ନବ ନିର୍ମିିତ ଖେଳ ପଡ଼ିଆ ଉଦ୍‌ଘାଟନ କଲେ ମନ୍ତ୍ରୀ

କେସିଙ୍ଗା,୨୬।୧(ତୁମେଶ୍ୱର ସାହୁ):କଳାହାଣ୍ଡି ଜିଲା କେସିଙ୍ଗା ସହରସ୍ଥିତ ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ନବ ନିର୍ମିତ ଖେଳ ପଡିଆକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ କଳାହାଣ୍ଡି ଏମ୍‌ପି ମାଳବିକା ଦେବୀ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଅନୁପମ ସାହା, କେସିଙ୍ଗା ଏନଏସି ଅଧ୍ୟକ୍ଷ ନୃପରାଜ ଯାଦବ, ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି, ଜିଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ ପ୍ରମୁଖ ଯୋଗଦେଇ ଖେଳ ପଡିଆକୁ ଉଦ୍‌ଘାଟନ କରିଥିଲେ। ଉଦ୍‌ଘାଟନ ପରେ ଗଣେଶଙ୍କ କାଠ ମୂର୍ତ୍ତିରେ ପୂଜାର୍ଚ୍ଚନା କରି ଏକ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ମନ୍ତ୍ରୀ ବୃକ୍ଷ ରୋପଣ ମଧ୍ୟ କରିଥିଲେ। ସଭାର ସଭାପତି
କଳାହାଣ୍ଡି ଜିଲାପାଳ ପାୱାର ସଚିବ ପ୍ରକାଶ ବିବରଣୀ ପଠନ କରିଥିଲେ।
ଏହି ଉଦ୍‌ଘାଟନୀ ଉତ୍ସବରେ ଅତିଥିମାନେ ଖେଳ ପଡିଆର ଉନ୍ନତି ବିଷୟରେ ନିଜସ୍ବ ମତ ପ୍ରକାଶ କରିଥିଲେ। ଏନଏସି ଅଧ୍ୟକ୍ଷ ନୃପରାଜ ଯାଦବ ମନ୍ତ୍ରୀଙ୍କୁ  କେସିଙ୍ଗା ମହାବିଦ୍ୟାଳୟର ବିଭିନ୍ନ ସମସ୍ୟା ଉପରେରେ ଦୃଷ୍ଟି ଦେବା ପାଇଁ  ଦାବି କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଅନୁପମ ସାହା ତାଙ୍କ ଅଭିଭାଷଣରେ କହିଛନ୍ତି,୨୦୨୦ରେ ରାଜ୍ୟ ସରକାରଙ୍କ ଯେଉଁଯୋଜନା ଥିଲା ସେହି ଯୋଜନା ଅନୁସାରେ ଏହି ବିଦ୍ୟାଳୟକୁ ବିଭିନ୍ନ ଯୋଜନାରେ ସାମିଲ କରାଯାଇଛି। କ୍ରୀଡ଼ା ପ୍ରତି ଅନୁଦାନ ଥିଲା ସେହି ଦିନ ଠାରୁ କେସିଙ୍ଗା ସରକାରୀ ଉଚ୍ଚ ବିଦ୍ୟାଳୟକୁ ବିଭିନ୍ନ ଯୋଜନାରେ ସାମିଲ କରାଯାଇଛି ବୋଲି ପ୍ରକାଶ କରିଥିଲେ।

ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଲେ ଯେ, ଖେଳ ପଡିଆର ପରିବେଶ ଓ ଭିତ୍ତିଭୂମିକୁକୁ ଦେଖି ମତ ବ୍ୟକ୍ତ କରିଥିଲେ। ଶିକ୍ଷାକୁ ମୂଳ ସମ୍ପତ୍ତି ବୋଲି ଗୁରୁତ୍ୱ ଦେବା ସହ ସ୍ବାସ୍ଥ୍ୟ, ଗମନାଗମନ କ୍ଷେତ୍ର, କ୍ରୀଡ଼ା ,ବିଭିନ୍ନ ବିକାଶ ଯୋଜନା ରହିଛି। ଛାତ୍ରୀଛାତ୍ରଙ୍କ ପୂର୍ଣ୍ଣାଙ୍ଗ ବିକାଶ, ଜଳ ଓ ଜଙ୍ଗଲ ପରିବେଶକୁ ସୁରକ୍ଷା କରିବା ଉପରେ ସାମ୍ୟକ ସୂଚନା ଦେଇଥିଲେ। ପ୍ରତି ପରିବାରରେ ଗୋଟିଏ ଗଛ ଲଗାଇବେ, ବଗିଚା ନିର୍ମାଣ କରିବା ସହ ବିଭିନ୍ନ ଅନୁଷ୍ଠାନରେ ବୃକ୍ଷ ରୋପଣ କରିବା ଉପରେ ଆଲୋକପାତ କରିଥିଲେ। ପରିଶେଷରେ କେସିଙ୍ଗା ତହସିଲଦାର ପ୍ରଶାନ୍ତି ପ୍ରଧାନ, ବିଡିଓ ଜନ୍ମେଜୟ ସ୍ବାଇଁ,କାର୍ଯ୍ୟନିର୍ବାହୀ ଅଧିକାରୀ ଚିନ୍ମୟ ଆଚାରୀଙ୍କୁ ମନ୍ତ୍ରୀ ସମ୍ମାନିତ କରିଥିଲେ। ଜିଲା ପ୍ରଶାସନ ପକ୍ଷରୁ ଅତିଥିଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ବି. ଚନ୍ଦ୍ର ଶେଖର ଆଚାରି ମଞ୍ଚ ପରିଚାଳନା କରିଥିଲେ । ପ୍ରଧାନଶିକ୍ଷକ ସମୀର କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

୮ ଫୁଟର ଅଜଗର ଉଦ୍ଧାର

ଦିଗପହଣ୍ଡି,୨୬।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଆମ୍ବ ଗାଁ ନିକଟ ଘୋଡ଼ାହାଡ଼ ନଦୀପଠାରୁ ସୋମବାର ସନ୍ଧ୍ୟା ପ୍ରାୟ ୫ଟାରେ ଏକ ୮ ଫୁଟ ବିଶିଷ୍ଟ…

ଉପଖଣ୍ଡସ୍ତରୀୟ ସାଧାରଣତନ୍ତ୍ର ଦିବସ ମହୋତ୍ସବ: ପତାକା ଉତ୍ତୋଳନ କଲେ ଉପଜିଲାପାଳ

ବାଲିଗୁଡ଼ା,୨୬।୧(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡାରେ ଉପଖଣ୍ଡସ୍ତରୀୟ ୭୭ତମ ସାଧାରଣତନ୍ତ୍ର ଦିବସ ଉତ୍ସାହ ଏବଂ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି। ଏହି ଅବସରରେ ପ୍ରତ୍ୟୁଷରୁ ଉପଖଣ୍ଡ…

ସାଧାରଣତନ୍ତ୍ର ଦିବସ ପାଳନକୁ ଅବମାନନା, ଉଡ଼ିଲା ନାହିଁ ଜାତୀୟ ପତାକା, ତେଜିଲା କାର୍ଯ୍ୟାନୁଷ୍ଠାନ ଦାବି

ତୁମୁଡିବନ୍ଧ,୨୬।୧(ଦୀପକ କୁମାର ପରାସେଠ): ପଲ୍ଲୀରୁ ଦିଲ୍ଲୀ ସୋମବାର ଆନନ୍ଦ ଉଲ୍ଲାସରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଉଥିବା ବେଳେ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କୃଷି ସୂଚନା…

ଐତିହାସିକ ବାଣିଜ୍ୟ ଚୁକ୍ତି ପୂର୍ବରୁ ଇୟୁ ମୁଖ୍ୟଙ୍କ ବଡ଼ ବୟାନ, “ସଫଳ ଭାରତ ବିଶ୍ୱକୁ ରଖିବ ସ୍ଥିର”

ନୂଆଦିଲ୍ଲୀ ,୨୬ା୧: ୟୁରୋପୀୟ ସଂଘ ଅଧ୍ୟକ୍ଷା ଉର୍ସୁଲା ଭନ୍ ଡେର ଲେୟେନ୍ ଭାରତର ଆର୍ଥିକ ସ୍ଥିତିକୁ ନେଇ ବଡ ବୟାନ ଦେଇଛନ୍ତି। ସୋମବାର ସେ କହିଛନ୍ତି ଯେ,…

‘ଅପରେସନ୍ ସିନ୍ଦୂର’: ଭାରତୀୟ ବାୟୁସେନାର ପ୍ରଭାବ ଦେଖି ଅସ୍ତ୍ରବିରତି ପାଇଁ ବାଧ୍ୟ ହୋଇଥିଲା ପାକିସ୍ତାନ

ନୂଆଦିଲ୍ଲୀ,୨୬।୧: ୨୦୨୫ ମେ ମାସରେ ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ୮୮ ଘଣ୍ଟିଆ ଯୁଦ୍ଧ ଉପରେ ବଡ ଖୁଲାସା ହୋଇଛି। ସୁଇଜରଲ୍ୟାଣ୍ଡର ପ୍ରତିଷ୍ଠିତ ସାମରିକ ଥିଙ୍କ୍…

ଦିଗପହଣ୍ଡିରେ ସାଧାରଣତନ୍ତ୍ର ଦିବସ: ବିଧାୟକ କଲେ ବହୁମୁଖୀ ଭବନ ଉଦ୍‌ଘାଟନ

ଦିଗପହଣ୍ଡି,୨୬।୧(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ପୁରପଲ୍ଲୀରେ ସୋମବାର ୭୭ ତମ ସାଧାରଣତନ୍ତ୍ର ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି। ଦିଗପହଣ୍ଡି…

ଭାରତ ହେବ ବାଲ୍ୟ ବିବାହମୁକ୍ତ

ଦିଗପହଣ୍ଡି,୨୬।୧(ଅଶେଷନାଥ ମିଶ୍ର): ରାଜ୍ୟ ଆଇନସେବା ପ୍ରାଧିକରଣ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ କ୍ରମେ ଗଞ୍ଜାମ ଜିଲା ଦିଗପହଣ୍ଡି କୋର୍ଟ ପରିସରରେ ଥିବା ତାଲୁକ ଆଇନ ସହାୟତା କମିଟି ପକ୍ଷରୁ ସୋମବାର…

ଚାରିଧାମର ଏହି ମନ୍ଦିରରେ ଲାଗିଲା କଟକଣା: ଅଣ-ହିନ୍ଦୁଙ୍କ ପ୍ରବେଶ ମନା

ନୂଆଦିଲ୍ଲୀ,୨୬।୧: ଉତ୍ତରାଖଣ୍ଡର ପବିତ୍ର ଚାରିଧାମ ମଧ୍ୟରୁ ଅନ୍ୟତମ ଗାଙ୍ଗୋତ୍ରୀ ଧାମରେ ଏଣିକି ଅଣ-ହିନ୍ଦୁମାନେ ପ୍ରବେଶ କରିପାରିବେ ନାହିଁ। ଶ୍ରୀ ଗାଙ୍ଗୋତ୍ରୀ ମନ୍ଦିର କମିଟି ପକ୍ଷରୁ ରବିବାର ଏହି…

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri