ଖଣି, ଶିଳ୍ପାଞ୍ଚଳରେ ବର୍ଷା ପ୍ରଭାବିତ

ଯାଜପୁର ଅଫିସ,୩ା୧୦: ଯାଜପୁର ଜିଲାର ଖଣି ଓ ଶିଳ୍ପାଞ୍ଚଳରେ ଚଳିତବର୍ଷ ବୃଷ୍ଟିପାତ ହ୍ରାସ ଚିନ୍ତାର ବିଷୟ ହୋଇଛି। ସାରା ଜିଲାରେ ଏହାର ପ୍ରଭାବ ମଧ୍ୟ ପଡିଛି। ଅତ୍ୟାଧୁନିକ ଜୀବନଶୈଳୀ, ଶିଳ୍ପ କାରଖାନା ଏବଂ ଜନସଂଖ୍ୟା ବୃଦ୍ଧି ଦୃଷ୍ଟିରୁ ଅବାଧ ଗଛ କଟା ପରିବେଶକୁ ଅସନ୍ତୁଳିତ କରିଛି। ଫଳରେ ବର୍ଷାଋତୁରେ ପ୍ରଚଣ୍ଡ ଖରା ଓ ଗୁଳୁଗୁଳି ହେଉଛି। ବର୍ଷାର ହାର କ୍ରମଶଃ କମିକମି ଯାଉଛି। ଚଳିତ ବର୍ଷା ଋତୁରେ କେବଳ ଅଗଷ୍ଟରେ ସ୍ବାଭାବିକ ବର୍ଷାକୁ ବାଦ୍‌ ଦେଲେ ସେପ୍ଟେମ୍ବରରେ ୨୦%, ଜୁଲାଇରେ ୩% ଓ ଜୁନ୍‌ରେ ୨୫% କମ ବର୍ଷା ରେକର୍ଡ ହୋଇଛି। ସେପ୍ଟେମ୍ବରରେ କୃଷି କ୍ଷେତ୍ର ପାଇଁ ଜିଲାକୁ ହାରାହାରି ୨୩୮ ମିମି ବର୍ଷା ଆବଶ୍ୟକ କରୁଥିବାବେଳେ ମାତ୍ର ୧୮୯ ମିମି ବର୍ଷା ଚାଷୀଙ୍କ ମୁଣ୍ଡବ୍ୟଥାର କାରଣ ହୋଇଛି। ସେଥିମଧ୍ୟରୁ ଖଣି ଓ ଶିଳ୍ପାଞ୍ଚଳ ସୁକିନ୍ଦା ଓ ଦାନଗଦି ବ୍ଳକ ଏବଂ ଲଘୁ ଖଣିଜ ଦ୍ରବ୍ୟ ଲୁଟ ହେଉଥିବା ଧର୍ମଶାଳା ବ୍ଲକରେ ବର୍ଷାହାର ସାଂଘାତିକ ଭାବେ ହ୍ରାସ ହେଉଛି। ଜଙ୍ଗଲ ସଫା କରି କଳାପଥର ଉତ୍ତୋଳନ ହେଉଥିବା ଧର୍ମଶାଳା ବ୍ଲକରେ ଜୁନ୍‌ରେ ୪୯%, ଜୁଲାଇରେ ୬%, ଅଗଷ୍ଟରେ ୧୧% ଏବଂ ସେପ୍ଟେମ୍ବରରେ ୪୫% କମ ବର୍ଷା ପରିବେଶବିତଙ୍କୁ ଚିନ୍ତାରେ ପକାଇଛି।
ସୂଚନାଯୋଗ୍ୟ, ଜିଲାରେ ମୋଟ ୧ ଲକ୍ଷ ୪୫ହଜାର ୪୫୦ହେକ୍ଟର ଚାଷ ଜମି ରହିଛି। ସମୁଦାୟ ଚାଷ ଜମିରୁ ଚଳିତବର୍ଷ ପ୍ରାୟ ୧ଲକ୍ଷ ୧୦ ହଜାର ହେକ୍ଟର ଜମିରେ ଧାନ ଚାଷ ହେବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଚଳିତବର୍ଷ ଚାଷର ଶେଷ ସମୟରେ ଅର୍ଥାତ୍‌ ସେପ୍ଟେମ୍ବରରେ ବର୍ଷା ଅଭାବରୁ ଜିଲାରେ ମରୁଡ଼ି ଆଶଙ୍କା ସୃଷ୍ଟି ହୋଇଛି। ଗତ ୨୦ ବର୍ଷର ବର୍ଷାକୁ ଅନୁଧ୍ୟାନ କଲେ ଜଣାପଡେ ଜିଲାରେ ବର୍ଷାର ଆନୁପାତିକ ହାର କ୍ରମଶଃ କମି କମି ଯାଉଛି। ଫଳରେ ଚାଷ କାର୍ଯ୍ୟରେ ଗୁରୁତର ଭାବେ ପ୍ରଭାବ ପଡୁଥିବାବେଳେ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲି ଯାଉଛି। ଅନ୍ୟବର୍ଷ ତୁଳନାରେ ଚଳିତ ବର୍ଷ ଜୁନ, ଜୁଲାଇ ଓ ସେପ୍ଟେମ୍ବରରେ ବର୍ଷା ଅପେକ୍ଷାକୃତ କମ୍‌ ହୋଇଛି। କୃଷି ବିଭାଗ କୌଣସି ବିକଳ୍ପ ପନ୍ଥା ଗ୍ରହଣ କରିବା ପରିବର୍ତ୍ତେ ବୈଠକ ପରେ ବୈଠକ କରି ଚାଲିଥିବାବେଳେ ଅଣ ଜଳସେଚିତ ଅଞ୍ଚଳର ଚାଷୀ ମୁଣ୍ଡରେ ହାତ ଦେଇ ବସିଛି। ଅନିୟମିତ ବୃଷ୍ଟିପାତ ଓ ସାଧାରଣ ବୃଷ୍ଟିପାତଠାରୁ କମ୍‌ ବର୍ଷା ହେବା ଫଳରେ ଜିଲାର ଜଳସେଚିତ ଓ ଅଣଜଳସେଚିତ ଚାଷ ଜମିଗୁଡିକରେ ମଧ୍ୟ ସମାନ ଅବସ୍ଥା ସୃଷ୍ଟି ହୋଇଛି।
ଜରୁରୀକାଳୀନ ବିଭାଗରୁ ମିଳିଥିବା ତଥ୍ୟ ଅନୁଯାୟୀ, ଚଳିତବର୍ଷ ଜୁନ୍‌ରେ ୨୩୮.୫ ମିମି ବର୍ଷା ସ୍ଥଳେ ମାତ୍ର ୧୭୯.୧୬ ମିମି ବର୍ଷା ହୋଇଥିଲା। ଏହା ଆବଶ୍ୟକତା ବର୍ଷାଠାରୁ ୨୫ ପ୍ରତିଶତ କମ୍‌ ବୋଲି ଆକଳନ କରାଯାଇଛି। ଏହି ମାସରେ ଲଘୁ ଖଣିଜ ସମ୍ପଦରେ ଭରପୁର ଧର୍ମଶାଳା ବ୍ଲକରେ ୧୨୨ ମିମି ବର୍ଷା ରେକର୍ଡ କରାଯାଇଥିଲା। ଏହାସହ ବିଞ୍ଝାରପୁରରେ ୧୦୬ ମିମି, ବଡ଼ଚଣାରେ ୧୦୦ ମିମି, ବରୀରେ ୧୩୫ ମିମି ଓ ବିଞ୍ଝାରପୁରରେ ୧୦୬ ମିିମି ବର୍ଷା ରେକର୍ଡ କରାଯାଇଛି। ଯାଜପୁର ବ୍ଲକରେ ସର୍ବାଧିକ ୨୬୫ ମିମି ବର୍ଷା ହୋଇଥିଲା। ଚାଷର ପ୍ରକୃଷ୍ଟ ସମୟ କୁହାଯାଉଥିବା ସେପ୍ଟେମ୍ବରରେ ବର୍ଷା ଚାଷୀଙ୍କୁ ଧୋକା ଦେଇଥିଲା। ଆବଶ୍ୟକ ୨୩୮ ମିମି ବର୍ଷା ସ୍ଥଳେ ମାତ୍ର ୧୮୯.୯୧ ମିମି ବର୍ଷା ରେକର୍ଡ ହୋଇଛି। ଏହି ମାସରେ ମଧ୍ୟ ଖଣି ଓ ଶିଳ୍ପାଞ୍ଚଳ ସୁକିନ୍ଦା ଓ ଦାନଗଦି ବ୍ଲକରେ ବର୍ଷା ଅଭାବର ଶିକାର ହୋଇଥିଲା।
ସୁକିନ୍ଦାରେ ୧୮୯.୮୦ ମିମି ଏବଂ ଦାନଗଦିରେ ୧୭୩.୩୦ ମିମି ବର୍ଷା ହୋଇଥିଲା। ଲଘୁ ଖଣିଜରେ ଭରପୁର ଧର୍ମଶାଳା ବ୍ଲକରେ ସର୍ବନିମ୍ନ ୧୩୩ ମିମି ବର୍ଷା ରେକର୍ଡ କରାଯାଇଛି। ସେପ୍ଟେମ୍ବର ବର୍ଷା ଉପରେ ଜିଲାର ଧାନ ଓ ପନିପରିବା ଚାଷ ସମ୍ପୂର୍ଣ୍ଣ ନିର୍ଭର କରିଥାଏ। କିନ୍ତୁ ଚଳିତବର୍ଷ ଏହି ମାସରେ ବର୍ଷାଭାବ ସହ ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳି ଯୋଗୁ ଅଣ ଜଳସେଚିତ ଅଞ୍ଚଳରେ ଧାନ ଚାଷ ପ୍ରଭାବିତ ହୋଇଥିବାବେଳେ ପନିପରିବା ଗଛ ଝାଉଁଳି ଯାଇ ବ୍ୟାପକ ନଷ୍ଟ ହୋଇଯାଇଛି। ଧାନଚାଷ ପରେ ଏବେ ପନିପରିବା ଉପରେ ଭରସା ରଖିଥିବା ଚାଷୀଙ୍କ ଆଶା ମଉଳି ଯାଇଛି। ଝାଉଁଳା ରୋଗ ଚାଷୀଙ୍କୁ ସର୍ବନାଶ କରି ପକାଇଛି। କୃଷି କିମ୍ବା ଉଦ୍ୟାନ ବିଭାଗ ଅଧିକାରୀଙ୍କ ଉଦାସୀନତା ଯୋଗୁ ଚାଷୀ ଶେଷ ଭରସା ମଧ୍ୟ ହରାଇବାକୁ ବସିଛି। ଶିଳ୍ପ ଓ ଖଣି ଆଗମନ ପୂର୍ବରୁ ଜିଲାର ବର୍ଷାନୁପାତ ସ୍ବାଭାବିକ ଥିଲା ବୋଲି କୁହାଯାଉଛି। ହେଲେ ଖଣି ଖନନ ଏବଂ ଶିଳ୍ପ ପ୍ରତିଷ୍ଠା ଯୋଗୁ ବ୍ୟାପକ ଜଙ୍ଗଲ ନଷ୍ଟ ସ୍ବାଭାବିକ ବର୍ଷାକୁ ପ୍ରଭାବିତ କରୁଛି ବୋଲି ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri