ନବ ନିର୍ମିିତ ଖେଳ ପଡ଼ିଆ ଉଦ୍‌ଘାଟନ କଲେ ମନ୍ତ୍ରୀ

କେସିଙ୍ଗା,୨୬।୧(ତୁମେଶ୍ୱର ସାହୁ):କଳାହାଣ୍ଡି ଜିଲା କେସିଙ୍ଗା ସହରସ୍ଥିତ ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ନବ ନିର୍ମିତ ଖେଳ ପଡିଆକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ କଳାହାଣ୍ଡି ଏମ୍‌ପି ମାଳବିକା ଦେବୀ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଅନୁପମ ସାହା, କେସିଙ୍ଗା ଏନଏସି ଅଧ୍ୟକ୍ଷ ନୃପରାଜ ଯାଦବ, ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି, ଜିଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ ପ୍ରମୁଖ ଯୋଗଦେଇ ଖେଳ ପଡିଆକୁ ଉଦ୍‌ଘାଟନ କରିଥିଲେ। ଉଦ୍‌ଘାଟନ ପରେ ଗଣେଶଙ୍କ କାଠ ମୂର୍ତ୍ତିରେ ପୂଜାର୍ଚ୍ଚନା କରି ଏକ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ମନ୍ତ୍ରୀ ବୃକ୍ଷ ରୋପଣ ମଧ୍ୟ କରିଥିଲେ। ସଭାର ସଭାପତି
କଳାହାଣ୍ଡି ଜିଲାପାଳ ପାୱାର ସଚିବ ପ୍ରକାଶ ବିବରଣୀ ପଠନ କରିଥିଲେ।
ଏହି ଉଦ୍‌ଘାଟନୀ ଉତ୍ସବରେ ଅତିଥିମାନେ ଖେଳ ପଡିଆର ଉନ୍ନତି ବିଷୟରେ ନିଜସ୍ବ ମତ ପ୍ରକାଶ କରିଥିଲେ। ଏନଏସି ଅଧ୍ୟକ୍ଷ ନୃପରାଜ ଯାଦବ ମନ୍ତ୍ରୀଙ୍କୁ  କେସିଙ୍ଗା ମହାବିଦ୍ୟାଳୟର ବିଭିନ୍ନ ସମସ୍ୟା ଉପରେରେ ଦୃଷ୍ଟି ଦେବା ପାଇଁ  ଦାବି କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଅନୁପମ ସାହା ତାଙ୍କ ଅଭିଭାଷଣରେ କହିଛନ୍ତି,୨୦୨୦ରେ ରାଜ୍ୟ ସରକାରଙ୍କ ଯେଉଁଯୋଜନା ଥିଲା ସେହି ଯୋଜନା ଅନୁସାରେ ଏହି ବିଦ୍ୟାଳୟକୁ ବିଭିନ୍ନ ଯୋଜନାରେ ସାମିଲ କରାଯାଇଛି। କ୍ରୀଡ଼ା ପ୍ରତି ଅନୁଦାନ ଥିଲା ସେହି ଦିନ ଠାରୁ କେସିଙ୍ଗା ସରକାରୀ ଉଚ୍ଚ ବିଦ୍ୟାଳୟକୁ ବିଭିନ୍ନ ଯୋଜନାରେ ସାମିଲ କରାଯାଇଛି ବୋଲି ପ୍ରକାଶ କରିଥିଲେ।

ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଲେ ଯେ, ଖେଳ ପଡିଆର ପରିବେଶ ଓ ଭିତ୍ତିଭୂମିକୁକୁ ଦେଖି ମତ ବ୍ୟକ୍ତ କରିଥିଲେ। ଶିକ୍ଷାକୁ ମୂଳ ସମ୍ପତ୍ତି ବୋଲି ଗୁରୁତ୍ୱ ଦେବା ସହ ସ୍ବାସ୍ଥ୍ୟ, ଗମନାଗମନ କ୍ଷେତ୍ର, କ୍ରୀଡ଼ା ,ବିଭିନ୍ନ ବିକାଶ ଯୋଜନା ରହିଛି। ଛାତ୍ରୀଛାତ୍ରଙ୍କ ପୂର୍ଣ୍ଣାଙ୍ଗ ବିକାଶ, ଜଳ ଓ ଜଙ୍ଗଲ ପରିବେଶକୁ ସୁରକ୍ଷା କରିବା ଉପରେ ସାମ୍ୟକ ସୂଚନା ଦେଇଥିଲେ। ପ୍ରତି ପରିବାରରେ ଗୋଟିଏ ଗଛ ଲଗାଇବେ, ବଗିଚା ନିର୍ମାଣ କରିବା ସହ ବିଭିନ୍ନ ଅନୁଷ୍ଠାନରେ ବୃକ୍ଷ ରୋପଣ କରିବା ଉପରେ ଆଲୋକପାତ କରିଥିଲେ। ପରିଶେଷରେ କେସିଙ୍ଗା ତହସିଲଦାର ପ୍ରଶାନ୍ତି ପ୍ରଧାନ, ବିଡିଓ ଜନ୍ମେଜୟ ସ୍ବାଇଁ,କାର୍ଯ୍ୟନିର୍ବାହୀ ଅଧିକାରୀ ଚିନ୍ମୟ ଆଚାରୀଙ୍କୁ ମନ୍ତ୍ରୀ ସମ୍ମାନିତ କରିଥିଲେ। ଜିଲା ପ୍ରଶାସନ ପକ୍ଷରୁ ଅତିଥିଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ବି. ଚନ୍ଦ୍ର ଶେଖର ଆଚାରି ମଞ୍ଚ ପରିଚାଳନା କରିଥିଲେ । ପ୍ରଧାନଶିକ୍ଷକ ସମୀର କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବୁଲାଣିରେ ବସ ଓ କାର ମୁହାଁମୁହିଁ: ଚାଲିଗଲା ଚାଳକଙ୍କ ଜୀବନ, ୪ ଗୁରୁତର…

ଡୁଙ୍ଗୁରିପାଲି, ୨୮।୪ (ଦୀନବନ୍ଧୁ ସୁନା): ବରଗଡ଼ -ବଲାଙ୍ଗୀର ୨୬ ନଂ ଜାତୀୟ ରାଜପଥରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି FCI ଓ…

ଇନଷ୍ଟାରୁ ପ୍ରେମ, ଶାରୀରିକ ସମ୍ପର୍କ ରଖିବା ସହ ଉଠାଇଥିଲେ ଫଟୋ-ଭିଡିଓ: ଭାଇରାଲ କରି ବନ୍ଧା ହେଲେ…

ରିଆମାଳ ୨୮|୪( ବଦ୍ରିନାରାୟଣ ଅଗ୍ରୱାଲା)- ଦେବଗଡ଼ ଜିଲା ରିଆମାଳ ଥାନା ଅଞ୍ଚଳରେ ଜଣେ ଯୁବତୀକୁ ପ୍ରେମ କରି ଆପତ୍ତିଜନକ ଫଟୋ ଭାଇରାଲ କରିବା ଅଭିଯୋଗରେ ପୁଲିସ ଜଣେ…

ଝାରମୁଣ୍ଡାରେ ଜଳ ସଙ୍କଟ, ନଳକୂପ ଅଚଳ: ନିଜ ପାଇଁ ନିଜେ ଅଣ୍ଟା ଭିଡ଼ି ପୋଖରୀକୁ ସଫେଇ କଲେ …

ଦାରିଙ୍ଗବାଡି, ୨୮।୪ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚକରେ ଏବେ ଗ୍ରୀଷ୍ମ ପ୍ରବାହ ପ୍ରଭାବରେ ଦେଖାଯାଇଛି ଜଳ ସଙ୍କଟ । ଏକାଧିକ ଗ୍ରାମରେ…

ଦିଗପହଣ୍ଡିରେ ବେଆଇନ ମଦ କାରବାର ଉପରେ ଚାବୁକ: ୮୪୦୦ ଲିଟର ପୋଚ ନଷ୍ଟ, ମହିଳାଙ୍କ ସମେତ ୫ ଅଭିଯୁକ୍ତ…

ଦିଗପହଣ୍ଡି,୨୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା କୁମ୍ଭଝରି ଗ୍ରାମ ନିକଟ ଦୁର୍ଗମ କେରାଣ୍ଡିିମାଳ ଜଙ୍ଗଲରେ ମଙ୍ଗଳବାର ଭୋର ପ୍ରାୟ ୫ଟା  ସମୟରେ ଚୋରା ମଦ …

ହଠାତ୍‌ ଅନେକ ପେଟ୍ରୋଲ ପମ୍ପ ବନ୍ଦ; ମୁଖ୍ୟମନ୍ତ୍ରୀ ଡାକିଲେ ଜରୁରୀ ବୈଠକ, ଜାଣନ୍ତୁ କେଉଁଠି..

ନୂଆଦିଲ୍ଲୀ,୨୮ା୪: ପ୍ରତିଦିନ ଆମେ ପେଟ୍ରୋଲ ଦରରେ ପରିବର୍ତ୍ତ ଦେଖୁଛେ । ପେଟ୍ରୋଲ ଦର ପ୍ରତିଦିନ ସକାଳ ୬ଟାରେ ନୂଆ ଦର ଜାରି କରିଥାଏ । କିନ୍ତୁ ଏବେ…

ଭଞ୍ଜନଗର ଠାକୁରାଣୀ ଯାତ୍ରା: ବାଦ୍ୟ, ନୃତ୍ୟ-ଆତସବାଜି ସହ ଦେବୀଙ୍କ ନଗର ଭ୍ରମଣ ଆରମ୍ଭ,ଭକ୍ତଙ୍କ ଭିଡ଼

ଭଞ୍ଜନଗର,୨୮। ୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଠାକୁରାଣୀ ଯାତ୍ରା ମଙ୍ଗଳବାର ହେଉଛି ତୃତୀୟ ଦିବସ। ଗତ ରବିବାର ବ୍ୟାଘ୍ରଦେବି ଏବଂ ଠାକୁରାଣୀଙ୍କୁ ନିମନ୍ତ୍ରଣ କରି ଅସ୍ଥାୟୀ ମଣ୍ଡପକୁ…

ସ୍ପୋର୍ଟ କ୍ଲାଇମ୍ବିଂ ପ୍ରଶିକ୍ଷଣ ପାଇଁ ଓଡ଼ିଶା ଗ୍ରୁପର ନୂଆଦିଲ୍ଲୀ ଯାତ୍ରା

କେସିଙ୍ଗା,୨୮ା୪ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଓ ନର୍ଲା ବ୍ଲକ ସୀମାନ୍ତ ଅଞ୍ଚଳ ରୁପ୍ରା ଗ୍ରାମର ଏଭରେଷ୍ଟ ଆରୋହୀ ତଥା ଆନ୍ତର୍ଜାତିକ ପର୍ବତାରୋହୀ ଯୋଗବ୍ୟାସ ଭୋଇ…

ଦିଗପହଣ୍ଡି-ସାନଖେମୁଣ୍ଡିରେ କାଳବୈଶାଖୀରେ ତାଣ୍ଡବ: କୁଆପଥର ମାଡ଼ ସହ ଝଡ଼ ବର୍ଷା, ଉଡିଗଲା…

ଦିଗପହଣ୍ଡି,୨୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନ ପ୍ରାୟ ୩ ଟାରୁ ସାଢ଼େ ୫ ଟା ଯାଏ କାଳବୈଶାଖୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri