୩ ଶହ ଫୁଟର ତ୍ରିରଙ୍ଗା ଧରି କର୍ମୀଙ୍କ ସହ ବୁଲିଲେ ମନ୍ତ୍ରୀ

ମୋରଡା,୧୪।୮(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ମୋରଡା ବ୍ଲକ ଅନ୍ତର୍ଗତ ଚିତ୍ରଡାରେ ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ଭାଜପା ପକ୍ଷରୁ ହର୍‌ ଘର୍‌ ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଶତାଧିକ ଭାଜପା କର୍ମୀ ଯୋଗ ଦେଇଥିଲେ। ଚିତ୍ରଡା ଭୈରବୀ ମନ୍ଦିରରୁ ୩ ଶହ ଫୁଟ ଲମ୍ବର ତ୍ରିରଙ୍ଗା ଧରି ଏକ ବିଶାଳ ପଟୁଆରରେ କର୍ମୀମାନେ ଶୀର୍ଷାପାଳ ଛକ ଓ ଚିତ୍ରଡା ବଜାର ପରିକ୍ରମା କରିଥିଲେ।

କାର୍ଯ୍ୟକ୍ରମରେ କେନ୍ଦ୍ର ଜଳଶକ୍ତି ତଥା ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ, ମୋରଡା ନିର୍ବାଚନମଣ୍ଡଳୀର ଭାଜପା ବିଧାୟକ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ମହାପାତ୍ର, ପୂର୍ବତନ ଜିଲା ସଭାପତି କାନ୍ଦ୍ରା ସୋରେନ, ଜିଲା ଉପସଭାପତି ପ୍ରଦୀପ କୁମାର ପରିଡା, ଜିଲା ଭାଜପା ଯୁବ ସଭାପତି ବଳରାମ ସାହୁ, ରାସଗୋବିନ୍ଦପୁର ବ୍ଲକ ମଣ୍ଡଳ ସଭାପତି ପୁରୁଷୋତ୍ତମ ଦେ, ଚିତ୍ରଡା ମଣ୍ଡଳର ସଭାପତି ନେତ୍ରାନନ୍ଦ ଦାସ, ଦେଉଳି ମଣ୍ଡଳ ସଭାପତି ଦିଲୀପ ଦାସ, ବୈଶିଙ୍ଗା ଓ ବେତନଟୀର ମଣ୍ଡଳ ସଭାପତି ରତିକାନ୍ତ ମହାନ୍ତଙ୍କ ସମେତ ଶତାଧିକ କର୍ମୀ ଯୋଗ ଦେଇଥିଲେ l