ବିନା ଲାଇଫ୍‌ ଜ୍ୟାକେଟରେ ଧବଳେଶ୍ୱର ଗଲେ ମନ୍ତ୍ରୀ

ଖୁଣ୍ଟୁଣୀ,୧୯।୨(ଡି.ଏନ୍‌.ଏ.): କଟକ ଜିଲାର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱରଙ୍କ ଶନିବାର ଥିଲା ଜାଗର ଯାତ୍ରା। ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖିବା ସହ ଝୁଲାପୋଲର ମରାମତି ଚାଲିଥିବାରୁ ପୂର୍ବରୁ ୧୪୪ ଧାରା ଲାଗିଥିବା ବେଳେ ଡଙ୍ଗା ଯାତ୍ରାକୁ ମଧ୍ୟ ପ୍ରଶାସନ ବନ୍ଦ ରଖିଛି। କେହି ଡଙ୍ଗାରେ ନଦୀ ପାର ହୋଇ ଦର୍ଶନ ପାଇଁ ଗଲେ ନିରାପତ୍ତା ଦୃଷ୍ଟିରୁ ଲାଇଫ୍‌ ଜ୍ୟାକେଟ ବାଧ୍ୟତାମୂଳକ କରାଯାଇଛି। ହେଲେ ଏହି ନିୟମ ସାଧାରଣ ଲୋକଙ୍କ ପାଇଁ କଡାକଡି ଥିବାବେଳେ ଶନିବାର ରାଜ୍ୟର ଜଣେ ମନ୍ତ୍ରୀ ନିୟମକୁ ମାନି ନ ଥିବା ଦେଖିବାକୁ ମିଳିଛି। ଶନିବାର ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ପ୍ରମିଳା ମଲ୍ଲିକ ତାଙ୍କ ପରିବାର ସହିତ ବାବା ଧବଳେଶ୍ୱରଙ୍କ ଦର୍ଶନ ପାଇଁ ଆସିଥିଲେ। ତେବେ ସେ ଆସିବା ପୂର୍ବରୁ ସେଠାରେ ପୋଲିସ ପ୍ରଶାସନ ସହିତ ଆଠଗଡ଼ ଉପଜିଲାପାଳ ହେମନ୍ତ କୁମାର ସ୍ବାଇଁ, ତହସିଲଦାର ପ୍ରିୟବ୍ରତ ଦାସ ପ୍ରମୁଖ ମନ୍ତ୍ରୀଙ୍କୁ ଅପେକ୍ଷା କରିଥିଲେ। ମନ୍ତ୍ରୀ ପ୍ରମିଳା ପହଞ୍ଚତ୍ବା ପରେ ତାଙ୍କୁ ବିନା ଲାଇଫ୍‌ ଜ୍ୟାକେଟରେ ବୋଟରେ ନେଇ ଧବଳେଶ୍ୱରଙ୍କ ଦର୍ଶନ କରାଇବା ସହ ପୂଜାର୍ଚ୍ଚନା କରିଥିଲେ। ଏହାପରେ ମନ୍ତ୍ରୀ ପ୍ରମିଳା ପୁନର୍ବାର ଡଙ୍ଗା ଯୋଗେ ଫେରି ଆସିଥିଲେ। ଏହି ଦୃଶ୍ୟକୁ କେତେଜଣ ଶ୍ରଦ୍ଧାଳୁ ମୋବାଇଲରେ ଉଠାଇଥିଲେ। ମନ୍ତ୍ରୀଙ୍କ ଏଭଳି ନିୟମ ନ ମାନି ଡଙ୍ଗାରେ ଯିବାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଏପରି କି ଏହାର କିଛି ସମୟରେ ଆଉ ଜଣେ ମନ୍ତ୍ରୀଙ୍କ ସମ୍ପର୍କୀୟ ମଧ୍ୟ ଆଲୋଚନା ହେଉଛି। ଲୋକଙ୍କ କହିବା ଅନୁଯାୟୀ, ମନ୍ତ୍ରୀ ପ୍ରମିଳାଙ୍କ ଗସ୍ତ ପରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଭାଇ ଅଜୟ ପ୍ରତାପ ସ୍ବାଇଁ ମଧ୍ୟ ବୋଟରେ ଯିବାବେଳେ ଲାଇଫ୍‌ ଜ୍ୟାକେଟ ପିନ୍ଧି ନ ଥିଲେ। ହେଲେ ନିକଟରେ ଗଣମାଧ୍ୟମ ପ୍ରତିନିଧି ଫଟୋ ଉତ୍ତୋଳନ କରିବା ଦେଖି ସେ ଲାଇଫ୍‌ ଜ୍ୟାକେଟ ପିନ୍ଧି ପୁଣି କୂଳରେ ଲାଗିବା ପୂର୍ବରୁ ବାହାର କରିଦେଇଥିଲେ। ତେବେ ମନ୍ତ୍ରୀ ଭଳି ବଡ଼ବଡ଼ିଆଙ୍କ ଏଭଳି ନିୟମକୁ ଅବମାନନା କରିବା ନେଇ ଆଠଗଡ଼ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ଏ ନେଇ ତହସିଲଦାର ପ୍ରିୟବ୍ରତ ଦାସ କହିଛନ୍ତି, ବୋଟ ଭିତରେ ଆବଶ୍ୟକଠାରୁ ବହୁ କମ ଲୋକ ଥିଲେ। ଏଣୁ ଲାଇଫ୍‌ ଜ୍ୟାକେଟ ପ୍ରତି କେହି ଗୁରୁତ୍ୱ ଦେଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri