ପ୍ରତିବାଦ ଭୟ: ଦେଢ଼ ଘଣ୍ଟା ପଞ୍ଚାୟତରେ ଅଟକିଲେ ମନ୍ତ୍ରୀ

ଲୋଇସିଂହା,୧୭।୩( ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବିଧାୟକ ତଥା ସ୍ବାସ୍ଥ୍ୟ ମନ୍ତ୍ରୀ ଡ଼.ମୁକେଶ ମହାଲିଙ୍ଗଙ୍କୁ ଘାରିଲା ପ୍ରତିବାଦ ଭୟ। ରବିବାର ସନ୍ଧ୍ୟାରେ ଲୋଇସିଂହା ବ୍ଲକ ଝାରମୁଣ୍ଡାଗସ୍ତ ଅବସରରେ ବିରୋଧୀଙ୍କ ପ୍ରତିବାଦ ଆଶଙ୍କା କରି ପ୍ରାୟ ଦେଢ଼ ଘଣ୍ଟା ପର୍ଯ୍ୟନ୍ତ ପଞ୍ଚାୟତ କାର୍ଯ୍ୟାଳୟରେ ମନ୍ତ୍ରୀ ଅଟକି ରହିବା ଘଟଣା ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି। ବଲାଙ୍ଗୀରରୁ ଅତିରିକ୍ତ ପୋଲିସ ଫୋର୍ସ ଆସିବା ପରେ ରାତି ୮ଟାରେ ଆଗଲପୁର ବ୍ଲକ ଆମ୍ବଝରଣରେ ହେଉଥିବା ଏକ କାର୍ଯ୍ୟକ୍ରମକୁ ମନ୍ତ୍ରୀ ଯାଇଥିବା ଜଣାପଡିଛି।

ରବିବାର ଲୋଇସିଂହା ବ୍ଲକ ଝାରମୁଣ୍ଡା ଗ୍ରାମରେ ଚାଲିଥିବା ପାରାୟଣ କାର୍ଯ୍ୟକ୍ରମରେ ମନ୍ତ୍ରୀ ମହାଲିଙ୍ଗ ଯୋଗ ଦେଇଥିଲେ। ପରେ ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇଥିଲେ। ଏତିକିବେଳେ ମିନି ଷ୍ଟାଡିୟମ ପରିସରରେ ରହିଛି ଗ୍ରାମର ଆଥ୍‌ଲେଟିକ ଆସୋସିଏଶନ। କୁଆଡେ ଆଥଲେଟିକ ଆସୋସିଏଶନ ବାର୍ଷିକ ଉତ୍ସବ ପାଳନ ପ୍ରସ୍ତୁତି ପାଇଁ ଗ୍ରାମର ଶତାଧିକ ଲୋକ ସମବେତ ହୋଇଥିଲେ। ଏହି ସମୟରେ ଏକ ଗୁଜବ ସୃଷ୍ଟି ହୋଇଥିଲା ଯେ, ମନ୍ତ୍ରୀଙ୍କୁ ପ୍ରତିବାଦ କରାଯିବ।

ଏନେଇ ଭାଜପା କର୍ମୀ ଏବଂ ପ୍ରଶାସନିକ ଅଧିକାରୀ ମଧ୍ୟ ଚିନ୍ତାରେ ପଡିଥିଲେ। ଏନେଇ ସମ୍ପୃକ୍ତ ଅଞ୍ଚଳରେ ପୋଲିସକୁ ବାରମ୍ବାର ପଇତରା ମାରିବାକୁ ପଡିଥିଲା। ଏପରିକି ପୋଲିସକୁ ବଲାଙ୍ଗୀରରୁ ଅତିରିକ୍ତ ଫୋର୍ସ ମାଗିବାକୁ ପଡ଼ିଥିଲା ।

ପରବର୍ତ୍ତୀ ସମୟରେ ବୁଝାଶୁଝା ପରେ ଆଥ୍‌ଲେଟିକ ଆସୋସିଏଶନ ବାର୍ଷିକ ଉତ୍ସବ ପାଳନ ପାଇଁ ପ୍ରସ୍ତୁତି ଏବଂ ସଫେଇ କାର୍ଯ୍ୟ ପାଇଁ ଲୋକ ରୁଣ୍ଡ ହୋଇଥିବା ଜଣାପଡିଥିଲା। ଏନେଇ ପ୍ରଶାସନ ଓ ଭାଜପା କର୍ଯ୍ୟକର୍ତ୍ତା ଆଶ୍ବସ୍ତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri