ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ସମ୍ଭାବନା: ଭଞ୍ଜନଗର ବିଧାୟକଙ୍କୁ ମନ୍ତ୍ରୀ କରିବା ଦାବି ତେଜିଲା

ଭଞ୍ଜନଗର,୯।୭(ବାବୁଲା ପ୍ରଧାନ)-ରାଜ୍ୟ ମନ୍ତ୍ରିମଣ୍ଡଳରେ ବର୍ତ୍ତମାନର ୬ଟି ମନ୍ତ୍ରୀ ପଦବୀ ଖାଲିପଡ଼ିଛି। ଏଥିସହ ବିଭିନ୍ନ ନିଗମ ଗୁଡ଼ିକରେ ମଧ୍ୟ ଅଧକ୍ଷ ପଦବୀ ଖାଲିପଡ଼ିଛି। ନବ ନିର୍ବାଚିତ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଖୁବଶୀଘ୍ର ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ହେବାକୁ ଯାଉଛି ବୋଲି ପୁରୀଠାରେ ଗଣମାଧ୍ୟମକୁ ସୂଚନା ଦେବାପରେ ବର୍ତ୍ତମାନ ବିଭିନ୍ନ ପଦପଦବୀ ପାଇବା ପାଇଁ ଦଳୀୟ ନେତା ଏବଂ ସେମାନଙ୍କ ସମର୍ଥକମାନେ ଲବିକୁ ପୂର୍ବ ଅପେକ୍ଷା ଜୋରଦାର କରିଦେଇଛନ୍ତି। ଏହିଭଳି ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କୁ ମଧ୍ୟ ମନ୍ତ୍ରୀମଣ୍ଡଳରେ ସାମିଲ କରିବା ପାଇଁ ଭଞ୍ଜନଗରବାସୀ ଜୋରଦାର ଦାବି କରିଛନ୍ତି।

ଏନେଇ ପ୍ରଦ୍ୟୁମ୍ନଙ୍କ ସମର୍ଥକମାନେ ସୋସିଆଲ ମିଡିଆରେ ଦାବି ଉପସ୍ଥାପନ କରିଛନ୍ତି। ପ୍ରଦ୍ୟୁମ୍ନ ଜଣେ ଟାଣୁଆ ନେତା। ବିଜେଡିର ବରିଷ୍ଠ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କୁ ସେ ପରାସ୍ତ କରି ଆସିଛନ୍ତି। ସେ କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ଜଣେ ବରିଷ୍ଠ କର୍ମକର୍ତ୍ତା। ରାଜ୍ୟ ବାର ଆସୋସିଏସନର ମଧ୍ୟ ଜଣେ କର୍ମକର୍ତ୍ତା। ଏଥିସହ ସେ ରାଜ୍ୟସ୍ତରୀୟ ଅନେକ ସଂସ୍ଥା ସହ ଜଡିତ। ଜଣେ ଦକ୍ଷ ସଂଗଠକ, ସମାଜସେବୀ ଓ ଆଧ୍ୟାତ୍ମିକ ପ୍ରେମୀ
ଭାବେ ସେ ପରିଚିତ। କନ୍ଧମାଳ ଲୋକସଭା କ୍ଷେତ୍ରରୁ ଜଣେ ମଧ୍ୟ ବିଧାୟକ ମନ୍ତ୍ରୀ ହୋଇନାହାନ୍ତି। ତେଣୁ ପ୍ରଦ୍ୟୁମ୍ନଙ୍କୁ ମନ୍ତ୍ରୀ ମଣ୍ଡଳରେ ସାମିଲ କରିବା ପାଇଁ ଭଞ୍ଜନଗରବାସୀ ଦାବୀ କରିଛନ୍ତି। ପ୍ରଦ୍ୟୁମ୍ନ ମନ୍ତ୍ରୀ ହେଲେ ଗଞ୍ଜାମ ଓ କନ୍ଧମାଳ ଜିଲା ସମେତ ଅନ୍ୟାନ୍ୟ ଜିଲାରେ ମଧ୍ୟ ଦଳୀୟ ସଂଗଠନ ବୃଦ୍ଧି ପାଇବ। ତେଣୁ ଜଗନ୍ନାଥପ୍ରସାଦ ବ୍ଲକ କ୍ଷେତମୁଣ୍ଡଳୀ ଭାଜପା ସମର୍ଥିତ ସମିତିସଭ୍ୟ ନୀଳାଚଳ ଖିଲାର ସମେତ ପ୍ରମୁଖ ସାମାଜିକ ଗଣମାଧ୍ୟମରେ ପ୍ରଦ୍ୟୁମ୍ନଙ୍କୁ ମନ୍ତ୍ରୀ ପଦବୀ ଦେବାପାଇଁ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri