ଧାମନଗର,୩।୮(ଦେବେନ୍ଦ୍ର ଆନ୍ଦିଆ): ଧାମନଗର ବିଧାୟକ ତଥା ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଆରଡ଼ି ଆଖଣ୍ଡଳମଣି ପୀଠକୁ ଜଳଲାଗି କରିବାକୁ ଯାଉଥିବା କାଉଡ଼ିଆଙ୍କ ପାଦ ସେବା କରିଛନ୍ତି। କାଉଡ଼ିଆମାନେ ସୋମବାର ବାବାମଣିଙ୍କୁ ଜଳଲାଗି କରିବେ।
ରବିବାର ଅପରାହ୍ନରୁ ସା ପର୍ଯ୍ୟନ୍ତ ମନ୍ତ୍ରୀ ଭଦ୍ରକ-ଆଖଣ୍ଡଳମଣି ମୁଖ୍ୟରାସ୍ତାର କୋଠାରଠାରେ କାଉଡ଼ିଆ ଶ୍ରଦ୍ଧାଳୁଙ୍କ ପାଦ ଧୋଇ ଦେବା ସହ ସେମାନଙ୍କ ସାମୟିକ ସେବା କରିଥିଲେ। ମନ୍ତ୍ରୀଙ୍କ ସହ ଭାଜପାର କର୍ମକର୍ତ୍ତା ବୋଲ୍ବମ୍ ଭକ୍ତଙ୍କ ସେବା କରିଥିଲେ। ଭାଜପାର ବରିଷ୍ଠ ନେତା ମନୋରଞ୍ଜନ ମଲ୍ଲିକ, ଚତୁର୍ଭୁଜ ନାୟକ, ଉଦୟ ମଲ୍ଲିକ, କୈଳାସ ମହାପାତ୍ର, ବୁଦ୍ଧଦେବ ଜେନା, ବୈକୁଣ୍ଠ ସାହୁ, ମନୋଜ ଦାସ, ଅଜୟ ବଳ, ସନ୍ତୋଷ ଦାଶ ଅଧିକାରୀ, ଅନିରୁଦ୍ଧ ସାହୁ, ସୂରଜ ସାହୁ, ଶ୍ରୀକାନ୍ତ ନାୟକ, ରାଜେନ୍ଦ୍ର ସାହୁ, ମହେଶ୍ୱତା ମହାଳିକ, ପୁଷ୍ପାଞ୍ଜଳି ବେହେରା ପ୍ରମୁଖ ସହଯୋଗ କରିଥିଲେ।


