ପ୍ରତିବାଦ ଭୟ: ଦେଢ଼ ଘଣ୍ଟା ପଞ୍ଚାୟତରେ ଅଟକିଲେ ମନ୍ତ୍ରୀ

ଲୋଇସିଂହା,୧୭।୩( ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବିଧାୟକ ତଥା ସ୍ବାସ୍ଥ୍ୟ ମନ୍ତ୍ରୀ ଡ଼.ମୁକେଶ ମହାଲିଙ୍ଗଙ୍କୁ ଘାରିଲା ପ୍ରତିବାଦ ଭୟ। ରବିବାର ସନ୍ଧ୍ୟାରେ ଲୋଇସିଂହା ବ୍ଲକ ଝାରମୁଣ୍ଡାଗସ୍ତ ଅବସରରେ ବିରୋଧୀଙ୍କ ପ୍ରତିବାଦ ଆଶଙ୍କା କରି ପ୍ରାୟ ଦେଢ଼ ଘଣ୍ଟା ପର୍ଯ୍ୟନ୍ତ ପଞ୍ଚାୟତ କାର୍ଯ୍ୟାଳୟରେ ମନ୍ତ୍ରୀ ଅଟକି ରହିବା ଘଟଣା ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି। ବଲାଙ୍ଗୀରରୁ ଅତିରିକ୍ତ ପୋଲିସ ଫୋର୍ସ ଆସିବା ପରେ ରାତି ୮ଟାରେ ଆଗଲପୁର ବ୍ଲକ ଆମ୍ବଝରଣରେ ହେଉଥିବା ଏକ କାର୍ଯ୍ୟକ୍ରମକୁ ମନ୍ତ୍ରୀ ଯାଇଥିବା ଜଣାପଡିଛି।

ରବିବାର ଲୋଇସିଂହା ବ୍ଲକ ଝାରମୁଣ୍ଡା ଗ୍ରାମରେ ଚାଲିଥିବା ପାରାୟଣ କାର୍ଯ୍ୟକ୍ରମରେ ମନ୍ତ୍ରୀ ମହାଲିଙ୍ଗ ଯୋଗ ଦେଇଥିଲେ। ପରେ ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇଥିଲେ। ଏତିକିବେଳେ ମିନି ଷ୍ଟାଡିୟମ ପରିସରରେ ରହିଛି ଗ୍ରାମର ଆଥ୍‌ଲେଟିକ ଆସୋସିଏଶନ। କୁଆଡେ ଆଥଲେଟିକ ଆସୋସିଏଶନ ବାର୍ଷିକ ଉତ୍ସବ ପାଳନ ପ୍ରସ୍ତୁତି ପାଇଁ ଗ୍ରାମର ଶତାଧିକ ଲୋକ ସମବେତ ହୋଇଥିଲେ। ଏହି ସମୟରେ ଏକ ଗୁଜବ ସୃଷ୍ଟି ହୋଇଥିଲା ଯେ, ମନ୍ତ୍ରୀଙ୍କୁ ପ୍ରତିବାଦ କରାଯିବ।

ଏନେଇ ଭାଜପା କର୍ମୀ ଏବଂ ପ୍ରଶାସନିକ ଅଧିକାରୀ ମଧ୍ୟ ଚିନ୍ତାରେ ପଡିଥିଲେ। ଏନେଇ ସମ୍ପୃକ୍ତ ଅଞ୍ଚଳରେ ପୋଲିସକୁ ବାରମ୍ବାର ପଇତରା ମାରିବାକୁ ପଡିଥିଲା। ଏପରିକି ପୋଲିସକୁ ବଲାଙ୍ଗୀରରୁ ଅତିରିକ୍ତ ଫୋର୍ସ ମାଗିବାକୁ ପଡ଼ିଥିଲା ।

ପରବର୍ତ୍ତୀ ସମୟରେ ବୁଝାଶୁଝା ପରେ ଆଥ୍‌ଲେଟିକ ଆସୋସିଏଶନ ବାର୍ଷିକ ଉତ୍ସବ ପାଳନ ପାଇଁ ପ୍ରସ୍ତୁତି ଏବଂ ସଫେଇ କାର୍ଯ୍ୟ ପାଇଁ ଲୋକ ରୁଣ୍ଡ ହୋଇଥିବା ଜଣାପଡିଥିଲା। ଏନେଇ ପ୍ରଶାସନ ଓ ଭାଜପା କର୍ଯ୍ୟକର୍ତ୍ତା ଆଶ୍ବସ୍ତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାସ୍ତା, ପିଜା-ବର୍ଗର ନେଲା କି ଯୁବତୀଙ୍କ ଜୀବନ? ଜାଣନ୍ତୁ କ’ଣ କହୁଛନ୍ତି ଡାକ୍ତର

ନୂଆଦିଲ୍ଲୀ,୨୪।୧୨: ନିକଟରେ, ଉତ୍ତର ପ୍ରଦେଶର ଆମରୋହାରୁ ଜଣେ ୧୧ଶ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଖବର ପ୍ରକାଶିତ ହୋଇଥିଲା। ପରିବାର ଦାବି କରିଥିଲେ ଯେ ଝିଅଟିର ଖାଦ୍ୟରେ...

ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ସଚେତନତା, ବଟେଶ୍ୱର ପୀଠ ହେବ ପ୍ଲାଷ୍ଟିକ ମୁକ୍ତ

ଗଞ୍ଜାମ,୨୪।୧୨(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ଶୈବ ପୀଠ ସ୍ଥିତ କଲ୍ୟାଣ ମଣ୍ଡପରେ ବିରଳ ସାମୁଦ୍ରିକ କଇଁଛ ଅଲିଭ ରିଡଲେଙ୍କ ସୁରକ୍ଷା ସମ୍ପର୍କକିତ...

Vijay Hazare Trophy: ବିରାଟ କୋହଲିଙ୍କ ଧୂଆଁଧାର ବ୍ୟାଟିଂ, ୧୬ ବର୍ଷ ପରେ ଏପରି ଶତକ ମାରିଲେ…

ନୂଆଦିଲ୍ଲୀ,୨୪।୧୨: ବିରାଟ କୋହଲିଙ୍କ ବ୍ୟାଟ୍ ବନ୍ଦ ହେବାର କୌଣସି ସଙ୍କେତ ଦେଖାଯାଉନାହିଁ । ଏହା ଅନ୍ତର୍ଜାତୀୟ କ୍ରିକେଟ୍ ହେଉ କି ଘରୋଇ କ୍ରିକେଟ୍ ସବୁ ସ୍ଥାନରେ...

Govt Jobs: ବିନା ଇଣ୍ଟରଭ୍ୟୁରେ, ବିନା ପରୀକ୍ଷାରେ ଏମିତି ଉଠାନ୍ତୁ ସରକାରୀ ଚାକିରିର ସୁବିଧା

ନୂଆଦିଲ୍ଲୀ,୨୪।୧୨: ୟୁନାଇଟେଡ ଇଣ୍ଡିଆ ଇନସ୍ୟୁରାନ୍ସ କମ୍ପାନୀ ଲିମିଟେଡ ୧୫୩ଟି ପ୍ରଶାସନିକ ଅଧିକାରୀ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ସବୁଠାରୁ ଭଲ କଥା ହେଉଛି...

କୋଟିଆକୁ ନେଇ ରାଜସ୍ବ ମନ୍ତ୍ରୀଙ୍କ ବଡ଼ ବୟାନ, କହିଲେ ପ୍ରବେଶ କଲେ….

ଭୁବନେଶ୍ୱର,୨୪।୧୨: କୋଟିଆକୁ ପ୍ରବେଶ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ବଡ଼ ବୟାନ ଦେଇଛନ୍ତି । ଯଦି ଆନ୍ଧ୍ର ଅଧିକାରୀ ଓଡ଼ିଶାରେ ପ୍ରବେଶ କରନ୍ତି ତାହେଲେ...

ଅଙ୍ଗନଓ୍ବାଡିି ପଛରେ ଗୋମାଂସ କଟାନେଇ ଅସନ୍ତୋଷ

ଉଦଳା, ୨୪ା୧୨(ସନ୍ତୋଷ କୁମାର ବାଚ୍ଛିନୀ): କପ୍ତିପଦା ଥାନା ଭୁଳାଘାଟି ଗ୍ରାମର ଏକ ଅଙ୍ଗନଓ୍ବାଡି କେନ୍ଦ୍ର ପଛରେ ଗୋମାଂସ କଟାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ମଙ୍ଗଳବାର...

ମୋଦି କ୍ୟାବିନେଟର ବଡ଼ ନିଷ୍ପତ୍ତି, ରାଜଧାନୀକୁ ମିଳିଲା ନୂଆବର୍ଷ ଉପହାର

ନୂଆଦିଲ୍ଲୀ,୨୪।୧୨: କେନ୍ଦ୍ର କ୍ୟାବିନେଟ ବୈଠକରେ ପୁଣି ଥରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏହା ଦିଲ୍ଲୀ-ଏନସିଆର ପାଇଁ ଏକ ନୂତନ ବର୍ଷର ଉପହାର। ନୂତନ ବର୍ଷରେ...

ପରିବହନ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏଣିକି ଜାନୁଆରୀ ୧ ନୁହେଁ ଗାଡ଼ିର ବୈଧ କାଗଜପତ୍ର ଅବଧି…

ଭୁବନେଶ୍ୱର,୨୪।୧୨:  ଗାଡ଼ି ଚାଳକଙ୍କୁ ବଡ଼ ଆଶ୍ବସ୍ତି ଦେଲେ ପରିବହନ ମନ୍ତ୍ରୀ ବିଭୂତି ଜେନା । ମାସେ ସମୟ ଦେଲେ ସରକାର । ଏଣିକି ଗାଡ଼ିର ବୈଧ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri