ଖଣି, ଶିଳ୍ପାଞ୍ଚଳର ଗ୍ରାମାଞ୍ଚଳ ପାଠାଗାର ଚିନ୍ତା

ଯାଜପୁର,୨ା୪(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାରେ କଲେଜ, ହାଇସ୍କୁଲ ଓ ସାଧାରଣ ପାଠାଗାର ପ୍ରାୟ ୪୦୦ ଭଳି ରହିଛି। କେତେକ ପାଠାଗାରରେ ୫୦ରୁ ୬୦ ବର୍ଷ ପୁରୁଣା ମୂଲ୍ୟବାନ ପୁସ୍ତକ ସବୁଥିଲେ ହେଁ, ପରିଚାଳନା ଅଭାବରୁ ତାହା ସମ୍ପୂର୍ଣ୍ଣ ନଷ୍ଟ ହୋଇଗଲାଣି। ଯେଉଁ ପୁସ୍ତକଗୁଡ଼ିକ ନଷ୍ଟ ହୋଇଯାଉଛି ତା’ର ପୁନଃସଂସ୍କରଣ ଆଉ ହେଉନାହିଁ। ଏଭଳିସ୍ଥିତିରେ ବ୍ୟସ୍ତବହୁଳ ଖଣି, ଶିଳ୍ପ ସମୃଦ୍ଧ ସୁକିନ୍ଦା ଓ ଦାନଗଦି ବ୍ଲକ ଅଞ୍ଚଳରେ ଓଡ଼ିଶା ମିନେରାଲ ବିୟରିଂ ଏରିଆ ଡେଭଲପମେଣ୍ଟ କର୍ପୋରେଶନ(ଓଏମ୍‌ବିଏଡିସି) ପାଣ୍ଠିରେ ୪୩.୭୮ କୋଟି ଟଙ୍କା ଖର୍ଚ୍ଚ କରି ୬୩ଟି ଗ୍ରାମାଞ୍ଚଳ ପାଠାଗାର ଗୃହ ନିର୍ମାଣ କରିବାକୁ ପ୍ରସ୍ତାବ ରହିଛି। ସୁକିନ୍ଦା ବିଧାୟକ ତଥା ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କ ଏହି ପ୍ରସ୍ତାବକୁ ଯାଜପୁର ଓଏମ୍‌ବିଏଡିସି ସେଲ ପକ୍ଷରୁ ଗ୍ରାମ୍ୟ ନିର୍ମାଣ ବିଭାଗକୁ ମଞ୍ଜୁର ପାଇଁ ପଠାଯାଇଛି। ଏହାପରେ ରାଜ୍ୟ ସରକାରଙ୍କ ଗ୍ରାମ୍ୟ ନିର୍ମାଣ ବିଭାଗ ଚିଫ ଇଞ୍ଜିନିୟର ୨୬ା୩ା୨୦୨୬ରେ ଏହାର ମଞ୍ଜୁରୀ ପାଇଁ ଓଏମ୍‌ବିଏଡିସିର ସ୍ବତନ୍ତ୍ର ସଚିବ ତଥା ନୋଡାଲ ଅଫିସରଙ୍କୁ ଅନୁରୋଧ କରିଛନ୍ତି। ଉକ୍ତ ପ୍ରସ୍ତାବ ସଫଳ ହେବା ନିଶ୍ଚିତ ଭାବେ ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି କୁହାଯାଉଛି। କିନ୍ତୁ ଆଜିର ବୈଷୟିକ ଜ୍ଞାନ କୌଶଳ ଯୁଗରେ ଲୋକେ କ୍ରମଶଃ ପୁସ୍ତକ ଓ ପତ୍ରପତ୍ରିକା ଠାରୁ ଦୂରେଇ ଯାଉଛନ୍ତି। ମୋବାଇଲ, ଟେଲିଭିଜନ, ସିନେମା, ଇଣ୍ଟରନେଟ ଆଦି ଇଲେକ୍ଟ୍ରୋନିକ୍ସ ପଛରେ ମଣିଷ ଧାଇଁଛି। ଫଳରେ ପୁସ୍ତକର ଚାହିଦା କମିକମି ଯାଉଛି। ତେବେ ଏକାଧିକ ପୁରୁଣା ପାଠାଗାର ଅଚଳ ହୋଇପଡ଼ିବା ସହ ପୁସ୍ତକଗୁଡିକ ନଷ୍ଟ ହେବାକୁ ବସିଥିବାବେଳେ ଉକ୍ତ ପ୍ରସ୍ତାବର ସଫଳତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହା କେବଳ କର୍ମୀ ସନ୍ତୁଷ୍ଟିକରଣ ପ୍ରସ୍ତାବ ନୁହେଁ ତ ବୋଲି ଅଞ୍ଚଳରେ ଚର୍ଚ୍ଚା ହେଉଛି।
ସାହିତ୍ୟ ସୃଷ୍ଟିର ଇତିହାସକୁ ଅବଲୋକନ କଲେ ମଣିଷ ପାଇଁ ପୁସ୍ତକ ଓ ପତ୍ରପତ୍ରିକା ଯୁଗେଯୁଗେ ବଞ୍ଚିିିବାର ଏକମାତ୍ର ଖୋରାକ ହୋଇ ଆସିଛି। ପୁସ୍ତକ ପ୍ରତି ମଣିଷର ଆଗ୍ରହ ଏବଂ ଆକାଂକ୍ଷା ବିଶ୍ୱର ସମସ୍ତଙ୍କ ପାଇଁ ଅତ୍ୟାବଶ୍ୟକ। ଏପରିକି ଅନେକ ବିପ୍ଳବକୁ ସଫଳ କରିବା ଲାଗି ପୁସ୍ତକ ଓ ପତ୍ରପତ୍ରିକା ଏକମାତ୍ର ମାଧ୍ୟମ। ଏହା ସମାଜ ସହ ଦେଶର ବିକାଶ ପ୍ରକ୍ରିୟାରେ ସହାୟତା ହୋଇଥାଏ। ପୁସ୍ତକ ଆଧ୍ୟାତ୍ମିକ ଚିନ୍ତାଧାରାରେ ପରିବର୍ତ୍ତନ ଆଣିବା ସହ ମଣିଷର ବୁଝିବା ଶକ୍ତି, ସହନଶୀଳତା ଏବଂ ସହଯୋଗର ଚେତନା ଶକ୍ତିକୁ ଉଜ୍ଜିବୀତ କରିଥାଏ। କିନ୍ତୁ ଆଜିକାଲି ରାଜା ରାମମୋହନ ରାୟ ଫାଉଣ୍ଡେଶନ ଓ ରାଜ୍ୟ ସଂସ୍କୃତି ବିଭାଗ ସହାୟତାରେ ଯେଉଁ ମାଗଣା ପୁସ୍ତକ ଯୋଗାଇ ଦିଆଯାଉଛି ତାହା ପେଟିରେ ବନ୍ଧା ହୋଇ ପଡିଛି। ଫଳରେ ପାଠାଗାର ସଂସ୍କୃତି କ୍ରମଶଃ ଲୋପ ପାଇବାରେ ଲାଗିଛି। ଊନବିଂଶ ଶତାବ୍ଦୀର ଅଶି ଦଶକରେ ଐତିହାସିକ ଯାଜପୁର ସହରରେ ଜିଲା ପାଠାଗାର ସ୍ଥାପିତ ହୋଇଥିଲା। ପରେ ଏହାକୁ ୨୦୧୦ରେ ଗୌତମବୁଦ୍ଧ ସଂସ୍କୃତି ଭବନକୁ ସ୍ଥାନାନ୍ତରିତ କରାଯାଇଛି। ଜିଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଅଧୀନରେ ଉକ୍ତ ପାଠାଗାର ଚାଲିଆସୁଛି। ପ୍ରଥମେ ବିଭିନ୍ନ ଭାଷାଭାଷୀର ଖ୍ୟାତନାମା ଲେଖିକାଲେଖକଙ୍କ ସୃଜନାମତ୍ମକ, ସମାଜ ସଂସ୍କାରଧର୍ମୀ, ସଚେତନାତ୍ମକ ଏବଂ ଆନ୍ଦୋଳନାତ୍ମକ ପୁସ୍ତକ ଉପଲବ୍ଧ ହେଉଥିଲା। ସେହି ସମୟରେ ଅନେକ ଜିଜ୍ଞାସୁ ପାଠକଙ୍କ ପୁସ୍ତକ ପ୍ରତି ଅନୁରାଗ ଥିଲା। ଏପରିକି ଛାତ୍ରୀଛାତ୍ରଙ୍କଠାରୁ ଆରମ୍ଭ କରି ଆବାଳ ବୃଦ୍ଧବନିତା ସମସ୍ତେ ପୁସ୍ତକ ପ୍ରତି ଋଚି ରଖୁଥିଲେ। କିନ୍ତୁ ବିଡ଼ମ୍ବନା ଯେ, ଏହି ପାଠାଗାର ପ୍ରତି ଏବେ ସେଭଳି ଋଚି ଆଉ ଦେଖିବାକୁ ମିଳୁନାହିଁ। ସେହିପରି ବ୍ୟାସନଗର ସହରରେ ୧୯୮୬ରେ ପାଠାଗାର ପ୍ରତିଷ୍ଠା ହୋଇଥିଲା। ଏହି ପାଠାଗାରରେ ପ୍ରାୟ ୪ ହଜାର ବିଭିନ୍ନ ପୁସ୍ତକ ରହିଥିବା ରେକର୍ଡରେ ଅନ୍ତର୍ଭୁକ୍ତ ହୋଇଛି। କିନ୍ତୁ ଏଠାରେ ବି ପାଠକ ସଂଖ୍ୟା ବହୁ ପରିମାଣରେ ହ୍ରାସ ପାଇଛି। ଏଭଳି ଜିଲାର ଅଧିକାଂଶ ପାଠାଗାର ବନ୍ଦ ହୋଇ ପଡିଛି।
ସେହିପରି ବିଭିନ୍ନ ପାଠାଗାରରେ ଗଚ୍ଛିତ ହୋଇ ରହିଥିବା ପୁସ୍ତକ ପ୍ୟାକେଟକୁ ଅଧିକାଂଶ ପାଠାଗାର କର୍ତ୍ତୃପକ୍ଷ ଏଯାବତ ଖୋଲିନାହାନ୍ତି। ଏଭଳି ଭାବେ ବର୍ଷକୁ ବିପୁଳ ଟଙ୍କାର କ୍ଷତି ହୋଇଛି। ସୁକିନ୍ଦା ଓ ଦାନଗଦି ଅଞ୍ଚଳର ଖଣି, ଶିଳ୍ପ ସଂସ୍ଥାଗୁଡିକରେ କାମ ପାଇଁ ଅଞ୍ଚଳବାସୀ ବ୍ୟସ୍ତ ରହୁଥିବାବେଳେ ପାଠାଗାର କେତେଦୂର ସଫଳ ହେବ ତାହା ନେଇ ସନ୍ଦେହ ପ୍ରକାଶ ପାଇଛି। ଏନେଇ ସ୍ତମ୍ଭକାର ହରେକୃଷ୍ଣ ପଣ୍ଡା କହିଛନ୍ତି, ଓଡ଼ିଆ ଭାଷାର ସାର୍ବଜନୀନ ଗ୍ରନ୍ଥାବଳୀ, ଜୀବନଚରିତ, ପ୍ରାଚୀନ କାବ୍ୟ, ମହାପୁରୁଷଙ୍କ ଜୀବନୀ, ଇତିହାସ, ଗବେଷଣାଧର୍ମୀ ପୁସ୍ତକ ଏବଂ ଅନୁଦିତ ଓଡ଼ିଆ ପୁସ୍ତକକୁ ଅଣଦେଖା କରାଯାଉଛି। ଫଳରେ ପାଠକ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ଅତୀତରେ ଗାଁ ଗହଳିରେ ବା ସହରରେ ଥିବା ପାଠାଗାରଗୁଡିକ ବିଦ୍ୟା ମନ୍ଦିରର ଭୂମିକା ନିଭାଉଥିଲା। ପାଠକମାନେ ତାହାର ଭଲ ଉପଯୋଗ କରୁଥିଲେ। ମାତ୍ର ଏବେ ଇଣ୍ଟରନେଟ ଯୁଗରେ ସାଧାରଣ ପାଠକଟି ପାଠଗାରରେ ବସି ପଢିବାର ଋଚି ହରାଇ ବସିଛି। କୌଣସି ପାଠାଗାରରେ ଲାଇବ୍ରେରିଆନ ପଦବୀ ସୃଷ୍ଟି କରାଯାଉନାହିଁ। ଭିତ୍ତିଭୂମି ଦୁର୍ବଳ ଅବସ୍ଥାରେ ପଡିଛି। ଏଭଳିସ୍ଥିତିରେ ପାଠାଗାର ଗୃହ ନିର୍ମାଣ ସଫଳ ହୋଇ ପାରିବା ନେଇ ସନ୍ଦେହ। ପାଠାଗାର ସଚେତନତା ସୃଷ୍ଟି କରାଯାଇ ଉପଯୁକ୍ତ ଭିତ୍ତିଭୂମି ସୃଷ୍ଟି କରାଗଲେ ପୁଣି ଅତୀତର ପୁସ୍ତକ ପ୍ରତି ଋଚି ଫେରି ଆସିବ ବୋଲି ସେ ପ୍ରକାଶ କରିଛନ୍ତି।

Dharitri –Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri