ଜୟପୁର,୧୧।୪(ପବନ ପାଣିଗ୍ରାହୀ ): ରେଡ୍ କରିବାକୁ ଯାଇଥିଲେ ଖଣି ଅଧିକାରୀ। ଆକ୍ରମଣ କଲେ ବାଲି ମାଫିଆ। ଏଭଳି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲା ସଦର ଥାନା ବାଲିଆ ନିକଟ କୋଲାବ ନଦୀ ପାଖରେ। କୋଲାବ ନଦୀ ପଠାରୁ ବାଲି ଚାଲାଣ ହେଉଥିବା ଅଭିଯୋଗ ପରେ ଅଧିକାରୀ ଚଢ଼ାଉ ପାଇଁ ଯାଇଥିଲେ ଏହି ସମୟରେ ତାଙ୍କୁ ଆକ୍ରମଣ କରାଯାାଇଥିଲା। ଏନେଇ ଥାନାରେ କେସ ନଂ ୧୧୪/୨୬ରେ ମାମଲା ରୁଜୁ କରାଯାଇଛି।

