ଚଢ଼ାଉବେଳେ ଖଣି ବିଭାଗ ସ୍କ୍ବାଡ୍‌ ଟିମ୍‌କୁ ଆକ୍ରମଣ

ଖୁଣ୍ଟୁଣୀ,୪।୪(ଡି.ଏନ୍‌.ଏ.): ଖୁଣ୍ଟୁଣୀ ଥାନା ଅନ୍ତର୍ଗତ କୃଷ୍ଣଶ୍ୟାମପୁର (ନୂଆସାହି) ଗ୍ରାମ ସନ୍ନିକଟ ରିଜର୍ଭ ଜଙ୍ଗଲ ପାର୍ଶ୍ୱରେ ବେଆଇନ ଚୋରା କୋଇଲା ଡିପୋ ଉପରେ ସୋମବାର ସାରେ ଖଣି ବିଭାଗର ସ୍କ୍ବାଡ ଓ ଖୁଣ୍ଟୁଣୀ ପୋଲିସ ପକ୍ଷରୁ ମିଳିତ ଭାବେ ଚଢ଼ାଉ କରାଯାଇଛି। ଚଢ଼ାଉ ବେଳେ ମାଫିଆମାନେ ସ୍କ୍ବାଡ ଟିମ୍‌ ଉପରେ ଟେକାପଥର ପକାଇ ଆକ୍ରମଣ କରିଛନ୍ତି। ଫଳରେ ଗାଡ଼ିର କାଚ ଭାଙ୍ଗିଯାଇଥିବା ବେଳେ ୨ଜଣ କର୍ମଚାରୀ ଆହତ ହୋଇଛନ୍ତି। ଏ ସଂକ୍ରାନ୍ତରେ ଅତିରିକ୍ତ ଖଣି ଅଧିକାରୀ ବେହେରା ଖୁଣ୍ଟୁଣୀ ଥାନାରେ ଏକ ଏତଲା ଦେବାରେ ଥାନା ପକ୍ଷରୁ ଆଇଆଇସି ଭବାନୀ ଶଙ୍କର ଖୁଣ୍ଟିଆ ତଦନ୍ତ ଆରମ୍ଭ କରଛନ୍ତି। ସୂଚନା ଅନୁଯାୟୀ, ନୂଆସାହି) ଗ୍ରାମ ସନ୍ନିକଟ ରିଜର୍ଭ ଜଙ୍ଗଲ ପାର୍ଶ୍ୱରେ ବେଆଇନ ଚୋରା କୋଇଲା ଡିପୋ ହେଉଥିବା ଅଭିଯୋଗ ହୋଇଥିଲା। ଏ ନେଇ ଖଣି ବିଭାଗର ସ୍କାଡ ଟିମ୍‌ ସ୍ଥାନୀୟ ପୋଲିସକୁ ନେଇ ସୋମବାର ଚଢ଼ାଉ କରିଥିଲେ। ସେଠାରେ କୋଇଲା ଲୋଡ ହୋଇଥିବା ୮ଖଣ୍ଡ ମିନିଟ୍ରକ ମଧ୍ୟରୁ ୫ଟି ମିନିଟ୍ରକକୁ ଖଣି ବିଭାଗ କୋଇଲା ସହ ଜବତ କରିଥିବା ବେଳେ ଅନ୍ୟ ୩ଟି ମିନିଟ୍ରକ ସ୍କ୍ବାଡ ଆସିବା ଦେଖି ଖସି ପଳାଇଯାଇଛନ୍ତି। ଚଢ଼ାଉ ବେଳେ ଅନ୍ୟ ଏକ ସ୍ଥାନରେ ପ୍ରାୟ ୭ ଟନ କୋଇଲାକୁ ମଧ୍ୟ ସ୍କ୍ବାଡ ଜବତ କରି ସମୁଦାୟ ୨୦ ଟନ କୋଇଲା ଜବତ କରାଯାଇଥବା ଅତିରିକ୍ତ ଖଣି ଅଧିକାରୀ ରଞ୍ଜିତ ବେହେରା କହିଛନ୍ତି। ସେଠାରୁ ୨୦୦ ଶହ ମିଟର ଦୂରରେ ପ୍ରାୟ ୫୦ ଟନ କୋଇଲା ଗଚ୍ଛିତ ଥିବା ଜାଣି ପୋଲିସ ଓ ଖଣି ବିଭାଗ ସେଠାକୁ ଯାଉଥିବା ଦେଖି ଜଣେ କୋଇଲା ମାଫିଆଙ୍କ ଇଶାରାରେ କେତେକ ଯୁବକ ଖଣି ବିଭାଗର ଏକ ବୋଲେରୋ ନଂ. ଓଡି ୦୫ ବିଏଚ୍‌ ୬୮୩୬ ଉପରକୁ ଟେକା ମାରି କାଚକୁ ଭଙ୍ଗାରୁଜା କରିଥିଲେ। ଫଳରେ ବାଧ୍ୟ ହୋଇ ସେଠାରୁ ସ୍କ୍ବାଡ ଟିମ୍‌ ଫେରି ଆସିଥିଲେ। ଏଥିରେ ଦୁଇଜଣ ଷ୍ଟାଫ ଆହତ ହୋଇଛନ୍ତି। ଜବତ କୋଇଲା ଗାଡ଼ିକୁ ଖଣି ବିଭାଗ ଜଗତପୁରସ୍ଥିତ ଖଣି କାର୍ଯ୍ୟଳୟକୁ ନେଇଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri