Posted inଜାତୀୟ

ପୋଷ୍ୟ ଗ୍ରହଣର ନଗଣ୍ୟ ସ୍ଥିତି

ନୂଆଦିଲ୍ଲୀ,୧୬।୪: ଭାରତରେ ୩ କୋଟିରୁ ଊର୍ଦ୍ଧ୍ୱ ଅନାଥ ଥିଲେ ହେଁ ବର୍ଷକୁ ୪,୦୦୦ରୁ କମ୍‌ ଶିଶୁଙ୍କୁ ପୋଷ୍ୟ ଭାବେ ଗ୍ରହଣ କରାଯାଉଛି। ପୋଷ୍ୟ ଗ୍ରହଣ ପ୍ରକ୍ରିୟା ଆଡପ୍‌ଶନରେ ବାଧା ସୃଷ୍ଟି କରୁଥିବାରୁ ଏହାର ସରଳୀକରଣ ପାଇଁ ସୁପ୍ରିମକୋର୍ଟରେ ଏକ ଆବେଦନ ଦାଖଲ କରାଯାଇଛି। ସର୍ବୋଚ୍ଚ ଅଦାଲତ ଏହା ଉପରେ କେନ୍ଦ୍ର ସରକାରଙ୍କୁ ନୋଟିସ କରିଛନ୍ତି।
ସରକାରୀ ତଥ୍ୟ ଅନୁସାରେ ୨୦୨୦ ଏପ୍ରିଲରୁ ୨୦୨୧ ମାର୍ଚ୍ଚ ମଧ୍ୟରେ ଭାରତର ୩,୫୫୯ ଶିଶୁଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରାଯାଇଛି। ସେମାନଙ୍କ ମଧ୍ୟରୁ ୩,୧୪୨ ଶିଶୁଙ୍କୁ ଦେଶ ଭିତରେ ଓ ୪୧୭ ଜଣଙ୍କୁ ବିଦେଶରେ ଗ୍ରହଣ କରାଯାଇଛି। ପୂର୍ବବର୍ଷ ଏହି ସଂଖ୍ୟା ୩,୭୪୫ ଥିଲା। ଅନେକ ନିଃସନ୍ତାନ ଦମ୍ପତି ପୋଷ୍ୟ ଭାବେ ପିଲାଙ୍କୁ ଗ୍ରହଣ କରିବା ପାଇଁ ଆଗ୍ରହୀ ଥିବାବେଳେ ଆଇନଗତ ଜଟିଳତା ଏଥିରେ ବାଧା ସୃଷ୍ଟି କରୁଥିବା ଏନ୍‌ଜିଓ ‘ଦି ଟେମ୍ପୁଲ ଅଫ୍‌ ହିଲିଂ’ ପକ୍ଷରୁ ପୀୟୂଷ ସକ୍ସେନା ନିଜ ପିଟିଶନରେ ଉଲ୍ଲେଖ କରିଛନ୍ତି। ପୋଷ୍ୟ ଗ୍ରହଣର ଏହି ନଗଣ୍ୟ ହାରକୁ ଦେଖି ସୁପ୍ରିମକୋର୍ଟ ଏପ୍ରିଲ ୧୨ରେ ଭାରତରେ ଶିଶୁଙ୍କ ଆଡପଶନ୍‌ ପାଇଁ ରହିଥିବା ଆଇନଗତ ପ୍ରକ୍ରିୟାକୁ ସରଳ କରିବା ସକାଶେ ଦାଖଲ ଆବେଦନକୁ ଗ୍ରହଣ କରିଥିଲେ।
କ’ଣ କହୁଛି ତଥ୍ୟ
ୟୁନାଇଟେଡ୍‌ ନେସନ୍ସ ଚିଲ୍‌ଡ୍ରେନ୍‌ ଫଣ୍ଡ (ୟୁନିସେଫ୍‌) ଇଣ୍ଡିଆ ତଥ୍ୟ ଅନୁସାରେ ଭାରତରେ ୨.୯୬ ଲକ୍ଷ ଅନାଥ କିମ୍ବା ପରିତ୍ୟକ୍ତ ଶିଶୁ ରହିଛନ୍ତି। ସେମାନଙ୍କ ମଧ୍ୟରୁ ୭,୧୬୪ଟି ଚାଇଲ୍ଡ କେୟାର ଇନ୍‌ଷ୍ଟିଚ୍ୟୁଶନ୍ସ(ସିସିଆଇ)ରେ ୨.୫୬ ଲକ୍ଷ ଶିଶୁ ରହୁଥିବା ନେଇ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ୨୦୨୦-୨୧ ବାର୍ଷିକ ରିପୋର୍ଟରେ ଦର୍ଶାଇଥିଲା। ରାଜ୍ୟଗୁଡ଼ିକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ପରେ ମହାମାରୀ ସମୟରେ ସିସିଆଇଗୁଡ଼ିକରେ ଥିବା ୧.୪୫ ଶିଶୁ ସେମାନଙ୍କ ମୂଳ ପରିବାରକୁ ଫେରିଥିଲେ। ତେବେ ଏକ ସୁରକ୍ଷିତ ଘର ଓ ଉଜ୍ଜ୍ୱଳ ଭବିଷ୍ୟତ ଆଶାରେ ଏବେ ମଧ୍ୟ ଅନେକ ଶିଶୁ ଅପେକ୍ଷା କରି ରହିଛନ୍ତି।
୨୦୨୦ରୁ ୨୦୨୧ ମଧ୍ୟରେ ମୋଟ ୩,୫୫୯ ଶିଶୁଙ୍କୁ ପୋଷ୍ୟ ଭାବେ ଗ୍ରହଣ କରାଯାଇଥିଲା, ଯାହାକି ୨୦୧୩ ପରେ ସର୍ବନିମ୍ନ ବୋଲି ସେଣ୍ଟ୍ରାଲ ଆଡପ୍‌ଶନ ରିସୋର୍ସ ଅଥରିଟି (ସିଏଆର୍‌ଏ) ତଥ୍ୟରୁ ଜଣାପଡ଼ିଛି। ୨୦୧୯ରୁ ୨୦୨୧ ମଧ୍ୟରେ ପୋଷ୍ୟ ସନ୍ତାନ ଗ୍ରହଣସଂଖ୍ୟା ହ୍ରାସ ପାଇଁ କରୋନା ମହାମାରୀକୁ ଦାୟୀ କରାଯାଉଛି।
୧୯ ଲକ୍ଷ ଶିଶୁଙ୍କୁ ଅନାଥ କରିଛି ମହାମାରୀ
‘ଲାନ୍‌ସେଟ୍‌ ଚାଇଲ୍ଡ ଆଣ୍ଡ ଆଡୋଲେସେଣ୍ଟ ହେଲ୍‌ଥ’ରେ ଗତ ଫେବୃୟାରୀରେ ପ୍ରକାଶିତ ଏକ ଅଧ୍ୟୟନ ଅନୁସାରେ କୋଭିଡ୍‌ ମହାମାରୀ ଯୋଗୁ ୨୦୨୦ ମାର୍ଚ୍ଚରୁ ୨୦୨୧ ଅକ୍ଟୋବର ମଧ୍ୟରେ ଭାରତର ପ୍ରାୟ ୧୯ ଲକ୍ଷ ଶିଶୁ ଅନାଥ ହୋଇଯାଇଛନ୍ତି। କିନ୍ତୁ କେନ୍ଦ୍ର ସରକାର ଏହାକୁ ଖଣ୍ଡନ କରି ୧.୫୩ ଲକ୍ଷ ଶିଶୁ ସେମାନଙ୍କ ମା’ କିମ୍ବା ବାପା ଅଥବା ଉଭୟଙ୍କୁ ହରାଇଥିବା ନେଇ ଜାତୀୟ ଶିଶୁ ଅଧିକାର ସୁରକ୍ଷା (ଏନ୍‌ସିପିସି)ର ବାଲ ସ୍ବରାଜ ପୋର୍ଟାଲରୁ ସଂଗୃହୀତ ତଥ୍ୟ ଆଧାରରେ ଯୁକ୍ତି ବାଢ଼ିଥିଲେ।
ସିଏଆର୍‌ଏ କ’ଣ
ସେଣ୍ଟ୍ରାଲ ଆଡପ୍‌ଶନ ରିସୋର୍ସ ଅଥରିଟି (ସିଏଆର୍‌ଏ) ହେଉଛି ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଅଧୀନରେ ପରିଚାଳିତ ଏକ ବୈଧାନିକ ସଂସ୍ଥା, ଯାହାକି ଅନାଥ, ପରିତ୍ୟକ୍ତ ଓ ସମର୍ପିତ ଶିଶୁଙ୍କ କଥା ବୁଝିଥାଏ। ୧୯୯୦ରେ ଗଠିତ ସିଏଆର୍‌ଏ ଏହାର ସ୍ବୀକୃତିପ୍ରାପ୍ତ ଆଡପ୍‌ଶନ ଏଜେନ୍ସିଗୁଡ଼ିକ ଜରିଆରେ ପୋଷ୍ୟ ସନ୍ତାନ ଗ୍ରହଣ ପାଇଁ ଅନୁମତି ପ୍ରଦାନ କରିଥାଏ। ଆନ୍ତଃ ଦେଶୀୟ ପୋଷ୍ୟ ଗ୍ରହଣ କ୍ଷେତ୍ରରେ ଏହା ହେଗ୍‌ ଚୁକ୍ତିର ନିୟମ ଅନୁଯାୟୀ ନୋଡାଲ ଏଜେନ୍ସି ଭାବେ କାର୍ଯ୍ୟ କରେ। ଭାରତ ୨୦୦୩ରେ ଏହି ଚୁକ୍ତିରେ ସ୍ବାକ୍ଷର କରିଥିଲା।
ଭାରତରେ ପୋଷ୍ୟ ଆଇନ
ପୋଷ୍ୟ ସନ୍ତାନ ଗ୍ରହଣ ହେଉଛି ଏକ ଆନୁଷ୍ଠାନିକ ପ୍ରକ୍ରିୟା, ଯାହା ଜରିଆରେ ଜଣେ ଶିଶୁକୁ ସ୍ଥାୟୀ ଭାବେ ନିଜ ଜୈବିକ ମାତାପିତାଙ୍କଠାରୁ ଅଲଗା କରି ପୋଷ୍ୟ ମାତାପିତାଙ୍କୁ ଆଇନତଃ ହସ୍ତାନ୍ତର କରାଯାଇଥାଏ। ଏହା ହିନ୍ଦୁ ଆଡପ୍‌ଶନ ଆଣ୍ଡ ମେଣ୍ଟେନାନ୍ସ ଆକ୍ଟ, ୧୯୫୬ ଏବଂ ଜୁଭେନାଇଲ୍‌ ଜଷ୍ଟିସ୍‌ ଆକ୍ଟ, ୨୦୧୫ ଅନୁସାରେ କରାଯାଏ। ଚାଇଲ୍ଡ ଓ୍ବେଲ୍‌ଫେୟାର କମିଟି (ସିଡବ୍ଲ୍ୟୁସି) ଆଡପ୍‌ଶନ ପାଇଁ ଆଇନତଃ ମୁକ୍ତ ବୋଲି ଘୋଷଣା କରିଥିବା ଜଣେ ଅନାଥ, ପରିତ୍ୟକ୍ତ କିମ୍ବା ସମର୍ପିତ ଶିଶୁକୁ ପୋଷ୍ୟ ଭାବେ ଗ୍ରହଣ କରାଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri