ଆଶ୍ରୟସ୍ଥଳରେ ଖାଦ୍ୟ ବଣ୍ଟନକୁ ନେଇ ମନ୍ତ୍ରୀଙ୍କ ଅସନ୍ତୋଷ

ଭୋଗରାଇ,୨୫।୧୦(ପ୍ରଦୀପ ଦାସ): ବାତ୍ୟା ଦାନା ପ୍ରଭାବରେ ଓଡ଼ିଶା ସୀମାନ୍ତ ବାଲେଶ୍ୱର ଏବଂ ପଶ୍ଚିମବଙ୍ଗ ଉପକୂଳବର୍ତ୍ତୀ ଜିଲାରେ ବିଶେଷ ପ୍ରଭାବ ପଡି ନ ଥିବା ବେଳେ କେବଳ ଗୁରୁବାର ଓ ଶୁକ୍ରବାର ଝିପିଝିପି ବର୍ଷା ଲାଗି ରହିଛି l ଅତି ଭୀଷଣ ବାତ୍ୟା ‘ଦାନା’ ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ଅତିକ୍ରମ ସମ୍ଭାବନା ଥିବା ପାଣି ପାଗ ବିଭାଗ ପୂର୍ବାନୁମାନ କରିଥିବାରୁ ୨ ରାଜ୍ୟର ଉପକୂଳରେ ପ୍ରଶାସନ ପକ୍ଷରୁ ହାଇଆଲର୍ଟ ଜାରି କରାଯାଇ ୨୪ ଘଣ୍ଟିଆ କଣ୍ଟ୍ରୋଲରୁମ୍‌ ଖୋଲାଯାଇଥିଲା l

ହେଲେ ବାତ୍ୟା ୨ ରାଜ୍ୟ ସୀମାନ୍ତ ବାଲେଶ୍ୱର ଏବଂ ପଶ୍ଚିମବଙ୍ଗ ଉପକୂଳବର୍ତ୍ତୀ ଜିଲାରେ ବିଶେଷ ପ୍ରଭାବ ପକାଇ ନ ଥିବାରୁ ଲୋକେ ଆଶ୍ବସ୍ତି ପ୍ରକାଶ କରିଛନ୍ତି। ରାତି ପ୍ରାୟ ୨ଟାରେ ବାତ୍ୟାର ପ୍ରଭାବରେ ପବନ ୬୦କିମିରେ ବହିବା ସହ ସମୁଦ୍ର ଅଶାନ୍ତ ରହିଥିଲା। ସମୁଦ୍ରର ଉତ୍ତାଳ ଉଚ୍ଚଢେଉ କୂଳ ଆଡକୁ ମାଡିଆସି ତଟ ସୁରକ୍ଷା ପଥରବନ୍ଧରେ ମାଡ଼ କରୁଥିବାରୁ କୂଳବାସୀ ଭୟଭୀତ ଅବସ୍ଥାରେ ରହିଥିଲେ।

ସମୁଦ୍ର ଉତ୍ତାଳ ଥିବା ବେଳେ ପ୍ରଶାସନର ନିଷେଧାଜ୍ଞା ଅମାନ୍ୟ କରି ଶୁକ୍ରବାର ଭୋଗରାଇ ସୀମାନ୍ତ ଗ୍ରାମର ମତ୍ସ୍ୟଜୀବୀମାନେ ସମୁଦ୍ର ଭିତରକୁ ମାଛ ଧରିବାକୁ ଯାଇଥିବା ନଜର ଆସିଥିଲା l

ଅପରପକ୍ଷେ ବାଲେଶ୍ୱର ଉପକୂଳ ପର୍ଯ୍ୟଟନସ୍ଥଳୀ ତାଳସାରୀ, ବିଚିତ୍ରପୁର, ଡଗରା, ଚାନ୍ଦିପୁର ସହ ଦୀଘା, ଶଙ୍କରପୁର, ମନ୍ଦାରମଣୀ ପର୍ଯ୍ୟଟନସ୍ଥଳରେ ଥିବା ହୋଟେଲଗୁଡିକରେ ରହିବା ପାଇଁ ପର୍ଯ୍ୟଟକଙ୍କ ବୁକିଂ ବନ୍ଦ କରାଯାଇଥିଲା l ଦୀଘା ଓ ତାଳସାରୀରେ ରସି ବାନ୍ଧି ପର୍ଯ୍ୟଟକଙ୍କୁ ସମୁଦ୍ରକୁ ନ ଯିବାକୁ ଡାକବାଜି ଯନ୍ତ୍ରରେ ପ୍ରଚାର କରାଯାଇଥିଲା l

ଗୁରୁବାର ଓ ଶୁକ୍ରବାର ପାଗରେ ସେତେଟା ଉନ୍ନତି ହୋଇ ନ ଥିବା ବେଳେ ରାସ୍ତାରେ ଯାନବାହାନ ଚଳାଚଳ ଏବଂ ଯାତ୍ରୀଙ୍କ ସଂଖ୍ୟା ମଧ୍ୟ କମ୍‌ ରହିଥିଲା। ଭୋଗରାଇ ବ୍ଲକରେ ବିଭିନ୍ନ ଗ୍ରାମର ବାତ୍ୟାଶ୍ରୟସ୍ଥଳୀ ଓ ସ୍କୁଲରେ ୧୫ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କୁ ଅଣାଯାଇ ଶୁଖିଲା ଓ ରନ୍ଧାଖାଦ୍ୟ, ପାନୀୟ ଜଳ ଯୋଗାଇ ଦିଆଯାଉଥିବା ତହସିଲଦାର ତଥା ଭାରପ୍ରାପ୍ତ ବିଡ଼ିଓ ହିମାଂଶୁ ଶେଖର ଗିରି, କାର୍ଯ୍ୟନିର୍ବାହୀ ସହକାରୀ ଯନ୍ତ୍ରୀ ଇଂ ସୁଦୀପ୍ତ କୁମାର ରାଉତ ସୂଚନା ଦେଇଛନ୍ତି।

ପଦ୍ମପୁର ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଓ ବିଚିତ୍ରପୁର ବାତ୍ୟା ଆଶ୍ରୟସ୍ଥଳରେ ଖାଦ୍ୟ ବଣ୍ଟନକୁ ନେଇଁ ବିଭ୍ରାଟ ହୋଇଥିବା ଅଭିଯୋଗ ହୋଇଛି॥ ବିଚିତ୍ରପୁର ବାତ୍ୟା ଆଶ୍ରୟସ୍ଥଳୀରେ ଲୋକଙ୍କ ଖାଦ୍ୟ ବଣ୍ଟନକୁ ନେଇ ମନ୍ତ୍ରୀ ରବି ନାରାୟଣ ନାୟକ ଅସନ୍ତୋଷ ପ୍ରକାଶ କରିବା ସହିତ ଦାୟିତ୍ୱରେ ଥିବା ପଞ୍ଚାୟତ ଅଫିସର ଓ ଆର୍‌ଆଇଙ୍କୁ ତାଗିତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri