ଆଶ୍ରୟସ୍ଥଳରେ ଖାଦ୍ୟ ବଣ୍ଟନକୁ ନେଇ ମନ୍ତ୍ରୀଙ୍କ ଅସନ୍ତୋଷ

ଭୋଗରାଇ,୨୫।୧୦(ପ୍ରଦୀପ ଦାସ): ବାତ୍ୟା ଦାନା ପ୍ରଭାବରେ ଓଡ଼ିଶା ସୀମାନ୍ତ ବାଲେଶ୍ୱର ଏବଂ ପଶ୍ଚିମବଙ୍ଗ ଉପକୂଳବର୍ତ୍ତୀ ଜିଲାରେ ବିଶେଷ ପ୍ରଭାବ ପଡି ନ ଥିବା ବେଳେ କେବଳ ଗୁରୁବାର ଓ ଶୁକ୍ରବାର ଝିପିଝିପି ବର୍ଷା ଲାଗି ରହିଛି l ଅତି ଭୀଷଣ ବାତ୍ୟା ‘ଦାନା’ ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ଅତିକ୍ରମ ସମ୍ଭାବନା ଥିବା ପାଣି ପାଗ ବିଭାଗ ପୂର୍ବାନୁମାନ କରିଥିବାରୁ ୨ ରାଜ୍ୟର ଉପକୂଳରେ ପ୍ରଶାସନ ପକ୍ଷରୁ ହାଇଆଲର୍ଟ ଜାରି କରାଯାଇ ୨୪ ଘଣ୍ଟିଆ କଣ୍ଟ୍ରୋଲରୁମ୍‌ ଖୋଲାଯାଇଥିଲା l

ହେଲେ ବାତ୍ୟା ୨ ରାଜ୍ୟ ସୀମାନ୍ତ ବାଲେଶ୍ୱର ଏବଂ ପଶ୍ଚିମବଙ୍ଗ ଉପକୂଳବର୍ତ୍ତୀ ଜିଲାରେ ବିଶେଷ ପ୍ରଭାବ ପକାଇ ନ ଥିବାରୁ ଲୋକେ ଆଶ୍ବସ୍ତି ପ୍ରକାଶ କରିଛନ୍ତି। ରାତି ପ୍ରାୟ ୨ଟାରେ ବାତ୍ୟାର ପ୍ରଭାବରେ ପବନ ୬୦କିମିରେ ବହିବା ସହ ସମୁଦ୍ର ଅଶାନ୍ତ ରହିଥିଲା। ସମୁଦ୍ରର ଉତ୍ତାଳ ଉଚ୍ଚଢେଉ କୂଳ ଆଡକୁ ମାଡିଆସି ତଟ ସୁରକ୍ଷା ପଥରବନ୍ଧରେ ମାଡ଼ କରୁଥିବାରୁ କୂଳବାସୀ ଭୟଭୀତ ଅବସ୍ଥାରେ ରହିଥିଲେ।

ସମୁଦ୍ର ଉତ୍ତାଳ ଥିବା ବେଳେ ପ୍ରଶାସନର ନିଷେଧାଜ୍ଞା ଅମାନ୍ୟ କରି ଶୁକ୍ରବାର ଭୋଗରାଇ ସୀମାନ୍ତ ଗ୍ରାମର ମତ୍ସ୍ୟଜୀବୀମାନେ ସମୁଦ୍ର ଭିତରକୁ ମାଛ ଧରିବାକୁ ଯାଇଥିବା ନଜର ଆସିଥିଲା l

ଅପରପକ୍ଷେ ବାଲେଶ୍ୱର ଉପକୂଳ ପର୍ଯ୍ୟଟନସ୍ଥଳୀ ତାଳସାରୀ, ବିଚିତ୍ରପୁର, ଡଗରା, ଚାନ୍ଦିପୁର ସହ ଦୀଘା, ଶଙ୍କରପୁର, ମନ୍ଦାରମଣୀ ପର୍ଯ୍ୟଟନସ୍ଥଳରେ ଥିବା ହୋଟେଲଗୁଡିକରେ ରହିବା ପାଇଁ ପର୍ଯ୍ୟଟକଙ୍କ ବୁକିଂ ବନ୍ଦ କରାଯାଇଥିଲା l ଦୀଘା ଓ ତାଳସାରୀରେ ରସି ବାନ୍ଧି ପର୍ଯ୍ୟଟକଙ୍କୁ ସମୁଦ୍ରକୁ ନ ଯିବାକୁ ଡାକବାଜି ଯନ୍ତ୍ରରେ ପ୍ରଚାର କରାଯାଇଥିଲା l

ଗୁରୁବାର ଓ ଶୁକ୍ରବାର ପାଗରେ ସେତେଟା ଉନ୍ନତି ହୋଇ ନ ଥିବା ବେଳେ ରାସ୍ତାରେ ଯାନବାହାନ ଚଳାଚଳ ଏବଂ ଯାତ୍ରୀଙ୍କ ସଂଖ୍ୟା ମଧ୍ୟ କମ୍‌ ରହିଥିଲା। ଭୋଗରାଇ ବ୍ଲକରେ ବିଭିନ୍ନ ଗ୍ରାମର ବାତ୍ୟାଶ୍ରୟସ୍ଥଳୀ ଓ ସ୍କୁଲରେ ୧୫ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କୁ ଅଣାଯାଇ ଶୁଖିଲା ଓ ରନ୍ଧାଖାଦ୍ୟ, ପାନୀୟ ଜଳ ଯୋଗାଇ ଦିଆଯାଉଥିବା ତହସିଲଦାର ତଥା ଭାରପ୍ରାପ୍ତ ବିଡ଼ିଓ ହିମାଂଶୁ ଶେଖର ଗିରି, କାର୍ଯ୍ୟନିର୍ବାହୀ ସହକାରୀ ଯନ୍ତ୍ରୀ ଇଂ ସୁଦୀପ୍ତ କୁମାର ରାଉତ ସୂଚନା ଦେଇଛନ୍ତି।

ପଦ୍ମପୁର ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଓ ବିଚିତ୍ରପୁର ବାତ୍ୟା ଆଶ୍ରୟସ୍ଥଳରେ ଖାଦ୍ୟ ବଣ୍ଟନକୁ ନେଇଁ ବିଭ୍ରାଟ ହୋଇଥିବା ଅଭିଯୋଗ ହୋଇଛି॥ ବିଚିତ୍ରପୁର ବାତ୍ୟା ଆଶ୍ରୟସ୍ଥଳୀରେ ଲୋକଙ୍କ ଖାଦ୍ୟ ବଣ୍ଟନକୁ ନେଇ ମନ୍ତ୍ରୀ ରବି ନାରାୟଣ ନାୟକ ଅସନ୍ତୋଷ ପ୍ରକାଶ କରିବା ସହିତ ଦାୟିତ୍ୱରେ ଥିବା ପଞ୍ଚାୟତ ଅଫିସର ଓ ଆର୍‌ଆଇଙ୍କୁ ତାଗିତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଚୁଦୋଳ ଯାତ୍ରା ପାଇଁ ଉଠୁଛି ପଡ଼ୁଛି ଗାଁ

ଗଞ୍ଜାମ,୭।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମାହାଟ ପଡିଆଠାରେ ହେବାକୁ ଥିବା ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରାର ସାହି ଯାତ୍ରାକୁ ଶନିବାର ୧୨ ଦିନ। ଏ ନେଇ…

ଫାଇନାଲ ପୂର୍ବରୁ ମିଚେଲ ସାଣ୍ଟର୍ନରଙ୍କ ଫଟୋକୁ ନେଇ ହଇଚଇ! ତାଜା ହେଲା ୨୦୨୩ର କ୍ଷତ, ପ୍ରଶଂସକ ଛାନିଆ…

ଅହମ୍ମଦାବାଦ,୭।୩: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ବିଶ୍ୱକପ୍‌ ୨୦୨୬ର ମହାଲଢ଼େଇ ଅନୁଷ୍ଠିତ ହେବ। ପ୍ରଥମ ଥର ପାଇଁ ଏହି…

ସରିଲା ସିବିଏସି ପରୀକ୍ଷା: ପିଠିରେ ଲେଖି ଜଣାଇଲେ ବିଦାୟ ବାର୍ତ୍ତା

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଚାଲିଥିବା ଦଶମ ସିବିଏସି ପରୀକ୍ଷା ଶନିବାର ସରିଥିବା ବେଳେ ପରୀକ୍ଷା ସରିବା ପରେ ପରସ୍ପର ମଧ୍ୟରେ ଛାତ୍ରୀଛାତ୍ର…

ସେମିଫାଇନାଲରେ ପହଞ୍ଚିଲେ ଲକ୍ଷ୍ୟ ସେନ୍‌

ବର୍ମିଂହାମ୍‌,୭ା୩:ଭାରତର ଲକ୍ଷ୍ୟ ସେନ୍‌ ଅଲ୍‌ ଇଂଲଣ୍ଡ ଓପନ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ୨୦୨୨ ସଂସ୍କରଣରେ ରନର-ଅପ୍‌ ବିଶ୍ୱର ୧୨ତମ ମାନ୍ୟତାପ୍ରାପ୍ତ ଏହି…

ପରୀକ୍ଷା ସରିବା ପରେ ତିନି ସାଙ୍ଗ ଯାଇଥିଲେ ଜଳଭଣ୍ଡର, ଫେରିଲା…

କୋରାପୁଟ,୭।୩(ଅମିତାଭ ବେହେରା ): କୋଲାବ ଜଳଭଣ୍ଡରରେ ବୁଡ଼ି ୩ ଛାତ୍ରଙ୍କ ମୃତ୍ୟୁ। ପରୀକ୍ଷା ସରିବା ପରେ ୩ ସାଙ୍ଗ ଗାଧେଇବା ପାଇଁ ଜଳଭଣ୍ଡର ଯାଇଥିଲେ। ତିନି ଛାତ୍ର…

ପୋଖରୀରେ ବୁଡ଼ି ଚାଲିଗଲା ୨ ନାବାଳିକାଙ୍କ ଜୀବନ

ଉଦଳା,୭।୩: ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ନଥିପୁର ଗାଁରେ ଶନିବାର ଏକ ଅଘଟଣ ଘଟିଛି। ପୋଖରୀରେ ବୁଡ଼ି ୨ ନାବାଳିକାଙ୍କ ମୃତ୍ୟୁ ଘଟିଛି। ଦୁଇ ନାବାଳିକାଙ୍କୁ ହରାଇ…

ପଟ୍ଟାଙ୍ଗିରେ ପହଞ୍ଚିଲା ଲୋକ ଅଧିକାର ଯାତ୍ରା : ବଞ୍ଚିବା ପାଇଁ ଲଢେଇ କର

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ଭରି ରହିଥିବା ବକ୍ସାଇଟ ଖଣି, ପାହାଡ଼ ତଥା ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ବାହାରିଥିବା ଲୋକ ଅଧିକାର ଯାତ୍ରା ଶନିବାର କୋରାପୁଟ…

ବିପଦକୁ ଡାକୁଛି ମୁକୁଳା ଟ୍ରାନ୍ସଫର୍ମର: ବାଡ଼ବନ୍ଦୀ କରିବାକୁ ଦାବି

ବୁଗୁଡ଼ା,୭ା୩ (କାଳିଚରଣ ଦାଶ): ଖୋଲାମେଲାରେ ରହିଛି ବିଦ୍ୟୁତ୍‌ ଟ୍ରାନ୍ସଫର୍ମର, ଯାହ ବିପଦକୁ ହାତ ଠାରି ଡାକୁଛି । ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବୁଗୁଡ଼ା ବ୍ଲକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri