ପଲ୍ୟୁଶନ ସାର୍ଟିଫିକେଟକୁ ନେଇ ବଡ଼ ବୟାନ ଦେଲେ ମନ୍ତ୍ରୀ: କହିଲେ ଏଣିକି ଲାଗିବ…

ଭୁବନେଶ୍ୱର, ୨୭।୧୨: ବର୍ତ୍ତମାନ ପ୍ରଦୂଷଣ ପ୍ରମାଣ ପତ୍ର ପାଇଁ ସବୁଠି ଲମ୍ବା ଲାଇନ୍‌। ସରକାର ସମୟ ସୀମା ବୃଦ୍ଧି କରିଥିବା ବେଳେ ପରିବହନ ମନ୍ତ୍ରୀ ବିଭୂତି ଜେନା ଶନିବାର ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ପ୍ରଦୂଷଣ ପ୍ରମାଣ ପତ୍ର ଥିବା ଗାଡ଼ିରେ ଗ୍ରୀନ ଷ୍ଟିକର ଲାଗିବ । ଏହି ଗ୍ରୀନ ଷ୍ଟିକର ପରିବହନ ବିଭାଗ ଯୋଗାଇ ଦେବ। ପ୍ରଦୂଷଣ ପ୍ରମାଣ ପତ୍ର ନଥିଲେ କାର୍ଯ୍ୟାନୁଷ୍ଠାନ ହେବ।
ସଡ଼କ ସୁରକ୍ଷା ମାସ ଆସୁଥିବାରୁ PUCC କୋହଳ କରାଯାଇଛି। ୨୦୧୯ ରେ ଯେଉଁ ଫାଇନ ବଢ଼ାଯାଇଛି କୋହଳ କରିବାକୁ ତର୍ଜମା କରିବୁ ବୋଲି କହିଛନ୍ତି। ନୂଆ ଓ ପୁରୁଣା ସବୁ ଗାଡ଼ିକୁ ପ୍ରମାଣ ମିଳୁଥିବାରୁ ତର୍ଜମା କରାଯାଉଛି।

ସମୟ ସୀମା ୧ ମାସ ବୃଦ୍ଧି କରାଯାଇଛି। ଏହି ଗ୍ରେସ ପିରିୟଡରେ ଗାଡ଼ି ମାଲିକମାନେ ସେମାନଙ୍କର ପଞ୍ଜୀକରଣ ପ୍ରମାଣପତ୍ର (RC), ଫିଟନେସ୍ ପ୍ରମାଣପତ୍ର, ପ୍ରଦୂଷଣ ନିୟନ୍ତ୍ରଣ (PUC) ପ୍ରମାଣପତ୍ର ଏବଂ ବୀମାକୁ ବିନା ଜରିମାନାରେ ଅପଡେଟ୍ କରି ପାରିବେ। ମାସକ ମଧ୍ୟରେ ଗାଡିର ସବୁ ସାର୍ଟିଫିକେଟ କରିବା ନେଇ ମନ୍ତ୍ରୀଙ୍କ ପକ୍ଷରୁ କୁହାଯାଇଛି । ରାଜ୍ୟବ୍ୟାପୀ କଡ଼ାକଡ଼ି ଯାଞ୍ଚ୍ ୧ ଫେବୃଆରି ୨୦୨୬ ରୁ ଆରମ୍ଭ ହେବ।

ପୂର୍ବରୁ ଜାନୁଆରୀ ୧ ତାରିଖରୁ ଯାଞ୍ଚ ହେବା ନେଇ ଘୋଷଣା କରାଯାଇଥିବା ବେଳେ ପଲ୍ୟୁଶନ ସାର୍ଟିଫିକେଟ କରିବା ନେଇ ଲୋକଙ୍କ ଗହଳି ଦେଖାଯାଇଥିଲା । ଜନସାଧାରଣଙ୍କ ଦାବିକୁ ଦୃଷ୍ଟିରେ ରଖି ଆଜି ପରିବହନ ମନ୍ତ୍ରୀ ଏକ ମାସର ମହଲତ ଘୋଷଣା କରିଛନ୍ତି ।

 


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଦାରିଙ୍ଗବାଡ଼ି ମଣ୍ଡଳରେ ନୂଆ କର୍ମକର୍ତ୍ତା: ରାଜନୀତିକୁ ଆସୁଛନ୍ତି ଶିକ୍ଷିତ, ସ୍ବୟଂସେବକ

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): ବିଭିନ୍ନ ଦଳରେ ଉଚ୍ଚ ଶିକ୍ଷିତ ଯୁବଗୋଷ୍ଠୀ ରାଜନୀତିକୁ ଆସିବା ଦେଖିବାକୁ ମିଳିଛି। ଏହି କ୍ରମରେ ରାଜ୍ୟ ଓ କେନ୍ଦ୍ରରେ ଶାସନ କରୁଥିବା ଭାଜପା...

ଗୁଲୁଆ-ବର୍ଷା: ଶ୍ୱଶୁରଙ୍କୁ କାନ୍ଦି କାନ୍ଦି ନେହୁରା ହେଉଛନ୍ତି ବର୍ଷା, ଭାଇରାଲ ହେଉଛି ଅଡିଓ…

ଭୁବନେଶ୍ୱର,୨୭।୧୨:ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି। ଅଲଗା...

ଓମ୍‌ସାର ଆନ୍ଦୋଳନ ଆଜି ବି ଜାରି: ଆଉଟ୍‌ଡୋରରେ ଘଣ୍ଟାଏ ରୋଗୀସେବା ବନ୍ଦ

ଛତ୍ରପୁର,୨୭ା୧୨(ଦିଲ୍ଲୀପ ସାମଲ): ସାରା ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ପଦ ଅପେକ୍ଷା ପାଖାପାଖି ଅଧାରୁ ଅଧିକ ଡାକ୍ତର ପଦବୀ ଖାଲି ରହିଛି। ଏହି ପଦବୀ ସବୁ ପୂରଣ କରିବା...

ବର୍ଷା-ଗୁଲୁଆଙ୍କୁ ନେଇ ମୁହଁ ଖୋଲିଲେ ସାଙ୍ଗ, କହୁକହୁ କହିଦେଲେ ଭିତିରି କଥା…

ଭୁବନେଶ୍ୱର,୨୭ା୧୨: ଥମୁନି ୟୁଟ୍ୟୁବର ଦମ୍ପତି ତଥା କମେଡିଆନ ଗୁଲୁଆ-ବର୍ଷାଙ୍କ ବିବାଦ। ତାଙ୍କ ସହ ଅତି ନିକଟତର ଥିବା ଜଣଙ୍କ ପରେ ଜଣେ ବ୍ୟକ୍ତି ମିଡିଆ ସାମ୍ନାକୁ...

୫ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ: ବାନ୍ଧିଲା ପୋଲିସ

ବାରିପଦା,୨୭ା୧୨: ଜଣେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ଜଣେ ଶିକ୍ଷକ। ଏପରି ଏକ ନିନ୍ଦନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲା-ଝାରପୋଖରିଆ ଥାନା...

ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବ ମୁଖ୍ୟମନ୍ତ୍ରୀ ବସ୍‌ସେବା, ମାଗଣାରେ ପିଲାଙ୍କୁ ମିଳିବ…

ଭୁବନେଶ୍ୱର,୨୭ା୧୨: ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବ ମୁଖ୍ୟମନ୍ତ୍ରୀ ବସ ସେବା ବା ଏମ୍‌ବିଏସ୍‌। ଏନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା ସୂଚନା ଦେଇଛନ୍ତି। ବିଦ୍ୟାଳୟ ଓ...

ମୟୂରଭଞ୍ଜ ଜିଲାରେ ଖୋଲିଲା ଧାନମଣ୍ଡି

ମୋରଡ଼ା,୨୭ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଅଧୀନ ଚିତ୍ରଡ଼ା ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ପରିସରରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଜିଲାସ୍ତରୀୟ ଖରିଫ...

ବାଇକ୍‌ରେ ଦାରିଙ୍ଗବାଡ଼ି ଫେରିବାବେଳେ ଦୁର୍ଘଟଣା: ୨ ଯୁବକ ଗୁରୁତର

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଡବେରୀ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବାଇକ୍‌ ଦୁର୍ଘଟଣା ଘଟି ୨ ଯୁବକ ଗୁରୁତର ହୋଇଥିବାବେଳେ ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri