରେ ଜାହାଜ ଗଲେ ଉଡାଇ ଦେବୁ…

ନୂଆଦିଲ୍ଲୀ,୮।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି କାର୍ଯ୍ୟକାରୀ ହେବାର ପ୍ରାୟ 12 ଘଣ୍ଟା ବିତିଗଲା, ଯେତେବେଳେ ଇରାନ ନୌସେନା ହରମୁଜ ପ୍ରଣାଳୀ ସମ୍ପର୍କରେ ଏକ ବଡ଼…

ଯୁଦ୍ଧବିରତିର ମାତ୍ର କିଛି ଘଣ୍ଟା ପରେ ଇରାନ ତୈଳ ବିଶୋଧନାଗାରରେ ବିସ୍ଫୋରଣ, କିଏ କଲା ଆକ୍ରମଣ?

ତେହେରାନ,୮।୪: ଆମେରିକା ସର୍ତ୍ତମୂଳକ ଯୁଦ୍ଧବିରତି ଘୋଷଣା କରିବାର କିଛି ଘଣ୍ଟା ପରେ ଇରାନର ଲାଭାନ ଦ୍ୱୀପରେ ପ୍ରଥମ ବଡ଼ ଆକ୍ରମଣ ହୋଇଛି । ଲାଭାନ ଦ୍ୱୀପରେ ଥିବା…

ସାବଧାନ! ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୮ା୪: ଏଣିକି ସୋସିଆଲ ମିଡିଆ ୟୁଜର୍ସ ସାବଧାନ! ସୋସିଆଲ ମିଡିଆରେ କୌଣସି ଅଶ୍ଳୀଳ କିମ୍ବା ଅପଶବ୍ଦ ବ୍ୟବହାର କଲେ ଏହା ଉପରେ ଲଗାମ ଲାଗିବ। ଏନେଇ ସରକାର…

ଯୁଦ୍ଧବିରତି ଭିତରେ ଭାରତର ବଡ଼ ବିଜୟ! ୭ବର୍ଷ ପରେ ଚାଇନାକୁ ଦେଲା ଝଟ୍‌କା

ନୂଆଦିଲ୍ଲୀ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ, ବୁଧବାର (୮ ଏପ୍ରିଲ, ୨୦୨୬) ଦିନ ଅଶୋଧିତ ତୈଳ ଭବିଷ୍ୟତରେ ତୀବ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri